ବ୍ରହ୍ମପୁର

ମୋବାଇଲ ଦୋକାନରୁ ଚୋରି ଘଟଣାରେ ଜଣେ ଗିରଫ

ମୋବାଇଲ ଦୋକାନରୁ ଚୋରି ଘଟଣାରେ ଜଣେ ଗିରଫ
୨୭ ମୋବାଇଲ ସହ ବାଇକ ଜବତ ହିଞ୍ଜିଳିକାଟୁ, ୯।୧୨(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ନଭେମ୍ବର ୧୭ ତାରିଖ ରାତିରେ ଚୋରି ହୋଇଥିଲା। ଏହି ଘଟଣାରେ ହିଞ୍ଜିଳି ପୋଲିସ ପାଟପୁର ଥାନା ଅନ୍ଧାରୁଆ ଗ୍ରାମର କୃଷ୍ଣ ନାହାକଙ୍କୁ ବ୍ରହ୍ମପୁରରୁ ଶନିବାର ଗିରଫ କରିଛି। ତାଙ୍କ ଠାରୁ ୨୭ଟି ମୋବାଇଲ, ମେମୋରି କାର୍ଡ଼, ଚାର୍ଜର ଓ ଏକ ବାଇକ (ଓଆର ୦୭ଏନ୍‌- ୧୦୯୩) ଜବତ କରିଛି। ଗିରଫ କୃଷ୍ଣଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିବା ନେଇ ମାଲିକ ନିଗମାନନ୍ଦ ସାହୁ ନଭେମ୍ବର ୧୮ରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨୫୮/୧୭ରେ ମାମଲା ରୁଜୁ କରି ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ଏ ସମ୍ପର୍କରେ ସୁରାକ ପାଇ ଏସଆଇ ଝସକେତନ ଭୋଇଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମପୁରରୁ କୃଷ୍ଣଙ୍କୁ ଧରିଥିଲେ। ଜେରା ପରେ ତାଙ୍କଠାରୁ ସୂଚନା ପାଇ ପାଟପୁର ଥାନା ଅନ୍ଧାରୁଆ ଗ୍ରାମର ତାଙ୍କ ଘର ପଛ ଖତଗଦାରୁ ୨୭ଟି ଦାମୀ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଏହି ଘଟଣାରେ ବିକ୍ରି ହୋଇଥିବା କେତେକ ମୋବାଇମଭମଲର ଇଏମ୍‌ଆଇ ନମ୍ବରକୁ ଚୋରି ହୋଇଥିବା ନେଇ ଦୋକାନ ମାଲିକ ପୋଲିସକୁ ସୂଚନା ଦେଇଥିଲେ। ଏହି ଘଟଣାର ମଧ୍ୟ ତଦନ୍ତ ଚାଲିଛି। ପୂର୍ବରୁ ଗତ ମେ’ ୨୫ରେ ଦୋକାନ କାନ୍ଥ ଭାଙ୍ଗି ୩୦ରୁ ଉର୍ଦ୍ଧ୍ୱ ମୋବାଇଲ ଚୋରି ହୋଇଥିଲା। ପୋଲିସ ୪ ଜଣଙ୍କୁ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିଥିଲା।
All Right Reserved By

ବ୍ରହ୍ମପୁର

ପ୍ରେମ ବ୍ୟାପାରରୁ  ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୦।୧୦: ଗଞ୍ଜାମ ଜିଲା ଗୋଷାଣୀନୂଆଗାଁ ଥାନାଞ୍ଚଳ ହଳଦିଆପଦର ରେଲୱେ ଫ୍ଲାଏଓଭର ବ୍ରିଜ ନିକଟରେ ଥିବା ଏକ ନାଳରୁ ଶୁକ୍ରବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକହେଲେ ବଡବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡେଇ ଓରଫ ଯଦୁ ।

ଷ୍ଟୋଭ ଫାଟି ନାବାଳିକା ଗୁରୁତର

ଷ୍ଟୋଭ ଫାଟି ନାବାଳିକା ଗୁରୁତର

ବ୍ରହ୍ମପୁର ଅଫିସ, ୧୯।୧୦-ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ସାହିରେ ଶୁକ୍ରବାର ଷ୍ଟୋଭ ଫାଟି ଜଣେ ନାବାଳିକା ଗୁରୁତର ହୋଇଛନ୍ତି । ଘରେ ରୋଷେଇ ଚାଲିଥିବା ସମୟରେ ଷ୍ଟୋଭ ଫାଟିଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି। 

କୃଷ୍ଣସାର ମୃଗ ମୃତଦେହ ଉଦ୍ଧାର

କୃଷ୍ଣସାର ମୃଗ ମୃତଦେହ ଉଦ୍ଧାର

ଗଞ୍ଜାମ, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବାଟିମାଳ  ଗହୀରମଥା  ଅଞ୍ଚଳରେ ଏକ କୃଷ୍ଣସାର ମୃଗ ମୃତଦେହ ପଡିଥିବା ଶୁକ୍ରବାର ଦେଖିବାକୁ ମିଳିଥିଲା । ଗତ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତ କୃଷ୍ଣସାର  ମୃଗଟି କାଦୁଅରେ ପୋତିହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଦୁର୍ଗାପୂଜା, ଉତ୍ସବମୁଖର ଚନ୍ଦ୍ରଗିିରି

ଦୁର୍ଗାପୂଜା, ଉତ୍ସବମୁଖର ଚନ୍ଦ୍ରଗିିରି

ଚନ୍ଦ୍ରଗିରି, ୧୯ା୧୦(ଡି.ଏନ.ଏ.)-ଦୁର୍ଗାପୂଜା ଉପଲକ୍ଷେ ଗଜପତି ଜିଲା ଚନ୍ଦ୍ରଗିରି ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ।  ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।  ଏହା ବ୍ୟତୀତ ଚନ୍ଦ୍ରଗିରି, ମହେନ୍ଦ୍ରଗଡ, ଚାନ୍ଦିପୁଟ ଓ ବାଘମାରି ଅଞ୍ଚଳ ମଧ୍ୟ ମା’ଙ୍କ ପୂଜା ଲାଗି ଉତ୍ସବ ମୁଖର ହୋଇଛି ।

ଆସିକାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ବ୍ୟବସ୍ଥା

ଆସିକାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ବ୍ୟବସ୍ଥା

ଆସିକା, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ ଘଟି ଯାଇଥିବା ତିତ୍‌ଲି ବାତ୍ୟା ଓ ଏହା ପରବର୍ତ୍ତୀ ବନ୍ୟାରେ ବିଭିନ୍ନ ବ୍ୟାଙ୍କ ଶାଖାରେ ପାଣି ପଶି ବହୁ ଟଙ୍କା ଓ କାଗଜପତ୍ର ନଷ୍ଟ ହୋଇଯାଇଛି ।

ରମଣୀସାହିରେ ଓଷାକୋଠି ଯାତ୍ରା ଆରମ୍ଭ

ରମଣୀସାହିରେ ଓଷାକୋଠି ଯାତ୍ରା ଆରମ୍ଭ

ଶେରଗଡ, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ ଗ୍ରାମସ୍ଥିତ ରମଣୀସାହିରେ ଶୁକ୍ରବାର ଓଷାକୋଠି ଯାତ୍ରା ଆରମ୍ଭ ହୋଇଛି।  ରମଣୀସାହିର ଗ୍ରାମବାସୀ ବାଦ୍ୟବାଜଣା ସହ ବିରାଟ ପଟୁଆରରେ ରାମଚଣ୍ଡୀ ଠାକୁରାଣୀଙ୍କ ପୀଠକୁ ଯାଇଥିଲେ। 

ରାଜସ୍ବ କୃଷି ବିଭାଗର କ୍ଷୟକ୍ଷତି ଆକଳନ

ରାଜସ୍ବ କୃଷି ବିଭାଗର କ୍ଷୟକ୍ଷତି ଆକଳନ

ଶେରଗଡ, ୧୯ା୧୦-ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ୨୨ ପଞ୍ଚାୟତର ୯୫ ଗ୍ରାମରେ ୯ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଜରିଆରେ ଗୁରୁବାର ସନ୍ଧ୍ୟାରୁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ କରାଯାଇଛି  । ଉକ୍ତ ଟିମ୍‌ରେ ରାଜସ୍ବ ବିଭାଗ ଓ କୃଷି ବିଭାଗ ଏବଂ ଉଦ୍ୟାନ ବିଭାଗ କର୍ମଚାରୀ ମିଳିତଭାବେ କ୍ଷୟକ୍ଷତି ଆକଳନ କରୁଛନ୍ତି  । 

ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ  ସହାୟତା, ଆଇଟିଆଇର ହେଲ୍‌ପିଙ୍ଗ ହ୍ୟାଣ୍ଡ କାର୍ଯ୍ୟକ୍ରମ

ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ ସହାୟତା, ଆଇଟିଆଇର ହେଲ୍‌ପିଙ୍ଗ ହ୍ୟାଣ୍ଡ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ, ୧୯ା୧୦-ତିତ୍‌ଲି ବାତ୍ୟା ଓ ଏହାର ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳବାସୀଙ୍କୁ ସହାୟତା କରିବା ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ହେଲ୍‌ପ୍‌ ହ୍ୟାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ରାଜ୍ୟର ୧୭ ଆଇଟିଆଇର ଛାତ୍ର ଓ ଶିକ୍ଷକଙ୍କୁ ନେଇ ଏକ ୫୦ ଜଣିଆ ଟିମ୍‌ ଶୁକ୍ରବାର ଗଜପତି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । 

ରାଇକିଆରେ ବିଜୟା ଦଶମୀ, ଶ୍ରଦ୍ଧାଳୁଙ୍କ ଭିଡ

ରାଇକିଆରେ ବିଜୟା ଦଶମୀ, ଶ୍ରଦ୍ଧାଳୁଙ୍କ ଭିଡ

ରାଇକିଆ, ୧୯ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବିଜୟା ଦଶମୀ ମହା ସମାରୋହରେ ପାଳନ କରାଯାଉଛି ।  ରାଇକିଆରେ ହୋଇଥିବା ମା’ଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।  ଶନିବାର ମା’ଙ୍କ ବିସର୍ଜନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । 

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ଅଫିସ,୧୯ା୧୦-ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୃଦ୍ଧା ଏକ ବ୍ଲେଡ୍‌ରେ ନିଜ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସିକା ବ୍ଲକ ସିଦ୍ଧନଇ ପଞ୍ଚାୟତ ମହାରାଜା ଗ୍ରାମର ଟୁଙ୍ଗୁରୁ ବେହେରା ସୁରତ୍‌ରେ କାମ କରୁଛନ୍ତି । 

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶୁକ୍ରବାର  ଦଶହରା ପର୍ବ ବା ବିଜୟା ଦଶମୀ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ସିମନବାଡ଼ିଠାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଉଛି। ଦଶମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଥିଲେ ।

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର ଅଫିସ,୧୯।୧୦: ବ୍ରହ୍ମପୁର ଷ୍ଟେଶନ ନିକଟ ହଳଦିଆପଦର ପାଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଯାଇଛି । ଫଳରେ ବ୍ରହ୍ମପୁର ଠାରୁ ବିଶାଖାପାଟଣା ମଧ୍ୟରେ ଟ୍ର୍ରେନ ଚଳାଚଳ ପ୍ରଭାବିତ ହୋଇଛି।