ବ୍ରହ୍ମପୁର

ଅଗ୍ନିକାଣ୍ଡରେ ୮ ଏକର ଆଖୁ ଫସଲ ନଷ୍ଟ

ଅଗ୍ନିକାଣ୍ଡରେ ୮ ଏକର ଆଖୁ ଫସଲ ନଷ୍ଟ

ପାଟପୁର,୯।୧୨(ଡି.ଏନ.ଏ.)- ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ଏକର ଆଖୁ ଫସଲ ନଷ୍ଟ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଆଖୁ କିଆରିକୁ ବ୍ୟାପି ଯାଇଥିଲା। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏହା ଗାଁ ଏବଂ ଧାନ କିଆରିକୁ ବ୍ୟାପି ପାରିନଥିଲା। ଫଳରେ ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା। କୁନା ପ୍ରଧାନଙ୍କ ୨ ଏକର, ଜୁରିଆ ପ୍ରଧାନ, ପ୍ରକାଶ ବେହେରା, ବାଙ୍କନିଧି ନାୟକ ଓ ଗାଣ୍ଡୁ ପାତ୍ରଙ୍କର ୧ ଏକର ଲେଖାଏଁ ଏବଂ କୁରା ପାତ୍ର, ଭଗବାନ ପ୍ରଧାନ, ସୀମାଞ୍ଚଳ ପ୍ରଧାନଙ୍କର ଅଧା ଏକର ଲେଖାଏଁ ସମୁଦାୟ ୭.୫ ଏକର ଆଖୁ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ କୌଣସି ଦୃର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଚାଷୀମାନେ ଅନୁମାନ କରୁଛନ୍ତି। ସେପଟେ ଧାର କରଜ କରି ଆଖୁ ଚାଷ କରିଥିବା ଚାଷୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନଙ୍କ ସମେତ ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଦାବି ଜଣାଇଛନ୍ତି।

All Right Reserved By

ବ୍ରହ୍ମପୁର

ଲଗାଣ ବର୍ଷାରେ ପାହାଡରୁ ପଥର ଖସିଲା

ଲଗାଣ ବର୍ଷାରେ ପାହାଡରୁ ପଥର ଖସିଲା

ତୁମୁଡିବନ୍ଧ,୨୧।୭(ଡି.ଏନ୍‌.ଏ.)- ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ରାସ୍ତାରେ ଶନିବାର ବର୍ଷାଜଳ ପ୍ରବାହିତ ହେଉଛି। ବେଲଘର, ଗୁମ୍ମା, ବିଲାମାଳ ଓ ଝିରିପାଣି ପଞ୍ଚାୟତବାସୀଙ୍କ ଏହି ରାସ୍ତା ମୁଖ୍ୟ ରାସ୍ତା। ମାତ୍ର ଏହା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ବାଧା ଉପୁଜିଛି।

କୋଟଗଡ ହରିପୁର ଛକରେ ଦୁର୍ଘଟଣା

କୋଟଗଡ ହରିପୁର ଛକରେ ଦୁର୍ଘଟଣା

କୋଟଗଡ,୨୧।୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କୋଟଗଡ-ମୁନିଗୁଡା ରାଜ୍ୟ ରାଜପଥ ନଂ.୫ ହରିପୁର ଛକ ନିକଟ ହରିଡାଗଡଠାରେ ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଏକ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ଆଗରେ ଯାଉଥିବା ମାଲ୍‌ ବୋଝେଇ ଟ୍ରକ୍‌ ପଛରେ ଧକ୍କା ଦେବାରୁ କୋଇଲା ଟ୍ରକ୍‌ର ଚାଳକ ଗୁରୁତର ହୋଇଛନ୍ତି।

ବିଭିନ୍ନ ବିଦ୍ୟାଳୟରେ ଚାରାରୋପଣ କାର୍ଯ୍ୟକ୍ରମ

ବିଭିନ୍ନ ବିଦ୍ୟାଳୟରେ ଚାରାରୋପଣ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,୨୧।୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକର ବୁରୁପଡ଼ା ଭଗବତୀ ବିଦ୍ୟାପୀଠ ଓ ଦୁର୍ବନ୍ଧ ପଞ୍ଚାୟତ ହାଇସ୍କୁଲରେ ଶନିବାର ବନ ମହୋତ୍ସବ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କଲ୍ୟାଣ ମଣ୍ଡପରେ ଅଗ୍ନିକାଣ୍ଡ

କଲ୍ୟାଣ ମଣ୍ଡପରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨୧।୭: ସ୍ଥାନୀୟ ହିଲପାଟଣାସ୍ଥିତ ସତ୍ୟଭାମା କଲ୍ୟାଣ ମଣ୍ଡପରେ ଶନିବାର ଅପରାହ୍ନ ପ୍ରାୟ ୧ଟା ସମୟରେ ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏ ସମ୍ପର୍କରେ ସୂଚନା ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।

ନିଯୁକ୍ତିରେ ଘରୋଇକରଣକୁ ବିରୋଧ: ୩ ଦିନ ଧରି ଧାରଣାରେ ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୨୧।୭: ବ୍ରହ୍ମପୁର ବଡ଼ମେଡିକାଲ କଲେଜ ଡିଏମ୍‌ଏଲ୍‌ଟି ଓ ଡିଏଲ୍‌ଆର୍‌ଟି ବିଭାଗ ଛାତ୍ରୀଛାତ୍ରଙ୍କ ଧାରଣା ଶନିବାର ୩ ଦିନରେ ପହଞ୍ଚିଛି। ବର୍ଷାରେ ଓଦା ହୋଇ ଛାତ୍ରୀଛାତ୍ରମାନେ ଧାରଣାରେ ବସି ରହିଛନ୍ତି। ନିଦାନ ଓ ସରକାରୀ ମେଡିକାଲରେ ନିଯୁକ୍ତିରେ ଘରୋଇକରଣକୁ ବିରୋଧ କରି କଲେଜ ଫାଟକ ସମ୍ମୁଖରେ ଛାତ୍ରୀଛାତ୍ରମାନେ ଧାରଣା ଦେଇଛନ୍ତି।

ଲଗାଣ ବର୍ଷା: ୨ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ

ଦାରିଙ୍ଗବାଡି,୨୧।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୁଇ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ମୋବାଇଲ, ବ୍ରଡ୍‌ବ୍ୟାଣ୍ଡ, ଲ୍ୟାଣ୍ଡ ଫୋନ୍‌ ସେବା ଅଚଳ ହୋଇପଡିଛି ।

କ୍ଷୀର ପ୍ୟାକେଟ ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ

କ୍ଷୀର ପ୍ୟାକେଟ ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ

ରାଇକିଆ ୨୧।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାକିଙ୍ଗିଆ ନିକଟରେ ଶନିବାର ସକାଳେ ଫୁଲବାଣୀରୁ ରାଇକିଆ ଅଭିମୁଖେ ଆସୁଥିବା ଏକ କ୍ଷୀର ପ୍ୟାକେଟ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବୁଲାଣୀ ରାସ୍ତାରେ ନିୟନ୍ତ୍ରଣ ହରାଇ ରାସ୍ତା କଡକୁ ଭ୍ୟାନ୍‌ଟି ଖସି ଯାଇଥିଲା ।

ପ୍ରମାଣ ନଷ୍ଟ ପାଇଁ ସାଥୀଙ୍କୁ ହତ୍ୟା ପରେ ଗଛରେ ଝୁଲାଇଲେ

ପ୍ରମାଣ ନଷ୍ଟ ପାଇଁ ସାଥୀଙ୍କୁ ହତ୍ୟା ପରେ ଗଛରେ ଝୁଲାଇଲେ

ଭଞ୍ଜନଗର,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ସହର ଶଙ୍ଖସାହିରେ ଶୁକ୍ରବାର ରାତିରେ ଲକ୍ଷ୍ମଣ ନାଇକ(୩୦)ଙ୍କୁ ଦୁର୍ବୃତ୍ତମାନେ ହତ୍ୟାକରି ଏକ ଗଛରେ ଝୁଲାଇ ଦେଇଛନ୍ତି ।

ଖମାରପଲ୍ଲୀ ଶ୍ମଶାନରୁ ଗଳିତ ମୃତଦେହ ଉଦ୍ଧାର ଘଟଣା, ୩ ଗିରଫ

ଖମାରପଲ୍ଲୀ ଶ୍ମଶାନରୁ ଗଳିତ ମୃତଦେହ ଉଦ୍ଧାର ଘଟଣା, ୩ ଗିରଫ

ଜଗନ୍ନାଥପ୍ରସାଦ,୨୧ା୭- ଖମାରପଲ୍ଲୀ ଶ୍ମଶାନ ନିକଟରେ ବୋରିପଦର ଗ୍ରାମର ମାନସିକ ବିକାରଗ୍ରସ୍ତ ଯୁବକ ଇନ୍ଦ୍ରମଣି ଜେନାଙ୍କ ଗଳିତ ଶବ ଉଦ୍ଧାର ଘଟଣାରେ ପୋଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ୨ଟି କାର୍‌ ଓ ଗୋଟିଏ ବାଇକ ଜବତ କରିଛି।

ଦାରିଙ୍ଗବାଡ଼ି ହାଇସ୍କୁଲ ପ୍ରଧାନଶିକ୍ଷକ ନିଲମ୍ବିତ

ଫୁଲବାଣୀ ଅଫିସ, ୨୧।୭-ପୂର୍ବରୁ ବହୁବିବାଦ ଏବଂ ଗତ ଏପ୍ରିଲ ମାସରେ ଜଣେ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଛନ୍ଦି ହୋଇପଡିଥିବା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଦିତ୍ୟ ପ୍ରସାଦ ରଥ ଶେଷରେ ନିଲମ୍ବିତ ହୋଇଛନ୍ତି।

ନାବାଳିକା ବଳାତ୍କାର ମାମଲା: ଟ୍ରାଫିକ ସେବା ଯୋଗାଇବେ ନାବାଳକ

ଫୁଲବାଣୀ ଅଫିସ, ୨୧।୭-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ବାଳ ନ୍ୟାୟିକ ସମିତି ଅଧ୍ୟକ୍ଷ ଅଭିଜିତ ପଲେଇ ଅଭିଯୁକ୍ତ ନାବାଳକଙ୍କୁ ୧ ବର୍ଷ ଟ୍ରାଫିକ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ନାବାଳକ ଜଣକ ଜି.ଉଦୟଗିରି ଥାନା ଅଞ୍ଚଳରେ ଟ୍ରାଫିକ ସେବା ଯୋଗାଇବେ ବୋଲି ଜଣାପଡିଛି।

୨୨ରେ ହେବ ଜିଡିସିଏ ନିର୍ବାଚନ , କୋର୍ଟଙ୍କ ନିର୍ଦ୍ଦେଶ ପରେ ହେବ ଫଳାଫଳ ଘୋଷଣା

ବ୍ରହ୍ମପୁର ଅଫିସ୍‌,୨୧।୭ ଗଞ୍ଜାମ ଜିଲା କ୍ରିକେଟ ସଂଘ (ଜିଡିସିଏ)ର ନିର୍ବାଚନ ସମ୍ପର୍କିତ ମାମଲାର ରାୟ ଶୁକ୍ରବାର ଜିଲା ଜଜ୍‌ କୋର୍ଟରେ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ତାରିଖରେ ଅର୍ଥାତ୍‌ ୨୨ତାରିଖରେ ହିଁ ନିର୍ବାଚନ ହେବ। ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ଫଳାଫଳ ଘୋଷଣା କରାଯିବ ବୋଲି ରାୟରେ କୁହାଯାଇଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ