ବ୍ରହ୍ମପୁର

ପୋଖରିରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ପୋଖରିରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଶେରଗଡ, ୯।୧୨(ଡି.ଏନ୍‌.ଏ.)- ଶେରଗଡ ଗ୍ରାମ ତୋଟାସାହିସ୍ଥିତ ଏକ ପୋଖରିରୁ ଶନିବାର ସକାଳେ ଶେରଗଡ ପୋଲିସ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ସେହି ସାହିର ବାଉରି ସାହୁ (୬୫)। ପୋଲିସ ୧୩/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ବାଉରି ଶୁକ୍ରବାର ରାତିରେ ପୋଖରିକୁ ଶୌଚ ପାଇଁ ଯାଇଥିବାବେଳେ ଆଉ ଘରକୁ ଫେରି ନଥିଲେ। ଶନିବାର ସକାଳୁ ତାଙ୍କ ମୃତଦେହ ପୋଖରିରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ଶେରଗଡ ଥାନାକୁ ଖବର ଦିଆଯାଇଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲେ। ପରେ ଘଟଣାସ୍ଥଳରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଜ୍ୟୋର୍ତିମୟୀ ଦାଶ ଓ ରାଜସ୍ବ ନିରୀକ୍ଷକ ମନୋଜ କୁମାର ନାହାକ ପହଞ୍ଚତ୍ଥିଲେ। ବାଉରୀଙ୍କର ଗୋଟିଏ ଝିଅ, ସେ ସହାୟିକା ଭାବେ ତୋଟାସାହି ପ୍ରାଥମିକ ବିଦ୍ୟାଳୟରେ କାମ କରନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

All Right Reserved By

ବ୍ରହ୍ମପୁର

ବାଘୁଆ ଜଳଭଣ୍ଡାରର ୨ ଗେଟ ଖୋଲିଲା

ବୁଗୁଡ଼ା,୨୨।୭(ଡି.ଏନ୍‌.ଏ.): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ୩ ବର୍ଷ ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଶନିବାର ମଧ୍ୟ ରାତିରେ ଜଳଭଣ୍ଡାରର ୨ଟି ଗେଟ ଖୋଲାଯାଇଥିବା ଜଳସେଚନ କାର୍ଯ୍ୟାଳୟରୁ ଜଣାପଡିଛି। ବୁଡ଼ି ଆଶଙ୍କା ଥିବାରୁ ଆଖପାଖର ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ ଢ଼େଣ୍ଡୁରା ପିଟି ଜଣାଇଦିଆଯାଇଛି।

ସାପ କାମୁଡ଼ାରେ ମହିଳା ମୃତ

ସାପ କାମୁଡ଼ାରେ ମହିଳା ମୃତ

ପୋଲସରା,୨୨।୭(ଡି.ଏନ.ଏ.)-ପୋଲସରା ବ୍ଲକ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ସାପ କମାୁଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନମିତା ପ୍ରଧାନ। ଶନିବାର ମଧ୍ୟରାତିରେ ଘରେ ଶୋଇଥିବା ବେଳେ ନମିତାଙ୍କୁ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ପୋଲସରା ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ରବିବାର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନମିତାଙ୍କର ମୃତ୍ୟୁ ଘଟିଥିବା ପାଣ୍ଡିରିପଡ଼ାର ପୂର୍ବତନ ସରପଞ୍ଚ କୈଳାସ ମହାରଣା ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସ୍ବାସ୍ଥ୍ୟ ପରୀକ୍ଷା, ସଚେତନତା ଶିବିର

ସ୍ବାସ୍ଥ୍ୟ ପରୀକ୍ଷା, ସଚେତନତା ଶିବିର

ଚିକିଟି,୨୨।୭(ଡି.ଏନ.ଏ.)-ଚିକିଟିଗଡ଼ସ୍ଥିତ ରାଜକବି ରାଧାମୋହନ ବିଦ୍ୟାପୀଠ ପରିସରରେ ରବିବାର ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବ୍ରହ୍ମପୁର ବଡମେଡିକାଲର ଚକ୍ଷୁ ବିଶେଷଜ୍ଞ ବି. ନାଗେଶ୍ୱର ସୁବୁଦ୍ଧି ଉଦଘାଟନ କରିଥିଲେ।

ଗଛ ପଡ଼ି ରାସ୍ତା ଅବରୋଧ

ଗଛ ପଡ଼ି ରାସ୍ତା ଅବରୋଧ

ଚିକିଟି,୨୨।୭(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷାରେ କେ.ନୂଆଗାଁ ଥାନା ଦିଗପହଣ୍ଡି ବ୍ଲକ୍‌ ତେଣ୍ଟୁଆପଡା ଗ୍ରାମର ଶେଷ ମୁଣ୍ଡରେ ଶନିବାର ଅପରାହ୍ନରେ ଏକ ବଡ଼ ଗଛ ଭାଙ୍ଗିପଡ଼ି ରାସ୍ତା ଅବରୋଧ ହୋଇଥିଲା। ତେବେ ୨୪ ଘଣ୍ଟା ପରେ ବି ଭାଙ୍ଗି ପଡ଼ିଥିବା ଗଛକୁ ହଟାଯାଇ ନାହିଁ। ଫଳରେ ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଅନ୍ୟ ଉପାୟ ନ ପାଇ କେ.ନୂଆଗାଁ ଥାନା ଦ୍ୱାରସ୍ଥ ହୋଇଛନ୍ତି। ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭଗ ଅଧୀନରେ ରହିଥିଲେ ସୁଦ୍ଧା ଗଛ ହଟାଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସୋରଡାରେ ବାହୁଡା ଯାତ୍ରା

ସୋରଡାରେ ବାହୁଡା ଯାତ୍ରା

ସୋରଡା,୨୨।୭(ଡି.ଏନ୍‌.ଏ.)- ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡିଛନ୍ତି ଶ୍ରୀ ଜଗନ୍ନାଥ। ସୋରଡାରେ ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି। ଝିପିଝିପି ବର୍ଷା ସତ୍ତ୍ୱେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।

ଲଗାଣ ବର୍ଷାରେ ଘର ଭାଙ୍ଗିଲା, ବେସାହାରା ହେଲେ ସ୍ବାମୀ ପରିତ୍ୟକ୍ତା

ଲଗାଣ ବର୍ଷାରେ ଘର ଭାଙ୍ଗିଲା, ବେସାହାରା ହେଲେ ସ୍ବାମୀ ପରିତ୍ୟକ୍ତା

ଗଞ୍ଜାମ,୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଶେଷ କ୍ଷୟକ୍ଷତି ଘଟିଛି। କଇଁଚପୁର ପଞ୍ଚାୟତ ମାଳୀ ଜଗନ୍ନାଥପୁର ଗ୍ରାମର ଅପି ମହାପାତ୍ରଙ୍କ ଝାଟିମାଟି ଘର ଶନିବାର ସନ୍ଧ୍ୟାରେ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଅପି ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବ୍ରହ୍ମପୁରରେ ପ୍ରଥମ ପେନସନ ଅଦାଲତ: ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ମଞ୍ଜୁର

ବ୍ରହ୍ମପୁରରେ ପ୍ରଥମ ପେନସନ ଅଦାଲତ: ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ମଞ୍ଜୁର

ବ୍ରହ୍ମପୁର ଅଫିସ,୨୨।୭: ବ୍ରହ୍ମପୁର ଭି.ଭି. ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପ୍ରଥମ ପେନସନ ଅଦାଲତ ରବିବାର ଅନୁଷ୍ଠିତ ହୋଇଯାଇଛି। ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନେ ବିଭିନ୍ନ କାରଣରୁ ପେନସନ ପାଇବାରୁ ବଞ୍ଚିତ ହୋଇଥିଲେ। ୧୯୮ ଜଣ କର୍ମଚାରୀ ଅବସର ସତ୍ତ୍ୱେ ପେନସନ ପାଇପାରିନାହାନ୍ତି। ସେମାନଙ୍କ ସମସ୍ୟା ଦୂର କରିବା ସହ ଅଭିଯୋଗ ଶୁଣିବା ପାଇଁ ଏହି ଅଦାଲତର ଆୟୋଜିତ ହୋଇଥିଲା।

ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ

ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ

ବ୍ରହ୍ମପୁର ଅଫିସ,୨୨।୭: ବ୍ରହ୍ମପୁର ଜିଲା ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ ରବିବାର ଆରମ୍ଭ ହୋଇଯାଇଛି। ପାତାଳେଶ୍ୱର ମନ୍ଦିର ନିକଟ ପଞ୍ଚୁ ଦେଉଳ ମଠଠାରେ ରବିବାର ସକାଳେ ଏହାର ଉଦ୍‌ଘାଟନ ଉତ୍ସବ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ଚାରା ବଣ୍ଟନ ଆରମ୍ଭ କରିଥିଲେ।

ଶେରଗଡ଼ରେ ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ଶେରଗଡ଼ରେ ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ଶେରଗଡ଼,୨୨।୭(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡରେ ରବିବାର ଥିଲା ଠାକୁରଙ୍କ ରଥଯାତ୍ରାର ଅଷ୍ଟମ ଦିନ। ଶନିବାର ଏଠାରେ ଥିବା ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଶେଷ ଦର୍ଶନ ହୋଇଥିଲା।

ଅଲାରିଗଡ଼ରେ ବାହୁଡା ଯାତ୍ରା ପାଇଁ ଭକ୍ତଙ୍କ ସମାଗମ

ଅଲାରିଗଡ଼ରେ ବାହୁଡା ଯାତ୍ରା ପାଇଁ ଭକ୍ତଙ୍କ ସମାଗମ

ଶେରଗଡ଼,୨୨।୭(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ ଗ୍ରାମରେ ନୂତନ ମନ୍ଦିର ଓ ରଥଟଣା ଦେଖିବାକୁ ଭକ୍ତଙ୍କ ଭିଡ ଜମିଛି। ପାଗ ଅନୁକୂଳ ଥିବାରୁ ଚଳିତବର୍ଷ ରଥଯାତ୍ରା ଦେଖିବାକୁ ଶହ ଶହ ଭକ୍ତଙ୍କ ଭିଡ ଲାଗିଛି।

ବିଏମ୍‌ସି ପକ୍ଷରୁ ଖୋଲାଗଲା ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌

ବ୍ରହ୍ମପୁର ଅଫିସ,୨୨ା୭-ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ଗତ ଦୁଇଦିନ ମଧ୍ୟରେ ସହରରେ ୫୯ ମିମି ବର୍ଷା ରେକର୍ଡ କରାଯାଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବର୍ଷା ପାଣି ଜମି ରହିଛି। ବିଶେଷ କରି ୩୩ ନଂ. ୱାର୍ଡ ଅନ୍ତର୍ଗତ ଗଜପତିନଗର ଓ ନୀଳକଣ୍ଠନଗରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ୪ ଇଞ୍ଚ ଉଚ୍ଚତାରେ ଜମି ରହିଛି। ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ଥିବା ଡ୍ରେନ୍‌ ଅଳିଆ ଆବର୍ଜନାରେ ପୋତି ହୋଇଯାଇଥିବାରୁ ସେହି ବାଟ ଦେଇ ବର୍ଷା ଜଳ ନିଷ୍କାସିତ ହୋଇ ପାରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା ମାମଲା, ୫ ଗିରଫ

ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା ମାମଲା, ୫ ଗିରଫ

ଛତ୍ରପୁର,୨୨।୭(ଡି.ଏନ.ଏ) - ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଟାଙ୍ଗଣାପଲ୍ଲୀ ପଞ୍ଚାୟତ ନୂଆ ନଗରଡିହର ଗୋଚର ଜମିରୁ ଗତ୧୫ ତାରିଖରେ ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ତଥା ରାଜମିସ୍ତ୍ରି ଏଙ୍କା ରେଡ୍ଡୀ (୩୮)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ୫ ଜଣଙ୍କୁ ଚମାଖଣ୍ଡି ପୋଲିସ ଗିରଫ କରିଛି। ସେମାନେ ହେଲେ ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ମଙ୍ଗୁଳୁ ଦାସ, ନୀର ଦାସ, ସୁଶାନ୍ତ ମହାରଣା, ବାବୁଲା ଦାସ ଓ ସୁରେଶ ଦାସ। ଏମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଏଥିସହ ଏମାନଙ୍କଠାରୁ ୨ଟି ବାଇକ ଜବତ ହୋଇଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ