ସମ୍ବଲପୁର

ହାଇଦ୍ରାବାଦରେ ଫସିଛନ୍ତି ୪୦ ଦାଦନ ଶ୍ରମିକ: ଚିନ୍ତାରେ ପରିବାର

ହାଇଦ୍ରାବାଦରେ ଫସିଛନ୍ତି ୪୦ ଦାଦନ ଶ୍ରମିକ: ଚିନ୍ତାରେ ପରିବାର
ନୂଆପଡାଅଫିସ/ଖଡିଆଳ, ୯।୧୨- ନୂଆପଡା ଜିଲାରେ ଲୋକେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି। ହେଲେ ସେଠାରେ ନିର୍ଯାତନା ସୀମା ଟପି ଯାଉଛି। ମୁକିଳାବର ବାଟ ପାଉ ନାହାନ୍ତି। ହାଇଦ୍ରାବାଦର ନାଲଗୁଣ୍ଡା ଜିଲାର ଏକ ଇଟାଭାଟିରେ ନୂଆପଡା ଜିଲାର କିଛି ଲୋକ ଏମିତି ଫସି ରହିଛନ୍ତି। ସମ୍ପୃକ୍ତ ଇଟାଭାଟିର ମାଲିକ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି। ଏହାର ଏକ ଭିଡିଓ ହ୍ବାଟ୍ସଆପ ଜରିଆରେ ସାମ୍ନାକୁ ଆସିଛି। ଏଣୁ ଉଦ୍ଧାର ପାଇଁ ସମ୍ପୃକ୍ତ ଶ୍ରମିକାମାନଙ୍କ ପରିବାର ଲୋକେ ଜିଲା ପ୍ରଶାସନକୁ ଜଣାଇଛନ୍ତି। ଖଡିଆଳ ଥାନା ରାଣିମୁଣ୍ଡା ଗାଁର ଶ୍ରମିକମାନେ କିଛି ଦିନ ତଳେ କଣ୍ଟାବାଞ୍ଜି ଅଞ୍ଚଳର ଜଣେ ଶ୍ରମିକ ସର୍ଦ୍ଦାରଙ୍କ ସହାୟତାରେ ହାଇଦ୍ରାବାଦର ଏକ ଇଟାଭାଟିରେ କାମ କରିବାକୁ ଯାଇଛନ୍ତି। ସେଠିକାର ନାଲଗୋଣ୍ଡା ଜିଲା କାତାନଗୁରୁ ଥାନା ଅନ୍ତର୍ଗତ ରାମନଗର ଗାଁରେ ଇଟାଗଢା କାମରେ ସେମାନେ ନିୟୋଜିତ ହୋଇଛନ୍ତି। ହେଲେ କିଛି ଦିନ କାମ କରି ସାରିବା ପରେ ଶ୍ରମିକମାନଙ୍କ ଉପରେ ମାଲିକଙ୍କ ନିର୍ଯାତନା ଆରମ୍ଭ ହୋଇଯାଇଛି । ସାଙ୍ଗରେ ଯାଇଥିବା ଶିଶୁମାନଙ୍କୁ ଏକ ଗୋଦାମ ଘରେ ବନ୍ଦ କରି ରଖିଥିବାବେଳେ ଯୁବତୀମାନଙ୍କ ଉପରେ ବିଭିନ୍ନ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି। ଶ୍ରମିକମାନଙ୍କୁ କମ ପରିମାଣର ଖାଇବାକୁ ଦେଇ ରାତି ଅଧଯାଏଁ କାମ କରାଯାଉଛି। ସେଥିରେ ପୁଣି ଏକ ସନ୍ତସନ୍ତିଆ ପରିବେଶ ମଧ୍ୟରେ ରଖାଯାଇ ଗୋରୁ ଗାଈ ଭଳି ବ୍ୟବହାର କରାଯାଉଛି । ତେବେ ଏହି ଖବରକୁ ଶ୍ରମିକମାନଙ୍କ ସହ ଯାଇଥିବା ଜଣେ ଯୁବକ ମୋବାଇଲରେ କୈଦ କରି ଏଠାକୁ ସୋସିଆଲ ମିଡିଆ ଜରିଆରେ ପଠାଇଛନ୍ତି। ଏହାକୁ ଦେଖିବା ମାତ୍ରେ ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି ା ଘରେ ଚୂଲି ବନ୍ଦ କରି ଏପଟେ ସେପଟେ ଉଦ୍ଧାର କରିବାକୁ ଗୁହାରୀ କରି ବୁଲୁଛନ୍ତି। ଦାଦନ ଖଟିବାକୁ ଯାଇଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ ତୁକାରାମ ହିଆଲ ନାମକ ଜଣେ ଯୁବକ ଜିଲା ଶ୍ରମ ବିଭାଗ ଏବଂ ରାଜ୍ୟ ଶ୍ରମ କମିଶନରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତାଙ୍କ ଅଭିଯୋଗ ପତ୍ର ଅନୁସାରେ ସେଠାରେ ମୋଟ ୪୦ଜଣ ଶ୍ରମିକ ରହିଛନ୍ତି। ତନ୍ମଧ୍ୟରୁ ୧୪ଜଣ ମହିଳା, ୧୬ଜଣ ପୁରୁଷ ଏବଂ ବାକି ୧୦ଜଣ ଶିଶୁ ସାମିଲ ଅଛନ୍ତି। ଏମାନଙ୍କୁ ତୁରନ୍ତ ଉଦ୍ଧାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷେ ଏହି ଖବର ପାଇ ବିଭିନ୍ନ ଯୁବ ସଂଗଠନ ଗାଁକୁ ଆସି ପରିବାର ଲୋକଙ୍କଠାରୁ ଖବର ନେବା ସହ ଶାନ୍ତ୍ୱନା ଦେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜିଲା ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡି ରାଣିମୁଣ୍ଡା ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟଛନ୍ତି।
All Right Reserved By

ସମ୍ବଲପୁର

ଜୈବିକ କୃଷି ସମୟର ଆହ୍ବାନ

ଜୈବିକ କୃଷି ସମୟର ଆହ୍ବାନ

ସୋନପୁର,୨୨।୨(ନି.ପ୍ର.)ଖାଦ୍ୟ ସଙ୍କଟକୁ ଦୂର କରିବା ତଥା ଚାଷୀର ଅର୍ଥନୈତିକ ସ୍ଥିତିର ଉନ୍ନତି ପାଇଁ ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି। କମ୍‌ ଜମିରୁ ଅଧିକ ଅମଳ ପାଇଁ ପ୍ରତିଯୋଗିତା ଚାଲିଛି। 

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । 

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

କଲମପୁର,୨୨।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବରଦୋଳି ଗଁାରେ ରଏବାର ଟୋକି ପରବ୍‌ ପାଲନ ହେଇଥିଲା। ସେନ୍‌ତା ଧୁମଧାମରେ ସୋମବାର ଦାଙ୍ଗଡି ଦୋଲା ପାଲନ କରାଯାଇଛେ। 

ପିଲାକର ଲାଗି ଉସତ୍‌ ଆନନ୍ଦର ଦିନ୍‌ ପୁଷ୍‌ପୁନି

ପିଲାକର ଲାଗି ଉସତ୍‌ ଆନନ୍ଦର ଦିନ୍‌ ପୁଷ୍‌ପୁନି

ରିଷିଡା, ୨୨।୧ (ଡି.ଏନ.ଏ): ପୁଷ୍‌ପୁନି ହେଉଛେ ପଶ୍ଚିମ ଓଡ଼ିଶାବାସୀକର ଗୁଟେ ସିଘା ପରବ। ଇ ସମିଆରେ ଚାଷୀ ବଛରକୁତା ହାଡ଼ଭଂଗା ପରିଶ୍‌ରମ ଉତାରୁ ଟିକେ ଫୁରସତ୍‌ ପାଏସି। ଅମଲ ହେଇଥିବାର ଫସଲକେ ଘରେ ବେଉଁତେ ରଖାଥୁଆ କରି ବଛ୍‌ରେର କାମ ପଟାସି।

ଝରାଡେରାବାସୀକୁ ସାତ୍‌ ସପନ ଇନ୍ଦିରା ଆବାସ  :ଜୀବ୍‌କା ବୁଡ଼ାବାର ଯୋଜ୍‌ନାରେ ପରଶାସନ

ଝରାଡେରାବାସୀକୁ ସାତ୍‌ ସପନ ଇନ୍ଦିରା ଆବାସ :ଜୀବ୍‌କା ବୁଡ଼ାବାର ଯୋଜ୍‌ନାରେ ପରଶାସନ

ଅତାବିରା, ୨୨।୧ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ମହାନଦୀ ଖଁଡ଼ିରେ ଗଲା ୧୫୦ ବଛରରୁ ଅଧ୍‌କା ହେବା ଝରା ସମାଜର ୮ ପରିବାର ରହି ଆସୁଛନ୍‌। ଇମାନକର ଜୀବନ୍‌ ଜୀବ୍‌କା ମହାନଦୀର ସଂଗେ ଜୁଡ଼ି ହେଇ ରହିଛେ। 

କଂସବଧ ସହ ସରିଲା ବରଗଡ଼ ଧନୁଯାତ୍ରା

କଂସବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୨୨।୧ କଂସବଧ ଓ ଉଗ୍ରସେନଙ୍କ ରାଜାଭିଷେକ ଦୃଶ୍ୟାଭିନୟ ପରେ ସୋମବାର ୭୦ତମ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ର୍ରା ମହୋତ୍ସବ ଶେଷ ହୋଇଛି । ଗତ ୧୧ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ କଂସ ଅଭିନେତାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟ ଯେଭଳି ଚମତ୍କାର ଥିଲା, ଆଲୋକ ଓ ତୋରଣ ସାଜସଜ୍ଜା ସେଭଳି ଆକର୍ଷଣୀୟ ହୋଇପଡ଼ିଥିଲା । ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ ଅଭିନୟ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଲକ୍ଷାଧିକ ଦର୍ଶକଙ୍କୁ ମଥୁରାନଗରୀ ଓ ଗୋପପୁରକୁ ଟାଣି ଆଣିଥିଲା । 

କୁଟୁମବସିଆ ଯାଇଛନ୍‌ ଦାଦନ ଖଟି  :ଘର ଜୁଗିଛନ୍‌ ୯୦ ବଛ୍‌ରିଆ ବୁଢ଼ୀ ମା’

କୁଟୁମବସିଆ ଯାଇଛନ୍‌ ଦାଦନ ଖଟି :ଘର ଜୁଗିଛନ୍‌ ୯୦ ବଛ୍‌ରିଆ ବୁଢ଼ୀ ମା’

ଖପ୍ର୍ରାଖୋଲ,୨୨।୧(ଡି.ଏନ.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜ୍‌ନା ଉପରେ ଯୋଜ୍‌ନା କରି ଲୁକ୍‌କୁ ଜିଁବାର ଖାଏବାର ରଂଗୀନ ସପନ ଦେଖଉଛନ୍‌। ହେଲେ ଆଏଜ୍‌ ବି ଅନେକ ଗଁାଗଁଲିରେ ଭୁଖ୍‌ମରିର ଫଟିକ୍‌ ଚିତ୍‌ର ଦେଖ୍‌ବାକେ ମିଲୁଛେ। ଗରିବ୍‌ ଦୁଖିକର ଲାଗି ଯୋଜ୍‌ନାମାନ ତିଆର ହେଉଛେ ସତ୍‌ ହେଲେ ହକ୍‌ଦାର ହିତାଧିକାରୀକଁର ପାସେ ପୁହୁଁଚି ନାଇଁପାରବାର। 

ସୁବର୍ଣ୍ଣପୁରରେ ଗଡିଲା ମିଶନ ଶକ୍ତି ରଥ

ସୁବର୍ଣ୍ଣପୁରରେ ଗଡିଲା ମିଶନ ଶକ୍ତି ରଥ

ସୋନପୁର,୨୧।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ମହିଳାମାନଙ୍କୁ ସଚେତନ କରିବା ପାଇଁ ସୋମବାର ଦୁଇଟି ମିଶନ ଶକ୍ତି ରଥର ଶୁଭାରମ୍ଭ ହୋଇଛି। ଜିଲାପାଳ ମଧୁସୂଦନ ମିଶ୍ର ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ୬୦ଦିନ ପର୍ଯ୍ୟନ୍ତ ଜିଲାର ୬ଟି ବ୍ଲକ ଓ ସହରର ସମସ୍ତ ୱାର୍ଡ ପରିକ୍ରମା କରିବ। ମିଶନ ଶକ୍ତି ସମ୍ପର୍କରେ ଓ ସରକାରୀ ଯୋଜନା ବିଷୟରେ ସଚେତନ କରାଯିବ। 

ସୁବର୍ଣ୍ଣପୁର : ମୋଟ ଭୋଟର ୪ ଲକ୍ଷ ୫୦ ହଜାର ୭୯୫

ସୁବର୍ଣ୍ଣପୁର : ମୋଟ ଭୋଟର ୪ ଲକ୍ଷ ୫୦ ହଜାର ୭୯୫

 ସୋନପୁର,୨୧।୧(ନି.ପ୍ର.):ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ତାଲିକା ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲାରେ ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ଅଛନ୍ତି। ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୬ ହଜାର ୧୧ ଭୋଟର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪ ହଜାର ୭୮୪ ଜଣ ଭୋଟର ରହିଛନ୍ତି। 

ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ତରଭା, ୨୧ା୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ତରଭା ସରକାରୀ ବାଳକ ହାଇସ୍କୁଲ ଖେଳ ପଡିଆରେ ତରଭା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ତୃତୀୟ ଶିକ୍ଷକ ମହୋସତ୍ବ-୧୯ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବସନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଡ. ହଳଧର ନାଗ ଯୋଗ ଦେଇଥିଲେ।

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

ମଥୁରାନଗରୀ,୨୧।୧: ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ସୋମବାର ଦଳ ଛାଡ଼ିଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ଓ ଜିଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କେଉଁ ଦଳରେ ସେ ଯୋଗଦେବେ ସେ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ।

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଉରକେଲା, ୨୧।୧:  ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ସୋମବାର ନିଆଁ ଲାଗିଯାଇଛି। ରାଉରକେଲା ଷ୍ଟେଶନ ପୂର୍ବରୁ ତିଲ୍‌କା ନଗର ନିକଟରେ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା।