ସମ୍ବଲପୁର

ଚାଷୀଙ୍କୁ ପଞ୍ଚର ନାଲିଆଖି

ଚାଷୀଙ୍କୁ ପଞ୍ଚର ନାଲିଆଖି
ନୂଆପଡା ଅଫିସ,୯। ୧୨- ପ୍ରଶାସନିକ ଦୋଷ ଦୁର୍ବଳତା ଯୋଗୁଁ ବିଭିନ୍ନ ସମୟରେ ଜିଲା ସଂପୂର୍ଣ୍ଣ ଭାବରେ ମରୁଡିଗ୍ରସ୍ତ ହେଉଛି। ହେଲେ ସରକାର ମରୁଡି ଅଞ୍ଚଳ ଭାବେ ଘୋଷଣା କରୁନାହାନ୍ତି। ଫଳରେ ରାଜ୍ୟର ଅନ୍ୟାନ୍ୟ ଜିଲାର ଚାଷୀମାନେ ଘୋଷିତ ସହାୟତା ରାଶି ପାଉଥିବାବେଳେ ନୂଆପଡା ଜିଲାର ବିଭିନ୍ନ ଅଞ୍ଚଳ ଏଥିରୁ ବାଦ ପଡୁଛି। ଏଣୁ ଏଥର ମଧ୍ୟ ଆଗକୁ ମରୁଡି ସହାୟତା ମିଳିବ କି ନାହିଁ ଚାଷୀ ଦ୍ୱନ୍ଦ୍ୱରେ ରହିଛନ୍ତି। ବର୍ତମାନ ଜିଲାରେ ଧାନକିଣା ଚାଲିଥିବାବେଳେ ଚାଷୀମାନେ ଭୟରେ ମଣ୍ଡିକୁ ଧାନ ଆଣୁନାହାନ୍ତି। ଏପରିକି ବିଭିନ୍ନ ଗଁ। ପଞ୍ଚରେ ମଣ୍ଡିରେ ଧାନ ବିକ୍ରି ନ କରିବାକୁ ନେଇ ସିଦ୍ଧାନ୍ତ ନିଆଯାଉଛି । ଏଥିପାଇଁ ପଞ୍ଚ ଚାଷୀଙ୍କୁ ନାଲି ଆଖି ଦେଖାଇଛି। ମଣ୍ଡିରେ ଧାନ ନ ବିକିବାକୁ କଡା ଗଳାରେ ହୁକୁମ୍‌ ବି ଦେଇଛି। ଆଉ ଯିଏ ନ ମାନିବ ସେ ପଞ୍ଚକୁ ୫ ହଜାର ତଣ୍ଡ ଗଣିବ ବୋଲି ସଫା ସଫା ଶୁଣାଇଛି। ଫଳରେ ପଞ୍ଚକୁ ଡରି ଜଲାରେ ଚାଷୀ ଲାଙ୍ଗୁଡ ଜାକିଛନ୍ତି। ସଦର ବ୍ଲକ ଭାନପୁର ଗାଁରେ ଏମିତି ଘଟଣା ସାମ୍ନାକୁ ଆସିଛି। କୌଣସି ଚାଷୀ ଯଦି ମଣ୍ଡିକୁ ଧାନ ନେଇ ବିକ୍ରି କରନ୍ତି ତେବେ ତାଙ୍କୁ ପଞ୍ଚରେ ୫ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ସ୍ଥିର ହୋଇଛି। ଏଭଳି ପରିସ୍ଥିତିରେ ସେହି ଗାଁର ଜଣେ ଚାଷୀ କିନ୍ତୁ ପଞ୍ଚକୁ ଚ୍ୟାଲେଞ୍ଜ ଦେଇ ଧାନକୁ ନେଇ ବିକ୍ରି କରିଛନ୍ତି। ହେଲେ ଗାଁ ପଞ୍ଚର ଡର ତାଙ୍କୁ ଗୋଡାଉଛି। ଏଥିରୁ ମୁକୁଳିବାକୁ ଏବେ ସେ ଜିଲା ପ୍ରଶାସନର ଶରଣ ପଶିଛନ୍ତି। ଅନ୍ୟପକ୍ଷେ ଏଠାରେ ଭାଇଚାରା ଆଣିବାକୁ ବେଲଟୁକୁରୀ ଥାନା ପୋଲିସ ଶନିବାର ପହଞ୍ଚତ୍ ଲୋକଙ୍କୁ ବୁଝାଇଛି। ନୂଆପଡ଼ା ଜିଲା ସଦର ମହକୁମାଠାରୁ ୩୦କିମି ଦୂର ବରଗଡ ଜିଲା ସୀମାରେ ନବଗଠିତ ଭାନପୁର ପଞ୍ଚାୟତ ସଦର ଗାଁ ଏଥର ସଂପୂର୍ଣ୍ଣ ଭାବରେ ମରୁଡିଗ୍ରସ୍ତ ହୋଇଛି । ଏହି ଗାଁର ଅର୍ଦ୍ଧାଧିକ ଚାଷୀ ଧାନ ବିକିବା ତ ଦୂରର କଥା ବରଂ ବର୍ଷକର ଖାଇବାକୁ ମଧ୍ୟ ଧାନ ପାଇନାହାନ୍ତି। ଚାଷୀ ଡୋଳାମଣୀ ପ୍ରଧାନ ଏହା କହିଛନ୍ତି। ଚାଷୀ ବିଗତ ବର୍ଷମାନଙ୍କରେ ମଧ୍ୟ ବାରମ୍ବାର ମରୁଡିର ଶିକାର ହୋଇଆସିଛନ୍ତି। ହେଲେ ସରକାରୀ ଭାବରେ ମରୁଡି ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥର ମଧ୍ୟ ଚାଷୀଙ୍କ ଜମିରେ ଗୋରୁ ଚରିଗଲେ। ଯାହାବି କିଛି ଚାଷ ହୋଇଥିଲା ସେଥିରେ ଚକଡା ଦାଉ ସାଧିଲା । ଏପରି ସ୍ଥିତିରେ ଗାଁରେ କିଛି ଖୁଚୁରା ବେପାରୀ ଅଞ୍ଚଳରେ ବୁଲି ବୁଲି ଧାନ କିଣି ବେପାର କରୁଛନ୍ତି। ଏମାନଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ଏକଜୁଟ ହୋଇ କିଛି ଦିନ ତଳେ ଗ୍ରାମସଭା କରିଥିଲେ। ସେଥିରେ ଚୂଡାନ୍ତ ନିଷ୍ପତି ହୋଇଥିଲା ଯେ ଯିଏବି ମଣ୍ଡିରେ ଧାନ ବିକ୍ରି କରିବ ତାଙ୍କୁ ସଭାରେ ୫ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ନ ଚେତ ତାଙ୍କୁ ଗାଁରୁ ଏକ ଘରିକିଆ କରି ଦିଆଯିବ। ଏସବୁ ସତ୍ତ୍ୱେ ଗାଁର ବ୍ରିଜଲାଲ ରଣା ନାମକ ଜଣେ ଚାଷୀ ନିଜ ନାମରେ କୁଲିହାବନ୍ଧା ମଣ୍ଡିରେ ୧୦୦ବସ୍ତା ଧାନ ବିକ୍ରି କରିଛନ୍ତି। ହେହଲେ ସେ କୁଆଡେ ୫ହଜାର ଟଙ୍କା ଦେବାକୁ ମନା କରି ଜଲାପାଳଙ୍କ କାର୍ଯ୍ୟଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ରିଜଲାଲ ଦର୍ଶାଇଛନ୍ତି ଯେ, ତାଙ୍କ ଜମି ଜଙ୍ଗଲ ତଳି ଅଞ୍ଚଳରେ ରହିଛି। ଏଥର ସେ ୧୭୦ ବସ୍ତା ଧାନ ପାଇଥିଲେ। ସେଥିରୁ ୧୦୦ ବସ୍ତା ଧାନ ପରିବାର ପ୍ରତିପୋଷଣ ସକାଶେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ହେଲେ ଏଥିପାଇଁ ତାଙ୍କ ବାସନ୍ଦର ଶିକାର ହେବାକୁ ପଡିଛି। ଅନ୍ୟପକ୍ଷେ ଗ୍ରାମସଭା କହିଛି ଯେ, ବ୍ରିଜଲାଲ ଜଣେ ଖୁଚୁରା ବେପାରୀ। ତାଙ୍କୁ ସଭାରେ ବାରମ୍ବାର ମନା କରାଯାଇଥିଲା । ମଣ୍ଡିରେ ବିକ୍ରି ନ କରି ବାହାରେ ବିକ୍ରି କରିବାକୁ କୁହାଯାଇଥିଲା । ତାଙ୍କୁ କୌଣସି ପ୍ରକାର ବାସନ୍ଦ କରାଯାଇନାହିଁ। ତେବେ ତହସିଲଦାର ଜୟଶ୍ରୀ ପାଢୀ କହିଛନ୍ତି ଯେ, ମଣ୍ଡିରେ ଧାନ ବିକ୍ରି କରିବା ସହ ମରୁଡି ଘୋଷଣାର କୌଣସି ସମ୍ପର୍କ ନାହିଁ । ଚାଷୀମାନେ ବିନା ଦ୍ୱିଧାରେ ମଣ୍ଡିକୁ ଧାନ ନେଇ ବିକ୍ରି କରନ୍ତୁ।
All Right Reserved By

ସମ୍ବଲପୁର

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ବୀରମହାରାଜପୁର,୨୩।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଲୁଟୁପଙ୍କ ପଞ୍ଚାୟତ ଘିଚାପାଲି ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର  ରଞ୍ଜନ ବିଭାର(୨୯) ଶୋଇଥିବା ବେଳେ କୌଣସି କାରଣରୁ  ଘରେ ନିଆଁ ଲାଗିଯାଇଥିଲା।

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା| 

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ବୀରମହାରାଜପୁର, ୨୩।୧ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ୩୭ତମ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥିମାନେ ଉଦ୍‌ବୋଧନ ପ୍ରସଙ୍ଗରେ ମତପ୍ରକାଶ କରିଥିଲେ ଯେ, କଠିନ ପରିଶ୍ରମର ବିକଳ୍ପ ନାହିଁ। 

ଜୋଙ୍କ ଜଳ ବିବାଦ ଘଟଣା  ଜିଲାପାଳ, ଏସପିଙ୍କ ମାରାଥନ ବୈଠକ  ଆଗକୁ ଆସିଛନ୍ତି ଦୁଇ ପକ୍ଷ

ଜୋଙ୍କ ଜଳ ବିବାଦ ଘଟଣା ଜିଲାପାଳ, ଏସପିଙ୍କ ମାରାଥନ ବୈଠକ ଆଗକୁ ଆସିଛନ୍ତି ଦୁଇ ପକ୍ଷ

ନୂଆପଡା ଅଫିସ,୨୩ା୧-ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନ ବିବାଦ ଚରମ ସୀମାରେ ପହଞ୍ଚତ୍ଥିବା ବେଳେ ଜିଲା ପ୍ରଶାସନ ତରଫରୁ ଜିଲାପାଳ  ଏବଂ ଏସପି ତପତ୍ରତା ପ୍ରକାଶ କରି ମାରାଥନ ବୈଠକ ଚଳାଇଛନ୍ତି। 

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ଳଡୁଗାଁ,୨୩।୧(ଡି.ଏନ.ଏ):  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଭିରକାପଡ଼ାର ଚନ୍ଦ୍ରକଳା ଧଙ୍ଗଡାମାଝୀ(୧୭)। 

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ଘଣ୍ଟାପଡା,୨୩ା୧(ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ସୁଖାମୁଣ୍ଡାରେ କୃଷି ଭିତିକ୍‌ ଗଣପରବ୍‌ ଭୀମ ଯାତ୍‌ରା ଆର ଥାନୀୟ ଭାଷାରେ ପୁଷ୍‌ପୁନି ପରବ୍‌ ଜାକ୍‌ଜମକ୍‌ରେ ପାଲିତ ହେଇଯାଇଛେ। 

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ଲାଠୋର,୨୩ା୧(ଡି.ଏନ.ଏ.):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ସବୁଜ ପ୍ରତିକାଧାରୀ ପରିବାରମାନକୁ ସରକାରୀ ହିସାବେ ଯେନ୍‌ସବୁ ସୁବିଧା ସୁଯୋଗ ମିଲବାର କଥା ନାଇଁ ମିଲୁଥିବାର ଅଭିଯୋଗ ହେଇଛେ।

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗୀର ଅଫିସ, ୨୨ା୧: ବଲାଙ୍ଗୀର ଆର୍ଯ୍ୟ ମନ୍ଦିର ପରିସରରେ ନିଖିଳ ଉତ୍କଳ ଶିକ୍ଷକ କଂଗ୍ରେସ ବଲାଙ୍ଗୀର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ବଲାଙ୍ଗୀର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଯୋଗଦାନ କରିଥିଲେ । ସମ୍ମିଳନୀ ଆବାହକ ତଥା ସଂଯୋଜକ ବାମଦେବ ମିଶ୍ର ସଭାରେ  ସଂଯୋଜନା କରିଥିଲେ। 

ଜୈବିକ କୃଷି ସମୟର ଆହ୍ବାନ

ଜୈବିକ କୃଷି ସମୟର ଆହ୍ବାନ

ସୋନପୁର,୨୨।୨(ନି.ପ୍ର.)ଖାଦ୍ୟ ସଙ୍କଟକୁ ଦୂର କରିବା ତଥା ଚାଷୀର ଅର୍ଥନୈତିକ ସ୍ଥିତିର ଉନ୍ନତି ପାଇଁ ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି। କମ୍‌ ଜମିରୁ ଅଧିକ ଅମଳ ପାଇଁ ପ୍ରତିଯୋଗିତା ଚାଲିଛି। 

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । 

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

କଲମପୁର,୨୨।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବରଦୋଳି ଗଁାରେ ରଏବାର ଟୋକି ପରବ୍‌ ପାଲନ ହେଇଥିଲା। ସେନ୍‌ତା ଧୁମଧାମରେ ସୋମବାର ଦାଙ୍ଗଡି ଦୋଲା ପାଲନ କରାଯାଇଛେ।