ସମ୍ବଲପୁର

ଅଙ୍ଗନଓ୍ବାଡି କେନ୍ଦ୍ରକେ ନେଇ ଘିଁଚାଟନା

ଅଙ୍ଗନଓ୍ବାଡି କେନ୍ଦ୍ରକେ ନେଇ ଘିଁଚାଟନା


ମାନେଶ୍ୱର, ୯।୧୨ (ଡି.ଏନ.ଏ)
ସମ୍ବଲପୁର ଜିଲା ଜୁଜୁମୁରା ବ୍ଳକ ଲିପିଣ୍ଡା ପନ୍‌ଚେତ ଭାଡିମୁରା ଗଁ।ର ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଲା ସଂଖ୍ୟା ବଢ଼ବାର ଲାଗି ଆର ଗୁଟେ ମିନି ସେଣ୍ଟର ଖୁଲା ହେଇଛେ। ଇ ମିନି ସେଣ୍ଟରରେ ଧାତକିପଡା ଆର ବେହେରେନବସା ଦୁଇଟା ପଡାର ପିଲା ପାଠ ପଢ଼ବେ। ହେଲେ ଦୁହି ପଡାର ଗାଲିଗୁଲମାଲ ଲାଗି କେନ୍ଦ୍ରଟା ଗଁ। ବାହାରେ ଗୁଟେ କୁଡିଆ ଘରେ ଚାଲୁଛେ। ଇ କେନ୍ଦ୍ରଟା ରାସତା ତରାଥି ଚାଲିଥିବାର ଲାଗି କର୍ମୀ ଆର ପିଲା କେହି ସୁରକ୍ଷିତ ନୁହନ ବଲି ଅଭିଯୋଗ ହେଉଛେ। କେତେବେଲେ କେନ ଦୁର୍ଘଟନା ଘଟବାର ଶଁକା ରହୁଛେ। ଧାତକିପଡା ଆର ବେହେରନବସାରେ ପାଖାପାଖି ୧୫ ପରିବାର ରହୁଛନ। ଦୁହି ପଡାର ମଝାମଝି କେନ୍ଦ୍ର ଖୁଲବାରଲାଗି ପଡାରେ ନିଷପତି ହେଇଥିବାର କେତେ ଗଁାବାସୀ କହିଛନ। ହେଲେ ସୁରକ୍ଷାକେ ନେଇ ଏହେଦକା ଅଡୁଆରେ ପଡିଛେ ବିଭାଗ କାରନ ପିଲାକର ସୁରକ୍ଷା ଦାୟିତ୍ୱ ହେଉଛେ ବିଭାଗର। ଇ ବାବଦେ ବିଡିଓ ରାଜେଶ ଅଗ୍ରଓ୍ବାଲକୁଁ ପଚରାବାରେ ନୂଅଁ। ଘର ବନାବାରେ ବ୍ଲକ ପରଶାସନ ପୁରା ସହଯୋଗ କରବା। ବୁଝାବିଚରା କରି ପଦକ୍ଷେପ ନିଆଯିବା ବଲି କହିଥିଲେ।

All Right Reserved By

Model This Week

Model This Week

ସମ୍ବଲପୁର

ନବଜୀବନ ବିଦ୍ୟାପୀଠରେ ଅଗ୍ନିକାଣ୍ଡ

ବଲାଙ୍ଗୀର ଅଫିସ, ୨୬।୪- ବଲାଙ୍ଗୀର ନବଜୀବନ ବିଦ୍ୟାପୀଠରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ପଦ୍ମପୁର, ୨୬।୪ (ଡି.ଏନ.ଏ.): ପଦ୍ମପୁରଠାରେ ବରଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତତ୍ତ୍ବାବଧାନରେ ଗୁରୁବାର ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସ୍ଥାନୀୟ ରାଜବୋଡସମ୍ବର ଉଚ୍ଚ ବିଦ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

ଜମିକୁ ମାଡୁନି କେନାଲ ପାଣି, ରାସ୍ତାକୁ ଓହ୍ଲାଇଲେ ଚାଷୀ

ଜମିକୁ ମାଡୁନି କେନାଲ ପାଣି, ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ ଅଫିସ,୨୬।୪: ବରଗଡ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧୀନ ଭେଡେନ ବ୍ଲକର ଅନେକ ଚାଷଜମିକୁ କେନାଲ ପାଣି ମାଡୁନାହିଁ। ଫଳରେ ରବି ଫସଲ ଉଜୁଡି ଯାଇଛି। ଉକ୍ତ ବ୍ଲକକୁ ହୀରାକୁଦ ଜଳସେଚିତ ଅଞ୍ଚଳ କୁହାଯାଉଥିବାବେଳେ ଏଠାରେ ଏଭଳି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। କେନାଲ ଥିଲେ ମଧ୍ୟ ତଳମୁଣ୍ଡକୁ ପାଣି ପହଞ୍ଚୁ ନ ଥିବା ଯୋଗୁ ପ୍ରତିବର୍ଷ ଶହ ଶହ ହେକ୍ଟର ଫସଲ ଧୂଳିସାତ ହେଉଛି।

ପାଟଣାଗଡ଼ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ପାଟଣାଗଡ଼ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୬।୪: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଯଥା ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଗୁରୁବାର ପୂର୍ବାହ୍ନରେ ୬ଦିନିଆ ରିମାଣ୍ଡରେ ନେଇଛି।

ଅସ୍ଥାୟୀ ବନ୍ଧରେ ଅସୁରକ୍ଷିତ ମାଛ,କଇଁଛ

ଅସ୍ଥାୟୀ ବନ୍ଧରେ ଅସୁରକ୍ଷିତ ମାଛ,କଇଁଛ

ମାନେଶ୍ୱର,୨୬।୪(ଡି.ଏନ.ଏ): ସମ୍ବଲପୁର ଜିଲାର ପ୍ରସିଦ୍ଧ ଶୈବପୀଠ ମାନେଶ୍ୱର ମାନଧାତା ବାବା ମନ୍ଦିରର ପାରିପାର୍ଶ୍ୱିକ ଉନ୍ନୟନ କାମ ଜିଲା ପ୍ରଶାସନ ହାତକୁ ନେଇଛି ।

ଲେଉଟିଲା ଜଣ୍ଡିସ୍‌, ସତର୍କ ହୋଇଯାଅ

ଲେଉଟିଲା ଜଣ୍ଡିସ୍‌, ସତର୍କ ହୋଇଯାଅ

ସମ୍ବଲପୁର,୨୬।୪ (ବ୍ୟୁରୋ): କେତେକ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ନେଇ ପୁଣି ସମ୍ବଲପୁର ସହରକୁ ଏହି ମହାମାରୀ ରୋଗ ଲେଉଟିଥିବା ସାଧାରଣରେ ହଇଚଇ ସୃଷ୍ଟି ହୋଇଛି।

୫ ବଛର ହେଲା ଗଛେ ରହୁଛନ୍‌ ବାଏଚିତିଆ ବିଜୁ

ବଲାଙ୍ଗୀର ଅଫିସ/ଲୋଇସିଂହା,୨୬।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ୍‌ର ରାକସିମୁଣ୍ଡା ଗଁ।ର ବିଜୁ ପୁଟେଲ (୪୨) ହେଉଛନ୍‌ ଝନେ ମାନ୍‌ସିକ୍‌ ରୁଗୀ। ବିଜୁର ମାନ୍‌ସିକ୍‌ ଥିତି ଭଲ୍‌ ନାଇଁଥିବାର ଲାଗି ରାକସିମୁଣ୍ଡା-ବିଲାଇସର୍ଡା ରାସ୍‌ତା ତରେ ଥିବାର ଗୁଟେ ପିପଲ୍‌ ଗଛେ ଗଲା ୫ ବଛର ହେଲା ରହି ଆସୁଛନ୍‌। ଜିଲା ପର୍‌ଶାସନ୍‌ ଆର୍‌ ସୁଆସ୍‌ତିଅ ବିଭାଗ୍‌ ବିଜୁକେ ଉଚ୍‌ ଚିକିଛା ଯୁଗେଇଦେବାକେ ପରିବାର ଲୋକ୍‌ ଦାବି କରିଛନ୍‌।

ଚାଲିଛି ଅବାଧ ଗଛକଟା

ଚାଲିଛି ଅବାଧ ଗଛକଟା

ଦେଓଗାଁ,୨୬।୪ (ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ତଥା ପାଟଣାଗଡ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାମଚନ୍ଦ୍ରପୁର, ଦେଷଣ୍ଡ, ସିଙ୍ଗାମୁଣ୍ଡା ଅଞ୍ଚଳରେ କାଠଚୋରଙ୍କ ଦୌରାମତ୍‌ୟ ବୃଦ୍ଧି ପାଇଛି ।

ଚାଷୀକୁଁ ଘାରୁଛେ ମର୍‌ଡି ଶଁକା

ଚାଷୀକୁଁ ଘାରୁଛେ ମର୍‌ଡି ଶଁକା

ବିନିକା/ସିଂଘିଯୁବା,୨୬।୪(ଡି.ଏନ୍‌.ଏ): ବିନିକା ଅଂଚଲର ଚାଷୀକର ଜୀବନ୍‌ରେଖା କୁହାଯାଉଥିବାର ଚୌକିଯୋର ବହୁତ୍‌ ଦିନ୍‌ ହେଲା ସୁଖା ପଡ଼ିଥିଲା। ହେଲେ ୧୨ ଦିନ୍‌ ଉତାରୁ ଟିକେ ପଏନ୍‌ ଆସିଛେ।

ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ନେଇ ବିବାଦ

ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ନେଇ ବିବାଦ

ରାଉରକେଲା ଅଫିସ,୨୬।୪: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଓ ଆରଏମସି ଅଧୀନସ୍ଥ ନବକୃଷ୍ଣନଗରଠାରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ସହଯୋଗରେ ୭୫ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ଅର୍ବାନ ହେଲ୍‌ଥ ସେଣ୍ଟର ନିର୍ମାଣକୁ ନେଇ ବିବାଦ ଆରମ୍ଭ ହୋଇଛି।

 ୩୫୦ ଏକର ଧାନକ୍ଷେତରେ ଚକଡ଼ାପୋକ

୩୫୦ ଏକର ଧାନକ୍ଷେତରେ ଚକଡ଼ାପୋକ

ଧମା,୨୬।୪(ଡି.ଏନ.ଏ.): ପ୍ରତିକୂଳ ପରିସ୍ଥିତି ସହ ମୁକାବିଲା କରି ଚାଷୀ ଚାଷକାର୍ଯ୍ୟ କରିଚାଲିଛି। ଛାତିକୁ ପଥର କରି ଘାତ ପ୍ରତିଘାତ ସବୁକୁ ମୁଣ୍ଡ ପାତି ବିଲରେ ଖଟୁଛି। ସଂସାର ଜଞ୍ଜାଳକୁ ଏଡ଼ାଇ ଯାଇ କ୍ଷେତରେ ସୁନା ଫଳାଇବା ଲକ୍ଷ୍ୟରେ ବର୍ଷତମାମ କ୍ଷେତରେ ପଡ଼ି ରହୁଛି।

ବଣ୍ଡାକୁଟ୍ରା ଇନ୍ଦ୍ରାବତୀ ମୁଖିଆ କେନାଲ ପୁଲିଆ ବିପଦ ମୁଢ଼େଇ ଯା ଆସ କରୁଛନ୍‌ ଗାଁବାସୀ

ବଣ୍ଡାକୁଟ୍ରା ଇନ୍ଦ୍ରାବତୀ ମୁଖିଆ କେନାଲ ପୁଲିଆ ବିପଦ ମୁଢ଼େଇ ଯା ଆସ କରୁଛନ୍‌ ଗାଁବାସୀ

ଜୁନାଗଡ,୨୬।୪(ଡି.ଏନ.ଏ.)- ଫିବଛର୍‌ ଇନ୍ଦ୍ରାବତି ଡେବ୍‌ରି ଫାଲର କେନାଲ ମରାମତି ନଁାରେ ଲକ୍ଷଲକ୍ଷ ଟଁକା ଖରଚ କରାଯାଉଛେ। ହେଲେ ଯେନ୍‌ଠାନେ ଦର୍‌କାର ଅଛେ ସେଠାନେ ନାଇଁକରି କରି ଦର୍‌କାର ନାଇଁଥିଲା ଜାଗାରେ କରାଯାଉଥିବାର ଅଭିଯୋଗ୍‌ ହେଉଛେ। ବିଭାଗୀୟ ଅଧ୍‌କାରୀ ଆର୍‌ ଠିକାଦାରକଁର ମିଲାମିଶାରେ ଇ ସବୁ କାଯ୍‌ ହେଉଛେ।