ସମ୍ବଲପୁର

ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
ରାଉରକେଲା ଅଫିସ, ୯।୧୨: ବିସ୍ରା ଛକ ନିକଟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୮ ଏସି, ୪୦ରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର, ଟେବୁଲ, ଚେୟାର ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। କିନ୍ତୁ କ୍ୟାଶ୍‌ କାଉଣ୍ଟର୍‌ ଓ ସର୍ଭର ରୁମ୍‌କୁ ଅଗ୍ନିଶମ ବାହିନୀଙ୍କ ଉଦ୍ୟମ ଯୋଗୁ ରକ୍ଷା କରାଯାଇଛି। ଅଗ୍ନିକାଣ୍ଡ ଶର୍ଟ ସର୍କିଟ କାରଣରୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଅଗ୍ନିକୁ ଆୟତ୍ତ କରିବା ପାଇଁ ଷ୍ଟିଲ ପ୍ଲାଣ୍ଟର ୨ ଓ ଅଗ୍ନିଶମ ବିଭାଗର ୩ଟି ଦମକଳ ନିୟୋଜିତ ହୋଇଥିଲେ। ଡେପୁଟି ଫାୟାର ଅଫିସର ବିନୋଦ କୁମାର ସିଂଙ୍କ ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମୟରେ ପ୍ରବଳ ଧୂଆଁ ବାହାରିଥିଲା। ଫଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବ୍ରିଦିଙ୍ଗ ଆପାରଟସ୍‌ (ନିଃଶ୍ୱାସ ପ୍ରଶ୍ୱାସରେ ବ୍ୟବହୃତ ଯନ୍ତ୍ର) ବ୍ୟବହାର କରି ବ୍ୟାଙ୍କ ମଧ୍ୟରେ ପଶିଥିଲେ। ଭୋର ୫.୩୦ରୁ ୮ଟା ପର୍ଯ୍ୟନ୍ତ ଏହି ଅପରେଶନ ଚାଲିଥିଲା। ଏଥିରେ ଧୂଆଁକୁ ବ୍ୟାଙ୍କରୁ ବାହାର କରିବା ପାଇଁ ସ୍ମୋକ୍‌ ଏକ୍‌ଜଷ୍ଟର୍‌ ବ୍ୟବହାର କରାଯାଇଥିଲା। ଏହା ସହ ୩୦ ଜଣ କର୍ମଚାରୀ ଏଥିରେ ନିୟୋଜିତ ଥିଲେ ବୋଲି ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
All Right Reserved By

ସମ୍ବଲପୁର

କର୍ଲାମୁଣ୍ଡା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

କର୍ଲାମୁଣ୍ଡା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

କର୍ଲାମୁଣ୍ଡା,୧୮।୯(ଡି.ଏନ.ଏ.): ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଭୁବନେଶ୍ୱର ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ସଂଘ ପକ୍ଷରୁ ପଞ୍ଚାୟତସ୍ତରୀୟ ପଦଯାତ୍ରା ଆରମ୍ଭ କରାଯାଇଛି । 

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର

କର୍ଲାମୁଣ୍ଡା,୧୮।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲଠାରେ ବ୍ଲକସ୍ତରୀୟ ବିଜ୍ଞାନ ସମ୍ବନ୍ଧୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ବ୍ଲକରେ ଥିବା ୧୪ଟି ହାଇସ୍କୁଲ ମଧ୍ୟରୁ ୪ଟି ବ୍ଲକଗ୍ରାଣ୍ଟ ହାଇସ୍କୁଲ ବ୍ୟତୀତ ସମସ୍ତ ହାଇସ୍କୁଲ ଛାତ୍ରୀଛାତ୍ରମାନେ ଯୋଗଦେଇ ଔଦ୍ୟୋଗିକ କ୍ରାନ୍ତିରେ ଚତୁର୍ଥ ଅବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।

ପିଏମ୍‌ଏୱାଇ ବିଲ୍‌ ପାଇଁ ଲାଞ୍ଚ: ଭିଜିଲାନ୍ସ ଦ୍ୱାରା ଜିଆର୍‌ଏସ ଗିରଫ

ପିଏମ୍‌ଏୱାଇ ବିଲ୍‌ ପାଇଁ ଲାଞ୍ଚ: ଭିଜିଲାନ୍ସ ଦ୍ୱାରା ଜିଆର୍‌ଏସ ଗିରଫ

ସୋନପୁର/ସିଂଘିଯୁବା,୧୮।୯(ନି.ପ୍ର./ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ୍‌) ଅମିତ ଅଗ୍ରୱାଲା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଗଣେଶ ମୂର୍ତ୍ତି ବିସର୍ଜନରେ ଅଘଟଣ, ପାଣିରେ ବୁଡି ଛାତ୍ର ମୃତ

ଗଣେଶ ମୂର୍ତ୍ତି ବିସର୍ଜନରେ ଅଘଟଣ, ପାଣିରେ ବୁଡି ଛାତ୍ର ମୃତ

ପାଟଣାଗଡ,୧୮।୯(ଡି.ଏନ.ଏ.): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟଣାଗଡ ଥାନା ଅନ୍ତର୍ଗତ ସିଆଲବନ୍ଧ ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ର ରୂପାନନ୍ଦ ସା (୧୩)। 

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟ କଚେରି ଅଚଳ କଲେ ଆଇନଜୀବୀ

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟ କଚେରି ଅଚଳ କଲେ ଆଇନଜୀବୀ

ବୀରମହାରାଜପୁର, ୧୮।୯(ଡି.ଏନ.ଏ.): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଆଇନଜୀବିଙ୍କ ତରଫରୁ ଚାଲିଥିବା ଆନ୍ଦୋଳନ ପୁଣିଥରେ ହେବାକୁ ଲାଗିଛି। 

କେବିକେ ପ୍ରଶାସକଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

କେବିକେ ପ୍ରଶାସକଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

ଗୋଲାମୁଣ୍ଡା,ତା୧୮। ୯(ଡିଏନଏ): କେବିକେ ପ୍ରଶାସକ ସୁଦର୍ଶନ ପାଲ ଠାକୁର କଳାହାଣ୍ଡି ଜିଲା ଗସ୍ତରେ ଆସି ସୋମବାର ଗୋଲାମୁଣ୍ଡା ବ୍ଲକ ପରିଦର୍ଶନରେ ଆସିଥିଲେ । ପ୍ରଥମେ ଖମାରହଲଦୀ ଗ୍ରାମପଞ୍ଚୟତକୁ ଆସି କୃଷି ବିଭାଗ ପ୍ରୋତ୍ସାହନରେ ହୋଇଥିବା ଚିନାବାଦାମ ଚାଷ ଦେଖିଥିଲେ । 

ଏସିଡ ଆକ୍ରମଣ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଏସିଡ ଆକ୍ରମଣ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ସୋହେଲା,୧୮।୯(ଡି.ଏନ.ଏ.): ବରଗଡ ଜିଲା ସୋହେଲା ଶ୍ରୀରାମ ଜୁନିୟର କଲେଜଠାରେ ସ୍ଥାନୀୟ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଏସିଡ ଆକ୍ରମଣ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଓଲଟିଲା ଅଟୋ, ୨ ଛାତ୍ର ଗୁରୁତର

ଓଲଟିଲା ଅଟୋ, ୨ ଛାତ୍ର ଗୁରୁତର

ସମ୍ବଲପୁର,୧୮।୯(ବ୍ୟୁରୋ): ପ୍ରାୟ ଏକ ମାସ ବ୍ୟବଧାନରେ ସମ୍ବଲପୁର ଜିଲାରେ  ପୁଣି ଆଉ ଏକ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଭାବ ଚେତନା ଓ ଏକତାର ପର୍ବ ନୂଆଁଖାଇ

ଭାବ ଚେତନା ଓ ଏକତାର ପର୍ବ ନୂଆଁଖାଇ

ବିଜେପୁର,୧୮।୯(ଡି.ଏନ.ଏ.): ହିନ୍ଦୁ ସଂସ୍କୃତିରେ ନୂଆଁଖାଇ ପର୍ବର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଭାବର ଆଦାନପ୍ରଦାନ ପାଇଁ ମଇତ୍ରଗଣଙ୍କ ମଧ୍ୟରେ ଅଢ଼ିଆ ଦିଆନିଆ ସହଯୋଗର ଆସର ଜମେ ।

କୁଲୁଣ୍ଡାରେ ପୂଜା ପାଇଲେ ଦେବଶିଳ୍ପୀ ବିଶ୍ୱକର୍ମା

କୁଲୁଣ୍ଡାରେ ପୂଜା ପାଇଲେ ଦେବଶିଳ୍ପୀ ବିଶ୍ୱକର୍ମା

ଜାମଟିକ୍ରା,୧୮।୯(ଡି.ଏନ.ଏ): ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପୂଜାରେ ଅଧିକାରୀ ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିବାବେଳେ ପଣ୍ଡିତ ନିରଞ୍ଜନ ପାଣିଗ୍ରାହୀ ପୌରହିତ କାମ କରିଥିଲେ ।

କୃଷକ ସଚେତନତା କାର୍ଯ୍ୟକ୍ରମରେ ଲାଠିକଟା ବ୍ଲକ ଚାଷୀ

କୃଷକ ସଚେତନତା କାର୍ଯ୍ୟକ୍ରମରେ ଲାଠିକଟା ବ୍ଲକ ଚାଷୀ

ବେଦବ୍ୟାସ, ୧୮।୯ (ଡି.ଏନ.ଏ): ଲାଠିକଟା ବ୍ଲକ ସହକାରୀ କୃଷି ଅଧିକାରୀ ସୁବ୍ରତ ସାହୁଙ୍କ ନେତୃତ୍ୱରେ ଲାଠିକଟା ବ୍ଳକର ପ୍ରାୟ ୫୦ଜଣ କୃଷକ ସୋମବାର ଭୁବନେଶ୍ୱରସ୍ଥିତ ଇମେଜଠାରେ ଅନୁଷ୍ଠିତ କୃଷକ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । 

ଟ୍ରେନରେ ଗୋଡ଼ କଟି ଯୁବକ ଗୁରୁତର

ଟ୍ରେନରେ ଗୋଡ଼ କଟି ଯୁବକ ଗୁରୁତର

ଟିଟିଲାଗଡ଼,୧୮।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଳଷ୍ଟେଶନରେ ମଙ୍ଗଳବାର ସକାଳ ୧୦ଟା ସମୟରେ ଯଶବନ୍ତପୁର ହାଟିଆ ସୁପରଫାଷ୍ଟ ଟ୍ରେନରୁ ପଡ଼ି ଜଣେ ଯୁବଙ୍କ ଗୋଡ଼ କଟିଯାଇଛି।