ମନୋରଞ୍ଜନ |

ପ୍ରଥମ ଦିନରେ ‘ଫୁକ୍‌ରେ ରିଟର୍ଣ୍ଣ’ର ଯାଦୁ, ଆୟ ୮ କୋଟି

ପ୍ରଥମ ଦିନରେ ‘ଫୁକ୍‌ରେ ରିଟର୍ଣ୍ଣ’ର ଯାଦୁ, ଆୟ ୮ କୋଟି

ବମ୍ବେ: ଚାରିବର୍ଷ ତଳେ ରିଲିଜ ହୋଇଥିବା ‘ଫୁକ୍‌ରେ’ଠାରୁ ଭଲ ବ୍ୟବସାୟ କରିଛି ‘ଫୁକ୍‌ରେ ରିଟର୍ଣ୍ଣସ୍‌’। ଚଳଚ୍ଚିତ୍ରଟି ମୁକ୍ତିଲାଭର ପ୍ରଥମ ଦିନରେ ୮ କୋଟି ଟଙ୍କା ବ୍ୟବସାୟ କରିଛି। ପୁର୍ବରୁ ଏହା ପ୍ରଥମ ଦିନରେ ମାତ୍ର ୨.୬୨ କୋଟି ରୋଜଗାର କରିଥିଲା। ତେବେ ଦେଖିବାକୁ ଗଲେ ପଦ୍ମାବତୀର ରିଲିଜ ତାରିଖ ଘୁଞ୍ଚିବା ଫିଲ୍ମର ବ୍ୟବସାୟକୁ ଆହୁରୀ ବଢ଼ାଇଛି ବୋଲି କୁହାଯାଉଛି। ଏହାସହ ଏହାର କାହାଣୀ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। ଏଥିରେ ପୁଲକିତ ସମ୍ରାଟ, ବରୁଣ ଶର୍ମା, ଅଲି ଫଜଲ, ମଞ୍ଜୁ ସିଂହ, ରିଚା ଚଢ୍ଢା, ପଙ୍କଜ ତ୍ରିପାଠୀ,ବିଶାଖା ସିଂ, ପ୍ରିୟା ଆନନ୍ଦ ଏବଂ ରାଜୀବ ଗୁପ୍ତା ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି। ଏହାର ବଜେଟ ୩୦କୋଟି ରହିଛି। ସେହିଭଳି ଏହାକୁ ୧୨ଶହରୁ ଅଧିକ ସ୍କ୍ରିନରେ ରିଲିଜ କରାଯାଇଛି। ପ୍ରଥମ ଦିନର ବ୍ୟବସାୟକୁ ଦେଖି ଆଗାମୀ ଦିନରେ ଫିଲ୍ମଟି ଭଲ ବ୍ୟବସାୟ କରିପାରେ ବୋଲି ଆଶା କରାଯାଉଛି।

All Right Reserved By

Model This Week

ନିକିତା

ମନୋରଞ୍ଜନ |

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ବମ୍ବେ, ୨୨।୪ : ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ତାଙ୍କ ସହିତ ଅଭିଷେକ ବଚ୍ଚନ ଅପୋଜିଟ୍‌ରେ ରହିବେ। ଫିଲ୍ମର ନିର୍ମାଣ ସଞ୍ଜୟ ଲିଲା ଭସାଂଲୀ କରୁଛନ୍ତି। ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି।

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ଭୁବନେଶ୍ୱର,୨୦।୪(ବ୍ୟୁରୋ)-ଏଥର ଫେଣ୍ଟାଫେଣ୍ଟି ଫିଲ୍ମକୁ ନେଇ ଆସିଛି ଫ୍ରାଇଡେ’ ରିଲିଜ୍‌। ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶର ଏକାଧିକ ଭିନ୍ନସ୍ବାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍‌ସ’ ସହ ଆଉ ଏକ ହିନ୍ଦୀ ଫିଲ୍ମ ‘ନାନୁ କି ଜାନୁ’, ଇଂଲିଶ ଫିଲ୍ମ ‘ଟ୍ରୁଥ୍‌ ଅର୍‌ ଡେୟାର’ ଏବଂ ଓଡ଼ିଆ ଫିଲ୍ମ ‘ଯୋଗୀ’ ମୁକ୍ତିଲାଭ କରିବ।

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

ବମ୍ବେ,୧୯।୪: କଠଓ୍ବା ବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହା ଉପରେ ମତ ରଖିବାକୁ ନିଜକୁ ଲଜ୍ୟାବୋଧ କରିଥିବା କହିଛନ୍ତି ମହାନାୟକ ଅଭିତାଭ ବଚ୍ଚନ।

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ନୂଆଦିଲ୍ଲୀ,୧୯।୪: ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି। କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ଆଲିଆଙ୍କ ଆକ୍ରୋଶ

ଆଲିଆଙ୍କ ଆକ୍ରୋଶ

ବମ୍ବେ: କଠୁଆ, ଉନ୍ନାଓ ଏବଂ ସୁରଟ୍‌ ବଳାତ୍କାର ମାମଲାରେ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ବଲିଉଡ୍‌ ଜଗତରୁ ମଧ୍ୟ ଏହାର ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହି ବିରୋଧ ସ୍ବରରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

ମ୍ୟାରେଜ  ପାଇଁ  ପ୍ରସ୍ତୁତି

ମ୍ୟାରେଜ ପାଇଁ ପ୍ରସ୍ତୁତି

ଅନିଲ ତନୟା ସୋନମ କପୁରଙ୍କ ମନ ଆଉ କେଉଁଠି ଲାଗୁନାହିଁ। କେମିତି ମ୍ୟାରେଜ ଡେଟ୍‌ ଆସିବ। ଆଉ ତା’ପୂର୍ବରୁ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଅଛନ୍ତି ସେ। ସୋନମଙ୍କ ସଂଗୀତରେ କୋରିଓଗ୍ରାଫି ଦାୟିତ୍ୱ ତୁଲାଉଛନ୍ତି ବଲିଉଡ୍‌ର ବିଶିଷ୍ଟ କୋରିଓଗ୍ରାଫର ଫରହା ଖଁ। ।

ଆକ୍ସନ ମାଷ୍ଟରଙ୍କ ସଜବାଜ

ଆକ୍ସନ ମାଷ୍ଟରଙ୍କ ସଜବାଜ

ଜଲିଉଡ୍‌ର ଆକ୍ସନ ମାଷ୍ଟର ବାପି ପଣ୍ଡା ଏବେଠାରୁ ସଜବାଜ ହେଲେଣି। କାରଣ ଗତ କିଛିବର୍ଷ ହେବ ସେ ବାଘାଯତୀନ ଲୋକନାଟ୍ୟରେ ଅଭିନୟ କ୍ୟାରିୟର ଜାରି ରଖିଛନ୍ତି। ଚଳିତ ଯାତ୍ରା ସିଜନରେ ଲେଖକ-ନିର୍ଦ୍ଦେଶକ ଗଣେଶ-ଗୁରୁ ଯୋଡିଙ୍କର ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’ ଏବଂ ନିହାର ମହାନ୍ତି-ତାପସ ସ୍ବାଇଁଙ୍କ ‘ପାକିସ୍ତାନୀ ଝିଅ ଭାରତ କେ ଲିୟେ ସହିଦ’ ସୁପର ଡୁପର ହିଟ୍‌ ହୋଇସାରିଛି।

୮୨ ବର୍ଷର ସ୍ମୃତି ‘ସୀତା ବିବାହ’

୮୨ ବର୍ଷର ସ୍ମୃତି ‘ସୀତା ବିବାହ’

ରାସ ସ୍ରଷ୍ଟା ସେ। ସେ ଥିଲେ ଜଣେ ଆଧ୍ୟାତ୍ମିକ ପୁରୁଷ। ଓଡ଼ିଆ ଭାଷାରେ ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସେ ନିର୍ମାଣ କରିଥିଲେ। ତାହା ଥିଲା ‘ସୀତା ବିବାହ’। ତେଣୁ ଓଡ଼ିଆ ସିନେମା ଜଗତ ପାଇଁ ସେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ।

ପରଦାରେ ‘ଯୋଗୀ’

ପରଦାରେ ‘ଯୋଗୀ’

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷକୁ ଓଡ଼ିଆ ସିନେମା ‘ଯୋଗୀ’ ପରଦା ଉପରକୁ ଆସୁଛି। ଚଳିତ ମାସ ୨୦ରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଏହାର ପ୍ରଯୋଜକ ଶ୍ରୀଧର ମାର୍ଥା। ରେଞ୍ଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପାଖାପାଖି ୭୦ କଳାକାର ଅଭିନୟ କରିଛନ୍ତି।

ବେଡ୍‌ ରେଷ୍ଟରେ ସୋନାକ୍ଷୀ

ବେଡ୍‌ ରେଷ୍ଟରେ ସୋନାକ୍ଷୀ

‘ଦବଙ୍ଗ ଗର୍ଲ’ ସୋନାକ୍ଷୀ ଏବେ ଘରେ ରହୁଛନ୍ତି। ପାଖାପାଖି ଦୁଇ ସପ୍ତାହ ରେଷ୍ଟ ନେବା ପରେ ପୁଣି ଥରେ ମଇଦାନକୁ ଓହ୍ଲାଇବେ। ହେଲେ ଘରେ ରହି ସେ ଆଉ ଏକ କାମରେ ବ୍ୟସ୍ତ ରହିବେ। ଏହି ସୀମିତ ସମୟ ଭିତରେ ସେ ନୂଆ ନୂଆ ରେସିପି ଶିଖିବେ।

କରଣଙ୍କ ‘କଳଙ୍କ’

କରଣଙ୍କ ‘କଳଙ୍କ’

ବମ୍ବେ: ଆସୁଛି କରଣ ଜୋହରଙ୍କ ଆଗାମୀ ମଲ୍ଟି ଷ୍ଟାରର୍‌ ଫିଲ୍ମ ‘କଳଙ୍କ’। ଏଥିରେ ସଞ୍ଜୟ ଦତ୍ତ, ବରୁଣ ଧାଓ୍ବନ, ଆଲିୟା ଭଟ୍ଟ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର ଏବଂ ମାଧୁରୀ ଦୀକ୍ଷିତ୍‌ଙ୍କୁ ପ୍ରମୂଖ ଭୂମିକାରେ ଦେଖିବାକୁ ମିଳିବ।

 ସଲ୍‌ମାନ ଆଶ୍ୱସ୍ତ

ସଲ୍‌ମାନ ଆଶ୍ୱସ୍ତ

ଯୋଧପୁର: ବିଦେଶ ଯାତ୍ରା ପାଇଁ ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କୁ ମଙ୍ଗଳବାର ଅନୁମତି ମିଳିଛି। ୪ଟି ଦେଶକୁ ଯାତ୍ରା କରିବା ଲାଗି ସଲ୍‌ମାନ ରାଜସ୍ଥାନର ଯୋଧପୁର ଜିଲା ଓ ଜୌରା ଜଜ୍‌ଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କର ଆବେଦନ ଗ୍ରହଣ କରି ଏ ନେଇ ଅନୁମତି ଦେଇଛନ୍ତି ଅଦାଲତ। ୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ଏପ୍ରିଲ ୫ରେ ସଲ୍‌ମାନଙ୍କୁ ଦୋଷୀ ସାବ୍ୟସ୍ତକରି ୫ ବର୍ଷ ଦେଲ ଦଣ୍ଡାଦେଶ କରିଥିଲେ ଯୋଧପୁର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌।