ଅପରାଧ |

କଟକରେ ଏନ୍‌କାଉଣ୍ଟର, ମୋଷ୍ଟ ଓ୍ବାଣ୍ଟେଡ୍‌ ତପନ ଆହତ

କଟକରେ ଏନ୍‌କାଉଣ୍ଟର, ମୋଷ୍ଟ ଓ୍ବାଣ୍ଟେଡ୍‌ ତପନ ଆହତ

କଟକ ଅଫିସ, ୯।୧୨: କଟକରେ ପୁଣି ଏନ୍‌କାଉଣ୍ଟର କରିଛି ପୋଲିସ। ଏହି ଏନ୍‌କାଉଣ୍ଟରର ଶିକାର ହୋଇଛନ୍ତି ଜୋବ୍ରା ନଦୀକୂଳ ସାହିର ତପନ ନାୟକ। ତପନ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଟା ବେଳେ ମହାନଦୀ କୂଳ ବିଶ୍ୱଗୁରୁ ଲ କଲେଜ ପଛପଟ ପଡ଼ିଆରେ ଆଡ୍ଡା ଜମାଇଥିଲେ। ମାଲଗୋଦାମ ଥାନା ପୋଲିସ ଖବର ପାଇ ତାଙ୍କୁ ଗିରଫ କରିବା ପାଇଁ ଚଢାଉ କରିଥିଲା। ପୋଲିସକୁ ଦେଖି ତପନ ପ୍ରଥମେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାର ଜବାବ ଦେବାକୁ ଯାଇ ପୋଲିସ ତାଙ୍କ ଗୋଡକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲେ। ତପନଙ୍କ ବିରୋଧରେ ମାଲଗୋଦାମ ଥାନାରେ ୧୧ଟି ଓ ଜଗତପୁର ଥାନାରେ ଗୋଟିଏ ମାମଲା ରହିଛି। ତାଙ୍କ ନାମରେ ଚୋରି, ଡକାୟତି, ବଳାତ୍କାର, ହତ୍ୟା ଉଦ୍ୟମ ଭଳି ବହୁ ସଙ୍ଗିନ ମାମଲା ରହିଛି। ସେ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ଥିଲେ। ଜୋବ୍ରା ମାଟିଆ ବଙ୍ଗଳାରେ ଥିବା ଏକ ହୋଟେଲ ଉପରକୁ ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ଥିବା ମାଲଗୋଦାମ ଥାନା ପୋଲିସ ତାଙ୍କୁ ଧରିବା ପାଇଁ ଖୋଜୁଥିଲା।

All Right Reserved By

ଅପରାଧ |

ଟ୍ରେନରୁ ମୋବାଇଲ, ଟଙ୍କା ଲୁଟ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୭(ବ୍ୟୁରୋ)- ଟ୍ରେନରେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଓ ଟଙ୍କା ଲୁଟ କରିଥିବା ୨ ଅଭିଯୁକ୍ତଙ୍କୁ ଜିଆରପି ଥାନା ପୋଲିସ ସୋମବାର ଗିରଫ କରିଛି।

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

କଟକ ଅଫିସ, ୧୬।୭: କଟକ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ପୋଲିସ ଚଢ଼ାଉ କରି ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ରେମୁଣା ଅଞ୍ଚଳର ସନ୍ତୋଷ ଦାସ ଓରଫ୍‌ ସନ୍ତୁ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଅଭିଷେକ ନାଇଡୁ ଓରଫ ରାଜା।

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

କାଶୀନଗର,୧୬।୭(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାର ଖାଇଡ଼ା-ସୀତାପୁର ମଧ୍ୟରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଭୂପତି ଲକ୍ଷ୍ମୀପୁର ଗ୍ରାମର ଚିପୁରୁ ସଞ୍ଜୀବ ପାରଳାଖେମୁଣ୍ଡି ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ କାତିରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ବନ୍ଧୁକ ଦେଖାଇ ଦୋକାନରୁ ଲୁଟ୍‌

ରଣପୁର,୧୬।୭(ସ୍ବ.ପ୍ର.)- ରଣପୁର ଏନ୍‌ଏସିର ବଡବଜାରଠାରେ ଥିବା ଏକ ଷ୍ଟେସନାରୀ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଦୁଇ ଯୁବକ ନଗଦ ଟଙ୍କା ସହ ଏକ ସୁନାଚେନ ଲୁଟିନେଇଛନ୍ତି। ରବିବାର ସକାଳେ ଏ ନେଇ ଦୋକାନ ମାଲିକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଜାଇକା ହୋଟେଲ୍‌ ଉପରକୁ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ରୁ ଗିରଫ

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ସଦର ଥାନା ଓଟି ରୋଡ଼୍‌ରେ ନବନିର୍ମିତ ଜାଇକା ଇଣ୍ଟରନ୍ୟାଶନାଲ ହୋଟେଲ ଉପରେ ଗତ ୮ ତାରିଖ ସନ୍ଧ୍ୟାରେ କେତେକ ଦୁର୍ବୃତ୍ତ ୩ ରାଉଣ୍ଡ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଯଜନଙ୍କୁ ବାଲେଶ୍ୱର ପୋଲିସ ରବିବାର ଛତିଶଗଡ଼ ଅଞ୍ଚଳରୁ ଗିରଫ କରିଥିବା ଖବର ମିଳିଛି।

ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ

ବାସୁଦେବପୁର,୧୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ମୁଖ୍ୟରାସ୍ତାର ଡାକ୍ତରଖାନା ସାମ୍ନାରେ ରବିବାର ମଧ୍ୟାହ୍ନରେ ସାବରପୁର ଅଞ୍ଚଳର ୪ରୁ ୫ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ବାଇକ୍‌ ଆରୋହୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ହାଟସାଗର ଗ୍ରାମର ସେକ୍‌ ବରକତୁଲ୍ଲା।

ନକଲି ଡାକ୍ତରଙ୍କ ପାଇଁ ନାବାଳକଙ୍କ ଜୀବନ ଗଲା

ନକଲି ଡାକ୍ତରଙ୍କ ପାଇଁ ନାବାଳକଙ୍କ ଜୀବନ ଗଲା

ରାଜନଗର,୧୫।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଲିକଣା ପୋଖରୀସାହିର ମେଘନାଦ ବାରିକଙ୍କ ୧୪ ବର୍ଷର ପୁଅ ସୁବ୍ରତ ବାରିକ ରବିବାର ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଛନ୍ତି। ଜଣେ ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଡାକ୍ତର ହେଲେ ଇନ୍ଦ୍ରଜିତ ବିଶ୍ୱାସ।

ମନ୍ଦିର ପରିସରରେ ପୂଜକଙ୍କୁ ହତ୍ୟା

ମନ୍ଦିର ପରିସରରେ ପୂଜକଙ୍କୁ ହତ୍ୟା

ନିରାକାରପୁର,୧୫।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଓଳସିଂହ ଗ୍ରାମରେ ଥିବା ମା’ ସିଦ୍ଧେଶ୍ୱରୀଙ୍କ ପୀଠରୁ ରବିବାର ଜଣେ ପୁଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସୋମନାଥ ବିଶ୍ୱାଳ।

୬ କୁଇଣ୍ଟାଲ ଗଞ୍ଜେଇ ଜବତ: ୩ ଅଟକ

୬ କୁଇଣ୍ଟାଲ ଗଞ୍ଜେଇ ଜବତ: ୩ ଅଟକ

ମାଲକାନଗିରି,୧୫।୭(ସ୍ବ.ପ୍ର.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସକୁ ରବିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ସୀମାନ୍ତ ଆନ୍ଧ୍ରପ୍ରଦେଶର ଦାରାକୋଣ୍ଡା ନିକଟରୁ ଏକ ବାଇକ୍‌ କଣ୍ଟେନରରେ ଗଞ୍ଜେଇ ବୋଝେଇ ହୋଇ ହରିୟାଣା ଚାଲାଣ ହେଉଥିବାବେଳେ ପୋଲିସ ଏହାକୁ ଜବତ କରିଛି।

ଏନ୍‌ଏସ୍‌ଏରେ ଦୁର୍ଦ୍ଦାନ୍ତ ଅପରାଧୀ ରୂପେଶ କୁସୁମ ଗିରଫ

ଏନ୍‌ଏସ୍‌ଏରେ ଦୁର୍ଦ୍ଦାନ୍ତ ଅପରାଧୀ ରୂପେଶ କୁସୁମ ଗିରଫ

ସମ୍ବଲପୁର,୧୫।୭(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଅଧୀନ ବହିଦାରବନ୍ଧ ମୁଦିପଡାର ଦୁର୍ଦ୍ଦାନ୍ତ ଅପରାଧୀ ରୂପେଶ କୁସୁମୁ ( ୩୦)ଙ୍କୁ ପୋଲିସ ଏନ୍‌ଏସଏ (ଜାତୀୟ ନିରାପତ୍ତା ଆଇନ)ରେ ଗିରଫ କରିଛି। ତାଙ୍କ ପାଖରୁ ୨ ରାଉଣ୍ଡ ଗୁଳି ଭର୍ତ୍ତି ଏକ ଦେଶୀ ବନ୍ଧୁକ ଜବତ ହୋଇଛି ।

ଜଳ ନିଷ୍କାସନକୁ କେନ୍ଦ୍ରକରି  ଗୁଳିକାଣ୍ଡ :୨ଭାଇ ମୃତ

ଜଳ ନିଷ୍କାସନକୁ କେନ୍ଦ୍ରକରି ଗୁଳିକାଣ୍ଡ :୨ଭାଇ ମୃତ

ନୟାଗଡ଼ ଅଫିସ,୧୫।୭-ଜଳ ନିଷ୍କାସନକୁ କେନ୍ଦ୍ରକରି ଶନିବାର ନୟାଗଡ଼ ଜିଲା ଶରଣକୁଳ ଥାନା ଶିଖରପୁର- କଜଳାଇପଲ୍ଲୀ ଆରଡି ରାସ୍ତାର ଖିଲାରପାଟଣା ମଶାଣିଠାରେ ଗୁଳିକାଣ୍ଡ ହୋଇଛି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି।

୪ ଚୋରା ମଦ ବେପାରୀ ଗିରଫ

୪ ଚୋରା ମଦ ବେପାରୀ ଗିରଫ

ରୂପ୍‌ସା,୧୪।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କଷାଫଳ ସମେତ ଆଖପାଖ ଅଞ୍ଚଳରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୨ ମହିଳାଙ୍କ ସମେତ ୪ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସିଂଲା ଥାନା କଷାଫଳ ଗ୍ରାମର ବିଜୟ କୁମାର ବେହେରା ଓ ବାସନ୍ତୀ ଦେହୁରୀ, ଗୁହାଳିଆପଦା ଗ୍ରାମର ସାଲଗେ ମୁର୍ମୁ ଏବଂ ପଞ୍ଚୁପାଲି ଗ୍ରାମର ଗୌରମୋହନ ଦାସ।

Model This Week

ରୂପେଶ