ସମ୍ପାଦକୀୟ |

ପୋଲିସ, ଜନତା ଓ ମାନବାଧିକାର

ପୋଲିସ, ଜନତା ଓ ମାନବାଧିକାର

ପ୍ରଦୀପ୍ତ ନାୟକ
କଥାରେ ଅଛି, ଶହେ ଦୋଷୀ ବରଂ ମୁକ୍ତ ହୋଇଯାଆନ୍ତୁ ମାତ୍ର ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ। ପ୍ରତ୍ୟେକ ମଣିଷର ମାନବାଧିକାର ସୁରକ୍ଷିତ ରଖିବା ଓ ସମ୍ମାନ ଦେବା ନିମନ୍ତେ ପୋଲିସ ବିଭାଗର କର୍ତ୍ତବ୍ୟ ରହିଛି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସର କର୍ତ୍ତବ୍ୟ, କାର୍ଯ୍ୟସୂଚୀ ଏବଂ ଉତ୍ତରଦାୟିତ୍ୱ ସମ୍ପର୍କରେ ଉଭୟ ଜନଗଣ ଓ ପୋଲିସ ବିଭାଗରେ କର୍ତ୍ତବ୍ୟରତ ପ୍ରତ୍ୟେକ କର୍ମଚାରୀ ଜାଣିବା ବାଞ୍ଛନୀୟ। ସାଧାରଣତଃ ନିରୀହ ଲୋକଙ୍କ ଉପରେ ଅଯୌକ୍ତିକ ଭାବରେ ପୋଲିସ ନିଜର କ୍ଷମତା ପ୍ରୟୋଗ ନ କରିବା ଏବଂ ନାଗରିକର ଧନସମ୍ପତ୍ତି ଓ ମାନବିକ ଅଧିକାର ସୁରକ୍ଷା ନିମନ୍ତେ କ’ଣ ଆଇନଗତ ନିର୍ଦ୍ଦେଶନାମା ରହିଛି, ସେ ସମ୍ପର୍କରେ ଅନେକ ପୋଲିସ ଜାଣନ୍ତି ନାହିଁ ଅଥବା ଜାଣି ଜାଣି କ୍ଷମତାର ଅପବ୍ୟବହାର କରନ୍ତି। ଅନେକ କ୍ଷେତ୍ରରେ ପୋଲିସ ଜନସାଧାରଣଙ୍କୁ ନାଲିଆଖି ଦେଖାଇ ଭୟଭୀତ କରେ, ଥାନାରେ ବେଆଇନ ଭାବରେ ଅଟକ ରଖେ ଓ ହାତରେ ଶିକୁଳି ପକାଏ। ବର୍ବରୋଚିତ ଭାବରେ ପ୍ରହାର କରେ, କେତେକ ସ୍ଥଳରେ ମାରିଦିଏ, ମହିଳାଙ୍କ ପ୍ରତି ଅସଦାଚରଣ କରେ, ବୃଦ୍ଧାବୃଦ୍ଧ ଓ ଶିଶୁମାନଙ୍କ ପ୍ରତି ଅବିଚାର କରେ, ଦଳିତ ଆଦିବାସୀଙ୍କୁ ଶୋଷଣ କରେ ଇତ୍ୟାଦି। ବିଚରା ମଣିଷ ମୁଣ୍ଡପାତି ସମସ୍ତ ଅନ୍ୟାୟ ସହିଯାଏ କିମ୍ବା ମୋଟାଅଙ୍କର ହାତଗୁଞ୍ଜା ଦେଇ ପୋଲିସଠାରୁ ମୁକ୍ତ ହେବାକୁ ଚେଷ୍ଟା କରେ। ବ୍ରିଟିଶ୍‌ ସରକାର ଦ୍ୱାରା ପ୍ରସ୍ତୁତ ପୋଲିସ ଆଇନ ଅଦ୍ୟାବଧି ଆମ ଦେଶରେ ପ୍ରଚଳିତ। ଏଥିରେ ବହୁ ତ୍ରୁଟିବିଚ୍ୟୁତି ରହିଛି। ସେହି ଫିରିଙ୍ଗ ଶାସନ ଢାଞ୍ଚା ଆମ ପୋଲିସ ଭାଇମାନେ ଛାଡ଼ିବାକୁ ନାରାଜ। ଉଚ୍ଚତମ ନ୍ୟାୟାଳୟ ଡି.କେ. ବସୁ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲାବେଳେ ପୋଲିସ କିଭଳି ଆଚରଣ କରିବ, ସେ ସମ୍ପର୍କରେ ଟିକିନିଖି ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଇନରେ ପରିଣତ ହୋଇଛି। ୧୯୮୫ ମସିହାରେ କେନ୍ଦ୍ର ସରକାରଙ୍କ ଘରୋଇ ବିଭାଗ ଜନସାଧାରଣଙ୍କ ଅଧିକାର ସୁରକ୍ଷାପୂର୍ବକ ପୋଲିସର ୧୩ଗୋଟି ପ୍ରମୁଖ କର୍ତ୍ତବ୍ୟ ବିଧିବଦ୍ଧ ପାଳନ ନିମନ୍ତେ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶନାମା ଦେଇଛନ୍ତି। ଥାନା ହେଲା ନ୍ୟାୟପ୍ରାପ୍ତି ନିମନ୍ତେ ଜନତାର ପ୍ରଥମ ଯୋଗାଯୋଗ କେନ୍ଦ୍ର। ଅତ୍ୟଧିକ କ୍ଷମତା ପ୍ରୟୋଗ ନିମନ୍ତେ ପୋଲିସକୁ କୌଣସି ଆଇନରେ ଅଧିକାର ଦିଆଯାଇନାହିଁ। ନାଗରିକର ଜୀବନ ମୁକ୍ତ ବିଚରଣ ଓ ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ପୋଲିସ ଆବଶ୍ୟକ ପଡ଼ିଲେ ଅପରାଧ ନିୟନ୍ତ୍ରଣ ନିମନ୍ତେ କିମ୍ବା ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ନିଜର ଦାୟିତ୍ୱ ପାଳନ କରିବା ଏବଂ ଅପରାଧୀମାନଙ୍କୁ ଯଥାବିଧି ଗିରଫ କରି ୨୪ ଘଣ୍ଟା ମଧ୍ୟରେ ବିଚାରାଳୟରେ ହାଜର କରିବା କଥା। ମାତ୍ର ବାସ୍ତବ କ୍ଷେତ୍ରରେ ପୋଲିସର ଆଚରଣ ଓଲଟା ଓ ସମ୍ପୂର୍ଣ୍ଣ ଦାଦାଗିରି। ରାଜସ୍ଥାନରେ ଏକ ସାମାଜିକ ସମୀକ୍ଷାରୁ ଜଣାଯାଇଛି ଯେ, ପୋଲିସ ଥାନାକୁ ୮୯% ଲୋକ ଯା’ନ୍ତି ନାହିଁ, ଘୃଣା ଓ ଭୟ କରନ୍ତି। ମାତ୍ର ୧୧% ଲୋକ ଥାନାକୁ କୌଣସି ଅଭିଯୋଗ ନେଇ ଯାଆନ୍ତି। ଥାନାରେ ପୋଲିସ ଦ୍ୱାରା ଅପମାନ ଓ ଅସଦାଚରଣକୁ ଭୟ କରି ମାତ୍ର ୫% ମହିଳା ଅଭିଯୋଗ ନେଇ ଯାଆନ୍ତି ଏବଂ ୯୫% ମହିଳା ପୋଲିସକୁ ଘୃଣା କରନ୍ତି। ତେବେ ବୁଦ୍ଧିଜୀବୀମାନେ ବିଚାର କରନ୍ତୁ ଏ ଦେଶରେ ପୋଲିସ ବ୍ୟବସ୍ଥା କାହା ପାଇଁ ଏବଂ କ’ଣ ପାଇଁ। କେଉଁଥିପାଇଁ ଦେଶର କରଦାତା ନାଗରିକମାନଙ୍କର ହଜାର ହଜାର କୋଟି ଟଙ୍କା ଏମାନଙ୍କର ଦରମା, ଗାଡ଼ିଘୋଡ଼ା, ଅଫିସ, ବସାଘର ନିମନ୍ତେ ଖର୍ଚ୍ଚ କରାଯିବ। ଦେଶର ସମ୍ବିଧାନର ଧାରା ୧୪, ୧୫, ୧୬, ୧୭ ଏବଂ ୧୮ ମୁତାବକ ପ୍ରତ୍ୟେକ ନାଗରିକ ସମାନ ଏବଂ କେହି ଆଇନର ଊର୍ଦ୍ଧ୍ୱରେ ନୁହନ୍ତି। ଧାରା ୨୧ ପ୍ରତ୍ୟେକଙ୍କୁ ଆତ୍ମମର୍ଯ୍ୟାଦାର ସହିତ ବଞ୍ଚତ୍ବାର ଅଧିକାର ଦେଇଛି। ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ଧାରା ୩୨ ମୁତାବକ ଜଣେ ନାଗରିକ ଉଚ୍ଚ ନ୍ୟାୟାଳୟ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟରେ ରିଟ୍‌ ଆବେଦନ କରି ନିଜର ଅପହୃତ ଅଧିକାର ପାଇପାରିବ। ଏହା ହେଉଛି ପ୍ରତ୍ୟେକଙ୍କ ମୌଳିକ ଅଧିକାର। ମାତ୍ର ଏଥିରେ ଅନ୍ତରାୟ ସୃଷ୍ଟି କରେ ପୋଲିସ ବିଭାଗରେ ଥିବା ଦୁର୍ନୀତି ତଥା ଅସାଧୁତା। ‘ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ’ ନାମକ ଏକ ବେସରକାରୀ ସର୍ବେକ୍ଷଣ ସଂସ୍ଥାର ଗବେଷଣାରୁ ଜଣାଯାଇଛି ଯେ, ୮୭ ଭାଗ ଲୋକ କହିଛନ୍ତି ସେମାନେ ଅଭିଯୋଗ ଫର୍ଦ୍ଦ ଦାଖଲ ନିମନ୍ତେ ପୋଲିସକୁ ଲାଞ୍ଚ ଦେଇଛନ୍ତି। ତେଣୁ ପୋଲିସ ଯେ ମାନବାଧିକାରର ଶ୍ରେଷ୍ଠ ଲଂଘନକାରୀ ଏ କଥା କାହିଁକି କୁହା ନ ଯିବ? ୧୮୬୧ ପୋଲିସ କୋଡ୍‌ ମୁତାବକ ପୋଲିସ ଅନୁଷ୍ଠାନ ହେଉଛି ଆଇନକୁ କାର୍ଯ୍ୟକାରୀ କରିବା ବ୍ୟବସ୍ଥା। ନ୍ୟାୟପାଳିକା କିମ୍ବା ସରକାର ଯାହା ନିର୍ଦ୍ଦେଶ ଦେବେ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପୋଲିସର ଦାୟିତ୍ୱ, ଦଣ୍ଡ ଦେବା ନୁହେଁ। ୧୯୭୮ ମସିହାରେ ଜାତୀୟ ପୋଲିସ ଆୟୋଗ କହିଲେ ଯେ, ପୋଲିସ ଅନୁଷ୍ଠାନ ହେଉଛି ଜନସାଧାରଣଙ୍କୁ ସେବା ପ୍ରଦାନକାରୀ ଏବଂ ଆଇନକୁ କାର୍ଯ୍ୟକାରୀ କରିବା ସଂସ୍ଥା। ପୁନଶ୍ଚ ଆୟୋଗ ତାଙ୍କ ରିପୋର୍ଟରେ କହିଛନ୍ତି ଜନସାଧାରଣଙ୍କ ସୁଖଦୁଃଖର ଭାଗୀଦାର ହୋଇ ଏପରି ସାମାଜିକ ପରମ୍ପରା ସୃଷ୍ଟି କରିବା ଉଚିତ, ଯେପରି ଲୋକେ ପୋଲିସକୁ ନିଜ ଭାଇବନ୍ଧୁକୁଟୁମ୍ବ ମନେକରିବେ ଏବଂ ତାଙ୍କର ଅଭିଯୋଗ ପ୍ରଦାନ କରିବେ। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସ କେବଳ ଏକ ଆଇନ କାର୍ଯ୍ୟକାରୀ କରିବା ଅନୁଷ୍ଠାନ ନ ହୋଇ ଏକ ମାନବୀୟ ଅନୁଷ୍ଠାନ ହେବା ଉଚିତ। ପୋଲିସ ବ୍ୟବସ୍ଥା ଦେଶର ସମ୍ବିଧାନ ଅନୁଯାୟୀ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଆଞ୍ଚଳିକତା, ଭାଷା ନିର୍ବିଶେଷରେ ଏକ ସାମାଜିକ ନ୍ୟାୟ ପ୍ରଚାରର ରୁଦ୍ଧିମନ୍ତ ପ୍ରତୀକ ହେବା ଉଚିତ। କ୍ଷମତା ଯେପରି ଅପବ୍ୟବହାର ନ ହୁଏ ଏବଂ ସମାଜରେ ପୋଲିସର ସ୍ବଚ୍ଛତା ଓ ନିଷ୍ଠାପରତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ନ ହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଉଚିତ। ଏପରିସ୍ଥଳେ ପୋଲିସ ବ୍ୟବସ୍ଥାର ଆମୂଳଚୂଳ ସଂସ୍କାର ଆବଶ୍ୟକ ହୋଇପଡ଼ିଥିବା ବେଳେ ଉଚ୍ଚତମ ନ୍ୟାୟାଳୟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ସିଂ ବନାମ ଭାରତ ସରକାର ଯାଚିକାରେ ବିଚାର କରି ଦେଶର ପୋଲିସ ବ୍ୟବସ୍ଥାରେ ୭ ପ୍ରକାର ପରିବର୍ତ୍ତନ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ ୨୦୦୬ ମସିହାରେ। ଏହା ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବାରୁ ଜମ୍ମୁ-କଶ୍ମୀର ବ୍ୟତୀତ ଅନ୍ୟ ସବୁ ରାଜ୍ୟ ସରକାର ନିଜ ପୋଲିସ ଆଇନର ପୁନଃ ସମୀକରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ସେଗୁଡ଼ିକ ହେଲା: (୧) ରାଜ୍ୟ ନିରାପତ୍ତା କମିଶନ ଗଠନ କରି ପୋଲିସ ବ୍ୟବସ୍ଥା ନିୟନ୍ତ୍ରଣ କରିବା, (୨) ରାଜ୍ୟ ଗୃହ ବିଭାଗର ୩ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେବା, (୩) ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସର୍ବନିମ୍ନ ୨ବର୍ଷ ଗୋଟିଏ ପଦବୀରେ କାର୍ଯ୍ୟ କରିବା, (୪) ଅନୁସନ୍ଧାନ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପୃଥକ୍‌ କରିବା, (୫) କାର୍ଯ୍ୟାଳୟ ପ୍ରତିଷ୍ଠାନ ବ୍ୟବସ୍ଥା ଏକ ବୋର୍ଡ ଦ୍ୱାରା ପରିଚାଳନା କରିବା, (୬) ଜିଲାସ୍ତରୀୟ ପୋଲିସ ଅଭିଯୋଗ ଅଥରିଟି ଗଠନ କରିବା ଏବଂ (୭) କେନ୍ଦ୍ର ସରକାର ମଧ୍ୟ ଜାତୀୟସ୍ତରରେ ଏକ ଜାତୀୟ ନିରାପତ୍ତା କମିଶନ ଗଠନ କରିବା। କେରଳ ସରକାର ଏକ ସୁଦୃଢ଼ ଏବଂ ଜନାଭିମୁଖୀ ପୋଲିସ ଆଇନ ଆଣିଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ସେପରି କରିବାରେ ଆନ୍ତରିକତା ଦେଖାଇନାହାନ୍ତି। ଆମ ରାଜ୍ୟ ସରକାର ବିଧାନସଭାରେ ବିନା ବିତର୍କରେ ପୋଲିସ ବିଲ୍‌ ପାସ୍‌ କରାଇ ରାଜ୍ୟପାଳଙ୍କ ନିକଟକୁ ୨୦୧୬ରେ ଆଇନରେ ପରିଣତ ପାଇଁ ପଠାଇଥିଲେ। ଏଥିରେ ଅନେକ ତ୍ରୁଟି ବିଚ୍ୟୁତି ଏବଂ ଜନବିରୋଧୀ ବିଷୟ ଥିଲା। ମାନବାଧିକାର ସଙ୍ଗଠନ ଏବଂ ବୁଦ୍ଧିଜୀବୀମାନଙ୍କ ଅନୁରୋଧ ରକ୍ଷାକରି ରାଜ୍ୟପାଳ ବିଲ୍‌ଟିକୁ ପୁନଃ ଯାଞ୍ଚ ପାଇଁ ବିଧାନସଭାକୁ ଫେରାଇ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ବିଲ୍‌ଟି ବିଧାନସଭା ସିଲେକ୍ଟ କମିଟି ନିକଟରେ ପଡ଼ିରହିଛି। ଏପରିସ୍ଥଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସିପାହିଙ୍କଠାରୁ ବଡ଼ ବଡ଼ ପଦସ୍ଥ ଅଧିକାରୀମାନେ ବିଭିନ୍ନ ଭାବରେ ନାଗରିକଙ୍କ ଅଧିକାର ଉଲ୍ଲଂଘନ କରୁଛନ୍ତି। ବହୁଳ ଭାବରେ ଘଟଣାକୁ ଚପାଇ ଦିଆଯାଉଥିବା ବେଳେ କିଛି ଖବର ପ୍ରଚାର ସଂସ୍ଥା ମାଧ୍ୟମରେ ପ୍ରକାଶ ପାଉଛି। ଆମେ ସମଗ୍ର ପୃଥିବୀର ୬୯ତମ ବିଶ୍ୱ ମାନବାଧିକାର ଦିବସ ପାଳନ କଲାବେଳେ ସୁଧୀଜନ ମାନବାଧିକାର ସମ୍ପର୍କରେ ବିଚାର କରିବା ବେଳ ଆସିଛି।
(୧୦ା୧୨ ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ)
ଟିକରପଡ଼ା, କାକଟପୁର, ପୁରୀ, ମୋ-୯୪୩୭୦୫୩୩୨୯

All Right Reserved By

Model This Week

Model This Week

ସମ୍ପାଦକୀୟ |

ଆଜିର ଅର୍ଥନୀତି/ ଖୋଲା ଲୁଣ୍ଠନ

ଆଜିର ଅର୍ଥନୀତି/ ଖୋଲା ଲୁଣ୍ଠନ

ଆଗାମୀ ଦିନରେ ସ୍ବଳ୍ପରୁ ମଧ୍ୟମ ଅବଧି ଭିତରେ ତୈଳ ମୂଲ୍ୟବୃଦ୍ଧିରେ ବିରତି ଲାଗିବାର ସମ୍ଭାବନା ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ସିଧା ସିଧା ମନା କରିଦେଇଛି, ଯେଉଁଥିପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ତଥା ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। ସେମାନଙ୍କ ଦାବି ବି ଯୁକ୍ତିଯୁକ୍ତ ଥିଲା। କିନ୍ତୁ ମନ୍ତ୍ରଣାଳୟ ତାହା ମାନିବାକୁ ରାଜି ନୁହେଁ। ପେଟ୍ରୋଲ ଓ ଡିଜେଲ ଦର ଏବେ ରେକର୍ଡ ସ୍ତରକୁ ବୃଦ୍ଧିପାଇଛି ଏବଂ ବୃଦ୍ଧି ପାଇଚାଲିଛି। ତାହା ହ୍ରାସ ପାଇବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ମଙ୍ଗଳବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରକୁ ଟପିଛି, ଯାହା ନଭେମ୍ବର ୨୦୧୪ଠାରୁ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ। ଓପିଇସି (ପେଟ୍ରୋଲିୟମ୍‌ ରପ୍ତାନିକାରୀ ଦେଶସମୂହର ସଂଗଠନ) ତୈଳ ଉତ୍ପାଦନ ହ୍ରାସ କରିବା, ବିଶ୍ୱ ବଜାରରେ ଚାହିଦା ବୃଦ୍ଧି ପାଇବା ଏବଂ ଇରାନ ପ୍ରତି ଆମେରିକାର ପ୍ରତିବନ୍ଧ ବୃଦ୍ଧି ପାଇବାର ସମ୍ଭାବନା ଆଦି ଏଥିପାଇଁ ଦାୟୀ। ଦେଶର ଅଧିକାଂଶ ସ୍ଥାନରେ ଡିଜେଲ ଦର ପେଟ୍ରୋଲ ପାଖାପାଖି ହୋଇଯାଇଛି। ଫଳରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବା ସହ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବା ଏକପ୍ରକାର ନିଶ୍ଚିତ।...

କାଠ ବଦଳରେ ସିଏନ୍‌ଜି

କାଠ ବଦଳରେ ସିଏନ୍‌ଜି

ଡ. ରମେଶ ଚନ୍ଦ୍ର ପରିଡ଼ା ଧନ ଅର୍ଜନ ପାଇଁ ଜୀବନବ୍ୟାପୀ ଅଣନିଃଶ୍ୱାସୀ ହୋଇ ଧାଇଁଥିବା ଏବଂ ସେଥିପାଇଁ ଭଲମନ୍ଦ ବିଚାର ନ କରି ଯେକୌଣସି ଅପକର୍ମ କରିବାକୁ ପଶ୍ଚାତ୍‌ପଦ ହୋଇ ନ ଥିବା ଅପରିଣାମଦର୍ଶୀ ମଣିଷର ଅନ୍ତିମ ଆବଶ୍ୟକତା କେବଳ ମାତ୍ର ଛ’ଖଣ୍ଡି କାଠ ବୋଲି ଚେତାଇ ଦେଇଥାଏ ମନବୋଧ ଚଉତିଶା। କାରଣ ତା’ର ଶବ ମଶାଣିକୁ ନେବା ନିମିତ୍ତ କୋକେଇ ପ୍ରସ୍ତୁତି ପାଇଁ ଏତିକି ହିଁ ଲୋଡ଼ା ହୋଇଥାଏ। ଅତଏବ ସେ ଅର୍ଜନ କରିଥିବା ଅନ୍ୟ ସମସ୍ତ ପଦାର୍ଥ ଅର୍ଥହୀନ- କେବଳ ଜୀବନରେ କରିଥିବା ସତ୍‌କର୍ମ ବ୍ୟତୀତ। ତେବେ ମୃତ୍ୟୁ ପରେ ମଧ୍ୟ ଏହି ସତ୍‌କର୍ମରେ କିଛି ଯୋଗ କରିବାର ଅବକାଶ ରହିଛି ବୋଲି କହୁଛନ୍ତି ବୈଜ୍ଞାନିକମାନେ। ତନ୍ମଧ୍ୟରୁ ...

ନାରୀ ବିଦ୍ୱେଷ

ନାରୀ ବିଦ୍ୱେଷ

ଦେବଦତ୍ତ ପଟ୍ଟନାୟକ ହିନ୍ଦୁଧର୍ମରେ ନାରୀ ପ୍ରତି ବିଦ୍ୱେଷ ଭାବ କିପରି ରହିଛି, ସେ ବିଷୟରେ ବର୍ଣ୍ଣନା କରିବା ପାଇଁ କେତେକ ନାରୀବାଦୀ ମୋତେ ଅନୁରୋଧ କରିଛନ୍ତି। ମନୁସ୍ମୃତିରେ ଅଛି: ସ୍ବଭାବ ଏଷ ନାରୀଣାଂ ନରାଣାମିହ ଦୂଷଣମ୍‌। ଅତୋଽର୍ଥାନ୍ନ ପ୍ରମାଦ୍ୟନ୍ତି ପ୍ରମଦାସୁ ବିପଶ୍ଚିତଃ।ା (ମନୁ ୨ା୨୧୩) ଅର୍ଥାତ୍‌ ନାରୀମାନଙ୍କ ସ୍ବଭାବ ହେଲା ପୁରୁଷମାନଙ୍କୁ ଦୂଷିତ ବା ପ୍ରଲୁବ୍ଧ କରିବା। କାରଣ ନାରୀମାନଙ୍କ ସଂସ୍ପର୍ଶରେ ଆସିଲେ ପୁରୁଷମାନେ ଆକର୍ଷିତ ହୋଇପଡ଼ନ୍ତି। ସେଥିପାଇଁ ବିଜ୍ଞ ଲୋକମାନେ ନାରୀମାନଙ୍କୁ କଦାପି ସ୍ପର୍ଶ କରିବା ଉଚିତ ନୁହେଁ, ଅର୍ଥାତ୍‌ ସେମାନଙ୍କଠାରୁ ସମ୍ମାନଯୋଗ୍ୟ ଦୂରତା ରକ୍ଷାକରିବା ଆବଶ୍ୟକ। ପୁଣି ଅନ୍ୟ ଏକ ଶ୍ଳୋକରେ ଅଛି: ...

ଏଇ ଭାରତରେ

ଏଇ ଭାରତରେ

ଆଜିକାଲି କେତେକ ତଥାକଥିତ ମାତା ଓ ବାବାଙ୍କ କାରନାମା ଯୋଗୁ ସମଗ୍ର ସନ୍ନ୍ୟାସୀକୁଳ ନିନ୍ଦିତ ହେଉଛନ୍ତି। ଏହା ସତ୍ତ୍ୱେ ଯେଉଁମାନେ ବାସ୍ତବରେ ପାର୍ଥିବ ସୁଖରୁ ଦୂରେଇଯାଇ ନିଜକୁ ସାନ୍ନ୍ୟାସୀ ସ୍ତରକୁ ନେଇଯାଇପାରୁଛନ୍ତି ସେମାନେ ସମ୍ମାନିତ ହେଉଛନ୍ତି। ଏବେ ଶିକ୍ଷିତ ଯୁବତୀ ଓ ଯୁବକମାନେ ଦୀକ୍ଷା ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ବୈଷୟିକ ପାଠ ପଢ଼ିଥିବା ଜଣେ ୨୯ ବର୍ଷୀୟା ଯୁବତୀ ଦୀକ୍ଷା ଗ୍ରହଣ କରି ସନ୍ନ୍ୟାସିନୀ ହୋଇଯିବା ବିଷୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ମଧ୍ୟପ୍ରଦେଶର ସାନାଓ୍ବାଦଠାରେ ଏପ୍ରିଲ ୨୫ରେ କୁମାରୀ ସିଦ୍ଧାୟିନୀ ସଂସାରର ସବୁ ମାୟା ଛାଡ଼ି ଚାରୁକୀର୍ତ୍ତି ଭଟ୍ଟାରକା ସ୍ବାମିଜୀଙ୍କ ଉପସ୍ଥିତିରେ ଦୀକ୍ଷା ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକାର ପୂଜାପାଠ ପରେ ହଜାର ହଜାର ଭକ୍ତ ଓ ଶହଶହ ସନ୍ନ୍ୟାସୀଙ୍କ ଉପସ୍ଥିତିରେ ସିଦ୍ଧାୟିନୀଙ୍କୁ ମାତାଜୀ ଦୀକ୍ଷାରେ ଦୀକ୍ଷିତ କରାଯାଇଥିଲା। ଏହାପରେ ସେ ଆରିକା ମହାୟଶୋମତୀ ମାତାଜୀ ନାମରେ ନାମିତ ହୋଇଛନ୍ତି। ଏମ୍‌ଟେକ୍‌ ଡିଗ୍ରୀ ...

ନିରର୍ଥକ ପରୀକ୍ଷା

ନିରର୍ଥକ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କମ୍ପାନୀ ପ୍ରାଣୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏପରି କି ଅନେକ ଅନାବଶ୍ୟକ ପରୀକ୍ଷା ବି ସେମାନେ କରୁଛନ୍ତି। ଉଦାହରଣସ୍ବରୂପ ପର୍‌ଫ୍ୟୁମ୍‌ (ବାସ୍ନା) କମ୍ପାନୀମାନେ ପର୍‌ଫ୍ୟୁମ୍‌ ତିଆରି ପାଇଁ ସବୁ ଜିନିଷ ଅଲଗା ଅଲଗା ରଖିଥାନ୍ତି। ତାକୁ କେବଳ ମିଶେଇବା କଥା। କିନ୍ତୁ ସେମାନେ ସେହି ପର୍‌ଫ୍ୟୁମ୍‌କୁ ଠେକୁଆଙ୍କ ଆଖିରେ ସ୍ପ୍ରେ କରୁଛନ୍ତି। ତାଙ୍କ ଚମକୁ ଚିରି ସେଥିରେ ଘଷୁଛନ୍ତି। ଆହୁରି ଅନେକ ଭୟଙ୍କର ପରୀକ୍ଷା କରୁଛନ୍ତି। ଏମାନେ ହେଲେ ଆରାମିଜ୍‌, ବାଲେନ୍ସିଆଗା, ବଲଗାରି, କାଚାରେଲ, ଡୋନ୍ନା କରନ, ଡନ୍‌ହିଲ ଫ୍ରାଗ୍ରାନ୍ସେସ୍‌, ଏଲିଜାବେଥ୍‌ ଆର୍ଡେନ୍‌, ଗୁସି ଫ୍ରାଗ୍ରାନ୍ସେସ୍‌, ହୁଗୋ ବସ୍‌, ଜୋ ମାଲୋନ୍‌, ଲାକୋଷ୍ଟ ଫ୍ରାଗ୍ରାନ୍ସେସ୍‌, ମାର୍କ ଜାକୋବ୍ସ ଫ୍ରାଗ୍ରାନ୍ସେସ୍‌, ମାଇକେଲ କୋର୍ସ, ମିସୋନି, ରାଲ୍‌ଫ ଲରେନ୍‌ ଫ୍ରାଗ୍ରାନ୍ସେସ୍‌, ଟମି ହିଲ୍‌ଫିଗର ଓ କେଞ୍ଜୋ ପ୍ରଭୃତି। ...

 ଲୋଡ଼ା ପ୍ରାକୃତିକ ଜଙ୍ଗଲ

ଲୋଡ଼ା ପ୍ରାକୃତିକ ଜଙ୍ଗଲ

ବିଚିତ୍ର ବିଶ୍ୱାଳ ପ୍ରକୃତି, ପରିବେଶ ଓ ସର୍ବୋପରି ମାନବ ସମାଜକୁ ବଞ୍ଚେଇ ରଖିବାରେ ଜଙ୍ଗଲର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲ ଏମିତି ଏକ ଜୈବ ସମାଜ, ଯେଉଁଥିରେ ଅନେକ ପ୍ରକାର ବୃକ୍ଷଲତା, ଜୀବଜନ୍ତୁ, କୀଟପତଙ୍ଗ ଓ କୋଟି କୋଟି ପ୍ରଜାତିର ଅଣୁଜୀବ ପରସ୍ପର ସହିତ ସଂଶ୍ଳିଷ୍ଟ ହୋଇ ସହାବସ୍ଥାନ କରିଥାନ୍ତି। ଏସବୁକୁ ନେଇ ଜଙ୍ଗଲର ପରିଭାଷା। ମାନବ ସମାଜର ଏକ ବଡ଼ ଭାଗ ଜଙ୍ଗଲ ଭିତରେ ବା ଜଙ୍ଗଲ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇ ବସବାସ କରିଥାନ୍ତି। ଠିକ୍‌ ସମୟରେ ବର୍ଷା ହେବାରେ, ବାୟୁମଣ୍ଡଳର ତାପମାତ୍ରାକୁ ସନ୍ତୁଳିତ ରଖିବାରେ, ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ନିୟନ୍ତ୍ରଣରେ ରଖି ଅମ୍ଳଜାନ ପ୍ରଦାନ କରିବାରେ, ବିଭିନ୍ନ ପ୍ରକାର କାଷ୍ଠ ଓ ଅଣକାଷ୍ଠ ଦ୍ରବ୍ୟ ଯୋଗାଇବାରେ, ଔଷଧୀୟ ଉପାଦାନ ଆଦି ଯୋଗାଇ ମାନବ ସମାଜକୁ ତିଷ୍ଠି ରହିବାରେ ଜଙ୍ଗଲ ବହୁଳ ଭାବେ ସାହାଯ୍ୟ କରିଥାଏ। ୧୮୯୪ ଓ ୧୯୫୨ ମସିହାରେ ପ୍ରଣୀତ ଜଙ୍ଗଲ ନୀତିରେ ମୁଖ୍ୟତଃ ଉପତ୍ାଦନ ତଥା ଜଙ୍ଗଲରୁ ଆର୍ଥିକ ରୋଜଗାର ଉପରେ ହଁି ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ତା’ପରେ ୧୯୮୮ ମସିହାର ଜଙ୍ଗଲ ନୀତିରେ ମାନବ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ଜୀବନ ଧାରଣ ପାଇଁ ପରିବେଶ ଓ ପ୍ରକୃତିର ସନ୍ତୁଳନକୁ ବଜାୟ ରଖିବାରେ ଜଙ୍ଗଲର ଭୂମିକାକୁ ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ...

କୃଷି ଅନୁରାଗୀ ଗଜପତି

କୃଷି ଅନୁରାଗୀ ଗଜପତି

ବିନୋଦ ଚନ୍ଦ୍ର ଜେନା ସମ୍ପ୍ରତି ଆମ ରାଜ୍ୟ ତଥା ଦେଶରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି ା କୃଷକ ଆତ୍ମହତ୍ୟା କରୁଛି ା କୃଷିକୁ ନେଇ ରାଜନୀତି ଚାଲିଛି। କିନ୍ତୁ ଉତ୍କଳ ପ୍ରଦେଶ ଗଠନ ପରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (୨୬ା୦୪ା୧୮୯୨-୨୫ା୦୫ା୧୯୭୪)ଙ୍କ ଦୂରଦୃଷ୍ଟି ସୁଦୂରପ୍ରସାରୀ ଥିଲା ା ଇଂରେଜ ସରକାର ପାରଳା ରାଜ୍ୟକୁ ଏକ ଜମିଦାରି ରୂପେ ଗ୍ରହଣ କରିଥିଲେ ସୁଦ୍ଧା ଖେମୁଣ୍ଡି ରାଜ୍ୟର ବାସିନ୍ଦାମାନଙ୍କ ହୃଦୟର ବାସ୍ତବିକ୍‌ ସମ୍ରାଟ ଥିଲେ ...

ଏଇ ଭାରତରେ

ଏଇ ଭାରତରେ

ଭାରତର ମହାନ୍‌ ସଂସ୍କୃତି କହେ, ପିତାଙ୍କୁ ପୂଜାକଲେ ସମସ୍ତ ଦେବଦେବୀ ସନ୍ତୁଷ୍ଟ ହୁଅନ୍ତି। ମାତ୍ର ବସ୍ତୁବାଦୀ ସମାଜରେ ପିତାମାନେ ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇଯାଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କୁ ଜରାନିବାସରେ ଜୀବନ କଟାଇବାକୁ ପଡ଼ୁଛି, ନଚେତ୍‌ ରାସ୍ତାକଡ଼, ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ପାଲଟିଯାଉଛି ଆଶ୍ରୟସ୍ଥଳ। ପିଲାମାନେ ନିଜ ପରିବାର ସହ ରହୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସେଠି ବୃଦ୍ଧ ମାତାପିତାଙ୍କୁ ସ୍ଥାନ ମିଳୁନି। ଯଦି କୌଣସି ସମୟରେ ବୃଦ୍ଧ ପିତା ଘରେ ରହିବାକୁ ଅଡ଼ିବସୁଛନ୍ତି ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। ନିକଟରେ ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅମାନବୀୟ ଘଟଣା। ବୃଦ୍ଧ ପିତା ଘରେ ରହିବାକୁ ଜିଦି କରିବାରୁ ବଡ଼ପୁଅ ତାଙ୍କୁ ଏକ ଗଛରେ ବାନ୍ଧି ପିଟିବାକୁ ପଛାଇଲେ ନାହିଁ। ନିକଟରେ ସାନଭାଇ ଛିଡ଼ାହୋଇ ସବୁ ଦେଖୁଥିଲେ ମଧ୍ୟ କିଛି କହୁ ନ ଥିଲେ। ଏହି ବୃଦ୍ଧ ପିତା ଜଣକ ହେଉଛନ୍ତି ନୁରୁଲ ଇସ୍‌ଲାମ୍‌ ଓରଫ ହାଥୁ। ବାର୍ଦ୍ଧକ୍ୟରେ ତାଙ୍କର ମୁଣ୍ଡ ଠିକ୍‌ ରହୁ ...

 ସମ୍ପାଦକୀୟ/ବଂଶବାଦ ଏକ ମାଧ୍ୟମ

ସମ୍ପାଦକୀୟ/ବଂଶବାଦ ଏକ ମାଧ୍ୟମ

ଚଳିତବର୍ଷ ମେ ୧୨ରେ କର୍ନାଟକ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୈତିକ ପରିସ୍ଥିତି ଉଷ୍ମ ଥିବାବେଳେ କର୍ନାଟକ ‘ପୁତ୍ର ଉଦୟ’ ବା ‘son rise’ ରାଜ୍ୟରେ ପରିଣତ ହୋଇଛି ବୋଲି ଆଲୋଚନା ଆରମ୍ଭ ହୋଇ ଗଲାଣି। ଏହି ରାଜ୍ୟରୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ରହି ଆସିଥିବା ନେତାମାନଙ୍କର ପ୍ରାୟ ୮ଜଣ ପୁତ୍ର ଏଥର ନିର୍ବାଚନ ଲଢୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଆର୍‌. ବୋମାଇଙ୍କ ପୁତ୍ର ବାସବରାଜଙ୍କ ଠାରୁ ଆରମ୍ଭ କରି ଏସ୍‌. ବାଙ୍ଗରାପ୍ପାଙ୍କ ପୁତ୍ର ମହିମା, ଧରମ ସିଂଙ୍କ ପୁତ୍ର ଅଜୟ, ଏଚ୍‌ଡି ଦେବେଗୌଡାଙ୍କ ପୁତ୍ର କୁମାର ସ୍ବାମୀ ଓ ରେବାନ୍ନା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ପୁତ୍ର ଯତୀନ୍ଦ୍ର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ମୁଖ୍ୟ ଭାଜପା ନେତା ବି.ଏସ୍‌. ୟେଦୁରାପ୍ପା ତାଙ୍କର ପୁତ୍ର ବି. ଓ୍ବାଇ. ବିଜୟେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏଥିରୁ ଓହରି ଯାଇଛନ୍ତି, ଯାହାକୁ ନେଇ ନାମାଙ୍କନପତ୍ର ଦାଖଲ...

ନଦୀର ସ୍ବାସ୍ଥ୍ୟ

ନଦୀର ସ୍ବାସ୍ଥ୍ୟ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ନିକଟ ଅତୀତରେ ହୋଇଥିବା ବିଭିନ୍ନ ଘୋଷଣାରୁ ଲାଗୁଛି ଯେ ନଦୀ ବଞ୍ଚାଇବା ପାଇଁ ସରକାରୀ ଅଭିଯାନ ଆରମ୍ଭ ହୋଇଯାଇଛି ବା ହେବାକୁ ଯାଉଛି ଓଡ଼ିଶାରେ। ରାଜ୍ୟ ସରକାର ‘ସବୁଜ ମହାନଦୀ ଅଭିଯାନ’ କଥା କହିଛନ୍ତି। ସିଆଡ଼େ ସମ୍ବଲପୁର ଜିଲା ପ୍ରଶାସନ ସବୁଜ, ସ୍ବଚ୍ଛ ଓ ସୁନ୍ଦର ମହାନଦୀର ଆହ୍ବାନ ଦେଇ ବିଭିନ୍ନ ଆୟୋଜନ ଆରମ୍ଭ କରିଦେଇଛନ୍ତି। ନଦୀଜଳର ଭାଗବଣ୍ଟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଖୁବ୍‌ ଜମିଥିବା ବେଳେ ନଦୀର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇବା ଖୁସିର କଥା। ନଦୀ ହେଉଛି ସଭ୍ୟତାର ଆଧାର, ନଦୀ ଯୋଗୁ ସଭ୍ୟତାର ପ୍ରବାହ ହୋଇଥାଏ। ନଦୀର ସ୍ଥିତିରୁ ସଭ୍ୟତା କେତେ ସୁସ୍ଥ ଓ ସଭ୍ୟ ତାହା ଜଣାପଡ଼ିଥାଏ। ଶ୍ରୀମଦ୍‌ଭାଗବତର ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟର ୩୨-୩୩ ଶ୍ଳୋକରେ ଉଲ୍ଲେଖ ଅଛି: ବୃକ୍ଷରାଜି ହେଉଛି ପ୍ରଭୁଙ୍କ ଶରୀରର ଲୋମ, ବାୟୁ ହେଉଛି ପ୍ରଭୁଙ୍କର ...

ମ୍ୟାଲେରିଆ ନିରାକରଣ

ମ୍ୟାଲେରିଆ ନିରାକରଣ

ଡା. ରାମଚନ୍ଦ୍ର ରାଉତ ଏପ୍ରିଲ ୨୫କୁ ‘ବିଶ୍ୱ ମ୍ୟାଲେରିଆ’ ଦିବସ ରୂପେ ପାଳନ କରାଯାଏ। ମ୍ୟାଲେରିଆ ଏକ ପ୍ରମୁଖ ସଂକ୍ରାମକ ରୋଗ ରୂପେ ଆବହମାନ କାଳରୁ ରହି ଆସିଛି ଏବଂ ଏହା ବିଶ୍ୱର ଅଧିକାଂଶ ମୃତ୍ୟୁ ଓ ଦାରିଦ୍ର୍ୟର ଏକ ପ୍ରମୁଖ କାରଣ। ପ୍ରତି ୨ ମିନିଟ୍‌ରେ ଗୋଟିଏ ଶିଶୁ କେଉଁଠି ନା କେଉଁଠି ମ୍ୟାଲେରିଆ ସଂକ୍ରମଣ ଦ୍ୱାରା ମୃତ୍ୟୁମୁଖରେ ପଡିଥାଏ। ୨୦୧୫ରେ ସାରା ବିଶ୍ୱରେ ୨୧କୋଟି ୨୦ଲକ୍ଷ ଲୋକ ମ୍ୟାଲେରିଆରେ ପୀଡିତ ହୋଇଥିବା ବେଳେ ତହିଁରୁ ୪ ଲକ୍ଷ ୨୯ ହଜାର ମୃତ୍ୟୁମୁଖରେ ପଡିଥିଲେ। ମାତ୍ର ୨୦୧୬ରେ ଏହା କମିବା ପରିବର୍ତ୍ତେ ଆହୁରି ୫୦ ଲକ୍ଷ ଲୋକ ଏହାଦ୍ୱାରା ଆକ୍ରାନ୍ତ ହୋଇଥିଲେ।...

ଏଇ ଭାରତରେ

ଏଇ ଭାରତରେ

ଝିଅର ବିବାହ ବୟସ ହେଲେ ମାତାପିତାଙ୍କର ଚିନ୍ତା ବଢ଼େ। ସବୁଠୁ ଚିନ୍ତା ଅଧିକ ଘାରେ ଯୌତୁକକୁ ନେଇ। ମଧ୍ୟପ୍ରଦେଶର ଟିକମଗଡ ଜିଲା ପୃଥ୍ବୀପୁରରେ ଏମିତି ଏକ ବାହାଘର ହେଲା ଯାହା ସମସ୍ତଙ୍କ ଆଖି ଖୋଲିଦେଇଛି। ବିବାହରେ ପୁଅଘର ଲୋକେ ଯୌତୁକ ଭାବେ ଝିଅଘରୁ କେବଳ ଗୋଟିଏ ଗଛର ଚାରା ନେଇଛନ୍ତି। ଝିଅ ଘରକୁ ମଧ୍ୟ ବଦଳରେ ଏକ ଚାରା ଦେଇଛନ୍ତି। ବାହାଘରକୁ ଯେଉଁ ବରଯାତ୍ରୀ ଯିବେ ସମସ୍ତଙ୍କୁ ଗୋଟିଏ କରି ଚାରା ଉପହାର ଦେବାକୁ ବରଘର ଝିଅଘରକୁ ଅନୁରୋଧ କରିଥିଲେ। ତାହା ହିଁ ହୋଇଛି। ଉପହାର ଭାବେ ଦିଆଯାଉଥିବା ଚାରାଟିକୁ ସଯତ୍ନରେ ଲଗାଇ ବଢାଇବାକୁ ସମସ୍ତଙ୍କୁ ସଂକଳ୍ପ କରାଯାଇଥିଲା। ଏଭଳି ଅନନ୍ୟ ବିବାହ କରିଥିବା ଯୁବକ ଜଣକ ହେଉଛନ୍ତି ଅମିତ ଦୁବେ। ଉକ୍ତ ଅଞ୍ଚଳରେ ପ୍ରତିବର୍ଷ ...