ସମ୍ପାଦକୀୟ |

ସାଧନାର ପ୍ରୟୋଗଶାଳା

ସାଧନାର ପ୍ରୟୋଗଶାଳା
ବିମଳ ପ୍ରସନ୍ନ ଦାସ ଡିସେମ୍ବର ୯ ତାରିଖ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ମହାସମାଧି ଦିବସ। ଏହି ଉପଲକ୍ଷେ ମାତୃବିହାର ଖଣ୍ଡଗିରିରେ ୨୪ବର୍ଷ ଧରି ରାଜ୍ୟସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଆସୁଛି। ସାରା ରାଜ୍ୟରେ ସକ୍ରିୟ ଥିବା ୧୫,୯୫୦ ପାଠଚକ୍ରରୁ ଶ୍ରଦ୍ଧାଳୁ ଅପାଭାଇମାନେ ଏଠି ସମବେତ ହୁଅନ୍ତି। ବର୍ତ୍ତମାନ ଦେଖାଯାଉ ଏହି ପାଠଚକ୍ରଟି କ’ଣ ଓ କାହିଁକି? ପାଠଚକ୍ର କହିଲେ ଶ୍ରୀଅରବିନ୍ଦ ପାଠଚକ୍ରକୁ ହିଁ ବୁଝାଏ। ୧୯୬୦ ମସିହାରୁ ଦିବ୍ୟଦ୍ରଷ୍ଟା ବାବାଜୀ ଶ୍ରୀରାମକୃଷ୍ଣ ଦାସଙ୍କ ପ୍ରେରଣା ଓ ଅଧ୍ୟାପକ କାଙ୍ଗାଳି ଚରଣ ପତି (ପ୍ରପତ୍ତି)ଙ୍କ ଶ୍ରମ ଏବଂ ସାଧନା ହେତୁ ୧୯୬୦ଠାରୁ ଏହି ଆନ୍ଦୋଳନ ଅଗ୍ରସର ହୋଇଚାଲିଛି। ଆଜି ସେ ମହାଦ୍ରୁମର କେତେ ଶାଖପ୍ରଶାଖା, ଯଥା ୧୯୬୪ ସ୍ବତନ୍ତ୍ର ମହିଳା ପାଠଚକ୍ର, ୯୧୭ ଶ୍ରୀଅରବିନ୍ଦ ଛାତ୍ରସମାଜ, ୬୨୬ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଏବଂ ୭୩ଟି ସ୍ଥାନରେ ଶ୍ରୀଅରବିନ୍ଦଙ୍କ ଶ୍ରୀତନୁ ସ୍ମାରକୀ ସ୍ଥାପିତ ହୋଇ ପାଠଚକ୍ର ଆନ୍ଦୋଳନକୁ ଏକ ବୈପ୍ଳବିକ ରୂପ ଦେଇଛି। ଅଭୀପ୍‌ସୁମାନଙ୍କ ନିମନ୍ତେ ପାଠଚକ୍ର ଏକ ବ୍ରତ, ବୃତ୍ତି ନୁହେଁ; ଧର୍ମ, ଧନ୍ଦା ନୁହେଁ; ନିଶା, ପେସା ନୁହେଁ। ଏହା ହିଁ ସାଧନାର ପ୍ରୟୋଗଶାଳା ଓ ଶ୍ରଦ୍ଧାର ଶରଧାବାଲି। ଶ୍ରୀମାଙ୍କ ଭାଷାରେ "All this leads to harmony make me happy". ଉପାସନା ନୁହେଁ, ଆରାଧନା ହିଁ ଏଠି କରାଯାଏ। ପାଠଚକ୍ର ଅଧ୍ୟୟନ, ଆଲୋଚନା ଓ ଅନୁଶୀଳନ ଚକ୍ର। ଏକ ଆତ୍ମିକ ପରିସର। ନିର୍ଦ୍ଦିଷ୍ଟ ବିଧିବିଧାନ ଓ ଉପାସନା ପୀଠ ନୁହେଁ। ଜଟିଳ ଦାର୍ଶନିକ ତତ୍ତ୍ୱ ଓ ତଥ୍ୟକୁ ସହଜ ଓ ସରଳ ଭାଷାରେ ଏଠି ବିନିମୟ କରାଯାଏ। ଜୀବନ ଓ ଯୋଗ ଏକ ଓ ଅଭିନ୍ନ ବୋଲି ପାଠଚକ୍ର ବିଚାର କରେ। ସାରା ଜୀବନ ଶିଖିବା ପାଇଁ, ଜାଣିବା ପାଇଁ। ସେଥିପାଇଁ ଶ୍ରୀଅରବିନ୍ଦ ଓ ଶ୍ରୀମା ଜୀବନକୁ ଯୋଗ ଓ ଶିକ୍ଷା ଭାବରେ ଗ୍ରହଣ କରିଛନ୍ତି। ନୂତନ ଓ ପ୍ରବୀଣ, ନବୀନ ଓ ପୁରାତନ- ସମସ୍ତେ ଏଠି ଗୃହୀତ, ସ୍ବୀକୃତ ଓ ସମ୍ମାନିତ। ଏହା ଏକ ନିରବଚ୍ଛିନ୍ନ ଧାରା। କାହାର ବାଟ ଏଠି ସରିଯାଏନା। ବିଶ୍ରାମ ନାହିଁ। ସାମାନ୍ୟ କେତୋଟି ବର୍ଷର ସାଧନାରେ ଯଦି ସାଧକ ସନ୍ତୁଷ୍ଟ ହୁଏ ତାହା ଆତ୍ମପ୍ରବଞ୍ଚନା ମାତ୍ର। ମା’ ଓ ଶ୍ରୀଅରବିନ୍ଦଙ୍କ ବିପୁଳ ରଚନା ପ୍ରତ୍ୟେକ ସାଧକ ଅଧ୍ୟୟନ କରିବା ଅପରିହାର୍ଯ୍ୟ। କର୍ମ, ଭକ୍ତି, ଜ୍ଞାନ ତଥା ପ୍ରତ୍ୟାଖ୍ୟାନ ସାଧନା ପାଇଁ ଅପରିହାର୍ଯ୍ୟ। ଉପଚାର ଓ ଔପଚାରିକତା ନୁହେଁ, କର୍ମତତ୍ପରତା ଓ ଗତିଶୀଳତା ଆବଶ୍ୟକ। ଭକ୍ତି କର୍ମରେ ରୂପାନ୍ତରିତ ନ ହେଲେ ସେ ଭକ୍ତି ମୂଲ୍ୟହୀନ ଓ ପ୍ରଭାବଶୂନ୍ୟ ହୋଇପଡ଼େ। ଅପରନ୍ତୁ ଭକ୍ତିବିହୀନ କର୍ମ ଦ୍ୱାରା ଜଣେ ଶ୍ରମିକଟିଏ ହୋଇପାରେ, କିନ୍ତୁ ସାଧକ ନୁହେଁ। ପାଠଚକ୍ର କର୍ମ, ଭକ୍ତି ଓ ଜ୍ଞାନର ତ୍ରିବେଣୀ ସଙ୍ଗମ। ଆମ ସାମୂହିକ ଯୋଗର କଷଟିପଥର। ଶରୀର, ପ୍ରାଣ ଓ ମନକୁ ଆତ୍ମା ସହିତ ସଂଯୋଗ କରିବା ପାଠଚକ୍ରର ଅନ୍ୟତମ ଲକ୍ଷ୍ୟ। କାରଣ ପାଠଚକ୍ର ରୂପାନ୍ତର ଯୋଗ ବା ଅତିମାନସ ସାଧନାର ଅନ୍ତୁଡ଼ିଶାଳ। ଏହାର ପରିସର ସମଗ୍ର ଜୀବନ ଓ ଜଗତ। କେବଳ ଋଷିକେଶ ବା ପଣ୍ଡିଚେରୀ ନୁହେଁ। ସଂସାର ଓ ଈଶ୍ୱର, ବିଶ୍ୱାସ ଏବଂ ବାସ୍ତବତା ଭିତରେ ରହିଆସିଥିବା ଦ୍ୱନ୍ଦ୍ୱ, ସଂଶୟ ଓ ସଂଘାତର ଶ୍ରୀଅରବିନ୍ଦ ହିଁ ସଫଳ ଓ ସାର୍ଥକ ସଂଯୋଜକ। ସେ ବିଶ୍ୱାତୀତ, ପୁଣି ବିଶ୍ୱଗତ, ପରଂବ୍ରହ୍ମ, ପରମାତ୍ମା ବା ଭଗବାନ କହିଲେ ଆମେ ଯାହା ବୁଝୁ ସେ ଠିକ୍‌ ତାହା ନୁହନ୍ତି। ସେ ଏକ ବିସ୍ମୟକର କ୍ରାନ୍ତିର ଦିଗନ୍ତ-ବିରଳ ବ୍ୟତିକ୍ରମ। ସତ୍ୟର ଆବାହନ ପାଇଁ ପାଠଚକ୍ର ଏକ ଜ୍ୱଳନ୍ତ, ବିଶୁଦ୍ଧ ଅଗ୍ନିକୁଣ୍ଡ। ସଂହତି, ସହଯୋଗ, ସହୃଦୟତା, ସହାନୁଭୂତି ଏବଂ ସମତାର ଶରଧାବାଲି-ଏକ ଅନବଦ୍ୟ ଅନୁଷ୍ଠାନ। ସଂଘବଦ୍ଧ ଭାବେ ସତ୍ୟକୁ ଠାବ କରିବା ଏହାର ଲକ୍ଷ୍ୟ। ପ୍ରତ୍ୟେକ ବ୍ୟକ୍ତି ଏଠି ବିବର୍ତ୍ତନର ଚାବିକାଠି। ”Every individual is an essential link in the evolutionary movement“.ଏଠି ଅହରହ ଝଙ୍କୃତ ହେଉଛି ଶ୍ରୀଅରବିନ୍ଦଙ୍କ ଆହ୍ବାନ-"The problem of harmony is the problem of Existence". ଏହା ହିଁ ଆଜିର ମଣିଷକୁ ସଂହତିର ପଥ ନିର୍ଦ୍ଦେଶ କରୁ-ଏତିକି ଏ ପବିତ୍ର ଅବସରରେ ପ୍ରାର୍ଥନା। (ଶ୍ରୀଅରବିନ୍ଦଙ୍କ ମହାସମାଧି ଦିବସ ଉପଲକ୍ଷେ) ମୋ-୯୪୩୮୧୮୬୨୨୬
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଋଣ ଛାଡ଼

ସମ୍ପାଦକୀୟ/ ଋଣ ଛାଡ଼

ଡିସେମ୍ବର ୧୭ରେ କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ ହେବ ବୋଲି ଘୋଷଣା କରିଛନ୍ତି। କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ କୃଷିଋଣ ଛାଡ଼ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିବାରୁ କମଲନାଥ ତତ୍‌କ୍ଷଣାତ୍‌ ପଦକ୍ଷେପ ନେଇଛନ୍ତି। ସେହିପରି ଏହିଦିନ କେନ୍ଦ୍ର ..

ସୁନ୍ଦର ଜାଗା, ଭଲ ଲୋକ

ସୁନ୍ଦର ଜାଗା, ଭଲ ଲୋକ

ନବୀନ ପଟ୍ଟନାୟକ

ଗତ କେତେ ସପ୍ତାହ ଧରି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ଅନେକ ବ୍ୟକ୍ତିଙ୍କୁ ଆତିଥେୟତା ପ୍ରଦାନ କରିଛି। ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଶିଳ୍ପପତିମାନେ ଏକାଠି ହୋଇଥିଲେ। ସେହିପରି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ବିଶ୍ୱ ପ୍ରସିଦ୍ଧ କଳାକାର, ସାଂସ୍କୃତିକ ତଥା କ୍ରୀଡ଼ା ଜଗତର ଖ୍ୟାତନାମା ବ୍ୟକ୍ତିତ୍ୱ, ବିଭିନ୍ନ ଦେଶର ..

ଆତ୍ମହତ୍ୟା ମହାପାପ

ଆତ୍ମହତ୍ୟା ମହାପାପ

ଇଂ. ବିଦ୍ୟାଧର ପଣ୍ଡା

ହାଡୁ ପୁରୋହିତଙ୍କର ପୁରାଣ ଜ୍ଞାନ ଭଲ। ଛକ ଚା’ଦୋକାନରେ ବସି କେତେ କଥା ଆଲୋଚନା କରନ୍ତି। କାଲି ପେଥାଇ ବାତ୍ୟାର କୋହଲା ପାଗରେ ଅଦିନିଆ ଚାଷୀମାନେ ଚା’ ପିଇବାକୁ ଛକକୁ ଝଡପରି କୁଆଡୁ ମାଡିଆସି ଭିଡ କରିଥାନ୍ତି। ଗୋସେଇଁଙ୍କୁ ଦେଖିବା ମାତ୍ରେ ପାଦତଳେ ଓଳଗି ହୋଇ ଚାରିପଟେ ଚକ୍ରାକାରରେ ଛିଡା ହୋଇଗଲେ। ଚା’ ପିଇବା ସହ ଟିଭି ଖବର ଦେଖିବେ ଓ ଲୋକଙ୍କଠାରୁ ଆଗାମୀ ବର୍ଷା ଓ ବାତ୍ୟା କଥା ଜାଣିବେ। ଏମିତି ପ୍ରକାରର ଲୋକଙ୍କୁ ଦେଖି ହାଡୁ ପୁରୋହିତଙ୍କର ପାକୁଆ ପାଟିରେ ପ୍ରବଚନ ଶକ୍ତି ବଢିଯାଏ। ଗତବର୍ଷ ଚାଷକାମରେ ହାରି ଚାରିଜଣ ଅଧାବରଷିଆ ଚାଷୀ ଆତ୍ମହତ୍ୟା କଲେ। ଏକଥା ଗୋସେଇଁଙ୍କୁ ...

ସୂର୍ଯ୍ୟ ନମସ୍କାର

ସୂର୍ଯ୍ୟ ନମସ୍କାର

ଅଲେଖ ଚନ୍ଦ୍ର ମିଶ୍ର

ସକଳ ଶକ୍ତିର ଉତ୍ସ ସୂର୍ଯ୍ୟଙ୍କୁ କେଉଁ ଆଦିମ କାଳରୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆ ହୋଇଛି। ଋତୁଚକ୍ର, ଦିନରାତି, ମେଘ, ରଙ୍ଗ, ଅଗ୍ନି, ତାପଶକ୍ତି ଇତ୍ୟାଦି ସୂର୍ଯ୍ୟଙ୍କ ଯୋଗୁ ସମ୍ଭବ। ସୂର୍ଯ୍ୟଙ୍କ ନାମ ସହିତ ଅନେକ ଦେଶର ଭୌଗୋଳିକ ସ୍ଥିତିକୁ ଯୋଡାଯାଇଛି, ଯଥା ନିଶିଥସୂର୍ଯ୍ୟର ଦେଶ (ନରଓ୍ବେ), ସୂର୍ଯ୍ୟୋଦୟର ଦେଶ (ଜାପାନ) ଇତ୍ୟାଦି। ସାରା ପୃଥିବୀରେ ରବିବାର (ସନ୍‌ଡେ)ର ଏକ ସ୍ବ...

ଏଇ ଭାରତରେ

ଏଇ ଭାରତରେ

ଭାରତର ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି। ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଅନେକେ ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି। ତେବେ ଭାରତର ଏକ ଗଁା ରହିଛି, ଯେଉଁଠି ଭିକ ମାଗିବା ଲୋକଙ୍କର ପେସା। ଉତ୍ତରପ୍ରଦେଶର କାନପୁର ଜିଲାରେ ରହିଛି ଏକ କପାଡିଆ ବସ୍ତି। ଏଠାରେ ବାସ କରୁଥିବା ଲୋକେ ଭିକ୍ଷାବୃତ୍ତି କରି ଚଳନ୍ତି। ଏହା ତାଙ୍କର କୌଳିକ ବୃତ୍ତି। ବସ୍ତିର କୌଣ..

ସମ୍ପାଦକୀୟ/ରାୟର ରଙ୍ଗ

ସମ୍ପାଦକୀୟ/ରାୟର ରଙ୍ଗ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦେହରକ୍ଷୀ ବେୟନ୍ତ ସିଂ ଓ ସତ୍‌ଓ୍ବନ୍ତ ସିଂ ୧୯୮୪ ଅକ୍ଟୋବର ୩୧ରେ ଗୁଳିକରି ହତ୍ୟା କରିଥିଲେ। ଏହା ପରେ ଦିଲ୍ଲୀ ସମେତ ସମଗ୍ର ଦେଶରେ ଶିଖ୍‌ ବିରୋଧୀ ଦଙ୍ଗାରେ ୮,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା। ଅବଶ୍ୟ ବେସରକାରୀ ହିସାବରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ଥିବା ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଭଳି ଗଣହତ୍ୟା ସେହି ସମୟରେ ସମଗ୍ର ଦେଶରେ ଚହଳ ପକାଇ ଦେଇଥିଲା। ଦୀର୍ଘ ୩୪ ବର୍ଷ ପରେ ଦଙ୍ଗାର ...

ମାନବାଧିକାର ଓ ମୃତ୍ୟୁଦଣ୍ଡ

ମାନବାଧିକାର ଓ ମୃତ୍ୟୁଦଣ୍ଡ

ବୈକୁଣ୍ଠନାଥ ମିଶ୍ର

ଭାରତ ସମ୍ବିଧାନର ଧାରା ୨୧ ଭାରତୀୟ ନାଗରିକଙ୍କୁ ସ୍ବାଧୀନଭାବେ ବଞ୍ଚିବାର ଅଧିକାର ପ୍ରଦାନ କରିଛି। ବ୍ୟକ୍ତିର ସେହି ଅଧିକାର କ୍ଷୁଣ୍ଣ ହେଲେ ମାନବିକ ଅଧିକାର ବିପନ୍ନ ହେଲା ବୋଲି ବୁଝିବାକୁ ହେବ। ଆଧୁନିକ ଯୁଗରେ ମାନବାଧିକାର ଏକ ବିତର୍କିତ ପ୍ରସଙ୍ଗ। କାରଣ ମାନବାଧିକାରର ସଂଜ୍ଞା ଅସ୍ପଷ୍ଟ। ସମାନ ଅପରାଧ ପାଇଁ ଜଣେ ଫାଶୀ ଦଣ୍ଡାଦିଷ୍ଟ ହେଉଥିବା ବେଳେ ଆଉ ଜଣେ ଆଜୀବନ ଜେଲଦଣ୍ଡ ପାଏ। ଜଣେ ନ୍ୟାୟମୂର୍ତ୍ତିଙ୍କ ଦୃଷ୍ଟିରେ ଫାଶୀ ମାନବାଧିକାରର ପରିପନ୍ଥୀ ତ ଆଉ ଜଣେ ବିରଳରୁ ଅତି ବିରଳ ଅପରାଧ ପାଇଁ ଫାଶୀଦଣ୍ଡ ଏକମାତ୍ର ବିକଳ୍ପ ବୋଲି ବିବେଚନା କରନ୍ତି। କେତେକ ମାନବାଧିକାର କର୍ମୀଙ୍କ ମତରେ ଜଣଙ୍କର ଜୀବ..

ଶୀତ ପରେ ବସନ୍ତ

ଶୀତ ପରେ ବସନ୍ତ

ଉପେନ୍ଦ୍ର ବିଶ୍ୱାଳ

‘ଧାରେ ହସ’ ଶୀର୍ଷକ ମୋର ପ୍ରବନ୍ଧଟିଏ ପାଠକଲା ପରେ କଲ୍ୟାଣୀ ନାମ୍ନୀ ଶିକ୍ଷୟିତ୍ରୀ କହିଲେ ”ଭଗବାନ ଯାହା ଓଠରୁ ସବୁଦିନ ପାଇଁ ହସ ଲିଭାଇ ଦେଇଛନ୍ତି, ସେ ବା ହସିବ କେମିତି?“ ଅବଶ୍ୟ ବେଦନାଭରା ଥିଲା ତାଙ୍କ ଜୀବନ କାହାଣୀ। ଦୁର୍ଭାଗ୍ୟର କଳାବାଦଲ ଘୋଟିଆସିଛି ତାଙ୍କ ଜୀବନରେ। ପ୍ରଥମେ ମା’ଙ୍କୁ ଓ ପରେ ବାପାଙ୍କୁ ହରାଇ ଦିଗହରା ହେଲେ। ଏକମାତ୍ର ଭାଇ ହିଁ ସାହାରା ସାଜି ଭଉଣୀର ବିବାହ କରାଇଦିଏ। ମାତ୍ର ନିୟତି ନିଷ୍ଠୁର ସାଜିଥିଲା। ସ୍ବାମୀଙ୍କ ନିର୍ଯାତନା ଥିଲା ତାଙ୍କ ପାଇଁ ଆହୁରି ଅସହ୍ୟ। ଜୀବନ ବଞ୍ଚାଇବାକୁ ଯାଇ ଭଉଣୀଟି ଫେରିଆସେ ଭାଇର ଆଶ୍ରାରେ। ବିବାହ ପରେ ଭାଇ ମଧ୍ୟ ହାତ ଛାଡ଼ିଦିଏ। ତା’ପରେ ଚାରିଦି..

ଏଇ ଭାରତରେ

ଏଇ ଭାରତରେ

କେତେକେ ଜୀବନ ଧାରଣ ପାଇଁ ଯେଭଳି କଷ୍ଟ ବରଣ କରିଥାଆନ୍ତି ତାହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ତ୍ରିପୁରାର ରାଜଧାନୀ ଅଗରତାଲାରେ ରିକ୍‌ସା ଚଳାଉଥିବା ସୋମା ଚକ୍ରବର୍ତ୍ତୀ। ସେ ଝିଅକୁ କପଡାରେ ବାନ୍ଧି ଛାତିରେ ଧରିବା ସହିତ ପେଟ ପୋଷିବା ପାଇଁ ଦିନସାରା ରାଜରାସ୍ତାରେ ରିକ୍ସା ଟାଣନ୍ତି। ତାଙ୍କ ପ୍ରତି ସହାନୁଭୂତି ଦେଖାଇ ଅନେକେ ଅଧାବାଟରୁ..

ବିଶ୍ୱାସ ତୁଟିଲା

ବିଶ୍ୱାସ ତୁଟିଲା

ତଥାଗତ ସତପଥୀ

ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣାଯିବା ନେଇ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟ ଡିସେମ୍ବର ୧୪ରେ ରାୟ ଦେବା ପରେ ରାଜନୈତିକ କାଦୁଅ ଫିଙ୍ଗାଫୋପଡ଼ା ଆରମ୍ଭ ହୋଇଯାଇଛି। 

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଚିନ୍ମୟ ରଞ୍ଜନ କୁମାର

କୃଷି ଓ କୃଷକ ବିଭିନ୍ନ କାରଣ ପାଇଁ ଏବେ ଚାପଗ୍ରସ୍ତ। କୃଷି ମୁଖ୍ୟତଃ ବର୍ଦ୍ଧିତ ଜନସଂଖ୍ୟା, ସହରୀକରଣ, ସରକାରୀ ଅର୍ଥ ବିନିଯୋଗର ହ୍ରାସ, ନୀତି ନିର୍ଦ୍ଧାରଣ ଓ ପ୍ରଣୟନରେ ଅସମାନତା ଏବଂ ପ୍ରାକୃତିକ ସମ୍ପଦର ସ୍ଖଳନ ଭଳି ସମସ୍ୟା ଦ୍ୱାରା ପୀଡ଼ିତ।

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

୧୯୭୨ ମସିହାର ଏକ ଘଟଣା। ମୁଁ ରାଉରକେଲାକୁ ବଦଳି ହୋଇ, ସେଠାରେ ଥିବା ଓଡ଼ିଶା-ମିଲିଟାରୀ ପୋଲିସ (ଓଏମ୍‌ପି)ର ତ୍ରିତାଲା ଫ୍ଲାଟ୍‌ର ଉପର ମହଲାର ଏକ ବାସଗୃହରେ ରହୁଥାଏ।