ବାଣିଜ୍ୟ |

ସୃଷ୍ଟି ହେବ ନୂତନ ଜିଏସ୍‌ଟି ସ୍ଲାବ୍‌

ସୃଷ୍ଟି ହେବ ନୂତନ ଜିଏସ୍‌ଟି ସ୍ଲାବ୍‌

ନୂଆଦିଲ୍ଲୀ,୯-୧୨- ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ସଦସ୍ୟ ସୁଶିଲ ମୋଦି କହିଛନ୍ତି ୧୨% ଓ ୧୮% ଜିଏସ୍‌ଟି ସ୍ଲାବ୍‌କୁ ଏକତ୍ର କରିବା ପାଇଁ ପରିଷଦ ପକ୍ଷରୁ ବିଚାର କରାଯାଉଛି। ଏହି ଦୁଇ ଟିକସ ଥାକକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଏକ ନୂତନ ଟିକସ ଥାକ କରିବା ପାଇଁ ଯୋଜନା ଚାଲିଛି। ଏହି ନୂତନ ଟିକସ ଥାକ ୧୨ ଓ ୧୮% ମଧ୍ୟରେ ରହିବ। ସେହିପରି ବର୍ତ୍ତମାନ ୨୮% ଟିକସ ଥାକରେ ମୋଟ ୫୦ଟି ସାମଗ୍ରୀ ଓ ସେବା ରହିଥିବା ବେଳେ ଏହି ସଂଖ୍ୟାକୁ ହ୍ରାସ କରିବା ପାଇଁ ମଧ୍ୟ ଯୋଜନା ଚାଲିଛି ବୋଲି ମୋଦି କହିଛନ୍ତି। ଟିକସଜନିତ ରାଜସ୍ବ ଆଦାୟ ସ୍ଥିତିରେ ସୁଧାର ଆସିଲା ପରେ ଯାଇଁ ଏଭଳି ନିଷ୍ପତ୍ତି ନିଆଯିବ। ଭାରତ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ ଏଠାରେ ଅୟୋଯିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଏହା କହିଛନ୍ତି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ପିଏନ୍‌ବିର ଗାନ୍ଧିଗିରି ପ୍ଲାନ: ପ୍ରତି ମାସରେ ଖିଲାପକାରୀଙ୍କ ଠାରୁ ଅସୁଲ ହେବ ୧୫୦ କୋଟି

ପିଏନ୍‌ବିର ଗାନ୍ଧିଗିରି ପ୍ଲାନ: ପ୍ରତି ମାସରେ ଖିଲାପକାରୀଙ୍କ ଠାରୁ ଅସୁଲ ହେବ ୧୫୦ କୋଟି

ନୂଆଦିଲ୍ଲୀ, ୨୧-୪ ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସୀ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ବେଆଇନ ଲେଟର ଅଫ୍‌ ଅଣ୍ଡରଟେକିଂ ଦ୍ୱାରା ପ୍ରାୟ ୧୩୦୦୦ କୋଟି ଟଙ୍କା ଘୋଟାଲା କରିବାକୁ ସମର୍ଥ ହେଲେ। ଏବେ ନୀରବ ଏବଂ ମେହୁଲ ଚୋକସୀ ଋଣ ଖିଲାପ କରି ବିଦେଶରେ । ବାରମ୍ବାର ସମନ ସତ୍ତ୍ୱେ ସେମାନେ ତଦନ୍ତକାରୀ ଏଜେନ୍ସିଗୁଡିକ ସହିତ ସହଯୋଗ କରୁ ନାହାନ୍ତି। ସେମାନଙ୍କ ବିରୋଧରେ ସରକାର ଜାମିନ ବିହୀନ ପରଓ୍ବାନା ମଧ୍ୟ ଜାରି କରି ସାରିଛନ୍ତି। ଏହା କେବଳ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସମସ୍ୟା ନୁହେଁ। ଦେଶର ବିଭିନ୍ନ ବ୍ୟାଙ୍କରେ ବର୍ତ୍ତମାନ ହଜାର ହଜାର କୋଟି ଟଙ୍କାର ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ପଡି ରହିଛି। ଏହି ଭଳି ଖିଲାପକାରୀଙ୍କଠାରୁ ଟଙ୍କା ଅସୁଲ କରିବା ଲାଗି ପିଏନ୍‌ବି ଏକ ନୂଆ ଯୋଜନା ହାତକୁ ନେଇଛି ଯାହାର ନାମ ରହିଛି ଗାନ୍ଧିଗିରି।

ଏଟିଏମ୍‌ ସଙ୍କଟ: ଅଧିକ ଉଠାଣ କରିଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ

ଏଟିଏମ୍‌ ସଙ୍କଟ: ଅଧିକ ଉଠାଣ କରିଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ

ନୂଆଦିଲ୍ଲୀ, ୨୧-୪ କ୍ୟାଶ ସଙ୍କଟ ଟଳି ନ ଥିବା ବେଳେ ଏହାର କାରଣ କଣ ପ୍ରଶ୍ନ ଏବେ ମଧ୍ୟ ଲୋକଙ୍କ ମନରେ ଉଙ୍କି ମାରୁଛି। ହଠାତ କାହିଁକି ଏଟିଏମ୍‌ଗୁଡିକ ଖାଲି ହୋଇ ଯାଉଛି ତାର ଉତ୍ତର ସରକାର ଠିକ୍‌ ଭାବେ ଦେଇ ପାରୁ ନାହାନ୍ତି। ଲୋକଙ୍କର ଚାହିଦା ହଠାତ ବୃଦ୍ଧି ହେବା ଯୋଗୁ ନଗଦ ସଙ୍କଟ ଏଟିଏମ୍‌ଗୁଡିକରେ ଆସିଥିବା ସରକାର ଲୋକଙ୍କୁ ବୁଝାଇବା ଆଳରେ କହିଛନ୍ତି। ମାତ୍ର କେଉଁ କେଉଁ ଲୋକ ଏହି ଦିନଗୁଡିକରେ କେତେ ପରିମାଣର ଟଙ୍କା ଉଠାଇଛନ୍ତି ତାକୁ ନେଇ ତର୍ଜମା ହେବ ବୋଲି ଜଣା ଯାଇଛି। କ୍ୟାଙ୍କ ସଙ୍କଟ ମାମଲା ଉପରେ ସରକାରଙ୍କ ଫାଇନାନ୍ସିଆଲ୍‌ ଇଣ୍ଟେଲିଜେନ୍ସ ୟୁନିଟ(ଏଫ୍‌ଆଇୟୁ) ତଦନ୍ତ କରିବ ବୋଲି ଜଣା ଯାଇଛି।

କ୍ୟାଶ ସଙ୍କଟ: ଅଧିକ ଉଠାଣ ହୋଇଥିବା ସ୍ଥାନଗୁଡିକ ଉପରେ ଆୟକର ବିଭାଗର ନଜର

କ୍ୟାଶ ସଙ୍କଟ: ଅଧିକ ଉଠାଣ ହୋଇଥିବା ସ୍ଥାନଗୁଡିକ ଉପରେ ଆୟକର ବିଭାଗର ନଜର

ନୂଆଦିଲ୍ଲୀ, ୨୧-୪ କ୍ୟାଶ ଜନିତ ସଙ୍କଟ ଟଳିବାରେ ନା ନେଉ ନାହିଁ। ଏଟିଏମ୍‌ଗୁଡିକରେ ନଗଦ ସଙ୍କଟ ବିମୁଦ୍ରୀକରଣ ଦିନ କଥା ମନେ ପକାଇ ଦେଉଛି। ଏପରେ ନୋଟ ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ଉଭୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ତତ୍ପର ହୋଇଛନ୍ତି। କ୍ୟାଶ ସଙ୍କଟ ସମାଧାନ ହୋଇଯିବ ବୋଲି ସରକାର ଲୋକଙ୍କୁ ଆଶ୍ୱସନା ଦେଉଥିବା ବେଳେ ଦେଶରେ ପ୍ରଚୁର ପରିମାଣର ନଗଦ ରହିଥିବା ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ। ଲୋକମାନେ ନଗଦ ଟଙ୍କାକୁ ମହଜୁଦ କରି ରଖିଥିବା ଯୋଗୁ ଏପରି ସଙ୍କଟ ଆସିଥିବା ଅନୁମାନ କରାଯାଉଛି। ଏତଦ୍‌ ବ୍ୟତୀତ କେଉଁ ସ୍ଥାନଗୁଡିକରେ ଅଧିକ ପରିମାଣର ଉଠାଣ ହୋଇଛି ସେ ଉପରେ ଆୟକର ବିଭାଗ ନଜର ରଖିଛି।

ଦେଶର ପ୍ରଥମ ୧୦୦ ବିଲିୟନ୍‌ ଡଲାର କମ୍ପାନୀ ହେବ ଟିସିଏସ୍‌

ଦେଶର ପ୍ରଥମ ୧୦୦ ବିଲିୟନ୍‌ ଡଲାର କମ୍ପାନୀ ହେବ ଟିସିଏସ୍‌

ନୂଆଦିଲ୍ଲୀ, ୨୧-୪ ପ୍ରମୁଖ ଆଇଟି ସେବା ପ୍ରଦାନ କାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ(ଟିସିଏସ୍‌) ଦେଶର ପ୍ରଥମ ୧୦୦ ବିଲିୟନ ଡଲାର ବିଶିଷ୍ଟ କମ୍ପାନୀ ହେବ। ସେହିଭଳି କମ୍ପାନୀର ବଜାର ଅଂଶଧନ ଦେଶର ଅନ୍ୟ ପ୍ରମୁଖ କମ୍ପାନୀ ଇନଫୋସିସ୍‌ ତୁଳନାରେ ଅଢେଇ ଗୁଣ ବଡ ବୋଲି ଜଣାଯାଇଛି। ୧୦୦ ବିଲିୟନ ଡଲାର ଛୁଇଁବା ଲାଗି କମ୍ପାନୀ ଆଉ ଏକ ବିଲିୟନ ଡଲାର ପଛରେ ରହିଛି। ଏହି ଲକ୍ଷ୍ୟ ହାସଲ ପାଇଁ କମ୍ପାନୀର ଶେୟାର ମୂଲ୍ୟରେ ଆଉ ମାତ୍ର ୫୦ ଟଙ୍କା ବୃଦ୍ଧି ହେବାର ଆବଶ୍ୟକତା ରହିଛି।

ଟେଲିକମ୍‌ କମ୍ପାନୀଙ୍କ ମଧ୍ୟରେ ଟାରିଫ୍‌ ଲଢେଇ

ଟେଲିକମ୍‌ କମ୍ପାନୀଙ୍କ ମଧ୍ୟରେ ଟାରିଫ୍‌ ଲଢେଇ

ନୂଆଦିଲ୍ଲୀ, ୨୧-୪ ଘରୋଇ ବଜାରର ଟେଲିକମ୍‌ କମ୍ପାନୀଙ୍କ ମଧ୍ୟରେ ଟାରିଫ୍‌କୁ ନେଇ ଛକାପଞ୍ଝା ଲାଗି ରହିଛି। ବିଶେଷ କରି ରିଲାଏନ୍ସ ଜିଓର ପ୍ରବେଶ ପରେ କମ୍ପାନୀଙ୍କ ମଧ୍ୟରେ ଟାରିଫ୍‌ ନେଇ ଲଢେଇ ତୀବ୍ରତର ହୋଇଛି। ଗ୍ରାହକଙ୍କୁ ନିଜ ସହ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ବିଭିନ୍ନ ଲୋଭନୀୟ ଅଫର ମାନ ପ୍ରଦାନ କରୁଛନ୍ତି। ସେହିଭଳି ବିଭିନ୍ନ କମ୍ପାନୀର ଅଫର ବିକଳ୍ପ ରହୁଥିବାରୁ ଗ୍ରାହକମାନେ ଏହାକୁ ନେଇ ଗୋଟିଏ କମ୍ପାନୀରେ ବାନ୍ଧି ହୋଇ ରହିବାକୁ ଆଉ ପସନ୍ଦ କରୁ ନାହାନ୍ତି। ଯେଉଁ କମ୍ପାନୀ ଡାଟା, ଟକ୍‌ ଟାଇମ୍‌, ଏସ୍‌ଏମ୍‌ଏସ୍‌ କ୍ଷେତ୍ରରେ ଲୋଭନୀୟ ଅଫର ପ୍ରଦାନ କରୁଛି ସେହି କମ୍ପାନୀ ଆଡକୁ ଗ୍ରାହକମାନେ ଅଗ୍ରସର ହେଉଛନ୍ତି।

ବ୍ଲାକ୍‌ କୋବ୍ରା ପ୍ଲାଏଉଡ୍‌ର ଡିଲର ମିଟ୍‌

ବ୍ଲାକ୍‌ କୋବ୍ରା ପ୍ଲାଏଉଡ୍‌ର ଡିଲର ମିଟ୍‌

ଭୁବନେଶ୍ୱର, ୨୧-୪ ପଞ୍ଜାବଭିତ୍ତିକ ପ୍ଲାଏଉଡ୍‌ କମ୍ପାନୀ ବ୍ଲାକ୍‌ କୋବ୍ରା ଓଡ଼ିଶାରେ ଏହାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଡିଲରମାନଙ୍କୁ ନେଇ ଏକ ବୈଠକ କରିଛି। ଏହି ଅବସରରେ କମ୍ପାନୀର ଉପସଭାପତି(ବଜାର) ସୁଧୀର ମେହିନ୍ଦ୍ରୁ, ମାର୍କେଟିଂ ମ୍ୟାନେଜର ରାଜନ ମେହିନ୍ଦ୍ରୁ, ବ୍ରାଞ୍ଚ ମ୍ୟାନେଜର ଅଶୋକ ସେନ୍‌ଗୁପ୍ତା ଏବଂ ଓଡ଼ିଶା ସୁପର ଡିଷ୍ଟ୍ରିବ୍ୟୁଟର ଶିବଦତ୍ତ ସୁବୁଦ୍ଧି ପ୍ରମୁଖ ଡିଲରମାନଙ୍କ ସହ ଆଲୋଚନା କରିଥିଲେ।

ପୂର୍ବତଟ ରେଳପଥ ପାଳିଲା ୬୩ତମ ରେଳ ସପ୍ତାହ

ପୂର୍ବତଟ ରେଳପଥ ପାଳିଲା ୬୩ତମ ରେଳ ସପ୍ତାହ

ଭୁବନେଶ୍ୱର,୨୧-୪ ୧୮୫୩ ମସିହା ଏପ୍ରିଲ ୧୬ରେ ଭାରତବର୍ଷର ପ୍ରଥମ ରେଳଗାଡ଼ି ବମ୍ବେରୁ ଠାଣେ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ଏହି ଦିନକୁ ମନେପକାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ୬୩ତମ ରେଳ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂ, ଅତିରିକ୍ତ ମହାପ୍ରବନ୍ଧକ ରାଜୀବ ଶର୍ମା ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ମଧୁଲିକା ସିଂ ଅତିଥି ଭାବେ ଯୋଗ ଦେଇଥିଲେ।

୪ ବର୍ଷର ରେକର୍ଡ ଭାଙ୍ଗିଲା ତୈଳ ଦର

୪ ବର୍ଷର ରେକର୍ଡ ଭାଙ୍ଗିଲା ତୈଳ ଦର

ନୂଆଦିଲ୍ଲୀ,୨୧-୪ ଦେଶର ପ୍ରମୁଖ ମେଟ୍ରୋ ସହର ବମ୍ବେ ଓ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଶୁକ୍ରବାର ୪ ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ୭୪ ଟଙ୍କା ୦୮ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୬୯ ଟଙ୍କା ୫୦ ପଇସାକୁ ବଢ଼ିଛି। ସ୍ଥାନୀୟ ସୂଚନା ଅନୁସାରେ ଭୁବନେଶ୍ୱରରେ ଶୁକ୍ରବାର ପେଟ୍ରୋଲ ଲିଟର ୭୨ ଟଙ୍କା ୯୨ ପଇସା ଏବଂ ଡିଜେଲ ଦର ୭୦ ଟଙ୍କା ୦୮ ପଇସାକୁ ବୃଦ୍ଧି ପାଇଛି।

ଅକ୍ଷୟ ତୃତୀୟାରେ ହୋଣ୍ଡା ୨ହ୍ବିଲର୍ସ ବିକ୍ରିରେ ୮୦% ବୃଦ୍ଧି

ଅକ୍ଷୟ ତୃତୀୟାରେ ହୋଣ୍ଡା ୨ହ୍ବିଲର୍ସ ବିକ୍ରିରେ ୮୦% ବୃଦ୍ଧି

ଭୁବନେଶ୍ୱର,୨୧-୪:ଅକ୍ଷୟ ତୃତୀୟା ଅବସରରେ ହୋଣ୍ଡା ୨ହ୍ବିଲର୍ସ ରେକର୍ଡ ପରିମାଣର ଯାନ ବିକ୍ରି କରିଛି। ଏହି ଦିନ କମ୍ପାନୀର ବିକ୍ରି ୮୦% ବଢ଼ିଛି। ପଶ୍ଚିମ ଭାରତୀୟମାନେ ଅଧିକ ଗାଡ଼ି କିଣିଥିବା ବେଳେ ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳରେ ମଧ୍ୟ ଭଲ ଉତ୍ସାହ ଦେଖାଦେଇଥିଲା। ଏହି ଅବସରରେ ଗ୍ରାହକ ଆକ୍ଟିଭାକୁ ସର୍ବାଧିକ ପସନ୍ଦ କରିଛନ୍ତି। ଅକ୍ଷୟ ତୃତୀୟାରେ କମ୍ପାନୀର ବିକ୍ରି ବିଷୟରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି(ବିକ୍ରି ଓ ମାର୍କେଟିଂ) ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି ଯେ, ୨୦୧୮ର ଆରମ୍ଭ ଆମ ପାଇଁ ସକାରାତ୍ମକ ରହିଛି। ଅକ୍ଷୟ ତୃତୀୟାରେ ଗୋଟିଏ ଦିନରେ ଗ୍ରାହକମାନେ ସର୍ବାଧିକ ପରିମାଣର ହୋଣ୍ଡା ଦୁଇଚକିଆ ଯାନ କିଣିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ନୂଆଦିଲ୍ଳୀ, ୨୧-୪(ପି.ଟି) :କଳାଟଙ୍କା ଏବଂ ଟେରର ଫଣ୍ଡିଂ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ୨୦୧୬ ନଭେମ୍ବର ୮ରେ ରାତି ଅଧିଆ ‘ବିମୁଦ୍ରୀକରଣ’ ଘୋଷଣା କରିଥିଲେ। ଏହା ଦ୍ୱାରା କଳାଟଙ୍କାଗୁଡିକ ଆର୍ଥିକ ବ୍ୟବସ୍ଥାକୁ ଫେରିଆସିବ ଏବଂ ଏହା ଉପରେ ରୋକ୍‌ ଲାଗିବ ବୋଲି ଉକ୍ତ ସମୟରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ବାସ୍ତବରେ ଏହା ସେପରି ହେଲା ନାହିଁ। ସରକାରଙ୍କ ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ବଜାର ଉପରେ ବିମୁଦ୍ରୀକରଣର ପ୍ରଭାବ ପଡିଥିଲା। ଭାରତର ଅଭିବୃଦ୍ଧି ପ୍ରଭାବିତ ହେବା ସହ ମାନୁଫ୍ୟାକ୍‌ଚରିଂ କାରବାର ଏକ ପ୍ରକାର ଧିମା ହୋଇଗଲା।

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର, ୨୧-୪(ବ୍ୟୁରୋ):ପୂର୍ବତଟ ରେଳପଥ ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରଥମ ମେମୁ(ମେନ ଲାଇନ ଇଲେକଟ୍ରିକ୍‌ ମଲ୍ଟିପୁଲ ୟୁନିଟ) ଟ୍ରେନର ଶୁଭାରମ୍ଭ କରିବ। ଏହି ଟ୍ରେନରେ ଉଭୟ ପାର୍ଶ୍ୱରେ ଇଞ୍ଜିନ ରହିବ। ଏହାର ଇଞ୍ଜିନ ଅତି ଶକ୍ତିଶାଳୀ ହୋଇଥିବାରୁ ଷ୍ଟାର୍ଟ କରିବା ଲାଗି ଅତି ବେଶି ସମୟ ନେବ ନାହିଁ। ଏହି ଟ୍ରେନ ଚଳାଚଳ ଲାଗି ପୂର୍ବତଟ ରେଳପଥ ପ୍ରସ୍ତୁତିକୁ ଜୋରଦାର କରିଛି। ଖୋର୍ଦ୍ଧାଠାରେ ଏଥି ଲାଗି ମେମୁ ସେଡ୍‌ ନିର୍ମାଣ ହୋଇଛି। ଏଥି ଲାଗି ୩ଟି ରେକ୍‌ ଶୀଘ୍ର ଆସିବ। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର-କଟକ ଫାଷ୍ଟ ପାସେଞ୍ଜରକୁ ମେମୋ ଟ୍ରେନରେ ରୂପାନ୍ତରିତ କରାଯିବ। ବ୍ରହ୍ମପୁର ଭଦ୍ରକ ମଧ୍ୟରେ ଏହି ଭଳି ଏକ ଟ୍ରେନ ଚଳାଇବାକୁ ଯୋଜନା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏପରି ଅଧିକ ଟ୍ରେନ ଚଳାଚଳ କରାଇବାକୁ ଯୋଜନା ଧାର୍ଯ୍ୟ ହୋଇଛି।

ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ ଏକ ନମ୍ବର ସ୍ମାର୍ଟଫୋନ୍‌

ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ ଏକ ନମ୍ବର ସ୍ମାର୍ଟଫୋନ୍‌

ଭୁବନେଶ୍ୱର,୨୦-୪ ପ୍ରମୁଖ ସ୍ମାର୍ଟଫୋନ୍‌ ନିର୍ମାତା ସାମ୍‌ସଙ୍ଗ୍‌ ସଦ୍ୟ ବଜାର ପ୍ରବେଶ କରାଇଥିବା ଗାଲାକ୍ସି ଏସ୍‌୯ ଏବଂ ଏସ୍‌୯+ ମଡେଲ୍‌ ବେଶ୍‌ ଲୋକାଦୃତ ହୋଇଛି। ଉତ୍ତମ ପ୍ରଦର୍ଶନ, ଅଡିଓ ଭିଜୁଆଲ୍‌ କ୍ୱାଲିଟି ଏବଂ ଆକର୍ଷଣୀୟ ଫିଚର ପାଇଁ ଗାଲାକ୍ସି ଏସ୍‌୯ ଏକ ନମ୍ବର ମାନ୍ୟତା ପାଇଛି ବୋଲି କଞ୍ଜ୍ୟୁମର ରିପୋଟର୍‌ସ ଡ୍ୟୁରେବିଲିଟି ଟେଷ୍ଟ୍‌ ପକ୍ଷରୁ ପ୍ରକାଶ।