
ଦୁବାଇ, ୯।୧୨(ପି.ଟି.)- ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ୩ଟିକିଆ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍। ବର୍ତ୍ତମାନ ଦିନିକିଆ ର଼୍ୟାଙ୍କିଙ୍ଗର ୨ୟ ସ୍ଥାନରେ ଥିବା ଭାରତୀୟ ଦଳ ନିକଟରେ ଏହି ସିରିଜ୍ରେ ଶୀର୍ଷସ୍ଥାନକୁ ଉଠିବାର ସୁଯୋଗ ରହିଛି। ଟିମ୍ ଇଣ୍ଡିଆ ସିରିଜ୍ରେ କ୍ଲିନ୍ ସୁଇପ୍ ହାସଲ କଲେ ହିଁ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିପାରିବ। ଏବେ ୨ୟ ସ୍ଥାନରେ ଥିବା ଭାରତୀୟ ଦଳ ନିକଟରେ ୧୨୦ ପଏଣ୍ଟ ଥିବାବେଳେ ୧୨୧ ପଏଣ୍ଟ ସହ ଦ. ଆଫ୍ରିକା ଶୀର୍ଷରେ ରହିଛି। ଏଣୁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ର ଟପ୍ରେ ଥିବା ଭାରତକୁ ଦିନିକିଆରେ ଶୀର୍ଷସ୍ଥାନକୁ ଉଠିବା ପାଇଁ ଶ୍ରୀଲଙ୍କାକୁ ୩-୦ ବ୍ୟବଧାନରେ ହରାଇବାକୁ ପଡ଼ିବ, ଯଦ୍ଦ୍ବାରା ଭାରତ ଦଶମିକ ପଏଣ୍ଟ ବ୍ୟବଧାନରେ ଶୀର୍ଷ ସ୍ଥାନ ଅଧିକାର କରିବ। ଅନ୍ୟପକ୍ଷରେ ଭାରତ ଏହି ସିରିଜ୍କୁ ୨-୧ ବ୍ୟବଧାନରେ ଜିତିଲେ ମଧ୍ୟ ଏକ ପଏଣ୍ଟ ହରାଇବାକୁ ପଡ଼ିବ। ଯଦି ଭାରତ ୩-୦ ବ୍ୟବଧାନରେ ପରାଜିତ ହୁଏ, ତେବେ ୮ମ ସ୍ଥାନରେ ଥିବା ଶ୍ରୀଲଙ୍କାର ପଏଣ୍ଟ ସଂଖ୍ୟା ୮୩ରୁ ବୃଦ୍ଧି ପାଇ ୮୭ରେ ପହଞ୍ଚତ୍ବ। ସିରିଜ୍ର ପ୍ରଥମ ମ୍ୟାଚ୍ ଧର୍ମଶାଳାଠାରେ ଖେଳାଯିବ। ପରବର୍ତ୍ତୀ ଦୁଇଟି ମ୍ୟାଚ୍ ୧୩ ଓ ୧୭ ତାରିଖରେ ଯଥାକ୍ରମେ ମୋହାଲି ଓ ବିଶାଖାପାଟଣାରେ ଅନୁଷ୍ଠିତ ହେବ।