ମେଟ୍ରୋ |

ଏସିପି, ଆଇଆଇସି ସ୍ତରରେ ଅଦଳବଦଳ

ଏସିପି, ଆଇଆଇସି ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୯।୧୨(ବ୍ୟୁରୋ)- କମିଶନରେଟ ପୋଲିସର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ ହୋଇଛି। ଏସିପି ଗ୍ରିଭାନ୍ସ ସେଲ୍‌ରେ ଥିବା ସରିଫୁଦ୍ଦିନଙ୍କୁ କଟକ ଜୋନ୍‌-୨ ଏସିପି ଭାବେ ଅବସ୍ଥାପିତ କରାଯାଇଛି। କଟକ ଜୋନ୍‌-୨ ଏସିପି ମନୋରଞ୍ଜନ ବିଶ୍ୱାଳଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁ ଏସିପି ଭାବେ ବଦଳି କରାଯାଇଛି। ପଦୋନ୍ନତି ପାଇଥିବା ଇନ୍ସପେକ୍ଟର ସୂର୍ଯ୍ୟମଣି ପ୍ରଧାନଙ୍କୁ କମିଶନ୍‌ରେଟ୍‌ ପୋଲିସର ପିିଆର୍‌ଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଏସିପି ର଼୍ୟାଙ୍କକୁ ପଦୋନ୍ନତି ପାଇଥିବା କ୍ୟାପିଟାଲ ଥାନା ଅଧିକାରୀ ମାନସ ଗଡନାୟକଙ୍କୁ ଅସ୍ଥାୟୀ ଭାବେ ସେହି ଥାନାର ଦାୟିତ୍ୱ ଦିଆଯାଇଛି। ଏସିପି ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇଥିବା ଏୟାରଫିଲ୍ଡ ଥାନା ଅଧିକାରୀ ଦେବୀଶଙ୍କର ପ୍ରତାପ, ଖାରବେଳନଗର ଥାନା ଅଧିକାରୀ ଅନୁପ କାନୁନ୍‌ଗୋ, ଶହୀଦନଗର ଥାନା ଅଧିକାରୀ କିଶୋର ମୁଣ୍ଡ୍‌, ଡିଆଇବିରେ ଥିବା ରଜତ କୁମାର ରାୟ ଓ ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ ସଞ୍ଜୀବ ଶତପଥୀଙ୍କୁ କୌଣସି ନିଯୁକ୍ତି ଦିଆଯାଇ ନାହିଁ। ସେମାନେ ବର୍ତ୍ତମାନ ଥିବା ଥାନାର ଅସ୍ଥାୟୀ ଭାବେ ଦାୟିତ୍ୱ ତୁଲାଇବେ। ପଦୋନ୍ନତି ପାଇଥିବା ବଡ଼ଗଡ଼ ଥାନା ଅଧିକାରୀ ଶୁଭେନ୍ଦୁ ସିଂହାଙ୍କୁ ଭୁବନେଶ୍ୱର ଜୋନ୍‌-୪ ଏସିପି ଭାବେ ନିଯୁକ୍ତି ଦିଆଯାଇଛି। ବିଶ୍ୱନାଥ ମିଶ୍ରଙ୍କୁ ଅତିରିକ୍ତ ଏସ୍‌ପି ଆଇୟୁସିଏଡବ୍ଲ୍ୟୁ ଜଗତ୍‌ସିଂହପୁରକୁ ବଦଳି କରାଯାଇଛି। ଏସିପି ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇଥିବା କଟକ ସଦର ଥାନା ଅଧିକାରୀ ଦେବଦତ୍ତ କରଙ୍କୁ ଭୁବନେଶ୍ୱରକୁ ବଦଳି କରାଯାଇଥିଲେ ମଧ୍ୟ ସେ ଅସ୍ଥାୟୀ ଭାବେ ସେହି ଥାନା ଦାୟିତ୍ୱରେ ରହିବେ। ସେହିଭଳି ଆଇଆଇସି ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି। ଧଉଳି ଥାନା ଅଧିକାରୀଭାବେ ଜୟଦେବ ବିଶ୍ୱଜିତ୍‌ଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ପଦୋନ୍ନତି ପାଇଥିବା ଧଉଳି ଥାନା ଅଧିକାରୀ ପ୍ରଭାସଚନ୍ଦ୍ର ପାଲଙ୍କୁ ବାଲେଶ୍ୱର ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ରଶ୍ମିତା ଜେନାଙ୍କୁ ଭୁବନେଶ୍ୱର ଆଇୟୁସିଏଡବ୍ଲ୍ୟୁର ଇନ୍‌ସପେକ୍ଟର ଭାବେ ଅବସ୍ଥାପିତ କରାଯାଇଛି। ଏସ୍‌ଆଇରୁ ଆଇଆଇସିକୁ ପଦୋନ୍ନତି ପାଇଥିବା ଆକାଶ ରଣାଙ୍କୁ ଖଣ୍ଡଗିରି ଥାନାର ଅତିରିକ୍ତ ଥାନା ଅଧିକାରୀଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ଆଇଆଇସିକୁ ପଦୋନ୍ନତି ପାଇଥିବା ମନୋଜ କୁମାର ସ୍ବାଇଁଙ୍କୁ ଖାରବେଳନଗର ଥାନାର ଅତିରିକ୍ତ ଥାନା ଅଧିକାରୀଭାବେ ନିଯୁକ୍ତି ଦିଆଯାଇଛି। ଖଣ୍ଡଗିରି ଥାନାରେ ଥିବା ଅତିରିକ୍ତ ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କୁ ତମାଣ୍ଡୋ ଥାନା ଅଧିକାରୀଭାବେ ବଦଳି କରାଯାଇଛି। ଏସିପି ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇଥିବା ତମାଣ୍ଡୋ ଥାନା ଅଧିକାରୀଙ୍କୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ବାଦାମବାଡି ଥାନାର ଅତିରିକ୍ତ ଥାନା ଅଧିକାରୀ ମନୋଜ ରୋଶନ ବିଲୁଙ୍ଗଙ୍କୁ କଟକ ଟ୍ରାଫିକ୍‌ ଥାନା ଅଧିକାରୀଭାବେ ନିଯୁକ୍ତି ଦିଆଯାଇଛି। ଟ୍ରାଫିକ ଥାନା ଅଧିକାରୀ ଶରତ ସାହୁଙ୍କୁ ପୁରୀ ଜିଲାକୁ ବଦଳି କରାଯାଇଛି। କ୍ୟାଣ୍ଟନ୍‌ମେଣ୍ଟ ଥାନା ଅଧିକାରୀ ବିଶ୍ୱଜିତ୍‌ ମହାନ୍ତିଙ୍କୁ ଲାଲବାଗ ଥାନା ଅଧିକାରୀଭାବେ ବଦଳି କରାଯାଇଛି। ଦେବଦତ୍ତ ବରାଳଙ୍କୁ କଟକ ହେଡକ୍ୱାର୍ଟର ଡିଏସ୍‌ପି ଭାବେ ବଦଳି କରାଯାଇଛି। କ୍ୟାଣ୍ଟନ୍‌ମେଣ୍ଟ ଥାନାର ଅତିରିକ୍ତ ଥାନା ଅଧିକାରୀ ପରମାନନ୍ଦ ନାୟକଙ୍କୁ ଦରଘାବଜାର ଥାନା ଅଧିକାରୀଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ଦରଘାବଜାର ଥାନା ଅଧିକାରୀ ରମେଶ କୁମାର ମୋହନାଙ୍କୁ କ୍ୟାଣ୍ଟନ୍‌ମେଣ୍ଟ ଥାନା ଅଧିକାରୀଭାବେ ବଦଳି କରାଯାଇଛି। ମହିଳା ଥାନାର ଅତିରିକ୍ତ ଥାନା ଅଧିକାରୀ ତିରୋସକୋଭା ମହାପାତ୍ରଙ୍କୁ ମଧୁପାଟଣା ଥାନା ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ଦଳାଇଙ୍କୁ କଟକ ସଦର ଏସ୍‌ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆଇଏଏଚ୍‌ଟିୟୁ ସେଲ୍‌ରେ ଥିବା ଅଧିକାରୀ ରୀନା ଦାଶଙ୍କୁ ବାଦାମବାଡି ଥାନାର ଅତିରିକ୍ତ ଥାନା ଅଧିକାରୀଭାବେ ନିଯୁକ୍ତି ମିଳିଛି। କ୍ୟାପିଟାଲ ଥାନାର ଅତିରିକ୍ତ ଥାନା ଅଧିକାରୀ ସୁନୀଲ କୁମାର ବେହେରାଙ୍କୁ ଚନ୍ଦକା ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ଚନ୍ଦକା ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କୁ ବଡଗଡ ଥାନା ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଏସଆଇ ରାମଚନ୍ଦ୍ର ବେହେରାଙ୍କୁ କଟକ ଆଇଏଏଚ୍‌ଟିୟୁକୁ ବଦଳି କରାଯାଇଛି।
All Right Reserved By

ମେଟ୍ରୋ |

ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ୫ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ୫ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୦ା୯(ବ୍ୟୁରୋ)- ବାତ୍ୟା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମେଡିକାଲ ରିିଲିଫ ସେଣ୍ଟର ଖୋଲିବ। ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ  ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି।

‘ଡିଜିଟାଲ ଜେଣ୍ଡର ଆଟଲାସ୍‌’ ଲୋକାର୍ପିତ: ଓ୍ବେବ୍‌ସାଇଟରୁ ମିଳିବ ଛାତ୍ରୀଛାତ୍ରଙ୍କ ତଥ୍ୟ

‘ଡିଜିଟାଲ ଜେଣ୍ଡର ଆଟଲାସ୍‌’ ଲୋକାର୍ପିତ: ଓ୍ବେବ୍‌ସାଇଟରୁ ମିଳିବ ଛାତ୍ରୀଛାତ୍ରଙ୍କ ତଥ୍ୟ

ଭୁବନେଶ୍ୱର, ୨୦ା୯(ବ୍ୟୁରୋ)- ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ଡିଜିଟାଲ ଜେଣ୍ଡର୍‌ ଆଟ୍‌ଲାସ୍‌’ ଓ୍ବେବସାଇଟ୍‌ ଗୁରୁବାର ଅପରାହ୍ନରେ ଲୋକାର୍ପିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶ ସଚିବାଳୟସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି।

୩ ଥାନାରେ ବିଗିଡି ଚାଲିଛି ଆଇନ୍‌ ଶୃଙ୍ଖଳା: ପ୍ରତିକାର ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭାଜପା

୩ ଥାନାରେ ବିଗିଡି ଚାଲିଛି ଆଇନ୍‌ ଶୃଙ୍ଖଳା: ପ୍ରତିକାର ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭାଜପା

ଖୋର୍ଦ୍ଧା ଅଫିସ,୨୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ, ବୋଲଗଡ ଓ ଜଙ୍କିଆ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ଏ ନେଇ ବେଗୁନିଆ ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ଖୋର୍ଦ୍ଧାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପୋଲିସ ବିରୋଧରେ ନେତାମାନେ ବର୍ଷିଛନ୍ତି । 

ତୀବ୍ର ଅବପାତର ରୂପ ନେଲା ଲଘୁଚାପ: ଝଡ଼ବାତ୍ୟା ଆଶଙ୍କା, ୫ ଜିଲାକୁ ସତର୍କ ସୂଚନା

ତୀବ୍ର ଅବପାତର ରୂପ ନେଲା ଲଘୁଚାପ: ଝଡ଼ବାତ୍ୟା ଆଶଙ୍କା, ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଗୁରୁବାର ମଧ୍ୟରାତ୍ରରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

କାକଟପୁର,୨୦।୯(ଡି.ଏନ୍‌ଏ.): ପୁରୀ ଜିଲା ଅସ୍ଥରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ  ପାଞ୍ଚଗ୍ରାମ ଉଚ୍ଚ  ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ   ବୁଧବାର ଉକ୍ତ ଗ୍ରମର ଜଣେ ଯୁବକ ଆକ୍ରମଣ କରିବା ସହ ବିଦ୍ୟାଳୟକୁ ଆସିଲେ ମାରିଦେବାକୁ ଧମକ ଦେଇଥିଲେ। 

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର ଆଦି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସତର୍କ କରାଯାଇଛି।

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୨ଟି ବିଲ୍‌ ଗୃହରେ ଅନୁମୋଦନ ଲାଭ କରିଛି।

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା: ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା: ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାରକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟ ଗୁରୁବାର ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ତାରିଖ ଧାର୍ଯ୍ୟ ହେବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।

କାର-ଟ୍ରକ ମୁହାଁମୁହିଁ: ୫ ମୃତ

କାର-ଟ୍ରକ ମୁହାଁମୁହିଁ: ୫ ମୃତ

କଟକ ଅଫିସ, ୨୦।୯(ଡି.ଏନ୍‌.ଏ): କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଅନନ୍ତପୁର ନିକଟରେ ଗୁରୁବାର ସକାଳେ କାର ଓ ଟ୍ରକ ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଛି। 

କୋଣାର୍କ ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଘଟଣା: ଅଭିଜିତଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

କୋଣାର୍କ ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଘଟଣା: ଅଭିଜିତଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିବା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍‌ ଆୟାର ମିତ୍ରଙ୍କୁ ଗୁରୁବାର ଗିରଫ କରାଯାଇଛି। ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୋଲିସ ଅଭିଜିତ୍‌ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। 

ଆସୁଛି ଲଘୁଚାପ, ୨ ଦିନ ପ୍ରବଳ ବର୍ଷିବ

ଆସୁଛି ଲଘୁଚାପ, ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୯।୯(ବ୍ୟୁରୋ)- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅବପାତ(ଡିପ୍ରେସନ)ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଉଗ୍ରରୂପ ଧାରଣ କରି ଡିପ୍‌ ଡିପ୍ରେସନରେ ପରିଣତ ହେବ। 

ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା କରିବାକୁ ଦାବି

ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା କରିବାକୁ ଦାବି

ଭୁବନେଶ୍ୱର, ୨୦।୯(ବ୍ୟୁରୋ)- ଓଡ଼ିଶାରେ ୩୨୫୯ଟି ପ୍ରାଥମିକ ଦୁଗ୍ଧ ସମବାୟ ସମିତି ଜରିଆରେ ଓମ୍‌ଫେଡ୍‌ ଦିନକୁ ହାରାହାରି ୬ଲକ୍ଷ ଲିଟର କ୍ଷୀର କିଣୁଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୨୬ ଟଙ୍କା ୧୦ ପଇସା ରହିଛି।