ମେଟ୍ରୋ |

ଲୋକ ଅଦାଲତ: ୧,୭୯, ୪୮, ୨୦୦ କ୍ଷତିପୂରଣ

ଲୋକ ଅଦାଲତ: ୧,୭୯, ୪୮, ୨୦୦ କ୍ଷତିପୂରଣ
ପୁରୀ ଅଫିସ, ୯।୧୨: ପୁରୀ ଜିଲା କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ୩୧୩୫ଟି କେଶ ବିଚାରକୁ ନିଆଯାଇଥିଲା। ଏ ବାବଦକୁ ୧ କୋଟି ୭୯ ଲକ୍ଷ ୪୮ ହଜାର ୨୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଜିଲା ଓ ଦୌରାଜଜ୍‌ ଅମ୍ବୁଜ ମୋହନ ଦାଶଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା। ୨୦୧୬ ମସିହାରେ ପୁରୀ ବାଟମଙ୍ଗଳାଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପି.ରୋଶନୀ ସୁବୁଦ୍ଧିଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୫ ଜୁନ୍‌ ୧୪ ତାରିଖରେ ସତ୍ୟବାଦୀ ପଟ୍ଟନାୟିକା ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୨ ହାତ ହରାଇଥିବା ପୁରୀ କାଳିକାଦେବୀ ସାହି ସରସ୍ବତୀ ନାୟକକଙ୍କୁ ୧୯ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସେହିପରି ୨୦୧୫ ମସିହା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦାସିଆପୀଠ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିବା ପିପିଲି ସରସ୍ବତୀପୁରର ରାଜମିସ୍ତ୍ରୀ ମନୋଜ ନାୟକଙ୍କୁ ୬ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ ଲୋକ ଅଦାଲତ ସହାୟକ ହୋଇପାରିଛି ବୋଲି ଜିଲା ଦୌରାଜଜ୍‌ ଦାଶ ଗଣମାଧ୍ୟମକୁ କହିଛନ୍ତି। ଅତିରିକ୍ତ ପ୍ରଥମ ଜିଲା ଓ ଦୌରାଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ, ୨ୟ ଏଡିଜେ ମୁରଲୀଧର ଦୋରା, ୩ୟ ଏଡିଜେ ସତ୍ୟ ନାରାୟଣ ଷଡ଼ଙ୍ଗୀ ପ୍ରମୁଖ ମାମଲାର ବିଚାର କରିଥିଲେ। ଜିଲା ଆଇନସେବା ପ୍ରାଧିକରଣ ସମ୍ପାଦକ ସୁଶାନ୍ତ ମହାପାତ୍ର ପରିଚାଳନା କରିଥିଲେ।
All Right Reserved By

ମେଟ୍ରୋ |

ହାତୀ ଆକ୍ରମଣରେ ୨ ଗୁରୁତର

ହାତୀ ଆକ୍ରମଣରେ ୨ ଗୁରୁତର

ନିରାକାରପୁର, ୨୦।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଚନ୍ଦକା ପୋଖରୀକୁ ଶୁକ୍ରବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

କୂଅରେ ପଡ଼ି ଛାତ୍ରୀ ମୃତ

କୂଅରେ ପଡ଼ି ଛାତ୍ରୀ ମୃତ

ଖୋର୍ଦ୍ଧା ଅଫିସ,୨୦।୧୦: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୋଡିପଡା ଗ୍ରାମରେ କୂଅରେ ପଡି ଶନିବାର ପୂର୍ବାହ୍ନରେ ଜଣେ ଦ୍ୱିତୀୟ  ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବନ୍ୟା ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ସେ ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି।

୫୧ ବର୍ଷରେ ପହଞ୍ଚତ୍ଛି ଅସ୍ତରଙ୍ଗ ଦୁର୍ଗାପୂଜା

୫୧ ବର୍ଷରେ ପହଞ୍ଚତ୍ଛି ଅସ୍ତରଙ୍ଗ ଦୁର୍ଗାପୂଜା

କାକଟପୁର, ୨୦।୧୦(ଡି.ଏନ୍‌.ଏ.): ଅସ୍ତରଙ୍ଗ ବଜାରଠାରେ ଦୁର୍ଗା କ୍ଲବ ପକ୍ଷରୁ ଷଷ୍ଠୀ ତିଥିଠାରୁ ଆରମ୍ଭ  ହୋଇଛି ଦୁର୍ଗାପୂଜା।  ଦୁର୍ଗା କ୍ଲବ ପକ୍ଷରୁ  ୫୧ ବର୍ଷ  ଧରି ଏଠାରେ ମୃଣ୍ମୟୀ ମୂର୍ତ୍ତିଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରାଯାଇ ଆସୁଛି ବୋଲି କହିଛନ୍ତି କ୍ଲବର ସମ୍ପାଦକ ଆଇନଜୀବୀ ଦିବ୍ୟଦର୍ଶୀ ବିଶ୍ୱାଳ।

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୨୦।୧୦: ଶନିବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। ଚଳିତବର୍ଷ ପଞ୍ଚକ ପାଞ୍ଚ ଦିନ ହେବ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ହେବ। ପଞ୍ଚକରେ ଭକ୍ତମାନେ ଦାରୁଦିଅଁଙ୍କ ୫ ବେଶ ଦର୍ଶନ କରିବାର ସୁଯୋଗ ପାଇବେ। 

୨୫ରୁ କାର୍ତ୍ତିକ ବ୍ରତ

୨୫ରୁ କାର୍ତ୍ତିକ ବ୍ରତ

ପୁରୀ ଅଫିସ, ୨୦।୧୦: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ଧର୍ମମାସ ଅର୍ଥାତ୍‌ ହବିଷ ମାସ କାର୍ତ୍ତିକ। ଏହି ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ହବିଷିଆଳିଙ୍କ ସୁଅ ଛୁଟିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ହବିଷିଆଳି ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ପ୍ରାତଃରୁ ମାର୍କଣ୍ଡ, ଶ୍ୱେତଗଙ୍ଗା, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ମହୋଦଧି ଆଦିରେ ସ୍ନାନ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବେ। 

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ବେଗୁନିଆ,୨୦।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟିକାତଳ ନିକଟସ୍ଥ ଏକ ପୋଖରୀ କୂଳରେ ଜଣେ ଅପରିଚାତା ମହିଳାଙ୍କ ମୃତ ଦେହ ପଡିଥିବା ଶନିବାର ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। 

ରାବଣ ପୋଡି ଉତ୍ସବ

ରାବଣ ପୋଡି ଉତ୍ସବ

ଭୁବନେଶ୍ୱର,୧୯।୧୦: ସରିଛି ପାର୍ବଣର ଋତୁ। ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ। ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ମେଲାଣି ନେଇଛନ୍ତି ଯୋଗମାୟା।

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ନିରାକାରପୁର,୧୯ା୧୦(ଡି.ଏନ.ଏ.)- ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଷ୍ଟେଶନ ଦକ୍ଷିଣପାର୍ଶ୍ୱ ରେଳଧାରଣାରେ ଶୁକ୍ରବାର ଜଣେ ଅଜଣା ବ୍ୟକ୍ତିଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । 

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବାଲିଅନ୍ତା,୧୯।୧୦- ମା’ ଦୁର୍ଗାପୂଜାଙ୍କ ମହାଦଶମୀ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆସି ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ।

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

କଣ୍ଟାପଡା,୧୯।୧୦(ଡି.ଏନ୍‌.ଏ.)- ରାଜ୍ୟ ସାରା ଦଶହରା ପର୍ବ ମହାସମାରୋହରେ ପାଳିିତ ହେଉଥିବା ବେଳେ କଣ୍ଟାପଡାର ଗୋବିନ୍ଦପୁର ଅଞ୍ଚଳରେ ନିଆରା ପର୍ବ ଆୟୋଜନ ହେଉଥିବା ଦେଖାଯାଇଛି । ଶୁକ୍ରବାର ବିଜୟାଦଶମୀ ଅବସରରେ ଉକ୍ତ ଗ୍ରାମରେ କ୍ଷତ୍ରୀୟମାନଙ୍କ ପାରମ୍ପରିକ ଖଣ୍ଡା ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି।