ମେଟ୍ରୋ |

ନ୍ୟାୟ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ

ନ୍ୟାୟ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ
ପୁରୀ ଅଫିସ, ୯।୧୨: ଗୋପ ଥାନା ନାଗପୁର ବଜାର ନିକଟ ଏକ ପରିତ୍ୟକ୍ତ ପୋଖରୀରୁ ଗତ ସୋମବାର ଇଞ୍ଚଳ ଗ୍ରାମର କୃଷ୍ଣଚନ୍ଦ୍ର ମହାରଣାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଶତାଧିକ ଗ୍ରାମବାସୀ ଶନିବାର ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଅତିରିକ୍ତ ଏସ୍‌ପି ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ସେପରି କୌଣସି ଠୋସ୍‌ ପ୍ରମାଣ ମିଳିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଭିସାରା ଟେଷ୍ଟ ଲାଗି ଫରନ୍‌ସିକ୍‌ ଲେବ୍ରୋଟାରୀକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ତଥ୍ୟକୁ ଆଧାରକରି ହତ୍ୟା ମାମଲାରେ କେଶ ରୁଜୁ କରାଯିବ। ଏ ନେଇ ପୂର୍ବରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଅନ୍ୟପଟେ କୃଷ୍ଣଚନ୍ଦ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କହିଛନ୍ତି।
All Right Reserved By

ମେଟ୍ରୋ |

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

କୋଣାର୍କ, ୧୫।୧୦(ଡି.ଏନ୍‌.ଏ.)-  କୋଣାର୍କ ଏନଏସି ଅଧିନସ୍ଥ ଚନ୍ଦ୍ରଭାଗା ନୋଳିଆ ବସ୍ତିଠାରେ ସୋମବାର ଆଇଆଇୱାଇଡି ସାମାଜିକ ସଂଗଠନ ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ସର୍ଭେ ଅଭିଯାନ ଆରମ୍ଭ କରାଯାଇଛି। 

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ପାଣିକୋଇଲିଠାରେ ମେଡ଼ିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ, ପୁଷ୍ପଗିରିଠାରେ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ, କଳିଙ୍ଗନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି, ଜିଲାର ସମସ୍ତ ଭୂମିହୀନଙ୍କୁ ଜମି ଓ ବାସହୀନଙ୍କୁ ଗୃହ ପ୍ରଦାନ, ଚଣ୍ଡିଖୋଲଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି ୫ ଦଫା ଦାବି ନେଇ ସୋମବାର ରାଜଭବନ ସମ୍ମୁଖରେ ଯାଜପୁର ଏକତା ମଞ୍ଚ ପକ୍ଷରୁ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି।

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ବାଣ୍ଟିଲେ ପ୍ରସାଦ ହରିଚନ୍ଦନ

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ବାଣ୍ଟିଲେ ପ୍ରସାଦ ହରିଚନ୍ଦନ

କଣାସ, ୧୫।୧୦(ସ୍ବ.ପ୍ର.)-କଣାସ ବ୍ଲକରେ ପ୍ରବାହିତ ହେଉଥିବା ମଲାଗୁଣିନଦୀର ମାଙ୍କଡଖିଆଠାରେ ଘାଇହୋଇ ଦିବ୍ୟସିଂହପୁର ଗ୍ରାମପଞ୍ଚାୟତର ବ୍ୟାପକ କ୍ଷୟକ୍ଷତି ହୋଇଛି।

କାର୍ଯ୍ୟବନ୍ଦ ଆନ୍ଦୋଳନରେ ମ୍ୟୁନିସିପାଲିଟି କର୍ମଚାରୀ

କାର୍ଯ୍ୟବନ୍ଦ ଆନ୍ଦୋଳନରେ ମ୍ୟୁନିସିପାଲିଟି କର୍ମଚାରୀ

ଖୋର୍ଦ୍ଧା ଅଫିସ,୧୫।୧୦:ସୋମବାର ଖୋର୍ଦ୍ଧା ମ୍ୟୁନିସିପାଲଟି କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତ। ସେପ୍ଟେମ୍ବରର ଦରମା, ପୂଜା ଅଗ୍ରିମ ୨୦ ହଜାର ଟଙ୍କା ଓ ପେନ୍‌ସନଧାରୀଙ୍କୁ ପ୍ରତିମାସରେ ପେନ୍‌ସନ ଯୋଗାଇବା ଦାବିରେ ସୋମବାରଠାରୁ ଏହି ଆନ୍ଦୋଳନ ଚାଲୁ ରହିଛି । ଖୋର୍ଦ୍ଧା ମ୍ୟୁନିସିପାଲିଟିର ୧୦୨ ସ୍ଥାୟୀ କର୍ମଚାରୀ, ଡିଏଲ୍‌ଆର ୩୪ ଓ ମ୍ୟାଣ୍ଡେଜ ୩୦ ଜଣ ଏଥିରେ ସାମିଲ ହୋଇଛନ୍ତି। 

ସାଧାରଣ ନିର୍ବାଚନ: ଆଭିମୁଖ୍ୟ ସ୍ପଷ୍ଟକଲା ସିପିଏମ୍‌

ସାଧାରଣ ନିର୍ବାଚନ: ଆଭିମୁଖ୍ୟ ସ୍ପଷ୍ଟକଲା ସିପିଏମ୍‌

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ କାହା ସହ ମେଣ୍ଟ ହେବ ନାହିଁ। ଯଥା ସମ୍ଭବ ଅଣଭାଜପା ଭୋଟ ବିଭାଜନକୁ ଦଳ ରୋକିବାକୁ ଚେଷ୍ଟା କରିବ।  କଂଗ୍ରେସ କିମ୍ବା ବିଜେଡି କାହା ସହ ମେଣ୍ଟ ହେବ  ନାହିଁ ବୋଲି କହିଛନ୍ତି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। 

ଆୟୁଷ୍ମାନ ଯୋଜନା: ରାଜ୍ୟପାଳଙ୍କୁ ୧ କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରି ନ ଥିଲେ। ରାଜ୍ୟ ସରକାର ନିଜସ୍ବ ବିଜୁ କଲ୍ୟାଣ ଯୋଜନା ଓଡ଼ିଶାରେ ଲାଗୁ କରିଛନ୍ତି।  ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଶାସକ ଦଳ ଅଗ୍ରାହ୍ୟ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଭାଜପା ଅଭିଯୋଗ କରିଥିଲା। 

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ପୂଜାଭେଟି ଦେଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାପରେ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି। 

କ୍ଷୟକ୍ଷତି ରିପୋର୍ଟ ଆସିଲେ କେନ୍ଦ୍ରକୁ ଅବଗତ କରାଯିବ

କ୍ଷୟକ୍ଷତି ରିପୋର୍ଟ ଆସିଲେ କେନ୍ଦ୍ରକୁ ଅବଗତ କରାଯିବ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ତିତ୍‌ଲି ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ ଚାଲିଛି। ଏ ସମ୍ପର୍କରେ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ।

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

କାକଟପୁର, ୧୫।୧୦(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମା’ମଙ୍ଗଳାଙ୍କ ମନ୍ଦିରରେ ଚାଲୁ ରହିଛି ଶାରଦୀୟ ପାର୍ବଣ ପୂଜା। ସୋମବାର ପବିତ୍ର ସପ୍ତମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ରାତିରେ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ  ହେବ। ମନ୍ଦିର ଉତ୍ତର ଦ୍ୱାରରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ସେବକ ପ୍ରଦୀପ ପଣ୍ଡା ପ୍ରକାଶ କରିଛନ୍ତି। 

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

କଟକ ଅଫିସ, ୧୫।୧୦: ପରିବହନ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା। ଏ ନେଇ ସୋମବାର ରାଜ୍ୟ ସରକାର ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀ ଙ୍କ ପାଇଁ ରାଜ୍ୟ ସରକାର ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।