ମେଟ୍ରୋ |

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ସାକ୍ଷୀଗୋପାଳ, ୯।୧୨(ଡି.ଏନ୍‌.ଏ.): ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶୁକଳ ତୃତୀୟା ଦେବ ବିଦ୍ୟାନିକେତନଠାରେ ଶନିବାର ସକାଳେ ବାଳିକାମାନଙ୍କ ଆତ୍ମରକ୍ଷା ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷକ ଭାବରେ ସୁଶାନ୍ତ କୁମାର ବିଶ୍ୱାଳ ଓ କାର୍ତ୍ତିକ ବିଶ୍ୱାଳ ଯୋଗ, ବ୍ୟାୟାମ ଓ ବିପଦଆପଦରେ ସେମାନେ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରିବେ ଏ ନେଇ ପରାମର୍ଶ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୦୦ ବାଳିକା ଶିବିରରେ ଅଂଶଗ୍ରହଣ କରିଥିଲେ। ଏକ ସପ୍ତାହ ବ୍ୟାପୀ ଏହି ଶିବିର ଅନୁଷ୍ଠିତ ହେବ। ଏହା ଦ୍ୱାରା ବାଳିକାମାନେ ନିଜକୁ ସୁରକ୍ଷା ଦେଇପାରିବେ ବୋଲି ସାଧନ କେନ୍ଦ୍ର ସଂଯୋଜକ ବସନ୍ତ କୁମାର ସ୍ବାଇଁ କହିଛନ୍ତି।

All Right Reserved By

Model This Week

ନିକିତା

ମେଟ୍ରୋ |

ବାଲୁଗାଁରେ ଭାଜପାର ଲଟ୍‌କା ଜାରି

ବାଲୁଗାଁରେ ଭାଜପାର ଲଟ୍‌କା ଜାରି

ଖୋର୍ଦ୍ଧା ଅଫିସ, ୨୧।୪: ହକ୍‌ର ଲଢେଇ ପାଇଁ ଭାଜପା ପକ୍ଷରୁ ଖୋର୍ଦ୍ଧା ଜିଲା ବାଲୁଗାଁ ଏନ୍‌ଏସିରେ ଲଟ୍‌କା ଜାରି କରାଯାଇଛି। ଏହି ଅବସରରେ ଭାଜପା ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶ୍ରାଦ୍ଧୋତ୍ସବ

ଖୋର୍ଦ୍ଧା ଅଫିସ, ୨୧।୪: ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଶନିବାର ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ, ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଯାଇଛି।

ସାହିତ୍ୟ ପର୍ବ

ସାହିତ୍ୟ ପର୍ବ

ଖୋର୍ଦ୍ଧା ଅଫିସ, ୨୧।୪: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖୋର୍ଦ୍ଧା ସାହିତ୍ୟ ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଜିଲା ସଂସ୍କୃତି ଭବନ ପରିସରରେ ସାହିତ୍ୟ ପର୍ବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଡା. ପ୍ରତିଭା ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୨ ଲକ୍ଷର ୩୦ ପ୍ରକଳ୍ପକୁ ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୨ ଲକ୍ଷର ୩୦ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୩।୪(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୩୦ ପ୍ରକଳ୍ପକୁ ୧ କୋଟି ୪୨ଲକ୍ଷ ଟଙ୍କାର ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଖୋର୍ଦ୍ଧା ଜିଲାର ରାଜସ ପଞ୍ଚାୟତର ୭ ପ୍ରକଳ୍ପ, ନୂଆପଡ଼ା କୋମନା ପଞ୍ଚାୟତର ୭, ଭଦ୍ରକ ଇରମ ପଞ୍ଚାୟତର ୭ ଏବଂ ରାୟଗଡ଼ା କୁଜେନ୍ଦ୍ରି ପଞ୍ଚାୟତର ୯ ପ୍ରକଳ୍ପ ରହିଛି।

ପହଞ୍ଚିଲା ୪୦ ଫୁଟିଆ ରଥକାଠ

ପହଞ୍ଚିଲା ୪୦ ଫୁଟିଆ ରଥକାଠ

ପୁରୀ ଅଫିସ, ୨୧।୪: ଜୁଲାଇ ୧୪ ତାରିଖରେ ରଥଯାତ୍ରା। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବା ପରେ ରଥ ଖଳାରେ କାମ ଚାଲିଛି। ଶନିବାର ବୌଦ୍ଧ ବନମଣ୍ଡଳରୁ ୪୦ ଫୁଟିଆ ୨୭ ଖଣ୍ଡ ଅସନ ଓ ଧଉରା କାଠ ଆସି ପୁରୀରେ ପହଞ୍ଚିଛି। ଏଥିରେ ରଥର ଦଣ୍ଡା ତିଆରି କରାଯିବ ବୋଲି ଶ୍ରୀମନ୍ଦିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି।

ଡାକ୍ତର ନାହାନ୍ତି, ରୋଗୀ ହଟହଟା

ଡାକ୍ତର ନାହାନ୍ତି, ରୋଗୀ ହଟହଟା

ପୁରୀ ଅଫିସ, ୨୧।୪: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅବ୍ୟବସ୍ଥା ଦେଇ ଗତି କରୁଛି। ଜିଲା ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛାଶକ୍ତି ଅଭାବରୁ ଚିକିତ୍ସାଳୟରେ ରୋଗୀ ସେବା ବ୍ୟାହତ ହେବାରେ ଲାଗିଛି। ଶନିବାର ଓପିଡିରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗ ନିରୂପଣ ଲାଗି ରୋଗୀମାନେ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି।

ତୈଳ ଦର ବୃଦ୍ଧିକୁ ନେଇ ବିଧାନସଭାରେ ହଟ୍ଟଗୋଳ

ତୈଳ ଦର ବୃଦ୍ଧିକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ବିଧାନସଭାରେ ଶନିବାର ଶୂନ୍ୟକାଳ ସମୟରେ ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି।

ପୋଷ୍ୟସନ୍ତାନ ଗ୍ରହଣ କଲେ ଇଟାଲୀ ଦମ୍ପତି : ସୁକୁମତିଙ୍କ ନୂଆ ଠିକଣା ରୋମ୍‌

ପୋଷ୍ୟସନ୍ତାନ ଗ୍ରହଣ କଲେ ଇଟାଲୀ ଦମ୍ପତି : ସୁକୁମତିଙ୍କ ନୂଆ ଠିକଣା ରୋମ୍‌

ଜଗତ୍‌ସିଂହପୁର ଅଫିସ,୨୦ା୪: ଜଗତ୍‌ସିଂହପୁରଠାରୁ ୮ କିଲୋମିଟର ଦୂର ନାଲିବର ଅଞ୍ଚଳରେ ୨ବର୍ଷ ତଳେ ସେ ଦିଗହରା ହୋଇ ବୁଲୁଥିଲେ। ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୭ ବର୍ଷ। ନିଜ ମା’ବାପା, ଘର ଠିକଣା ଆଦି ତାଙ୍କୁ କିଛି ଜଣା ନ ଥିଲା। ତିର୍ତ୍ତୋଲ ପୋଲିସ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଜରିଆରେ ତାଙ୍କୁ ଉଦ୍ଧାର କରି ଜଗତ୍‌ସିଂହପୁର ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)କୁ ହସ୍ତାନ୍ତର କରିଥିଲା।

ବ୍ୟାଙ୍କ ସମ୍ମୁଖରେ ବିଜେଡିର ବିକ୍ଷୋଭ

ବ୍ୟାଙ୍କ ସମ୍ମୁଖରେ ବିଜେଡିର ବିକ୍ଷୋଭ

ପୁରୀ ଅଫିସ, ୨୧।୪: ଏଟିଏମ୍‌ରେ ଟଙ୍କା ନାହିଁ। ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳି ବିମୁଦ୍ରୀକରଣ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏହାର ପ୍ରତିବାଦରେ ଶନିବାର ପୁରୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ପୁରୀ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ନାବାଳିକା ବଳାତ୍କାର: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ନାବାଳିକା ବଳାତ୍କାର: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି। ମହିଳା ଓ ଶିଶୁକନ୍ୟା ସୁରକ୍ଷିତ ନୁହନ୍ତି। ଛୋଟ ଝିଅମାନଙ୍କୁ ବଳାତ୍କାର କରାଯାଉଛି। ଦୋଷୀକୁ ପୋଲିସ ଘଣ୍ଟ ଘୋଡାଉଛି। ମାସକୁ ୬ ଜଣ ବଳାତ୍କାରର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି। ସ୍କୁଲ ଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା ପୋଲିସ କନଷ୍ଟେବଳ ମଧ୍ୟ ସୁରକ୍ଷିତ ନୁହନ୍ତି। ପୋଲିସ କର୍ମଚାରୀ ମଧ୍ୟ ବଳାତ୍କାରୀ ପାଲଟି ଯାଉଛନ୍ତି। ସେହି କର୍ମଚାରୀଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରାଯାଉଛି। ସରକାରଙ୍କ ମାଆକୁ ସମ୍ମାନ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ଶୁକ୍ରବାର ମୁଲତବୀ ଆଲୋଚନା ବେଳେ ସରକାରଙ୍କ ଉପରେ ଏଭଳି କଠୋର ଭାଷାରେ ବର୍ଷିଥିଲେ। ସରକାର ମହିଳା ଓ ଶିଶୁ କନ୍ୟାଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।

ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦାବି ପ୍ରସଙ୍ଗ: ପ୍ରତିଶ୍ରୁତି ଦେଇ ଚିନ୍ତାରେ ସରକାର

ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦାବି ପ୍ରସଙ୍ଗ: ପ୍ରତିଶ୍ରୁତି ଦେଇ ଚିନ୍ତାରେ ସରକାର

ଭୁବନେଶ୍ୱର, ୨୦।୪(ବ୍ୟୁରୋ)- ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାର ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ଏବେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ପୂର୍ବରୁ ଏକ ହଜାରରୁ ଊର୍ଦ୍ଧ୍ୱ ବ୍ଲକଗ୍ରାଣ୍ଟ ଅଧ୍ୟାପକ ସରକାରଙ୍କ ନିୟମକୁ ମାନି ସତ୍ୟପାଠ ଦାଖଲ କରିସାରିଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଖୁବ୍‌ଶୀଘ୍ର: ଡିଜିପି

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଖୁବ୍‌ଶୀଘ୍ର: ଡିଜିପି

ଭୁବନେଶ୍ୱର, ୨୦।୪(ବ୍ୟୁରୋ)- ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ହାତରେ ହତ୍ୟାକାରୀଙ୍କ ସମ୍ପର୍କରେ ସୁରାକ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୁବ୍‌ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ କରିବ ବୋଲି ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଶୁକ୍ରବାର କ୍ୟାପିଟାଲ ଥାନାରେ ମହିଳା ଓ ଶିଶୁ ଡେସ୍କକୁ ଉଦ୍‌ଘାଟନ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ହତ୍ୟାକାରୀ ଚତୁରତାର ସହ ଏହି ଘଟଣାକୁ ଘଟାଇଥିଲେ। ଯେଉଁଥିପାଇଁ ତଦନ୍ତରେ କିଛିଟା ବିଳମ୍ବ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରୁଛି।