ଜାତୀୟ |

ପାଟନାରେ ବାଂଲାଦେଶ ସେନାଙ୍କ ପ୍ରଶିକ୍ଷଣ ଶେଷ

ପାଟନାରେ ବାଂଲାଦେଶ ସେନାଙ୍କ ପ୍ରଶିକ୍ଷଣ ଶେଷ
ବିହାର,୯।୧୨: ବାଂଲାଦେଶ ସେନାର ୫ ଅଧିକାରୀ ଏବଂ ୨୫ ଅନ୍ୟ ର଼୍ୟାଙ୍କର ସଦସ୍ୟ ପାଟନାର ଦାନପୁର ଠାରେ ଚାଲିଥିବା କାଉଣ୍ଟର ଇନ୍‌ସର୍ଜେନ୍ସି ଆଣ୍ଡ କାଉଣ୍ଟର ଟେରୋରିଜିମ୍‌ ଅପରେସନ୍‌ ପ୍ରଶିକ୍ଷଣ ଶନିବାର ଶେଷ କରିଛନ୍ତି। ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ୪ସପ୍ତାହ ଧରି ଚାଲିଥିଲା। ଏହାଦ୍ୱାରା ଉଭୟ ଦେଶର ସେନାଙ୍କ ମଧ୍ୟରେ ଅନେକ କିଛି କଥା ଆଦାନ ପ୍ରଦାନ ହୋଇଥିଲା।
All Right Reserved By

ଜାତୀୟ |

ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି

ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି

ଭୋପାଳ,୧୦।୧୨: ମଧ୍ୟ ପ୍ରଦେଶ ବିଧାନସଭା ଆସନ ପାଇଁ ୭ ତାରିଖରେ ଭୋଟ ଗ୍ରହଣ ସରିଛି। ମଙ୍ଗଳବାର ଅର୍ଥାତ୍‌ ୧୧ ତାରିଖ ସକାଳ ୮ଟାରୁ ଏହି ଭୋଟ ଗଣତି ଆରମ୍ଭ କରାଯିବ ବୋଲି ମଧ୍ୟ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଭିଏଲ୍‌ କାନ୍ଥା ରାଓ ସୂଚନା ଦେଇଛନ୍ତି। 

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର ଅଫିସ,୧୦।୧୨: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି ୫ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଚାନ୍ଦିପୁରଠାରେ ଥିବା ଡ. ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାକୁ ସୋମବାର ଦିନ ପ୍ରାୟ ୧ଟା ୩୦ ମିନିଟରେ ପରୀକ୍ଷଣ କରାଯାଇଛି।

ମଙ୍ଗଳବାର ୮ହଜାର ୫ଶହ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ମଙ୍ଗଳବାର ୮ହଜାର ୫ଶହ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୦।୧୨: ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ। ଏକ ଲକ୍ଷ ୭୪ ହଜାର ୭ଶହ ୨୪ ଇଭିଏମ୍‌ରେ ବନ୍ଦ ଥିବା  ୮ହଜାର ୫ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ପୂର୍ବାହ୍ନ ୯ଟାଠାରୁ ହେବ ଆରମ୍ଭ। 

ଭାଜପାକୁ ଝଟ୍‌କା: ସର୍ବଦଳୀୟ ବୈଠକ ପୂର୍ବରୁ କୁଶଓ୍ବାହା ପଠାଇଲେ ମୋଦିଙ୍କୁ ଇସ୍ତଫା ପତ୍ର

ଭାଜପାକୁ ଝଟ୍‌କା: ସର୍ବଦଳୀୟ ବୈଠକ ପୂର୍ବରୁ କୁଶଓ୍ବାହା ପଠାଇଲେ ମୋଦିଙ୍କୁ ଇସ୍ତଫା ପତ୍ର

ନୂଆଦିଲ୍ଲୀ,୧୦।୧୨: ଶୀତକାଳୀନ ଅଧିବେସନର ଗୋଟିଏ ଦିନ ଆଗରୁ ତଥା ସର୍ବଦଳୀୟ ବୈଠକ ପୂର୍ବରୁ ଏନଡିଏର ସହଯୋଗୀ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆର୍‌ଏସ୍‌ଏଲ୍‌ପି) କେନ୍ଦ୍ର ସରକାରରୁ ଓହରି ଆସିଛି।

ରାଏବରେଲି ପାଇଁ ସଜ ହେଉଛନ୍ତି ମୋଦି

ରାଏବରେଲି ପାଇଁ ସଜ ହେଉଛନ୍ତି ମୋଦି

ଲକ୍ଷ୍ନୌ,୧୦।୧୨: ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ଆସନର ଫଳଫଳ ଆସିବାକୁ ବାକି ଅଛି। ହେଲେ ତା’ପୂର୍ବରୁ ଲୋକସଭା ନିର୍ବାଚନ ପାଇଁ ସଜେଇ ହେଲାଣି ଭାଜପା। 

ଚନ୍ଦ୍ରଗ୍ରହଣ  ଯୋଗରେ ୫ ରାଜ୍ୟ ନିର୍ବାଚନ ଫଳାଫଳ: କେତେକ ରାଜନୈତିକ ଦଳକୁ ଲାଗିବ ଝଟ୍‌କା

ଚନ୍ଦ୍ରଗ୍ରହଣ ଯୋଗରେ ୫ ରାଜ୍ୟ ନିର୍ବାଚନ ଫଳାଫଳ: କେତେକ ରାଜନୈତିକ ଦଳକୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୦।୧୨: ଦେଶର ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ। ତେବେ ଏହି ଫଳାଫଳ ସମୟରେ ଡିସେମ୍ବର ୧୧ ତାରିଖରେ ଚନ୍ଦ୍ର  ମକର ରାଶିରେ କେତୁ ସହିତ ଅବସ୍ଥାନ କରି ଏକ ଚନ୍ଦ୍ରଗ୍ରହଣ ଯୋଗ ସୃଷ୍ଟି କରିବ ବୋଲି ଜ୍ୟୋତିଷ ଶାସ୍ତ୍ରୀ ମତ ଦେଇଛନ୍ତି। 

୮୦ ବର୍ଷୀୟା ମାଆଙ୍କୁ ଘରେ ତାଲା ପକାଇ ମାରିଦେଲେ ପୁଅ

୮୦ ବର୍ଷୀୟା ମାଆଙ୍କୁ ଘରେ ତାଲା ପକାଇ ମାରିଦେଲେ ପୁଅ

ଲକ୍ଷ୍ନୌ,୧୦।୧୨: ଉତ୍ତର ପ୍ରଦେଶ ଶାହାଜାହାନପୁରରୁ ଆସିଛି ଏକ ଦୁଃଖଦ ଖବର। ଜଣେ ୮୦ ବର୍ଷୀୟା ମାଆଙ୍କୁ ତାଙ୍କ ପୁଅ ଘରେ ତାଲା ପକାଇ ରଖିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ୍‌-୪ର ବିଜେତା ହେଲେ ଉର୍ବି

ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ୍‌-୪ର ବିଜେତା ହେଲେ ଉର୍ବି

ମୁମ୍ବାଇ,୧୦।୧୨: ଟେଲିଭିଜନ ରିୟଲିଟି ଶୋ’ ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ-୪ର ବିଜେତା ହୋଇଛନ୍ତି ମୁମ୍ବାଇର ଉର୍ବି ସେଟ୍ଟି। ଏଥିପାଇଁ ତାଙ୍କୁ ଭାୟାକମ୍‌ ୧୮ ଓ ଏକ୍ସିଡ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ମିଳିଛି ଏକ ବର୍ଷର କଣ୍ଟ୍ରାକ୍ଟ। 

ଶାରୀରିକ ସମ୍ପର୍କ ସମୟରେ ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ଶାରୀରିକ ସମ୍ପର୍କ ସମୟରେ ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

କୋଲକତା,୧୦।୧୨: ପଶ୍ଚିମବଙ୍ଗ କୋଲକତା ନ୍ୟୁ ଟାଉନ୍‌ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ତ୍ରୀ ଶାରୀରିକ ସମ୍ପର୍କ ସମୟରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି। 

ରବିଶଙ୍କରଙ୍କ ନାଁରେ ମାମଲା ଦାୟର କଲେ ଥରୁର

ରବିଶଙ୍କରଙ୍କ ନାଁରେ ମାମଲା ଦାୟର କଲେ ଥରୁର

ଥିରୁଭାନନ୍ତପୁରମ,୧୦।୧୨: କଂଗ୍ରେସ ନେତା ଶଶି ଥରୁର ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ମଧ୍ୟରେ ତୁ ତୁ ମେ ମେ ବଢିବାରେ ଲାଗିଛି। ସୋମବାର ଥରୁର ରବିଶଙ୍କରଙ୍କ ବୟାନକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। 

ଭାରତ-ଚାଇନା ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ

ଭାରତ-ଚାଇନା ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ

ନୂଆଦିଲ୍ଲୀ/ବେଜିଂ,୧୦।୧୨: ଭାରତ ଚାଇନା ମଧ୍ୟରେ ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ।

ରାଜସ୍ଥାନର କରନପୁର ଆସନରେ ପୁନଃ ମତଦାନ ଆରମ୍ଭ

ରାଜସ୍ଥାନର କରନପୁର ଆସନରେ ପୁନଃ ମତଦାନ ଆରମ୍ଭ

ଜୟପୁର,୧୦।୧୨: ରାଜସ୍ଥାନ କରନପୁର ନିର୍ବାଚନ ମଣ୍ଡଳୀର ୧୬୩ ନମ୍ବର ବୁଥରେ ପୁନଃ ମତଦାନ ସୋମବାର ସକାଳୁ ଆରମ୍ଭ ହୋଇଛି। ଗତ ୭ ତାରିଖରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଉକ୍ତ ବୁଥ୍‌ରେ ଭୋଟ ଗ୍ରହଣ ହୋଇଥିଲା।