Dharitri News
ଜାତୀୟ |

ମାକ୍ସ ପରେ ଏବେ ଫୋର୍ଟିଜ୍‌ର ପାଳି

ମାକ୍ସ ପରେ ଏବେ ଫୋର୍ଟିଜ୍‌ର ପାଳି ଗୁରୁଗ୍ରାମ,୯।୧୨: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ଫୋର୍ଟିଜ ହସ୍ପିଟାଲ ବିରୋଧରେ ଏକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ହସ୍ପିଟାଲ ତିଆରି ହୋଇଥିବା ଜମିର ଲିଜ୍‌ ରଦ୍ଦ କରିବା ପାଇଁ ବିଜ୍‌ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ହରିୟାଣାର ଗୁରୁଗ୍ରାମରେ ଥିବା ଫୋର୍ଟିଜ୍‌ ହସ୍‌ପିଟାଲରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୭ବର୍ଷିଆ ବାଳିକାର ମୃତ୍ୟୁ ପରେ ବିବାଦ ମୁଣ୍ଡ ଟେକିଥିଲା। କାରଣ ଥିଲା ଉକ୍ତ ବାଳିକାର ଚିକିତ୍ସା ଖର୍ଚ୍ଚ ବାବଦରେ ହସ୍ପିଟାଲ ପକ୍ଷରୁ ୧୮ଲକ୍ଷ ଟଙ୍କାର ବିଲ୍‌ ଦିଆଯାଇଥିଲା। ଏ ସମ୍ପର୍କରେ ହରିୟାଣା ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ମାମଲାରେ ଏବେ ହସ୍ପିଟାଲର ଜମି ଲିଜ୍‌ ରଦ୍ଦ ହୋଇଛି। ନିକଟରେ ରୋଗୀଙ୍କ ଚିକିତ୍ସାରେ ଅବହେଳା ପାଇଁ ଦିଲ୍ଲୀସ୍ଥିତ ମାକ୍ସ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଥିଲା।

ଜାତୀୟ |

ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ପ୍ରକାଶ କରିବା ଉଚିତ: ରାଷ୍ଟ୍ରପତି

ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ପ୍ରକାଶ କରିବା ଉଚିତ: ରାଷ୍ଟ୍ରପତି

ବଦୋଦରା, ୨୨।୧: ଦେଶର ଶିକ୍ଷାର୍ଥୀମାନେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସି ଏବଂ ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସୂଚିତ କରିଛନ୍ତି।

ସରସ୍ବତୀ ପୂଜା ପେଣ୍ଡାଲ ପୋଡ଼ିଲେ ଅସାମାଜିକ ବ୍ୟକ୍ତି

ସରସ୍ବତୀ ପୂଜା ପେଣ୍ଡାଲ ପୋଡ଼ିଲେ ଅସାମାଜିକ ବ୍ୟକ୍ତି

କଲିକତା, ୨୨।୧: ପଶ୍ଚିମବଙ୍ଗ ହାଓ୍ବଡା ଜିଲା ଦାସନଗର ଅଞ୍ଚଳରେ ଏକ ସରସ୍ବତୀ ପୂଜା ପେଣ୍ଡାଲ ରବିବାର ବିଳମ୍ବିତ ରାତିରେ ପୋଡ଼ିଯାଇଛି। କେତେକ ଅସାମାଜିକ ବ୍ୟକ୍ତତି ସଂଘବଦ୍ଧ ଭାବେ ଏହା କରିଥିବା କୁହାଯାଇଛି

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ନୂଆଦିଲ୍ଲୀ,୨୨।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ପିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ବିବାଦ ଥମୁନାହିଁ। ଫିଲ୍ମର ରିଲଜ୍‌ ଡେଟ୍‌ ପାଖେଇ ଆସୁଥିବା ବେଳେ ବିବାଦ ବଢିବାରେ ଲାଗିଛି।

ରୁଷ ସହିତ ଭାରତର ୩୯ ହଜାର କୋଟି ପ୍ରତିରକ୍ଷା ଚୁକ୍ତି

ରୁଷ ସହିତ ଭାରତର ୩୯ ହଜାର କୋଟି ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୨୨।୧: ରୁଷ ସହିତ ଭାରତ ଖୁବ୍‌ ଶୀଘ୍ର ଏସ୍‌-୪୦୦ ଆଣ୍ଟି ମିଜାଇଲ ଡିଫେନ୍ସ ସିଷ୍ଟମର ୩୯ ହଜାର କୋଟି ଟଙ୍କାର ଚୁକ୍ତି ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବ। ୩୯ ହଜାର କୋଟି ଟଙ୍କାର ଏହି ଚୁକ୍ତିକୁ ନେଇ ଭାରତ ଓ ରୁଷ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି।

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୨୨।୧: ଜାନୁୟାରୀ ୨୬ ପୂର୍ବରୁ ଇଣ୍ଡିଆନ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ସଦସ୍ୟ ଅବଦୁଲ୍‌ ସୁବାହନ କ୍ୟୁରେଶୀଙ୍କୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଗିରଫ କରିଛି।

୫ ଦିନରେ ୫ ଯବାନ ଶହୀଦ

୫ ଦିନରେ ୫ ଯବାନ ଶହୀଦ

ଶ୍ରୀନଗର, ୨୨।୧: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ତଥା ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଗତ ୫ ଦିନ ମଧ୍ୟରେ ଏହି ଘଟଣାରେ ଅଖନୁର୍‌, ଆର୍‌.ଏସ୍‌.ପୁରା ଏବଂ କାନାଚକ ଅଞ୍ଚଳରେ ୭ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି।

ଏଏପିକୁ ସମର୍ଥନ କଲେ ଶତ୍ରୁଘ୍ନ

ଏଏପିକୁ ସମର୍ଥନ କଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ, ୨୨।୧: ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଏହି ଘଟଣା ପରେ ଭାଜପା ଏମ୍‌ପି ଶତ୍ରୁଘ୍ନ ସିହ୍ନା ଟୁଇଟ୍‌ କରି ଏଏପି ପ୍ରତି ସମବେଦନା ଜଣାଇଛନ୍ତି।

ରାଓ୍ବତ୍‌ ମୁଖ୍ୟ ନିର୍ବାଚନ କମିଶନର

ରାଓ୍ବତ୍‌ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୨୧।୧(ପି.ଟି.): ନିର୍ବାଚନ କମିଶନର ଓମ୍‌ପ୍ରକାଶ ରାଓ୍ବତ୍‌ଙ୍କୁ ରବିବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ନିଯୁକ୍ତ କରାଯାଇଛି। ସେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ

ସର୍ଭେ ପରେ ଫାଇଲ ବନ୍ଦ

ସର୍ଭେ ପରେ ଫାଇଲ ବନ୍ଦ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ରାୟଗଡ଼ା-ଗୋପାଳପୁର ପ୍ରସ୍ତାବିତ ରେଳ ପ୍ରକଳ୍ପର ସର୍ଭେ କାମ ୨୦୧୧-୧୨ ମସିହାରୁ ସରିଛି। ଏହି ୨୮୫ କିଲୋମିଟର ଲମ୍ବ ରେଳପଥରେ ମୋଟ ୨୫ଟି ଷ୍ଟେଶନ ରହିବ।

ପରୀକ୍ଷା ହଲ୍‌ରେ ପହଞ୍ଚି ପାରିଲେନି ଛାତ୍ର: ଜେସିବି ମେସିନ୍‌ ଲାଗି ବାହାରିଲା ମୃତଦେହ

ପରୀକ୍ଷା ହଲ୍‌ରେ ପହଞ୍ଚି ପାରିଲେନି ଛାତ୍ର: ଜେସିବି ମେସିନ୍‌ ଲାଗି ବାହାରିଲା ମୃତଦେହ

ଦୁମକା,୨୧।୧: ଝାଡଖଣ୍ଡର ଦୁମକାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଛାତ୍ରଙ୍କ ମୃତ୍ୟୁ ହୋଇଛିି। ଟ୍ରକ-ଟାଟା ସୁମୋ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ଅଯୋଗ୍ୟ ଘୋଷିତ ହେଲେ ୨୦ ଏଏପି ବିଧାୟକ

ଅଯୋଗ୍ୟ ଘୋଷିତ ହେଲେ ୨୦ ଏଏପି ବିଧାୟକ

ନୂଆଦିଲ୍ଲୀ,୨୧।୧: ଅରବିନ୍ଦ କେଜରିଓ୍ବାଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)କୁ ଲାଗିଛି ଶକ୍ତ ଧକ୍କା। ଦିଲ୍ଲୀ ବିଧାନସଭାର ୨୦ ବିଧାୟକଙ୍କୁ ରବିବାର ରାଷ୍ଟ୍ରପତି ଅଯୋଗ୍ୟ ଘୋଷଣା କରିଛନ୍ତି।

ହଜ୍‌ ହାଉସ୍‌ ପରେ ଏବେ ପାର୍କ ଓ ଡିଭାଇଡର ପାଳି

ହଜ୍‌ ହାଉସ୍‌ ପରେ ଏବେ ପାର୍କ ଓ ଡିଭାଇଡର ପାଳି

ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶ ସରକାରଙ୍କ କମଳା ରଙ୍ଗ ପ୍ରୀତି ଏବେ ଆଉ କାହାକୁ ଅଛପା ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ଏବେ କମଳା ରଙ୍ଗରେ ରଙ୍ଗେଇବାରେ ବ୍ୟସ୍ତ ଉତ୍ତରପ୍ରଦେଶ ସରକାର।