
ମହାରାଷ୍ଟ୍ର,୯।୧୨: ବିତ୍ତୀୟ ସଙ୍କଳ୍ପ ଏବଂ ଜମା ବୀମା ବିଧେୟକ /ଫାଇନାନ୍ସିଆଲ୍ ରିଜୋଲ୍ୟୁସନ୍ ଆଣ୍ଡ ଡିପୋଜିଟ୍ ଇନ୍ୟୁସୁରାନ୍ସ (ଏଫ୍ଆର୍ଡିଆଇ) ବିଲ୍କୁ ନେଇ କେନ୍ଦ୍ରକୁ ଘେରିଛି ଶିବସେନା। କେନ୍ଦ୍ର ସରକାର ଏଫ୍ଆର୍ଡିଆଇ ବିଲ୍ ପ୍ରସ୍ତାବ ଦେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କାରଣ ଏହା ବ୍ୟାଙ୍କ ଜମାକାରୀଙ୍କ ପାଇଁ କ୍ଷତିକାରକ ବୋଲି କହିଛି ଶିବସେନା। ସୂଚନାଯୋଗ୍ୟ, ସରକାର ଗତ ଅଗଷ୍ଟରେ ଏଫ୍ଆର୍ଡିଆଇ ବିଧେୟକ, ୨୦୧୭କୁ ଲୋକ ସଭାରେ ଉପସ୍ଥାପନ କରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ସଂସଦର ସଂଯୁକ୍ତ ସମିତି ନିକଟକୁ ପଠାଯାଇଥିଲା। ଆସନ୍ତା ଶୀତକାଳୀନ ଅଧିବେଶନରେ ଏହା ଉପରେ ଚର୍ଚ୍ଚା କରାଯିବ ବୋଲି ଜଣାପଡିଛି।