Dharitri News
ରାଜ୍ୟ |

କଟକ: ଭାବମୂର୍ତ୍ତି ରକ୍ଷା ପାଇଁ ଏନ୍‌କାଉଣ୍ଟର

କଟକ: ଭାବମୂର୍ତ୍ତି ରକ୍ଷା ପାଇଁ ଏନ୍‌କାଉଣ୍ଟର କଟକ ଅଫିସ, ୯।୧୨-କଟକ ଡିସିପି ଭାବେ ଅଖିଳେଶ୍ୱର ସିଂ ଦାୟିତ୍ୱ ନେବା ପରେ ସହରରେ ଗତ ୫ମାସରେ ଘଟିଲାଣି ୫ଟି ଏନ୍‌କାଉଣ୍ଟର। ୫ମ ଏନ୍‌କାଉଣ୍ଟରଟି ହୋଇଥିଲା ଗତ ୮ ତାରିଖ ବିଳମ୍ବିତ ରାତିରେ। ଯୋବ୍ରା ନଦୀକୂଳ ସାହିର ତପନ ନାୟକ ଓ ମାଲଗୋଦାମ ଥାନା ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ବଳାତ୍କାର, ଡକାୟତି, ରାହାଜାନି, ବୋମାମାଡ଼ ଭଳି ୧୨ଟି ମାମଲାର ଅଭିଯୁକ୍ତ ତପନଙ୍କ ଗୋଡ଼ରେ ବାଜିଥିଲା ପୋଲିସ ଗୁଳି। ପୋଲିସ ଏହି ଏନକାଉଣ୍ଟର ପାଇଁ ଗଣମାଧ୍ୟମ ଜରିଆରେ ବାହା ବାହା ନେବାକୁ ଚେଷ୍ଟା ଚଳାଇଛି। କିନ୍ତୁ କଟକ ବାସିନ୍ଦା ଏହି ଏନ୍‌କାଉଣ୍ଟରକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଅପରାଧୀମାନଙ୍କ ସହିତ ସମ୍ପର୍କ ରଖିଥିବା ପୋଲିସ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଯୋଜନାବଦ୍ଧ ଭାବେ ଗୁଳିବନ୍ଧୁକର ଖେଳ ଖେଳୁଛି ବୋଲି ଲୋକେ ସମାଲୋଚନା କରୁଛନ୍ତି। ଏପରି କି ଯେଉଁଠି ଲାଭର ଆଶା ମଉଳିଯାଉଛି ସେଇଠି ପୋଲିସ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ବୋଲି ମଧ୍ୟ କଟକରେ ଚର୍ଚ୍ଚା ହେଉଛି। ପୋଲିସ ବିରୋଧରେ ଲୋକେ ଏଭଳି ଚର୍ଚ୍ଚା କରିବାବେଳେ କେତେକ ଘଟଣାକୁ ସାମ୍ନାକୁ ଆଣୁଛନ୍ତି। ଗତ ଅକ୍ଟୋବରରେ ଡିସିପିଙ୍କ ଅଫିସ ଆଗରେ ଗୁଳିମାଡ ଓ ଯୁବତୀଙ୍କୁ ଅପହରଣ ଉଦ୍ୟମ ହେଲା। ହେଲେ ମୁଖ୍ୟ ଅଭିଯୁକ୍ତ ୱାସିମ ଖାନ୍‌ ଏଯାଏ ଧରାପଡିନାହାନ୍ତି। ସେହିପରି ମଧୁପାଟଣା ଥାନା ଅଞ୍ଚଳର ନୂଆପାଟଣା ମଙ୍ଗଳାସାହିରେ ଧପୂ ହତ୍ୟାକାଣ୍ଡକୁ ଇତିମଧ୍ୟରେ ୨ମାସ ବିତିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଜଗତପୁର ଅଞ୍ଚଳର ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଘଟଣାକୁ ଦେଖିଲେ କଟକ କମିଶନରେଟ ପୋଲିସର ବିଫଳତା ଜଳଜଳ ହୋଇ ଦେଖାଯାଉଛି। କାରଣ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାକୁ ୧ମାସ ବିତିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଫଳରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରକୁ ଯାଇ ଥାନାରୁ ମାମଲା ଉଠାଇବା ପାଇଁ ବାଧ୍ୟ କରୁଛନ୍ତି। ନଚେତ୍‌ ପୀଡ଼ିତାଙ୍କୁ ରାସ୍ତା ଉପରେ ବଳାତ୍କାର କରିବା ସହିତ ତାଙ୍କ ମୁହଁରେ ଏସିଡ୍‌ ଫିଙ୍ଗିବା ପାଇଁ ମଧ୍ୟ ଧମକ ଦେଇଛନ୍ତି। ଭୟ ଓ ମାନସିକ ଯନ୍ତ୍ରଣାରେ ପୀଡ଼ିତା ଶେଷରେ ପୁଣି ଥାନାକୁ ଯିବାରୁ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି କହି ଫେରାଇ ଦିଆଗଲା। ଏହାପରେ ପୀଡ଼ିତା ଡିସିପିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ସେ ଡିଜିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ନେପାଳର ଜଣେ ଯୁବତୀଙ୍କୁ ମନ୍ଦିରରେ ବିବାହ କରି ଜଣେ ଯୁବକ ତାଙ୍କ ସହିତ ୨ବର୍ଷ କାଟିବା ପରେ ତାଙ୍କୁ ଧୋକା ଦେଇ ବୁଲୁଛନ୍ତି। ବିଦେଶିନୀ ଜଣକ ନ୍ୟାୟ ଆଶାରେ ସିଡିଏରେ ଘରଭଡା ନେଇ ପଡିଥିବା ବେଳେ ପୋଲିସ ତାଙ୍କୁ ବାସସ୍ଥାନ ପ୍ରମାଣପତ୍ର ମାଗି ଅଭିଯୁକ୍ତ ଯୁବକଙ୍କ ସୁରକ୍ଷା କବଚ ପାଲଟିଛି। ଏହିଭଳି ଭାବେ ଦେଖିଲେ ଅନେକ ଘଟଣାରେ ପୋଲିସ ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଚାଲିଛି। ଅନ୍ୟପକ୍ଷରେ ପୋଲିସକୁ ଅପରାଧୀମାନେ ସାମାନ୍ୟତମ ଖାତିର କରୁ ନ ଥିବା ଗତ ଜୁଲାଇ ୧୮ରୁ ଅକ୍ଟୋବର ଶେଷ ମଧ୍ୟରେ ସହରରେ ହୋଇଥିବା ୭ଥର ବୋମାମାଡ଼ ଘଟଣାରୁ ସ୍ପଷ୍ଟ ହେଉଛି। ଯେଉଁଥିରେ ଡେପୁଟି ମେୟର ଅଜୟ ବାରିକଙ୍କ ଘର, ଦଶହରା ମେଲୋଡି ପେଣ୍ଡାଲ ଉପରକୁ ବୋମାମାଡ଼, ବାଦାମବାଡ଼ି ଥାନାଠାରୁ ୫୦ମିଟର ଦୂରରେ ଗୋଟିଏ ସପ୍ତାହରେ ୨ଥର ବୋମାମାଡ଼ ଆଦି ଘଟଣା ଅନ୍ତର୍ଭୁକ୍ତ। ଗଣମାଧ୍ୟମରେ ବାରମ୍ବାର ପୋଲିସର ଅସଲ ମୁଖା ଖୋଲିଯାଉଥିବାରୁ ଏଭଳି ଯୋଜନାବଦ୍ଧ ଏନ୍‌କାଉଣ୍ଟରର ସାହାରା ନିଆଯାଉଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଏ ସମ୍ପର୍କରେ ଡିସିପି ଅଖିଳେଶ୍ୱର ସିଂ କୁହନ୍ତି, ପୋଲିସ ଉପରକୁ ଅପରାଧୀମାନେ ଗୁଳି ଚାଳନା କରୁଛନ୍ତି। ତାହାର ପାଲଟା ଜବାବରେ ପୋଲିସ ଏନ୍‌କାଉଣ୍ଟର କରୁଛି। କଟକରେ ଅପରାଧ ଦମନ ପାଇଁ ପୋଲିସ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି ବୋଲି ସେ କହିଛନ୍ତି।

ରାଜ୍ୟ |

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡ଼ସ୍ଥିତ ହୋଟେଲ ପ୍ରାଇଡ଼ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ସନ୍ଦେହଘେରରେ ପୋଲିସ ଭୂମିକା

ସନ୍ଦେହଘେରରେ ପୋଲିସ ଭୂମିକା

ଭୁବନେଶ୍ୱର,୨୨ା୧(ବ୍ୟୁରୋ) : ଗଣବଳାତ୍କାର ୧୦୦ ଦିନ ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ପୋଲିସର ହେରଫେର ତଦନ୍ତ ରିପୋର୍ଟ ଏବଂ ଲୋକଲଜ୍ଜାକୁ ସହି ନ ପାରି ଶେଷରେ ଆମତ୍ହତ୍ୟା ଭଳି ଏକ କଠିନ ପନ୍ଥାକୁ ଆପଣାଇ ନେଲେ ପୀଡିତା।

 ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପଟ୍ଟାଙ୍ଗୀ,୨୨।୧(ଡି.ଏନ.ଏ.): ୨୦୧୭ ଅକ୍ଟୋବର ୧୦ରୁ ୨୦୧୮ ଜାନୁୟାରୀ ୨୨। ୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

ଭୁବନେଶ୍ୱର,୨୨।୧(ବ୍ୟୁରୋ)/ପୁରୀ ଅଫିସ: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ଅନୁକୂଳ ହେଲା ରଥକାଠ

ଅନୁକୂଳ ହେଲା ରଥକାଠ

ପୁରୀ ଅଫିସ, ୨୨।୧: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଦାରୁଦିଅଁଙ୍କ ଲାଗି ପ୍ରସ୍ତୁତ ହେବ ତିନିରଥ। ସୋମବାର ପବିତ୍ର ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି।

‘ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା କରିବା ଭାଜପାର ହୀନମନ୍ୟତା’

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରସଙ୍ଗରେ ଭାଜପାର ସମାଲୋଚନା ଦଳର ହୀନମନ୍ୟତାର ପରିଚୟ ଦେଉଛି। ଏହାକୁ କୌଣସି ଓଡ଼ିଆ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ସୋମବାର ପ୍ରକାଶ କରିଛନ୍ତି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।

 ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

ଭୁବନେଶ୍ୱର,୨୨।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଭାଜପା ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ଏ ନେଇ ସୋମବାର ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଉ ଛଳନା ନ କରନ୍ତୁ।