ରାଜ୍ୟ |

ଲଘୁଚାପ ବିପତ୍ତ

ଲଘୁଚାପ ବିପତ୍ତ

ଭୁବନେଶ୍ୱର,୮। ୧୨(ବ୍ୟୁରୋ) ଲଘୁଚାପ ଯୋଗୁ ଦକ୍ଷିଣ ଓଡିଶାର କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି ଜିଲାରେ ଗୁରୁବାର ଠାରୁ ବର୍ଷା ଲାଗି ରହିଛି। ଶୁକ୍ରବାର ସକାଳୁ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, କଟକ, ଜଗତ୍‌ସିଂହପୁର ଜିଲାରେ ଝିପି ଝିପି ବର୍ଷା ହେଉଥିବା ବେଳେ ଅପରାହ୍ନରେ ଏହି ପରିମାଣ ବୃଦ୍ଧି ପାଇଛି। ଖେତରେ ପାଚିଲା ଧାନ ବର୍ଷାରେ ଭିଜୁଛି। ଯଦି ବର୍ଷା ଲାଗି ରହିବ ତେବେ ଚାଷୀଙ୍କର ସବୁ ପରିଶ୍ରମକୁ ଧୋଇ ନେବ। ଚାଷୀମାନଙ୍କୁ ଏହି ଚିନ୍ତା ଘାରିଛି। ଗୋଟିଏ ପରେ ଗୋଟିଏ ଅଦିନିଆ ବର୍ଷା ବିପତ୍ତି ଚାଷୀ ମୁଣ୍ଡରେ ଚଡକ ପକାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବା ସହିତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ଏହାକୁ ନେଇ ଚାଷୀକୁଳ ଛାନିଆ ହୋଇ ପଡିଛି। ତେବେ ଧୈର୍ଯ୍ୟ ନ ହରାଇ ବିପତ୍ତିକୁ ମୁକାବିଲା କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଲଘୁଚାପ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୃଷି, ସମବାୟ, ଯୋଗାଣ ବିଭାଗ, ଜିଲାପାଳ, ଆରଡିସିଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରାଧିକାରୀମାନେ ନିଜ ଜିଲା ମୁଖ୍ୟ କାର୍ଯ୍ୟାଳୟରେ ସତର୍କ ରହିବା ସହ ଜରୁରୀ ସମୟରେ ଯୁଦ୍ଧକାଳୀନ ଭିତ୍ତିରେ ସହଯୋଗ କରିବାକୁ କୁହାଯାଇଛି। ଯଦି କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜେ ତେବେ ତୁରନ୍ତ ସ୍ବତନ୍ତ୍ର ରିଲିଫ କାର୍ଯ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଅନ୍ୟପକ୍ଷରେ ଭୀଷଣ ରୂପ ନେଉଛି ଲଘୁଚାପ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଧୀରେ ଧୀରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି। ୯ ତାରିଖ ସକାଳ ସୁଦ୍ଧା ସାମାନ୍ୟ ଦୁର୍ବଳ ହୋଇ ଲଘୁଚାପ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ମଧ୍ୟ ଦେଇ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା, କଟକ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା ଆଦି ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପକୁ ଦୃଷ୍ଟିରେ ରଖି ପାରାଦୀପ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଉପକୂଳରେ ଘଣ୍ଟାକୁ ୫୦ରୁ ୫୫ ଓ ବେଳେ ବେଳେ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀରେ ୧୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରାଦୀପରେ ୧୨, ଭୁବନେଶ୍ୱରରେ ୫.୭, ଚାନ୍ଦବାଲିରେ ୫, କଟକରେ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ କାଲୁଆ କରି ପକାଇଛି। ଶୀତ କାକରରେ ଚାଷୀମାନେ ଖେତରେ କଟା ହୋଇ ପଡିଥିବା ଧାନକୁ ଖଳାକୁ ବୋହିବାରେ ଲାଗିଛନ୍ତି। ବର୍ଷା ଆସିବା ପୂର୍ବରୁ ଯେନତେନ ପ୍ରକାରେ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ପରିବାର ସଦସ୍ୟମାନେ ଲାଗି ପଡିଛନ୍ତି। ଲଘୁଚାପ ବର୍ଷା ଶୀତ ପ୍ରକୋପକୁ ଆହୁରି ବଢେଇ ଦେଇଛି। ଆସନ୍ତା ୧୦ ତାରିଖ ପରେ ରାଜ୍ୟରେ ପୁଣି ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି। ବର୍ଷା ଓ ଆର୍ଦ୍ରତା ଯୋଗୁ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡିରେ ୧୨.୫ ସେଲସିୟସ ରେକର୍ଡ କରାଯାଇଛି।

All Right Reserved By

Model This Week

Model This Week

ରାଜ୍ୟ |

ଦୁର୍ଘଟଣାରେ ୧୪ ଛାତ୍ରୀଛାତ୍ର ମୃତ

ଦୁର୍ଘଟଣାରେ ୧୪ ଛାତ୍ରୀଛାତ୍ର ମୃତ

କୁଶିନଗର/ନୂଆଦିଲ୍ଲୀ/ ଦେଓଘର,୨୭ା୪(ପି.ଟି.) : ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁ ଗୁରୁବାର ୩ଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୪ ଜଣ କୋମଳମତି ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ୩୧ ଆହତ ହୋଇଛନ୍ତି। ସବୁଠୁ ଭୟଙ୍କର ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶିନଗରରେ। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନକୁ ଜଗୁଆଳି ବିହୀନ ଲେଭଲ କ୍ରସିଂରେ ଏକ ଟ୍ରେନ୍‌ ଧକ୍କା ଦେଇଛି। ଭ୍ୟାନ୍‌ ଚାଳକଙ୍କ ଅବହେଳା ଯୋଗୁ ଅକାଳରେ ଝଡ଼ିଯାଇଛି ୧୩ଟି ଜୀବନ। ଏହି ଦୁର୍ଘଟଣାରେ ୮ ଆହତ ହୋଇଛନ୍ତି।

ଶ୍ରମିକ ନେତା ଶ୍ୟାମପଦ ହତ୍ୟାକାଣ୍ଡ ଘଟଣା: ୨୩ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଶ୍ରମିକ ନେତା ଶ୍ୟାମପଦ ହତ୍ୟାକାଣ୍ଡ ଘଟଣା: ୨୩ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

କଳିଙ୍ଗନଗର/ଡୁବୁରୀ,୨୭ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ୨୫ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ଶ୍ରମିକ ନେତା ଶ୍ୟାମପଦ ରାଉତ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତ ଗଜେନ୍ଦ୍ର ମହାନ୍ତଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ଗଜେନ୍ଦ୍ର ହରିୟାଣାରୁ ନିଜ ଗ୍ରାମକୁ ଫେରୁଥିବା ସମ୍ପର୍କରେ ସିବିଆଇ ଖବରପାଇ ବାଲେଶ୍ୱର ଷ୍ଟେଶନରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଦୀର୍ଘ ୨୩ ବର୍ଷ ଧରି ଫେରାର ଥିବା ଗଜେନ୍ଦ୍ର ଗିରଫ ହେବା ପରେ ମାମଲା ଭିନ୍ନ ମୋଡ଼ ନେଇପାରେ ବୋଲି ଆଲୋଚନା ହେଉଛି।

୫ ବର୍ଷୀୟା ଶିଶୁକନ୍ୟାକୁ ଗଣବଳାତ୍କାର

୫ ବର୍ଷୀୟା ଶିଶୁକନ୍ୟାକୁ ଗଣବଳାତ୍କାର

ଜଗତ୍‌ସିଂହପୁର ଅଫିସ,୨୭ା୪: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କଣ୍ଟାବଲ୍ଲଭପୁରରେ ବୁଧବାର ଜଣେ ୫ ବର୍ଷର ଶିଶୁକନ୍ୟାକୁ ୨ ଜଣ ନାବାଳକ(୧୦ ଓ ୧୪ ବର୍ଷ) ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମା’ ଏନେଇ ଅଭିଯୋଗ କରିବା ପରେ ଜଗତ୍‌ସିଂହପୁର ଥାନାରେ ଦଫା ୩୭୬ (୨)(ଆଇ)/୩୭୬ (ଡି) ଆଇପିସି/୬ ପୋକ୍ସୋ ଆକ୍ଟରେ ମାମଲା (ନଂ.୮୯/୧୮) ରୁଜୁ ହୋଇଛି।

ଭୁଜାଲି ଦେଖାଇ ୬୪ ହଜାର ଟଙ୍କା ଲୁଟ୍‌

ଭୁଜାଲି ଦେଖାଇ ୬୪ ହଜାର ଟଙ୍କା ଲୁଟ୍‌

ବାଲିଅନ୍ତା,୨୬।୪(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଞ୍ଚଳରେ ଚୋରି ଓ ଲୁଟ୍‌ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ସ୍ଥାନୀୟ ଲୋକେ ପାଟ୍ରୋଲିଂକୁ ଦାୟୀ କରିଛନ୍ତି। ପିସିଆର୍‌ ନ ଥିବାରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ହୋଇପାରୁନାହିଁ। ଫଳରେ ଦିନ ଦ୍ୱିପ୍ରହରରେ ଲୁଟେରାମାନେ ଲୁଟ୍‌ କରି ଖସି ପଳାଇବାରେ ସକ୍ଷମ ହେଉଛନ୍ତି।

କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜ: ୧୩୦ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ

ଡେରାବିଶ, ୨୬ା୪(ସ୍ବ.ପ୍ର.): ଡେରାବିଶ ବ୍ଲକ ଚାଟରାଚକଡ଼ା ପଞ୍ଚାୟତ ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜରେ ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷ ପିଲାଙ୍କ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଥିବା ବେଳେ ୧୩୦ଜଣ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଥିରେ ଶେଷ ବର୍ଷର ୮୦ ଛାତ୍ର ଥିବା ୫୦ଜଣ ଛାତ୍ର ୨ୟ ବର୍ଷର।

କନ୍ଧ ନାବାଳିକାଙ୍କୁ ବଳାତ୍କାର: ପୀଡ଼ିତାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

କନ୍ଧ ନାବାଳିକାଙ୍କୁ ବଳାତ୍କାର: ପୀଡ଼ିତାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

ବୈପାରୀଗୁଡ଼ା,୨୭ା୪(ଡି.ଏନ୍‌.ଏ.): ବଳାତ୍କାରୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ ଏଇ ନିକଟରେ ଆଇନ୍‌ ପାସ୍‌ ହୋଇଛି ସତ; କିନ୍ତୁ ଯୌନ ବିକାରଗ୍ରସ୍ତ ଅଭିଯୁକ୍ତମାନଙ୍କ ଭିତରେ ଏହା ଭୟ ସୃଷ୍ଟି କରିପାରି ନାହିଁ। ଯେଉଁଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ବଳାତ୍କାର ଭଳି ଖବର ସାମ୍ନାକୁ ଆସୁଛି। କୋରାପୁଟ ଜିଲା ଦଶମନ୍ତପୁର ପଞ୍ଚାୟତ ବରୁଆବାଡି ଗ୍ରାମରେ ସେମିତି ଏକ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ଗାଁର ଜଣେ ବିବାହିତ ଯୁବକ ଜଣେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି ଯେ, ସେ ଏହା ପୂର୍ବରୁ ମଧ୍ୟ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିଲେ।

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ରଣପୁର,୨୬।୪(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ବାଗଲପୁର ଗ୍ରାମରୁ ଗୁରୁବାର ଗିରଫ କରିଛି। ସେ ହେଲେ ସେହି ଗ୍ରାମର ସନାତନ ପରିଡା(୩୦)।

ଆସିକାରେ ଆଇପିଏଲ୍‌  ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକାରେ ଆଇପିଏଲ୍‌ ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକା,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଆଇପିଏଲ୍‌ କ୍ରିକେଟ ବେଟିଂ ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବ୍ରହ୍ମପୁରରୁ ଆଇପିଏଲ୍‌ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଆସିକା ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ମୋବାଇଲ ଦୋକାନରେ ଆଇପିଏଲ ମ୍ୟାଚକୁ ନେଇ ସଟ୍ଟାବାଜି ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଦୋକାନ ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

ବିଦ୍ୟୁତ୍‌ ବିଭାଗର ମନମାନି, ଚିନ୍ତାରେ ଉପଭୋକ୍ତା

ରାଇସୁଆଁ, ୨୬।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଗୋପିନାଥପୁର, ବାଉରୀପଦା ପଞ୍ଚାୟତର ବିପିଏଲଧାରୀଙ୍କ ଉପରେ ଅଯଥା ବିଦ୍ୟୁତ୍‌ ବିଲ ଦିଆଯାଉଥିବା ଅଭିଯୋଗ ହୋଇଛି। ଯେଉଁ ଉପଭୋକ୍ତା ୨ରୁ ୩ ମାସ ହେଲା ବିଦ୍ୟୁତ୍‌ ସଂଯୋଗ ନେଇଛନ୍ତି। ସେମାନଙ୍କୁ ୫୪ ମାସର ବିଲ ଦିଆଯାଇଛି। ସେମାନଙ୍କର ମିଟର ଲାଗିଥିବା ସତ୍ତ୍ୱେ ମିଟର ରିଡିଙ୍ଗ ନ ନେଇ ମନଇଛା ବିଲ ଦିଆଯାଇଛି।

ଅସହ୍ୟ ତାତି, ରାସ୍ତାଘାଟ ଶୂନ୍‌ଶାନ

ଅସହ୍ୟ ତାତି, ରାସ୍ତାଘାଟ ଶୂନ୍‌ଶାନ

ରାଇସୁଆଁ, ୨୬।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଅସହ୍ୟ ତାତି ଅନୁଭବ ହେଉଛି। ଦିନ ୧୧ଟା ହେଲେ ରାସ୍ତା ଘାଟରେ ଚଳାଚଳ ବନ୍ଦ ହୋଇପଡ଼ୁଛି। ରାସ୍ତା ପ୍ରସସ୍ତୀକରଣ ନାମରେ ବଡ ବୃକ୍ଷ କାଟି ଦିଆଯାଉଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନେ ବିଶ୍ରାମ ନେବା ପାଇଁ ସ୍ଥାନ ପାଉନାହାନ୍ତି। କାରଖାନା ନିର୍ମାଣ ନାମରେ ଜଙ୍ଗଲ କାଟି ପଦାକରି ଦିଆଯାଇଛି।

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା

ଚମ୍ପୁଆ, ୨୬।୪(ଡି.ଏନ.ଏ): ଗତ ଏପ୍ରିଲ ୨ରେ ଭାଲୁ ଆକ୍ରମଣରେ ମୃତ ବନ କର୍ମଚାରୀଙ୍କ ପରିବାରକୁ ଅସ୍ଥାୟୀ ବନ କର୍ମଚାରୀ ସଙ୍ଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ବୁଧବାର ରାଜ୍ୟ ସଙ୍ଘ ସଭାପତି ପ୍ରଭାତ ମହାନ୍ତିଙ୍କ ନିର୍ଦ୍ଦେଶରେ ସମ୍ପାଦକ ପବିତ୍ର କୁମାର ନାୟକ, କେନ୍ଦୁଝର ସଭାପତି ଦେବେନ୍ଦ୍ର ରାଉତ, ନିରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ମୃତ ବିଦେଶୀ ମହାକୁଡଙ୍କ ସ୍ତ୍ରୀ ରେବତୀଙ୍କୁ କେନ୍ଦୁଝର ବନଖଣ୍ଡରେ ଅସ୍ଥାୟୀ ବନ କର୍ମଚାରୀଙ୍କ ସହଯୋଗରେ ୧୮ ହଜାର ୫ଶହ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯାଇଛି।

ସରକାରଙ୍କ ଉପରେ ବର୍ଷିଲେ ଖାରବେଳ

ସରକାରଙ୍କ ଉପରେ ବର୍ଷିଲେ ଖାରବେଳ

ମୁନିଗୁଡା, ୨୬।୪(ଡି.ଏନ୍‌.ଏ)-ରାୟଗଡା ଜିଲା ମୁନିଗୁଡାର ଶହୀଦ୍‌ ଲକ୍ଷ୍ମଣ ନାୟକ ବସ୍‌ ରହଣିସ୍ଥଳ ନିକଟରେ ଉତ୍କଳ ଭାରତ ଦଳର ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା ଅବସରରେ ବୁଧବାର ଆୟୋଜିତ ପଥପ୍ରାନ୍ତ ସଭାରେ ଏହାର ରାଜ୍ୟ ସଭାପତି ଖାରବେଳ ସ୍ବାଇଁ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରତ୍ୟେକ କ୍ଷେତ୍ରରେ ଅନଗ୍ରସରତାର ସ୍ପଷ୍ଟ ଚିତ୍ର ଥିବାବେଳେ ଓଡ଼ିଶା ସରକାର ନିଜକୁ ଏକ ନମ୍ବର କହି ବାହାବା ନେବା ଦୁର୍ଭାଗ୍ୟଜନକ।