ଅନଗୁଳ-ଢେଙ୍କାନାଳ

ପାଲ ତଳେ ଗୁଜୁରାଣୀଙ୍କ ଜୀବନ

ପାଲ ତଳେ ଗୁଜୁରାଣୀଙ୍କ ଜୀବନ

ଅନୁଗୋଳ ଅଫିସ, ୮।୧୨-କୁହାଯାଏ, ଅସହାୟଙ୍କୁ ସହାୟ ହୁଅନ୍ତି ସରକାର। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଅଞ୍ଚଳର ବୃଦ୍ଧା ଗୁଜୁରାଣୀ ସାହୁଙ୍କ କ୍ଷେତ୍ରରେ ତାହା ଏଯାଏ ଦେଖାଯାଇ ନାହିଁ। ଦୀର୍ଘବର୍ଷ ହେଲା ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଜରି ପାଲ ତଳେ ଦିନ କାଟୁଥିଲେ ବି ପକ୍କା ଘରଟିଏ ପ୍ରଶାସନ ତାଙ୍କୁ ଯୋଗାଇ ପାରି ନାହିଁ। ଏ ନେଇ ତାଙ୍କ ମନରେ ବେଶ୍‌ କ୍ଷୋଭ। ଗତ ସୋମବାର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ଗୁଜୁରାଣୀ କୁହନ୍ତି, ପୂର୍ବରୁ ୪, ୫ ଥର ବ୍ଲକ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଛନ୍ତି। ଜିଲା କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଦୁଃଖ ଜଣାଇଛନ୍ତି। ହେଲେ କେହି ତାଙ୍କ ଦୁର୍ଦ୍ଦଶା ଶୁଣିନାହାନ୍ତି କି ବୁଝି ନାହାନ୍ତି। ବାହାଘର ୪ବର୍ଷ ପରେ ସ୍ବାମୀ କମାର ସାହୁ ଆରପାରିକୁ ଚାଲିଗଲେ। ଏକମାତ୍ର ଭରସା ଥିବା ଝିଅ ମଧ୍ୟ ଆଖିବୁଜି ଦେଲା। ପରିବାରକୁ ହରାଇ ସେ ସମ୍ପୂର୍ଣ୍ଣ ଏକା ହୋଇଯାଇଛନ୍ତି। ରୋଜଗାର, ଜମିବାଡ଼ି ବୋଲି କିଛି ନାହିଁ। ମିଳୁଥିବା ୩ଶହ ଟଙ୍କାର ଭତ୍ତା ମାସକର ଓଳିଏ ଖାଦ୍ୟକୁ ନିଅଣ୍ଟ ପଡ଼ୁଛି। ଏକ ଜରିପାଲ ତଳେ ଅତି କଷ୍ଟରେ ସେ ରହିଆସୁଥିବା ଜାଣିଥିଲେ ବି ପ୍ରଶାସନ ତାଙ୍କୁ ବିଜୁ ପକ୍କାଘର ଯୋଜନାରେ ଘରଟିଏ ଦେଇପାରୁ ନାହିଁ। ଏହି ଗୋଟିଏ ଆଶା ନେଇ ଅନେକ ଥର ସରକାରୀ କାର୍ଯ୍ୟାଳୟକୁ ଧାଇଁ ଆସୁଛନ୍ତି। କିନ୍ତୁ ପ୍ରତିଥର ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ୫ମାସ ପୂର୍ବରୁ ସେ ଦରଖାସ୍ତ କରିଥିବା ବେଳେ ପୁଣି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୁଃଖ ଜଣାଇବାକୁ ଆସିଥିବା ଗୁଜୁରାଣୀ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଶ୍ରୀନିବାସ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ଯଦି ଉକ୍ତ ଯୋଜନାରେ ସମ୍ପୃକ୍ତା ବୃଦ୍ଧା ସାମିଲ ହୋଇନାହାନ୍ତି ତାଙ୍କ ଅଭିଯୋଗପତ୍ର ଉପରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।

All Right Reserved By

ଅନଗୁଳ-ଢେଙ୍କାନାଳ

ଲିଙ୍କ୍‌ ଫେଲ: ବ୍ୟାଙ୍କ ଅଚଳାବସ୍ଥା

ବଇଣ୍ଡା,୯।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସୋମବାର ଲିଙ୍କ୍‌ ଫେଲ ହୋଇଯାଇଛି। ଫଳରେ ବ୍ୟାଙ୍କରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତୁତି ବୈଠକ

ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତୁତି ବୈଠକ

ବଇଣ୍ଡା,୯।୭(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳିତ ହୋଇ ରହିଛି। ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବିଦ୍ୟାଳୟର କିଭଳି ବିକାଶ ହୋଇପାରିବ ଏ ନେଇ ପୁରାତନ ଛାତ୍ର ସଂସଦ ଓ ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ଘର ଯୋଗାଇ ଦେବାକୁ ଦାବି

ଘର ଯୋଗାଇ ଦେବାକୁ ଦାବି

ତାଳଚେର, ୧୬ା୭(ନି.ପ୍ର.)- ତାଳଚେର ପୌରାଞ୍ଚଳ ୧୬ ନମ୍ବର ୱାର୍ଡ ହରିଜନ ସାହିର କେତେଜଣ ଗରିବ ବାସିନ୍ଦା ଜମି ଓ ଘର ଯୋଗାଇ ଦେବାକୁ ସୋମବାର ତାଳଚେର ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସର୍ପାଘାତରେ  ଖଣି କର୍ମଚାରୀ ମୃତ

ସର୍ପାଘାତରେ ଖଣି କର୍ମଚାରୀ ମୃତ

କଣିହାଁ,୧୬।୭(ଡି.ଏନ.ଏ.)- ଏମ୍‌ସିଏଲ କଣିହାଁ କୋଇଲା ଖଣି କର୍ମଚାରୀ ତେଲିସିଂହା ଗ୍ରାମର ମାଧବ ନାୟକ ସୋମବାର ସର୍ପାଘାତରେ ପ୍ରାଣ ହରାଇଛନ୍ତି।

ଦିନକର କାହାଣୀ: ବରା ଦେଇଛି ପରିଚୟ

ଦିନକର କାହାଣୀ: ବରା ଦେଇଛି ପରିଚୟ

ବରା ବିକି ପରିବାର ଚଳାଉଥିଲେ ବାପା। ପିଲାବେଳୁ ତାଙ୍କ ସହ ଦୋକାନରେ ରହି ବରା ତିଆରି କରିବା ଶିଖିଥିଲି। ବାପାଙ୍କ ପରେ ଏକା ମୋତେ ସେହି କାମ କରିବାକୁ ପଡ଼ିଲା। ୨୦ ପଇସାରେ ବିକୁଥିବା ବରା ଏବେ ୨ଟଙ୍କାରେ ବିକ୍ରି ହେଉଛି। ହେଲେ ବାପାଙ୍କ ଅମଳର ସେହି ପୁରୁଣା ସ୍ବାଦ ଏବେ ବି ମୋ ହାତ ତିଆରି ବରାରେ ଗ୍ରାହକଙ୍କୁ ମିଳୁଛି। ସେଥିପାଇଁ ଆଖପାଖ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି ବୋଲି କହିଛନ୍ତି ଅନୁଗୋଳ ଜିଲା କୁମୁରିସିଙ୍ଗାର ସୁବାସ ସାହୁ।

ରାଜୀବ ଜେନା ଖୋଖୋ ଆସୋସିଏଶନ ଅଧ୍ୟକ୍ଷ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ଷ୍ଟାଡିୟମଠାରେ ଓଡ଼ିଶା ୭ ବ୍ଲକ ଖୋଖୋ ଆସୋସିଏଶନ ରବିବାର ଗଠିତ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଇଂ. ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ବ୍ୟାଡ଼ମିଣ୍ଟନ ଅସୋସିଏଶନ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋେଇଯାଇଛି। ନାଲ୍‌କୋ ବ୍ୟାଡମିଣ୍ଟନ ହଲଠାରେ ଆୟୋଜିତ ଏହି ପ୍ରତିଯୋଗିତରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୯୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ୧୩ ବର୍ଷରୁ କମ ପ୍ରତିଯୋଗିତାରେ ଅନିର୍ବାଣ ସାମନ୍ତ ଚାମ୍ପିୟନ ହୋଇଛନ୍ତି। ଡବଲ୍ସରେ ଔରସ ମହାନ୍ତି ଓ ଚିତନ ସିହ୍ନାଙ୍କ ଯୋଡି ଚାମ୍ପିୟନ ହୋଇଛି। ୧୫ ବର୍ଷରୁ କମ୍‌ ସିଙ୍ଗିଲ୍ସରେ ସୁମିତ ପ୍ରଧାନ ଚାମ୍ପିୟନ ହୋଇଛନ୍ତି।

‘ପ୍ରଶିକ୍ଷଣ ନିଅ, ପ୍ରତିଷ୍ଠିତ ହୁଅ’

‘ପ୍ରଶିକ୍ଷଣ ନିଅ, ପ୍ରତିଷ୍ଠିତ ହୁଅ’

ଢେଙ୍କାନାଳ ଅଫିସ, ୧୬।୭- ସତ୍ୟ, ନିଷ୍ଠା, ସହଯୋଗ ମନୋବୃତ୍ତି ଯୁବପିଢ଼ିଙ୍କ ପ୍ରକୃତ ଶକ୍ତି। ଏହାକୁ ପୁଞ୍ଜି ପରି ଜଣେ ସଫଳତାର ଶୀର୍ଷରେ ପହଞ୍ଚତ୍ପାରିବ। ବର୍ତ୍ତମାନ ସମୟରେ ସ୍ବାବଲମ୍ବୀ ହେବା ଏକ ଆହ୍ବାନ। ଏହାକୁ ସରଳ କରିବାକୁ ଯୁବତୀଯୁବକଙ୍କ ପାଇଁ ସରକାରୀସ୍ତରରେ ପ୍ରଶିକ୍ଷଣ ଦିଆଯାଉଛି। ଉପଯୁକ୍ତ ତାଲିମ ନେଇ ସେମାନେ ପ୍ରତିଷ୍ଠିତ ହୋଇପାରିବେ ବୋଲି ଢେଙ୍କାନାଳ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି। ଜିଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ରବିବାର ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ସତ୍ୟର ପଥ ଅନୁସରଣ କରିବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରାଇଥିଲେ।

ଆଖୁବାଡ଼ ଉଜାଡ଼ିଲେ ହାତୀ

ଆଖୁବାଡ଼ ଉଜାଡ଼ିଲେ ହାତୀ

ଓଡ଼ାପଡ଼ା, ୧୬।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ବନଖଣ୍ଡ ଝାଡ଼ବନ୍ଧ ଗ୍ରାମରେ ଶନିବାର ରାତିରେ ଏକ ପଲରେ ୧୯ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାରୁ ବାଗଡିଆ ଯାଇଥିବା ଜାତୀୟ ରାଜପଥର ବଡଯୋରା ନାଳ ନିକଟରେ ଏକ ବାଇକ୍‌ ଧକ୍କାରେ ରବିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୋଡାପଡା ଗ୍ରାମର ସର୍ବେଶ୍ୱର ପ୍ରଧାନ(୬୦) ବୋଲି ଜଣାପଡିଛି।

କବିତା ଆବୃତ୍ତି ପ୍ରତିଯୋଗିତା: ରାଜ୍ୟରେ ଦ୍ୱିତୀୟ ସୂରଜ

କବିତା ଆବୃତ୍ତି ପ୍ରତିଯୋଗିତା: ରାଜ୍ୟରେ ଦ୍ୱିତୀୟ ସୂରଜ

ଢେଙ୍କାନାଳ ଅଫିସ,୧୬।୭- ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ କବିତା ଆବୃତ୍ତି ପ୍ରତିଯୋଗିତାରେ ଢେଙ୍କାନାଳ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ଶିଶୁଗୃହର ଅନ୍ତେବାସୀ ସୂରଜ ବିଶ୍ୱାଳ ରାଜ୍ୟସ୍ତରରେ ଦ୍ୱିତୀୟସ୍ଥାନ ହାସଲ କରିଛନ୍ତି। ଜିଲାସ୍ତରୀୟ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ସ୍ଥାନ ହାସଲ କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ।

ବେଆଇନ ଭାବେ ଚାଲିଛି ଆଧାର ଫଟୋ ଉଠା

ଭାପୁର, ୧୬ା୭(ଡି.ଏନ୍‌.ଏ.)- ଢେଙ୍କାନାଳ ସଦର ବ୍ଲକ ଭାପୁର ଛକ ୟୁକୋ ବ୍ୟାଙ୍କ ନିକଟରେ ଥିବା ଏକ ଘରେ ବେଆଇନ ଭାବେ ଅଧାର କାର୍ଡ ଫଟୋ ଉଠା ଯାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଶାୟୀଙ୍କ ନିକଟରୁ ୨୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଚର୍ଚ୍ଚା ହେଉଛି। ୨୦୧୭ ଅକ୍ଟୋବରରୁ ୟୁଆଇଡିଏଆଇ ପକ୍ଷରୁ ଆଧାର ଫଟୋ ଉଠା ସମ୍ପର୍କରେ ନୂତନ ନିୟମ ଲାଗୁ କରାଯାଇଛି। କେବଳ ସରକାରୀ କାର୍ଯ୍ୟାଳୟରେ ଆଧାର ଫଟୋ ଉଠା ଏବଂ ସଂଶୋଧନ କରାଯାଇପାରିବ ବୋଲି କଡ଼ା ନିର୍ଦ୍ଦେଶ ରହିଛି।

Model This Week

ରୂପେଶ