ଅନଗୁଳ-ଢେଙ୍କାନାଳ

ଦୁର୍ଘଟଣା ନେଲା ମା’, ପୁଅଙ୍କ ଜୀବନ

ଦୁର୍ଘଟଣା ନେଲା ମା’, ପୁଅଙ୍କ ଜୀବନ

ଢେଙ୍କାନାଳ ଅଫିସ, ୮।୧୨-ଢେଙ୍କାନାଳ ସଦର ଥାନା ନିକଟ ୫୫ନଂ.ଜାତୀୟ ରାଜପଥର ଗୁଣ୍ଡିଚାପଡ଼ାରେ ଶୁକ୍ରବାର ଅପରାହ୍ନ ସାଢ଼େ ୧ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା’, ପୁଅ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ପ୍ରଭାସିନୀ ନାୟକ(୨୫) ଏବଂ ତାଙ୍କ ପୁଅ ଅଭିଷେକ (୫)। ଏଥିରେ ପ୍ରଭାସିନୀଙ୍କ ସ୍ବାମୀ ଅନାଦି ନାୟକ, ଝିଅ ଅନସୂୟା (୩ ) ଏବଂ ପୁଅ ଆୟୁଷ (୯ମାସ) ଗୁରୁତର ହୋଇଛନ୍ତି।
ମୋଟଙ୍ଗା ଥାନା ହିନ୍ଦୋଳରୋଡ୍‌ ଫାଣ୍ଡି ଅଧୀନ ବଣିଆପଡ଼ା ଗ୍ରାମର ଅନାଦିଙ୍କ ସମେତ ପରିବାରର ୫ଜଣ ଏକ ବାଇକ୍‌ରେ ଅଁଳାବେରେଣୀ ଯାଉଥିଲେ। ଗୁଣ୍ଡିଚାପଡ଼ା ନିକଟରେ ଥିବା ଏକ ହମ୍ପସ୍‌ ପାର ହେଉଥିବାବେଳେ ପଛକୁ ଏକ ଅଜଣା ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଅଭିଷେକ ଟ୍ରକ୍‌ ଚକାତଳେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟମାନଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ପ୍ରଭାସିନୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ସଦର ଥାନା ପୋଲିସ ପହଞ୍ଚତ୍ ଆହତଙ୍କୁ ଚିକିତ୍ସାଳୟ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ପତ୍ତା ମିଳୁ ନାହିଁ। ପରିବାର ଲୋକ ଚିକିତ୍ସାଧୀନ ଅଛନ୍ତି। ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ ହୋଇ ନ ଥିବା ଥାନାଧିକାରୀ ହାଡ଼ିବନ୍ଧୁ ସ୍ବାଇଁ ସୂଚନା ଦେଇଛନ୍ତି। ଏପରି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ଜାତୀୟ ରାଜପଥ ଜଳମଗ୍ନ

ଜାତୀୟ ରାଜପଥ ଜଳମଗ୍ନ

ବଅଁରପାଳ,୨୨।୭(ଡି.ଏନ୍‌.ଏ.): ନାଲ୍‌କୋ ନିକଟ କାଣ୍ଡସର ପେଟ୍ରୋଲ ଟାଙ୍କିଠାରେ ୫୫ ନମ୍ବର ଜାତୀୟ ରାଜପଥ ଜଳ ମଗ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ରାସ୍ତା ଉପରେ ଆଣ୍ଠୁଏ ପାଣି

ରାସ୍ତା ଉପରେ ଆଣ୍ଠୁଏ ପାଣି

ଛେଣ୍ଡିପଦା,୨୨।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ମାଛକୁଟା ଗ୍ରାମ ରାସ୍ତା ଉପରେ ବର୍ଷା ଯୋଗୁ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମୟରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟ ରାସ୍ତାରେ ବର୍ଷା ପାଣି

ମୁଖ୍ୟ ରାସ୍ତାରେ ବର୍ଷା ପାଣି

ଛେଣ୍ଡିପଦା,୨୨।୭(ଡି.ଏନ୍‌.ଏ.): ଛେଣ୍ଡିପଦା-ଜରପଡା ପୂର୍ତ୍ତ ବିଭାଗ ରାସ୍ତା ଉପରେ ବାଲିପଟା ଗ୍ରାମ ବୁଲାଣିଠାରେ ବର୍ଷା ପାଣି ଜମି ରହିଛି। ପ୍ରାୟ ୨ ଫୁଟ ଉଚ୍ଚା ବର୍ଷା ପାଣି ଜମି ରହିଥିବା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଘର ଭିତରକୁ ପଶିଗଲା ଟ୍ରକ

ଘର ଭିତରକୁ ପଶିଗଲା ଟ୍ରକ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.): ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ଗ୍ରାମଠାରେ ଶନିବାର ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା କାଳନ୍ଦୀ ବାରିକଙ୍କ ଘର ଭିତରକୁ ପଶିଯାଇଥିଲା।

କୁଡ଼ିଆରୁ କାଶୀନାଥ ଉଦ୍ଧାର

କୁଡ଼ିଆରୁ କାଶୀନାଥ ଉଦ୍ଧାର

ଢେଙ୍କାନାଳ ଅଫିସ, ୨୨।୭: ଛାଡ଼ିମାଟି ପତ୍ର କୁଡ଼ିଆରେ ଅସହାୟ ଅବସ୍ଥାରେ ରହୁଥିବା ୮୦ ବର୍ଷୀୟ କାଶୀନାଥ ପଧାନଙ୍କ ପାଖରେ ପହଞ୍ଚିଛି ସହାୟତାର ହାତ। ଶନିବାର ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ପାଲଲହଡା,୨୨।୭(ଡି.ଏନ.ଏ): ଘର ଯାଏ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ବର୍ଷାରେ ଫୁଲି ଉଠିଥିବା ନୁଡେଇ ନାଳ ଏଥିରେ ସାଜିଲା ପ୍ରତିବନ୍ଧକ। ଏପରିସ୍ଥିତିରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ଦେଢ଼ କିମି ରାସ୍ତା ଖଟିଆରେ ବୁହାହୋଇ ଆସିଲେ।

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ଭୁବନ, ୨୨।୭(ଡି.ଏନ.ଏ.): ବ୍ୟାଟେରିଚାଳିତ ବାଇକ୍‌ ତିଆରି ଚର୍ଚ୍ଚାର ପରିଧିକୁ ଆସିଥିବା ଭୁବନର ବିଶୁ ମହାରଣାଙ୍କୁ ସହାୟତା କରିବାକୁ ଆଗଭର ହୋଇଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ। ଗଣମାଧ୍ୟମରେ ଖବର ପ୍ରକାଶ ଏବଂ ସୋସିଆଲ ମିଡିଆରେ ବିଶୁଙ୍କ ହାତ ତିଆରି ବାଇକ୍‌ର ଫଟୋ ଭାଇରାଲ ହେବା ପରେ ଏହା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟିକୁ ଆସିଥିଲା।

ଖୋଲିଲା ଦଣ୍ଡାଧାର ସ୍ପିଲ୍‌ ଓ୍ବେ ଗେଟ୍‌

ଖୋଲିଲା ଦଣ୍ଡାଧାର ସ୍ପିଲ୍‌ ଓ୍ବେ ଗେଟ୍‌

ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ.ଏ.), ୨୨।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨ଦିନ ହେଲା ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଏହାକୁ ନେଇ ସୃଷ୍ଟି ହୋଇଛି ଭୟାବହ ପରିସ୍ଥିତି।

ବାପୁଜୀ କଲେଜରେ  ସାମୂହିକ ବୃକ୍ଷରୋପଣ

ବାପୁଜୀ କଲେଜରେ ସାମୂହିକ ବୃକ୍ଷରୋପଣ

ଛେଣ୍ଡିପଦା,୨୧।୭(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ବାପୁଜୀ କଲେଜରେ ଶନିବାର ସାମୂହିକ ବୃକ୍ଷରୋପଣ କରାଯାଇଛି। ପୂର୍ବାହ୍ନରେ କଲେଜର ଶତାଧିକ ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକ କାର୍ଯ୍ୟକ୍ରମରେ ସାମିଲ ହୋଇ ୩୫୦ଟି ଶାଗୁଆନ ଚାରାରୋପଣ କରିଥିଲେ।

ଲଘୁଚାପ ବର୍ଷା, ଜନ ଜୀବନ ଅସ୍ତବ୍ୟସ୍ତ

ବଇଣ୍ଡା,୨୧।୭(ଡି.ଏନ.ଏ)- ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ସା ସମୟରୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ନବୋଦୟ ବିଦ୍ୟାଳୟରେ ବନ ମହୋତ୍ସବ: ଲାଗିଲା ୩୦୦ ଚାରା

ନବୋଦୟ ବିଦ୍ୟାଳୟରେ ବନ ମହୋତ୍ସବ: ଲାଗିଲା ୩୦୦ ଚାରା

ପରଜଙ୍ଗ, ୨୧।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଶନିବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କର୍ମଚାରୀ, ପୁରାତନ ଛାତ୍ର ଏବଂ ବନ ବିଭାଗ ମିଳିତ ସହଯୋଗରେ ସ୍କୁଲ ପରିସରରେ ବିଭିନ୍ନ ପ୍ରଜାତିର ୩୦୦ ପ୍ରକାର ଚାରା ରୋପଣ କରାଯାଇଛି।

ହାଣ୍ଡିଗୋଡା - ଜାମୁନାଳୀ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ

ହାଣ୍ଡିଗୋଡା - ଜାମୁନାଳୀ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ

ଛେଣ୍ଡିପଦା,୨୧।୭(ଡି.ଏନ.ଏ)- ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ କୋଡାସାହି ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଗୋଡା ଗ୍ରାମଠାରୁ ଜାମୁନାଳୀ ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୨ କିମି ବିଶିଷ୍ଟ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ