ଅନଗୁଳ-ଢେଙ୍କାନାଳ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ:ସାହସର ସହ ଲଢ଼ିଲା ସାନ ଭଉଣୀ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ:ସାହସର ସହ ଲଢ଼ିଲା ସାନ ଭଉଣୀ

ପରଜଙ୍ଗ,୭।୧୨ (ଡି.ଏନ.ଏ.)ସାନଭଉଣୀର ସାହସ ଓ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତି ଯାଇଛନ୍ତି ବଡ଼ଭଉଣୀ। ଏକ କାର୍‌ରେ ଆସିଥିବା ଦୁଇ ଦୁର୍ବୃତ୍ତ ସ୍କୁଲ ରାସ୍ତାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ବଡ଼ଭଉଣୀଙ୍କୁ ଅପହରଣ କରିନେବାକୁ ଜୋରଦାର ଉଦ୍ୟମ କରିଥିଲେ ହେଁ ଶେଷରେ ବିଫଳ ହୋଇଛନ୍ତି। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୨୩୯/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ନବମ ଶ୍ରେଣୀରେ ପଢ଼ୁଥିବା ସାନ ଭଉଣୀ ସହ ବଡ଼ ଭଉଣୀ ସାଇକେଲରେ ସ୍କୁଲ ଯାଉଥିଲେ। ଏହି ସମୟରେ କନ୍ଦରସିଂହା ଖଳିବାହାଳ ଗ୍ରାମର ସୁଶାନ୍ତ ନାଥ ଓ ତାଙ୍କର ଜଣେ ସହଯୋଗୀ ଏକ କାର୍‌ (ନଂ. ଓଡି୦୫-୯୮୬୬)ରେ ଆସି ସେମାନଙ୍କ ରାସ୍ତା ରୋକିଥିଲେ। ଡ୍ରାଇଭର ଗାଡ଼ିକୁ ଷ୍ଟାର୍ଟରେ ରଖିଥିବା ବେଳେ ସୁଶାନ୍ତ ଏବଂ ସହଯୋଗୀ ଜଣକ ସମ୍ପୃକ୍ତ ଦଶମ ଛାତ୍ରୀଙ୍କୁ କାର୍‌ ଭିତରକୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ହେଲେ ପାଖରେ ଥିବା ଛାତ୍ରୀଙ୍କ ସାନ ଭଉଣୀ ଭୟଭୀତ ନ ହୋଇ ବଡ଼ଭଉଣୀଙ୍କ ହାତକୁ ଟାଣି ଧରିବା ସହ ଜୋର୍‌ରେ ପାଟି କରିଥିଲେ। ଛାତ୍ରୀଙ୍କ ପାଟି ଶୁଣି ନିକଟରେ ଧାନ କାଟୁଥିବା କେତେଜଣ ଚାଷୀ ଓ ରାସ୍ତାରେ ଯାଉଥିବା ବାଇକ୍‌ ଆରୋହୀମାନେ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବରପାଇ ଛାତ୍ରୀଙ୍କ ମା’ ସ୍କୁଲରେ ପହଞ୍ଚି ଛୁଟି ଦରଖାସ୍ତ ଦେଇ ସମ୍ପୃକ୍ତା ଛାତ୍ରୀଙ୍କୁ ଘରକୁ ନେଇଯାଇଥିଲେ। ପରେ ଛାତ୍ରୀଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି, ଘଟଣା ବାହାରେ ଘଟିଥିବାରୁ ସ୍କୁଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପରଜଙ୍ଗ ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ସୂଚନା ଦେଇଛନ୍ତି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ଚାରିମଲିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନ

ଚାରିମଲିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନ

ବନ୍ତଳା,୨୩-୪(ଡି.ଏନ.ଏ.) ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ସମ୍ବଲପୁର ଠାରେ ଦ୍ୱିତୀୟ ଓଡ଼ିଶା ନଦୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ଚାରିମଲିକ ଆଞ୍ଚଳିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ପ୍ରତି ଅନୁଗୋଳ ଜିଲାର ଚାରିମଲିକ ଅଞ୍ଚଳରେ ନାବାର୍ଡ ସହାୟତାରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଆସୁଛି।

୯୦ ବର୍ଷରେ ବି ବୋଲ ମାନୁଛି ଢୋଲ

୯୦ ବର୍ଷରେ ବି ବୋଲ ମାନୁଛି ଢୋଲ

ବଅଁରପାଳ,୨୨।୪ ବୟସାଧିକ ଯୋଗୁ ପୂର୍ବାପେକ୍ଷା ଶରୀର ଦୁର୍ବଳ ହୋଇଗଲାଣି। ଅଣ୍ଟା ବି ସାମାନ୍ୟ ନୁଅଁାଇ ଦେଲାଣି। ହେଲେ ମନ ଛାଡ଼ୁନି କୌଳିକ ବୃତ୍ତିରୁ। ଜେଜେ, ବାପାଙ୍କ ଭଳି ପାରୁଥିବା ପର୍ଯ୍ୟନ୍ତ ବୃତ୍ତିକୁ ନୀତି କରିବାକୁ ଯେପରି ପଣ କରିଛନ୍ତି ବଅଁରପାଳ ବ୍ଲକ ଗିରାଙ୍ଗ ଗ୍ରାମର ଅରକ୍ଷିତ ଗୋଛାୟତ। କାମରେ ତାଙ୍କ ଏପରି ଏକାଗ୍ରତା ଆଗରେ ଫିକା ପଡ଼ିଯାଇଛି ବଢ଼ୁଥିବା ବୟସ। ସେଥିପାଇଁ ୯୦ ବର୍ଷରେ ବି ତାଙ୍କ ବୋଲ ମାନୁଛି ଢୋଲ।

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଅନୁଗୋଳ ଅଫିସ,୨୩-୪- ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ବନ୍ତଳା,୨୩-୪(ଡି.ଏନ.ଏ.) ଅନୁଗୋଳ ଜିଲାରେ ତାତି ସହ ବଢ଼ୁଛି ପାନୀୟ ଜଳ ସଙ୍କଟ। କୂଅ, ପୋଖରୀ ଆଦି ଶୁଖିଲା ପଡ଼ିଥିବା ବେଳେ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି। ତେବେ ସମସ୍ୟା ବଢ଼ାଉଛି ଅଚଳ ପାନୀୟ ଜଳ ପ୍ରକଳ୍ପ। ୨ଦିନ ହେଲା ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହାଳ ଗ୍ରାମବାସୀ।

୫୩ ମକଦ୍ଦମା ଫଇସଲା

୫୩ ମକଦ୍ଦମା ଫଇସଲା

ତାଳଚେର,୨୨ା୪(ନି.ପ୍ର.)- ତାଳଚେର ସିଭିଲ କୋର୍ଟ ପରିସରରେ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଡିଜେ ଲୁନା ମହାନ୍ତି, ଏସ୍‌ଡିଜେଏମ୍‌ ଜୀବନ କୁମାର ପଟ୍ଟନାୟକ, ସବଜଜ୍‌ ସନ୍ତୋଷ କୁମାର ଦାସ ୧୨ଟି ମକଦ୍ଦମାର ବିଚାର କରି ୩୦, ୪୩, ୮୮୦ ଟଙ୍କା ଆଦାୟ ପାଇଁ ଧାର୍ଯ୍ୟ କରିଥିଲେ।

ମହିଳାଙ୍କଠାରୁ ଗହଣା, ଟଙ୍କା ଲୁଟ୍‌

ମହିଳାଙ୍କଠାରୁ ଗହଣା, ଟଙ୍କା ଲୁଟ୍‌

ତାଳଚେର,୨୨ା୪(ନି.ପ୍ର.)- ହାଟତୋଟା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ରବିବାର ଅପରାହ୍ନରେ ୨ଜଣ ଯୁବକ ଜଣେ ମହିଳାଙ୍କ ଠାରୁ ସୁନାଗହଣା, ନଗଦ ୪୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି।

ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ତାଳଚେର,୨୨ା୪(ନି.ପ୍ର)- ତାଳଚେର ବସ୍‌ଷ୍ଟାଣ୍ଡ ପଛ ପାଖରେ ଜଣେ ଆଦିବାସୀ ଯୁବତୀଙ୍କୁ ୨ଜଣ ଯୁବକ ବଳାତ୍କାର କରିଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି।

ଯୁବକଙ୍କୁ ମାଡ଼ ମାରି ଜଣେ ଗିରଫ

ଯୁବକଙ୍କୁ ମାଡ଼ ମାରି ଜଣେ ଗିରଫ

ବଇଣ୍ଡା, ୨୨।୪(ଡି.ଏନ.ଏ.)- କିଶୋରନଗର ଥାନା ପାଣ୍ଡୁରିପଥର ଗ୍ରାମର ଧବଳ ସାହୁଙ୍କୁ ସେହି ଗ୍ରାମର ମଧୁସୂଦନ ସେଠୀ ଶନିବାର ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ନଂ. ୩୭/୧୮ରେ ମାମଲା ରୁଜୁ କରି ମଧୁସୂଦନଙ୍କୁ ଗିରଫ କରିଛି।

ଟାଙ୍ଗିଆରେ ଆକ୍ରମଣ, ଜଣେ ଗିରଫ

ଟାଙ୍ଗିଆରେ ଆକ୍ରମଣ, ଜଣେ ଗିରଫ

ବଇଣ୍ଡା,୨୨।୪(ଡି.ଏନ.ଏ.)- କିଶୋରନଗର ଥାନା ବ୍ରାହ୍ମଣୀପାଲି ଗ୍ରାମର ଲଳିତ ରାଉତଙ୍କୁ ସେହି ଗ୍ରାମର ହଜାରି ପ୍ରଧାନ ଶନିବାର ଟାଙ୍ଗିଆରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

  ହନୁମାନ ମନ୍ଦିରର  ପ୍ରତିଷ୍ଠା ଉତ୍ସବ

ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଭାପୁର,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଅଉଖମା ଗ୍ରାମରେ ଗତ ମଙ୍ଗଳବାରଠାରୁ ଚାଲିଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ସ୍ଥାପନ ଉତ୍ସବ ଶନିବାର ସମାପନ ହୋଇଛି।

ଦଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ

ଦଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ

ବଅଁରପାଳ,୨୨।୪(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଚାଲିଥିବା ଦଣ୍ଡ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ନୂଆହତା ଓ ଜୋରାଗାଡ଼ିଆ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭୁବନ,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ପଳାସ ପିଠିଆ ଗୋଡା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗ ଦେଇଥିଲେ।