ଅନଗୁଳ-ଢେଙ୍କାନାଳ

କୃଷି ଋଣ ଜାଲିଆତି ଘଟଣା: ବିଭାଗୀୟ ତଦନ୍ତ ଆରମ୍ଭ

କୃଷି ଋଣ ଜାଲିଆତି ଘଟଣା: ବିଭାଗୀୟ ତଦନ୍ତ ଆରମ୍ଭ


ଛେଣ୍ଡିପଦାଁ,୭।୧୨(ଡି.ଏନ.ଏ)- ଛେଣ୍ଡିପଦା ବ୍ଲକ ଡଙ୍ଗପାଳ ସେବା ସମବାୟ ସମିତି ପକ୍ଷରୁ କେତେକ ସଭ୍ୟଚାଷୀଙ୍କ କୃଷିଋଣ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଥିଲା। ଗୁରୁବାର ଅନୁଗୋଳ ସମବାୟ ବିଭାଗ ଏବଂ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍‌ ମୁଖ୍ୟ ଅନୁଗୋଳ ସହକାରୀ ସମବାୟ ନିବନ୍ଧକ ଶିବ ପ୍ରସାଦ ସ୍ବାଇଁ, ବ୍ୟାଙ୍କ ଲୋନ ରିକଭରି ବିଭାଗ ମ୍ୟାନେଜର ସୁଜିତ ନନ୍ଦ ପ୍ରମୁଖ ସମିତି ଅଫିସରେ ପହଞ୍ଚି ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ଏହାସହ ଅଭିଯୋଗକାରୀ ଚାଷୀଙ୍କ ସହ ଋଣ କାରବାର ସମ୍ପର୍କରେ ପଚାରି ବୁଝିଥିଲେ। ତଦନ୍ତ ରିପୋର୍ଟ ଗୋପନ ରଖାଯାଇଛି। ତଦନ୍ତ ଶେଷ ହେଲା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ତଦନ୍ତକାରୀ ଟିମ ସୂତ୍ରରୁ ପ୍ରକାଶ।

All Right Reserved By

ଅନଗୁଳ-ଢେଙ୍କାନାଳ

ବିପର୍ଯ୍ୟସ୍ତ ଟ୍ରାଫିକ୍‌, ଅସୁରକ୍ଷିତ ଲୋକେ

ବିପର୍ଯ୍ୟସ୍ତ ଟ୍ରାଫିକ୍‌, ଅସୁରକ୍ଷିତ ଲୋକେ

ବଅଁରପାଳ, ୧୭ା୭(ଡି.ଏନ.ଏ.)- ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଘେରରେ ବଅଁରପାଳ ବଜାର। ଭିଡ଼ ନିୟନ୍ତ୍ରଣ ପାଇଁ ନା ଅଛନ୍ତି ଟ୍ରାଫିକ ପୋଲିସ ନା ଜଳୁଛି ଲାଇଟ୍‌। ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଛକ ପୋଲିସ ପ୍ରଶାସନ ଅବହେଳାର ଶିକାର ହୋଇଛି। ଫଳରେ ଦିନକୁ ଦିନ ଏଠାରେ ଯାତାୟାତ ସମସ୍ୟା ବଢିବା ସହ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଛି। ଏପରିକି ୨ ଦିନ ତଳେ ବଜାରରେ ଥିବା ଏକ ଟ୍ରାଫିକ୍‌ ପୋଷ୍ଟଟି ଗାଡ଼ି ଧକ୍କାରେ ଭାଙ୍ଗି ଯାଇଛି। ଏପରିସ୍ଥିତିରେ ବିପଦପୂର୍ଣ୍ଣ ଭାବେ ସେଠାରେ ଯାନବାହାନ ଚଳାଚଳକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଏସ୍‌ପିଙ୍କ ନିକଟରେ ଫେରାଦ ହେଲେ ଜରାସିଂହାବାସୀ

ଏସ୍‌ପିଙ୍କ ନିକଟରେ ଫେରାଦ ହେଲେ ଜରାସିଂହାବାସୀ

ଅନୁଗୋଳ ଅଫିସ, ୧୭ା୭- କୁମଣ୍ଡ ଭଣ୍ଡଗୋଳ ଅଞ୍ଚଳରେ ଗତ ୮ ତାରିଖରେ ନିହାର ରଞ୍ଜନ ସାହୁଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ପାଇଁ ଜରାସିଂହା ଗ୍ରାମ ସଭାପତିଙ୍କ ସହ ଏକ ପ୍ରତିନିଧି ଦଳ ସୋମବାର ଅନୁଗୋଳ ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଶ୍ରୀଗୁଣ୍ଡିଚା ଭଜନ ସମାରୋହର ତୃତୀୟ ସନ୍ଧ୍ୟା: ଭୁଜ ତଳେ ମୋତେ ରଖ ମହାବାହୁ..

ଶ୍ରୀଗୁଣ୍ଡିଚା ଭଜନ ସମାରୋହର ତୃତୀୟ ସନ୍ଧ୍ୟା: ଭୁଜ ତଳେ ମୋତେ ରଖ ମହାବାହୁ..

ଢେଙ୍କାନାଳ ଅଫିସ,୧୭।୭- ଢେଙ୍କାନାଳ ବାଜିଚୌକଠାରେ ୯ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଶ୍ରୀଗୁଣ୍ଡିଚା ଭଜନ ସମାରୋହର ସୋମବାର ଥିଲା ତୃତୀୟ ସନ୍ଧ୍ୟା।

କଙ୍କଡ଼ାହାଡ଼ ବ୍ଲକ ଅଫିସରେ ବର୍ଷା ପାଣି ପଶିଲା

ଢେଙ୍କାନାଳ ଅଫିସ,୧୭।୭- ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ କାର୍ଯ୍ୟାଳୟରେ ସୋମବାର ପାଣି ପଶିଯାଇଛି।

ପରିପୂର୍ଣ୍ଣ ଜୀବନ ପାଇଁ ନିଷ୍ଠାପର ସାଧନା ଜରୁରୀ

ପରିପୂର୍ଣ୍ଣ ଜୀବନ ପାଇଁ ନିଷ୍ଠାପର ସାଧନା ଜରୁରୀ

ଢେଙ୍କାନାଳ ଅଫିସ,୧୭।୭- ଢେଙ୍କାନାଳ ସଦର ବ୍ଲକ ବାରଦାସ୍ଥିତ ମାତୃଭବନ ପରିସରରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୮ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ପରିବେଶବିତ୍‌ ପ୍ରଦ୍ୟୁମ୍ନ କୁମାର ରଥ ମାତୃ ପତାକା ଉତ୍ତୋଳନ କରିବା ସହ ଛାତ୍ରୀଛାତ୍ରଙ୍କ ଦ୍ୱାରା ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ଅରବିନ୍ଦଙ୍କ ଯୋଗ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୃଙ୍ଖଳିତ ଜୀବନଯାପନ କରିବାକୁ ସେ ପରାମର୍ଶ ଦେଇଥିଲେ।

୩୫୮ ପରିବାରକୁ ଚାରା ବଣ୍ଟନ

ଭାପୁର,୧୭।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତ ଅଧୀନ ଅଉଖମା ଗ୍ରାମରେ କୃଷି ବିଭାଗ ପକ୍ଷରୁ କୃଷକ କଲ୍ୟାଣ ଅଭିଯାନରେ ସୋମବାର ୩୫୮ ପରିବାରକୁ ୧୭୯୦ ଆମ୍ବଚାରା ପ୍ରଦାନ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏ

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ତାଳଚେର, ୧୭ା୭(ନି.ପ୍ର.)- ତାଳଚେର ବ୍ଲକ କଲିୟାରୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ସୋମବାର ଅଭିଯୋଗ ହୋଇଛି।

ଭୁଜାଲି ଦେଖାଇ ନେଇଗଲେ ବାଇକ

ଭୁଜାଲି ଦେଖାଇ ନେଇଗଲେ ବାଇକ

ତାଳଚେର,୧୭ା୭(ନି.ପ୍ର.)- ତାଳଚେର ଥାନା ଅନ୍ତର୍ଗତ ଯଦୁନାଥପୁର ଗ୍ରାମ ନିକଟରେ ରବିବାର ରାତିରେ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ଭୁଜାଲି ଓ ମାଉଜର ଦେଖାଇ ଏକ ବାଇକ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି।

ବଅଁରପାଳ ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୮ ପ୍ରକଳ୍ପ ପାଇଁ ୮କୋଟି  ୭୯ଲକ୍ଷ ମଞ୍ଜୁରୀ

ବଅଁରପାଳ ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୮ ପ୍ରକଳ୍ପ ପାଇଁ ୮କୋଟି ୭୯ଲକ୍ଷ ମଞ୍ଜୁରୀ

ଅନୁଗୋଳ ଅଫିସ, ୧୭।୭: ଅନୁଗୋଳ ଷ୍ଟାଡିୟମରେ ବଅଁରପାଳ ବ୍ଲକର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧୮ଟି ପ୍ରକଳ୍ପ ପାଇଁ ୮କୋଟି ୭୯ଲକ୍ଷ ୧୦ହଜାର ଟଙ୍କା ବ୍ୟୟ ମଞ୍ଜୁରୀ କରିଛନ୍ତି।

ଭୁମିହୀନଙ୍କୁ ଥଇଥାନ ଓ ପଟା ପ୍ରଦାନ ଦାବିରେ ଗଣଧାରଣା

ଭୁମିହୀନଙ୍କୁ ଥଇଥାନ ଓ ପଟା ପ୍ରଦାନ ଦାବିରେ ଗଣଧାରଣା

ଢେଙ୍କାନାଳ ଅଫିସ,୧୭।୭: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭୁମିହୀନଙ୍କୁ ଥଇଥାନ ଓ ପଟା ପ୍ରଦାନ ଦାବିରେ ଭୁମିହୀନ ପ୍ରଜାସଂଘ ପକ୍ଷରୁ ଗଣଧାରଣା ଦିଆଯାଇଛି। ଭୁମିହୀନମାନେ ବାଜିଚୌକଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଦନ୍ତା ଆକ୍ରମଣରେ ଜଣେ ଗୁରୁତର

ଦନ୍ତା ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା,୧୭।୭(ଡି.ଏନ୍‌.ଏ.): ଅନଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ତଲଗଡ଼-କନ୍ତମେଘ ରାସ୍ତାରେ ମଙ୍ଗଳବାର ଭୋର ୫ଟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ ତଲଗଡ଼ର ଶରତ ସେଠୀ। ସାଇକେଲରେ ପରିବା ଧରି ସେ ଗାଁକୁ ଫେରୁୁଥିବା ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା।

ନୂତନ ତହସିଲଦାରଙ୍କ ଯୋଗଦାନ

ପାଲଲହଡ଼ା,୧୭ା୭(ଡି.ଏନ.ଏ.)ପାଲଲହଡ଼ାର ନୂତନ ତହସିଲଦାର ଭାବେ କୃଷ୍ଣଚନ୍ଦ୍ର ଦଳପତି ସୋମବାର ଯୋଗଦେଇଛନ୍ତି। ବିଦାୟୀ ତହସିଲଦାର ଦାରିଦ୍ର୍ୟଭଞ୍ଜନ ମଦନମୋହନ ପାତ୍ରଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି।

Model This Week

ରୂପେଶ