ଅନଗୁଳ-ଢେଙ୍କାନାଳ

ମହିଳାଙ୍କୁ ଥାନା ଅଧିକାରୀଙ୍କ ଅସଦାଚରଣ ମାମଲା: ଅତିରିକ୍ତ ଏସ୍‌ପିଙ୍କ ଦ୍ୱାରା ତଦନ୍ତ ଆରମ୍ଭ

ମହିଳାଙ୍କୁ ଥାନା ଅଧିକାରୀଙ୍କ ଅସଦାଚରଣ ମାମଲା: ଅତିରିକ୍ତ ଏସ୍‌ପିଙ୍କ ଦ୍ୱାରା ତଦନ୍ତ ଆରମ୍ଭ
ଢେଙ୍କାନାଳ ଅଫିସ,୭।୧୨- ଜଣେ ଦଳିତ ମହିଳାଙ୍କୁ ଗଞ୍ଜେଇ ଖୋଜିବା ଆଳରେ ତାଙ୍କ ଘରେପଶି ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ରାସୋଳ ଥାନା ଅଧିକାରୀ ସନ୍ତୋଷ ପ୍ରଧାନଙ୍କ ନାମରେ ଢେଙ୍କାନାଳ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ ଅଦାଲତରେ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାକୁ ଗ୍ରହଣ କରି ଅଦାଲତରେ ବୁଧବାର ଜିଲା ଦୌରାଜଜ୍‌ ପ୍ରଣିତା ମହାନ୍ତି ଅଭିଯୋଗକାରୀ ମହିଳାଙ୍କ ବୟାନ ଗ୍ରହଣ କରିଥିଲେ। ସେହିପରି ପୋଲିସ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ ଅତିରିକ୍ତ ଏସ୍‌ପିଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଥିବା ଗୁରୁବାର ଅପରାହ୍ନରେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏସ୍‌ପି କୁହନ୍ତି ଯେ, ଯେହେତୁ ଅଦାଲତରେ ମାମଲା ରୁଜୁ ହୋଇଛି ଏବଂ ମହିଳାଙ୍କର ପ୍ରାଥମିକ ବୟାନ ରେକର୍ଡ କରାଯାଇଛି ଅଦାଲତଙ୍କ ଯାହା ନିର୍ଦ୍ଦେଶ ଆସିବ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।
All Right Reserved By

ଅନଗୁଳ-ଢେଙ୍କାନାଳ

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ


ବଇଣ୍ଡା,୧୬।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା, ଡେବେରାପାଲି, ବାମୁର ଆଦି ଗ୍ରାମ ଗୁଡ଼ିକରେ ଦୁର୍ଗାପୂଜା ଆରମ୍ଭ ହୋଇଛି। ପ୍ରଥମେ କଳସରୁ ପାଣି ଆଣିବା ପରେ ଯଥାରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। 

ଭୁଲ ଇନ୍‌ଜେକ୍ସନରୁ  ରୋଗୀ ମୃତ୍ୟୁ ଅଭିଯୋଗ:  ଘଟଣାସ୍ଥଳରେ  ଉତ୍ତେଜନା

ଭୁଲ ଇନ୍‌ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ: ଘଟଣାସ୍ଥଳରେ ଉତ୍ତେଜନା


ଅନୁଗୋଳ ଅଫିସ, ୧୬।୧୦- ଅନୁଗୋଳ ହୁଲୁରିସିହାଂ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ମଙ୍ଗଳବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ:  କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ: କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୬।୧୦(ଡି.ଏନ.ଏ.)-ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ସମ୍ପୃକ୍ତ ଉପଭୋକ୍ତାମାନେ ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି


କାମାକ୍ଷାନଗର,୧୬।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା  କାମାକ୍ଷାନଗର ସୋଗର ପଞ୍ଚାୟତ ବାଇସିଙ୍ଘା ଗ୍ରାମରେ ମଙ୍ଗଳବାର ପାଣି ପଶିଯାଇଛି। 

ବେଆଇନ ପଥର ଖାଦାନ ଉପରେ ଚଢାଉ

ବେଆଇନ ପଥର ଖାଦାନ ଉପରେ ଚଢାଉ


ଢେଙ୍କାନାଳ ଅଫିସ,୧୬।୧୦- ଢେଙ୍କାନାଳ ସଦର ଥାନା ପାରିଖେଦା ଅଞ୍ଚଳରେ ଥିବା ବେଆଇନ ପଥର ଖାଦାନ ଉପରେ ମଙ୍ଗଳବାର ଚଢାଉ କରାଯାଇଛି। 

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କାର୍‌

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କାର୍‌

ଭାପୁର, ୧୬।୧୦ (ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ଭାପୁର ନୁଆ ସାହି ନିକଟରେ ମଙ୍ଗଳବାର ସକାଳେ ଭାରସାମ୍ୟ ହରାଇ ଏକ କାର(ଓଡି୧୩ବି ୬୧୯୧) ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି।

ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ବଅଁରପାଳ, ୧୬ା୧୦(ଡି.ଏନ.ଏ.): ନାଲକୋ ସିପିପି ନିକଟସ୍ଥ ଆଦର୍ଶ ବିହାରରେ ସୋମବାର ମା’ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛିି। 

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ତାଳଚେର୧୬ା୧୦(ନି.ପ୍ର.)ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର। ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ହୋଇଥିବାବେଳେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ ପାଇଁ ବିଭିନ୍ନ ପୂଜା ମଣ୍ଡପ, ଶକ୍ତି ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। 

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ହିନ୍ଦୋଳ, ୧୬।୧୦ (ଡି.ଏନ.ଏ.)ହିନ୍ଦୋଳ ବ୍ଲକ ଆର୍ଥିକ ଅନଗ୍ରସର ବର୍ଗ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ପକ୍ଷରୁ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। 

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୬ା୧୦ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ସୋମବାର ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତର କହ୍ନେଇ ନଗର ଗ୍ରାମରେ ମହିଳା କର୍ମଶାଳାର ଭୂମିପୂଜନ କରିଛନ୍ତି। 

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର


ଅନୁଗୋଳ ଅଫିସ,୧୫ା୧୦- ଅନୁଗୋଳ ସ୍ଥିତ ସ୍ଥାନୀୟ ସଭାଘରଠାରେ ଅନୁଗୋଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ‘ସବୁଠାରୁ ବଡ଼ ମଣିଷ’ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା


ଅନୁଗୋଳ ଅଫିସ,୧୫ା୧୦- କଟକରୁ ଅନୁଗୋଳ ଗାନ୍ଧୀ ମାର୍ଗ ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କଠାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୋମବାର  ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଡ୍ରାଇଭର କନ୍ଦର୍ପ ବିଶ୍ୱାଳଙ୍କୁ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୫ ହଜାର ୨ଶହ ଟଙ୍କା ସହ ଦୁଇଟି ମୋବାଇଲ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।