Dharitri News
ଉପକୂଳ ଓଡିଶା

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି ବିଦ୍ୟୁତ୍‌ ଉପକେନ୍ଦ୍ର

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି ବିଦ୍ୟୁତ୍‌ ଉପକେନ୍ଦ୍ର ସୁକିନ୍ଦା,୮।୧୨(ଡି.ଏନ.ଏ.) ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆମ୍ବସାରଠାରେ ନିର୍ମିତ ହରିପୁର ୩୩କେଭି ବିଦ୍ୟୁତ୍‌ ଉପକେନ୍ଦ୍ର ଉଦ୍‌ଘାଟନ ହେବାର ବର୍ଷେ ପରେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଉଦ୍‌ଘାଟନ ଦିବସରେ ଏହି ଉପକେନ୍ଦ୍ର ଲୋକଙ୍କ ସେବାରେ ଲାଗିବ ବୋଲି ଦାବି କରିଥିଲା ସମ୍ପୃକ୍ତ ବିଭାଗ। ମାତ୍ର ଏବେ ଏହା ଲୋକଙ୍କ କାର୍ଯ୍ୟରେ ସମ୍ପୂର୍ଣ୍ଣ ଲାଗି ନ ଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଉକ୍ତ ପ୍ରକଳ୍ପକୁ ୨୦୧୬ ମସିହା ଡିସେମ୍ବର ୨୬ରେ ତତ୍କାଳୀନ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଉଦ୍‌ଘାଟନ କରଥିଲେ। ତେବେ ଏହି ବିଦ୍ୟୁତ୍‌ ଉପକେନ୍ଦ୍ରଟି ଉଦ୍‌ଘାଟନ ହେବା ଦିନଠାରୁ ହିଁ ବନ୍ଦ ରହିଥିଲା। ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଦୀକୂଳ ଅଞ୍ଚଳର ୭ଟି ପଞ୍ଚାୟତରେ ଅବ୍ୟବସ୍ଥିତ ବିଦ୍ୟୁତ୍‌ ସେବାର ସମାଧାନ ନିମନ୍ତେ ଏହି ବିଦ୍ୟୁତ୍‌ ଉପକେନ୍ଦ୍ରର ପ୍ରତିଷ୍ଠା ପାଇଁ ତତ୍କାଳୀନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଉଦ୍ୟମ କରିଥିଲେ। ମାତ୍ର ଏହାର କାର୍ଯ୍ୟ ଆରମ୍ଭ ହେବାକୁ ଦୀର୍ଘ ବର୍ଷ ଲାଗିଯାଇଥିଲା। ଏହାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶକ୍ତିମନ୍ତ୍ରୀ ଏହି ସବ୍‌ଷ୍ଟେଶନ ଅଞ୍ଚଳବାସୀଙ୍କ ସମସ୍ୟା ଦୂର କରିବା ସହିତ ବିଦ୍ୟୁତ୍‌ କଷ୍ଟରୁ ମୁକ୍ତି ଦେବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ଜିଲା ଏମ୍‌ପି ରୀତା ତରେଇ, ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରୀତିରଞ୍ଜନ ଘଡେଇ, ନେସ୍କୋ ସିଇଓ ଭରତ ଚନ୍ଦ୍ର ଉପାଧ୍ୟାୟ, ନିର୍ବାହୀ ଯନ୍ତ୍ରୀ ନିର୍ମଳ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିଦିନଠାରୁ ବିଦ୍ୟୁତ୍‌ ସରାବରାହ ସେବା ପାଇବାକୁ ସ୍ବପ୍ନ ଦେଖିଥିବା ନଦୀକୂଳ ଅଞ୍ଚଳର ୭ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ଭକୁଆ ବନି ଯାଇଥିଲେ। ଉକ୍ତ ବିଦ୍ୟୁତ କେନ୍ଦ୍ରରେ ୭ଟି ପଞ୍ଚାୟତକୁ ବିଦ୍ୟୁତ୍‌ ସରବରାହ ଯୋଗାଇ ଦେବା ନିିମନ୍ତେ ୪ଟି ଫିଡର ବ୍ୟବସ୍ଥା ରହିଛି। ଉଦ୍‌ଘାଟନ ପରେ ସମସ୍ତ ଫିଡର ଅଚଳ ରହିଥିଲା। ଅନେକ ଅଭିଯୋଗ ପରେ ମାତ୍ର କିଛି ମାସ ତଳେ ୨ଟି ଫିଡରକୁ ଚାଲୁ କରାଯାଇ ହାତିବାରୀ ଏବଂ ହରିପୁର ଗ୍ରାମ ପଞ୍ଚାୟତକୁ ବିଦ୍ୟୁତ୍‌ ସରବରାହ ଯୋଗାଇ ଦିଆଯାଇଛି। କିନ୍ତୁ ଅନ୍ୟ ୨ଟି ଫିଡର ଅଦ୍ୟାବଧି ଅଚଳ ଅବସ୍ଥାରେ ରହିଛି। ଏହି କାରଣରୁ ଅନ୍ୟ ୫ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଚାଲୁ ହୋଇଥିବା ୨ଟି ଫିଡରରୁ ସମୟ ସମୟରେ କିଛି ଗାଁକୁ ବିଦ୍ୟୁତ ସରବରାହ କରାଯାଉଥିବା ବେଳେ କୌଣସି ମୁହୁର୍ତ୍ତରେ ଅତ୍ୟଧିକ ଚାପ ଯୋଗୁ ତାହା ମଧ୍ୟ ଅଚଳ ହୋଇଯିବାର ସମ୍ଭାବନା ରହିଛି। ଏ ନେଇ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସେଖ୍‌ ଆଜମଙ୍କୁ ପଚାରିବାରେ, ଠିକାଦାର ଏଯାଏ ସମ୍ପୂର୍ଣ୍ଣ କାର୍ଯ୍ୟ ସାରି ନାହାନ୍ତି। ବିଭାଗ ତରଫରୁ ଅନେକ ଥର ଚିଠି କରାଯିବା ପରେ ମଧ୍ୟ ସେ କିଛି ଶୁଣୁ ନାହାନ୍ତି ବୋଲି କହିଥିଲେ। ତେବେ ଏତେ ଗୁରୁତ୍ୱପୂର୍ଣ୍ଣ କାଯର୍‌ୟକୁ ଏଭଳି ଖାମଖିଆଲି ଭାବେ ଦୋଷ ଲଦି ଚୁପ ବସିଯିବାକୁ ସାଧାରଣ ଲୋକେ ହଜମ କରିପାରୁ ନ ଥିବା ବେଳେ ଯଥାଶୀଘ୍ର ଏହାକୁ ଚାଲୁ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଉପକୂଳ ଓଡିଶା

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: ରାଜ୍ୟ ଗୃହ ବିଭାଗକୁ ତଦନ୍ତ ନିର୍ଦ୍ଦେଶ

କଳିଙ୍ଗନଗର,୨୧।୧(ଡି.ଏନ୍‌.ଏ.) ଟାଟା କାରଖାନା ସମ୍ପ୍ରସାରଣ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି।

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ଦଶରଥପୁର,୨୧।୧(ଡିଏନ୍‌ଏ) ଦଶରଥପୁର ବ୍ଲକ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ନିଜାମପୁର ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶନିବାର ଏହାର ଫଳାଫଳ ଘୋଷଣା ହୋଇଥିବା ବେଳେ ପୂର୍ବତନ ସମିତି ସଭ୍ୟ ସ୍ବର୍ଗତ କେଦାର ଦାସଙ୍କ ସ୍ତ୍ରୀ ରୁକ୍ମଣୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀକାନ୍ତ ଜେନାଙ୍କୁ ୧୭୮୦ ଖଣ୍ଡ ଭୋଟରେ ହରାଇଥିବା ଜଣାପଡ଼ିଛି।

ଚିରସ୍ରୋତା ହେବ ନଦୀ

ବରୀ,୨୧।୧(ସ୍ବ.ପ୍ର.) ଯାଜପୁର ଜିଲାଦେଇ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତା, କେଲୁଆ ଆଦି ପ୍ରବାହିତ ହୋଇଛି। ନଦୀରେ ଜଳ ନ ଥିବାରୁ ଧୀରେ ଧୀରେ ନଦୀ ଗୁଡ଼ିକ ପୋତି ହୋଇଯାଉଛି। ଯାହାଫଳରେ ଗ୍ରାମାଞ୍ଚଳର ନଳକୂପ ଗୁଡ଼ିକରୁ ଜଳପତନ କମିଯାଉଛି। ପାନୀୟ ଜଳ ସଙ୍କଟ ଦେଖାଦେବା ସହିତ ଗୃହପାଳିତ ପ୍ରାଣୀ ଓ ଚାଷୀ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ତ ସମସ୍ୟାର ସମାଧାନ ହେଉଛି। ଯାହାଫଳରେ ପାଣି ନେଇ ଦେଖାଯାଉଥିବା ସମସ୍ୟା ଦୂର ହୋଇଯିବ।

 ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ଯାଜପୁର ଅଫିସ,୨୧।୧ ଜିଲା ମିଲର୍ସଙ୍କ ଅସହଯୋଗ, ବର୍ଷାରେ ଅନିୟମିତତା ଏବଂ ଆବଶ୍ୟକ ଜଳସେଚନର ଅଭାବ ଯୋଗୁ ଯାଜପୁର ଜିଲାରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଫଳରେ ଜିଲାର ବିପିଏଲ, ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦୟ, ମଧ୍ୟାହ୍ନ ଭୋଜନ ଆଦି ହିତାଧିକାରୀଙ୍କ ଚାହିଦା ପୂରଣ ପାଇଁ ବାର୍ଷିକ ୧୦ଲକ୍ଷ କୁଇଣ୍ଟାଲ ମଧ୍ୟରୁ ୫ଲକ୍ଷ କୁଇଣ୍ଟାଲ ଚାଉଳ ପଶ୍ଚିମଓଡିଶାରୁ ଆମଦାନୀ କରିବାକୁ ପଡୁଛି। ଏହିକ୍ରମରେ ଚଳିତ ମାସ ୨୦ତାରିଖ ସୁଦ୍ଧା ବରଗଡରୁ ୫ ହଜାର ମେଟ୍ରିକଟନ(ଏମଟି) ଚାଉଳ ଯାଜପୁର ଜିଲାକୁ ଆଣିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ କଳାହାଣ୍ଡି ଜିଲା କୋକସରାସ୍ଥିତ ରାଜ୍ୟସ୍ତରୀୟ ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡକୁ ଗତ ୬।୧।୨୦୧୮ରେ କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ଗତ ୧୬ତାରିଖ ସୁଦ୍ଧା ଯାଜପୁର ଜିଲାକୁ କେଜିଏ ବି ଚାଉଳ ପରିବହନ ହୋଇ ପାରିନାହିଁ। ଏହା ଜିଲାର ହିତାଧିକାରୀଙ୍କୁ ସୁରୁଖୁରୁ ଭାବେ ପିଡିଏସ ଚାଉଳ ବଣ୍ଟନ କରିବାରେ ବାଧା ସୃଷ୍ଟି କରିଛି। ତେଣୁ କାହିଁକି ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୁକ୍ତି ଅନୁଯାୟୀ ଅମାନତ ରାଶି ବାଜ୍ୟାପ୍ତ ନ କରାଯିବ ସେଥିପାଇଁ ଯୋଗାଣ ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିଗମର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦାଶ ଏହି ମର୍ମରେ ତାଙ୍କ ପତ୍ରସଂଖ୍ୟା ୧୦୯୮/୧୮।୧।୨୦୧୮ରେ ପରିବହନ ସଂସ୍ଥାର ମାଲିକ କୁଲଦୀପ କୁମାର ଗୁପ୍ତାଙ୍କୁ ୫ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପେଣ୍ଠପାଳ: ଉପ ନିର୍ବାଚନରେ  ସମିତି ସଭ୍ୟା ଭାବେ ବବିତା ଜିତିଲେ

ପେଣ୍ଠପାଳ: ଉପ ନିର୍ବାଚନରେ ସମିତି ସଭ୍ୟା ଭାବେ ବବିତା ଜିତିଲେ

ପଟ୍ଟାମୁଣ୍ଡାଇ, ୨୧।୧ (ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ଉପ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବବିତା ମଳିକ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମରୁଆ ମଳିକଙ୍କୁ ୬୩୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ଆଳି,୨୧।୧(ଡି.ଏନ୍‌.ଏ.)- ଆଳି ବ୍ଲକ ଅନ୍ତର୍ଗତ ବଡାମ୍ବିଳା ଗ୍ରାମପଞ୍ଚାୟତରେ ସମିତିସଭ୍ୟା ଉପନିର୍ବାଚନର ଫଳାଫଳ ଶନିବାର ଘୋଷଣା ହୋଇଛି। ଏଥିରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ବାଜିମାତ କରିଛନ୍ତି। ପ୍ରାର୍ଥୀ ମମତା ତରାଇ ନିକଟତମ କଂଗ୍ରେସ ସମର୍ଥତ୍ତ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ବିଜୟୀ ହୋଇଛନ୍ତି।

ପଡ଼ୋଶୀଙ୍କ ମାଡ଼ରେ ଗର୍ଭ ନଷ୍ଟ

କେନ୍ଦ୍ରାପଡା ଅଫିସ,୨୧।୧- ଜମିଜମା ବିବାଦକୁ ନେଇ ପଡୋଶୀ ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଛି ।ଏହି ଘଟଣା ୩ ଦିନ ପରେ ସମସ୍ତଙ୍କ ନଜରକୁ ଆସିଛି । ମହିଳା ଜଣକ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ନ୍ୟାୟ ମିଳିବା ବଦଳରେ ପୋଲିସ ଘଟଣାର ଫଇସଲା ପାଇଁ କହୁଛି ବୋଲି ସଂପୃକ୍ତ ମହିଳାଙ୍କ ସ୍ବାମୀ ସୁଶାନ୍ତ ନାୟକ କହିଛନ୍ତି।

ଗୁଲନଗର ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ

କେନ୍ଦ୍ରାପଡା ଅଫିସ, ୨୦।୧: କେନ୍ଦ୍ରାପଡା ଜିଲାର ପ୍ରଥମ ଅଫଟିକାଲ ବ୍ରଡବ୍ୟାଣ୍ଡ ସେବା ସହର ନିକଟ ଗୁଲନଗର ପଞ୍ଚାୟତରେ ଶନିବାର ଆରମ୍ଭ କରାଯାଇଛି ।

ମହିଳାଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା, ୨୦।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଭୋଗବାଡ଼ି ନିକଟ ଜଙ୍ଗଲରୁ ଶନିବାର ସକାଳେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ କେହି ହତ୍ୟାକରି ତାଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

କଳିଙ୍ଗନଗର,୧୯।୧(ଡି.ଏନ୍‌.ଏ.) ଟାଟା କାରଖାନା ବିସ୍ଥାପନ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ସ୍ତ୍ରୀକୁ ମାଡ଼ ମାରିବା ଘଟଣାର ୫ଦିନ ପରେ ସମାଧାନର ବାଟ ବାହାରିଛି। ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଳାପାଳ(ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ଉଭୟ ପତିପତ୍ନୀ ଏନେଇ ଲିଖିତଭାବେ ଜଣାଇବାପରେ ଘଟଣାର ମୋଡ଼ ବଦଳିଛି। ତୁରନ୍ତ ଘଟଣାର ସମାଧାନ କରି ସଂପୃକ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ନ୍ୟାୟୋଚିତ ଢ଼ଙ୍ଗରେ ସମାଧାନ କରିବାକୁ ଟାଟା କାରଖାନା ପୂନର୍ବାସ ଓ ଥଇଥାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍‌ ଅବଦୁଲ ଅଲିମ ଖାଁ। ଏସଂକ୍ରାନ୍ତରେ ଟାଟା କାରଖାନାର ପରିଚାଳକ ଶ୍ରୀକାନ୍ତ ଭଦ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାହିଁକି ଏଭଳି ଘଟଣା ଘଟିଲା ବୋଲି ବିରକ୍ତି ପ୍ରକାଶ କରିବାସହ ଭବିଷ୍ୟତରେ ଏଭଳି ଘଟଣାର ପୂନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା:ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଲେ ଥାନାଧିକାରୀ

ଯାଜପୁର ଅଫିସ,୧୯।୧- ବହୁ ଚର୍ଚ୍ଚିତ ଗୟାଧର ତରାଇ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ଶୁକ୍ରବାର ଧର୍ମଶାଳା ଥାନାଧିକାରୀ ଅମିତାଭ ମହାପାତ୍ର ଚଣ୍ଡିଖୋଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍‌ଏଫ୍‌ସି)ଙ୍କ ନିକଟରେ ବୟାନ ଦେଇଛନ୍ତି ।

ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନରେ ୫୪ ପ୍ରତିଶତ ମତଦାନ

ପଟାମୁଣ୍ଡାଇ,୧୯।୧(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନ ଶୁକ୍ରବାର ୧୮ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।