ଉପକୂଳ ଓଡିଶା

୪୦ଦିନ ପରେ ବି କାର୍ଯ୍ୟକାରୀ ହେଲାନି ଏମ୍‌ଡିଙ୍କ ନିର୍ଦ୍ଦେଶ

୪୦ଦିନ ପରେ ବି କାର୍ଯ୍ୟକାରୀ ହେଲାନି ଏମ୍‌ଡିଙ୍କ ନିର୍ଦ୍ଦେଶ
ଯାଜପୁର ଅଫିସ,୮।୧୨ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ପାଣିକୋଇଲି ଗୋଦାମରୁ ହରିଲୁଟ ହୋଇଛି। ଭଦ୍ରକ ଜିଲାରୁ ଆସିଥିବା ଉନ୍ନତମାନର ଚାଉଳକୁ ସେତେବେଳେ ଖିଲାପି ମିଲର୍ସଙ୍କ ନିକଟରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭୁଆଁ ବୁଲାଇବାକୁ ଅଭିନବ ଉପାୟରେ ପୁଣି ସେଠାରେ ସେହି ପରିମାଣର ଅତି ନିମ୍ନମାନର ବ୍ୟବହାର ଅନୁପଯୋଗୀ ବିଆରଏଲ(ବିଲୋ ରିଜେକ୍ସନ ଲିମିଟେଡ) ଚାଉଳ ରଖାଯାଇଥିଲା । ଯୋଗାଣ ନିଗମ ପକ୍ଷରୁ ଏହାର ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଥଲା। ହେଲେ ନିର୍ଦ୍ଦେଶର ୪୦ଦିନ ପରେ ବି ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଯାହାକି ଚାଉଳ ଦୁର୍ନୀତିକୁ ଚପେଇ ଦେବାକୁ ଉଦ୍ୟମ ହୋଇଥିବା ସ୍ପଷ୍ଟ ମନେ ହେଉଛି। ଏଭଳିସ୍ଥିତିରେ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦାଶ ତାଙ୍କ ପତ୍ରସଂଖ୍ୟା ୨୦୯୪୦/୮।୧୨।୨୦୧୭ରେ ଅସନ୍ତୋଷ ପ୍ରକାଶ କରି ପୁଣି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅକ୍ଟୋବର ୨୭ ତାରିଖରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମଡି) ନିରଞ୍ଜନ ନାୟକ ଯାଜପୁର ଗସ୍ତରେ ଆସି ପରିଦର୍ଶନବେଳେ ପାଣିକୋଇଲି ଗୋଦାମରେ ମହଜୁଦ ଚାଉଳରେ କୀଟପଟଙ୍ଗ ଲାଗିଥିବା ଏବଂ ମଲା ଚାଉଳ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ । ଯାହାକି ମଣିଷ ପକ୍ଷେ ବ୍ୟବହାର ଅନୁପଯୋଗୀ ବୋଲି ସେ ଅଭିହିତ କରିଥିଲେ । ଏହିସବୁ ଚାଉଳ ଭଦ୍ରକ ଜିଲାର କଷ୍ଟମ ମିଲର୍ସଙ୍କ ସମେତ ବ୍ରାହ୍ମଣୀଗାଁ ଓ ବଲଜିତପଡା ଗୋଦାମରୁ ଆସିଥିଲା । ତେଣୁ ଏମଡି ନାୟକ ତାଙ୍କ ପତ୍ରସଂଖ୍ୟା ୧୮୦୮୫/୩୦।୧୦।୨୦୧୭ରେ ଯାଜପୁର ଯୋଗାଣ ଅଧିକାରୀଙ୍କୁ ଏହି ଅନିୟମିତତାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେଉଁ କଷ୍ଟମ ମିଲର୍ସ ବିଆରଏଲ ଚାଉଳ ଦାଖଲ କରିଛନ୍ତି ଏବଂ ଏହା କେଉଁ ଗୋଦାମରୁ ଆସିଛି ତାର ତଦନ୍ତ କରି ସବିଶେଷ ରିପୋର୍ଟ ୭ ଦିନ ମଧ୍ୟରେ ଦାଖଲ କରିବାକୁ ପତ୍ରରେ ଉଲ୍ଲେଖ ରହିଥିଲା। ଏହାବାଦ ବିଆରଏଲ ଚାଉଳ ଉଠାଣ କରିଥିବା ଭଦ୍ରକ ଜିଲାର ଲିପ୍ଟିଂ ଅଫିସର, ବିଆରଏଲ ଚାଉଳ ଗ୍ରହଣ କରିଥିବା ପାଣିକୋଇଲି ଗୋଦାମର ଭାରପ୍ରାପ୍ତ ଅଧିକାରୀ ଓ ଲେଜର ଅଧିକାରୀଙ୍କ ନାମରେ ୭ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କଡ଼ା ନିର୍ଦ୍ଦେଶ ହୋଇଥିଲା। ଏହି ବ୍ୟବହାର ଅନୁପଯୋଗୀ ଚାଉଳକୁ ପିଡିଏସ ଭାବେ ବଣ୍ଟନ ନ କରିବାକୁ ଜିଏମ୍‌ ନାୟକ ପରାମର୍ଶ ଦେଇଥିଲେ। ହେଲେ ଏହି ପତ୍ର ଜାରି କରିବାର ୪୦ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲା ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେବେ ଦୁର୍ଭାଗ୍ୟ ଯେ, ଭଦ୍ରକ ଜିଲାରୁ କେତେ ପରିମାଣର ଚାଉଳ ପାଣିକୋଇଲି ଗୋଦାମକୁ ଆସିଥିଲା ତାହା ନିର୍ଦ୍ଦିଷ୍ଟ ଭାବେ କେହି ଦର୍ଶାଉ ନାହାନ୍ତି। ଏଣୁଏଥିରେ ଏକ ବଡ଼ଧରଣର କେଳେଙ୍କାରୀ ହୋଇଥିବା ଏବଂ ଏଥିରେ ଯୋଗାଣ ବିଭାଗର ବହୁ ଉଚ୍ଚପଦସ୍ଥ ଅଧିକାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଭଦ୍ରକରୁ ଆସିଥିବା ବ୍ୟବହାର ଉପଯୋଗୀ ଚାଉଳକୁ ୨୦୧୬-୧୭ ବର୍ଷର ଖିଲାପକାରୀ ୨ମିଲର୍ସଙ୍କ ନିକଟରେ ବିକ୍ରି କରାଯାଇଥିବା ଚର୍ଚ୍ଚା ହେଉଛି। ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ଯାଜପୁର ଜିଲାରେ ପ୍ରାୟ ୮.୭୭ କୋଟି ଟଙ୍କାର ସରକାରୀ ଚାଉଳ ବାକି ରଖିଥିବା ୩ ଖିଲାପକାରୀ କଷ୍ଟମ ମିଲର୍ସଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ହୋଇଥିଲା। ଏମ୍‌ଡି ନାୟକ ଏଥିପାଇଁ ଜିଲା ଯୋଗାଣ ଅଧିକାରୀ(ସିଏସଓ)ଙ୍କୁ କ୍ଷମତା ପ୍ରଦାନ କରିଥିଲେ । ଏହାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଥିଲା । ଫଳରେ ଖିଲାପକାରୀ ନାନପୁର ମହାବୀର ଏଗ୍ରି ପ୍ରୋସେସର ପ୍ରାଇଭେଟ ଲିଃ, ସାମିଆର ମା’ ଭଗବତୀ ରାଇସ ଇଣ୍ଡଷ୍ଟ୍ରିଜ ଓ ରଗଡିସ୍ଥିତ ଏସଜିଏସ ଫୁଡ୍‌ସ ପ୍ରାଇଭେଟ ଲିଃ କାଠଗଡାରେ ଛିଡା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଏହିକ୍ରମରେ ଭଦ୍ରକରୁ ଆସିଥିବା ପାଣିକୋଇଲି ଗୋଦାମରେ ମହଜୁଦ ଗରିବ ଲୋକଙ୍କ ଚାଉଳ ଉପରେ ନଜର ପଡିଥିଲା । ଦୀର୍ଘବର୍ଷ ଧରି ପଡି ରହିଥିବା ଅତି ନିମ୍ନମାନର ସମ ପରିମାଣ ଚାଉଳକୁ ସେଠାରେ ରଖିଦେଇ ଭଲ ଚାଉଳକୁ ସେଠାରୁ ହଡପ କରି ନେଇ ଖିଲାପି ମିଲର୍ସଙ୍କୁ ପ୍ରଦାନ କରାଯାଇଥିବା ସେତେବେଳେ ଅଭିଯୋଗ ଉଠିଥିଲା । ଉପରୋକ୍ତ ୨ ଖିଲାପି ମିଲର୍ସ ତାଙ୍କ ଧାର୍ଯ୍ୟ ପରିମାଣର ଚାଉଳ ଇତିମଧ୍ୟରେ ଦାଖଲ କରି ସାରିଛନ୍ତି । ହେଲେ ଭଗବତୀ ରାଇସ ମିଲ୍‌ ପାଖରେ ଏବେ ବି ୪୮୮୩.୩୩ କୁଇଣ୍ଟାଲ ଚାଉଳ ବାକି ପଡିଛି । ଧାର୍ଯ୍ୟ ଚାଉଳ ଦାଖଲରେ ଭଦ୍ରକ ଜିଲାର ଏହି ଚାଉଳ ସହଯୋଗ କରିଥିବା ସନ୍ଦେହ କରାଯାଉଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ କରିବାରେ ଜିଲା ଯୋଗାଣ ଅଧିକାରୀଙ୍କ ଅବମାନନା ଏହି ସନ୍ଦେହକୁ ଆହୁରି ଘନୀଭୂତ କରୁଛି । ଏସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ହୋତାଙ୍କୁ ପଚାରିବାରେ ଅଫିସ ସମୟ ପରେ କିଛି ମତାମତ ଦେଇ ପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ପାରାଦୀପ ରାଜନୀତିରେ ଭିନ୍ନ ସମୀକରଣ

ପାରାଦୀପ,୧୯।୧୦(ସ୍ବ.ପ୍ର.)- ପାରାଦୀପ ନିର୍ବାଚନମଣ୍ଡଳୀର ୩ ରାଜନୈତିକ ଦଳ ମଧ୍ୟରେ ଭିନ୍ନ ସମୀକରଣ ହେବାରେ ଲାଗିଛି। ଗତ ସେପ୍ଟେମ୍ବର ୧୨ରେ ବିଜେଡି ନେତା ଦାମୋଦର ରାଉତ ବହିଷ୍କାର ହେବା ପରେ ଏପରି ହୋଇଛି। ତେବେ ୨୦୧୯ ନିର୍ବାଚନ ପାଇଁ କିଏ ବିଜେଡି ପ୍ରାର୍ଥୀ ହେବ, ସେ ନେଇ ଚର୍ଚ୍ଚା ହେଉଥିଲା।

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ଏରସମା,୧୯।୧୦(ସ୍ବ.ପ୍ର.)- ଏରସମାରେ ରାବଣ ପୋଡ଼ିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏକ ଭିନ୍ନ ମୋଡ଼ ନେଇଛି। ଏ ନେଇ ପ୍ରଶାସନ ଶୁକ୍ରବାର ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ସ୍ବାଭିମାନ ସମାବେଶର ମଞ୍ଚକୁ ଭାଙ୍ଗିଦେଇଛି। ଏହା ଏକ ବିଶାଳ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଏରସମା ଥାନା ପରିସରରେ ବସିଥିବା ଶାନ୍ତି କମିଟି ଦ୍ୱାରା ଏହି ବିବାଦର ସମାଧାନ ହୋଇପାରିଲା ନାହଁି।

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ଓଡ଼ଗଁ। ,୧୯। ୧୦(ସ୍ବ.ପ୍ର.)- ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ ଜାରିଙ୍ଗି ମୌଜାରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଦୁତିକୃଷ୍ଣ ସାହୁ(୨୭)।

ଦଶମୀ ଅବସରରେ ଅପରାଜିତା ପୂଜା

ଦଶମୀ ଅବସରରେ ଅପରାଜିତା ପୂଜା

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଜାର ଦୁର୍ଗା ମଣ୍ଡପରେ ଶୁକ୍ରବାର ଦଶମୀ ଅବସରରେ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଯାଜପୁରରୋଡ,୧୯। ୧୦(ନି.ପ୍ର.)- ୨୦ନଂ. ଜାତୀୟ ରାଜପଥର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହଁି ବାଇକ୍‌ ଅରୋହୀଙ୍କର ମୃତ୍ୟୁ ହୋଇଥିଲା।

ଖଣ୍ଡାପୂଜା ଉତ୍ସବ

ଖଣ୍ଡାପୂଜା ଉତ୍ସବ

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ ଶୁକ୍ରବାର ବିଜୟା ଦଶମୀ ଅବସରରେ ଖଣ୍ଡାୟତ ସମାଜ ପକ୍ଷରୁ ଖଣ୍ଡାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଆଳି,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ଆଳି ଧୋୟାଞ୍ଚଳରେ ପ୍ରବାହିତ ଖରସ୍ରୋତା ନଦୀରୁ ଶୁକ୍ରବାର ଅତଡ଼ା ଖସିବା ଯୋଗୁ ନଦୀକୂଳରେ ଥିବା ମଧୁସୂଦନ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମର ଅଭିଳାଷ ଦାସ, କୁନି ସାହୁ, ଜୟୀରାମ ରାଉତ, ଶ୍ରୀନିବାସ ରାଉତଙ୍କ ସମେତ ଅନେକ ପରିବାର ଭୟଭୀତ ହୋଇପଡ଼ିଛନ୍ତି।

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ପାଟକୁରା,୧୯।୧୦(ଡି.ଏନ୍‌.ଏ)- ଗରଦପୁର ବ୍ଲକ ବଧୀନ ବେଡ଼ାରୀ ପଞ୍ଚାୟତ ଦଳୁଆଣି ବାୟାଣି ପୋଖରୀରୁ ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଶୁକ୍ରବାର ଦଳ ସଫା କରାଯାଇଛି।

ମା’ଙ୍କ ମଣ୍ଡପରେ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପୂଜାର୍ଚ୍ଚନା

ମା’ଙ୍କ ମଣ୍ଡପରେ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପୂଜାର୍ଚ୍ଚନା

ମହାକାଳପଡ଼ା,୧୯।୧୦(ଡି.ଏନ୍‌.ଏ)- ମହାକାଳପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଏହି ପୂଜା ମଣ୍ଡପରେ ବିଭିନ୍ନ ରାଜନେତା ମା’ଙ୍କ ଦର୍ଶନ କରିଛନ୍ତି।

ଆଳିରେ ବିଜୟାଦଶମୀ

ଆଳିରେ ବିଜୟାଦଶମୀ

ଆଳି,୧୯।୧୦(ଡି.ଏନ୍‌.ଏ. ): କେନ୍ଦ୍ରାପଡ଼ା ଜିଲା ଆଳିରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପକ୍ଷରୁ ନିଆଳ ହାଟଠାରେ ଥିବା ହେଲିପ୍ୟାଡ୍‌ ପଡ଼ିଆରେ ଶୁକ୍ରବାର ବିଜୟାଦଶମୀ ଉତ୍ସବ ପାଳିତ ହୋଇଯାଇଛି। 

ପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ଚଣ୍ଡୀଖୋଲ, ୧୮।୧୦(ଡି.ଏନ.ଏ.)-ବାଲିକନ୍ଦରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ସୁରେନ୍ଦ୍ର ସେନାପତିଙ୍କ ପୁଅ ସୂର୍ଯ୍ୟକାନ୍ତ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ

ମାର୍ଶାଘାଇ, ୧୮।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶଘାଇ ସ୍କୁଲ ପରିସରରେ ଗୁରୁବାର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ନବମୀ ତଥିରେ ନିରଞ୍ଜନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।