ଉପକୂଳ ଓଡିଶା

୭ବର୍ଷ ପରେ ବି ସରିଲାନି କୃଷି କାର୍ଯ୍ୟାଳୟ

୭ବର୍ଷ ପରେ ବି ସରିଲାନି କୃଷି କାର୍ଯ୍ୟାଳୟ

ସୁକିନ୍ଦା,୮।୧୨(ଡି.ଏନ.ଏ.)-
ସୁକିନ୍ଦା ବ୍ଲକ ଅଧୀନ ସହକାରୀ କୃଷି ଅଧିକାରୀଙ୍କ ନବ ନିର୍ମିତ କାଯର୍‌ୟାଳୟ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ନିର୍ମାଣ ଆରମ୍ଭର ୭ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ଅଦ୍ୟାବଧି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ତେବେ ଏଠାରେ ବାଧ୍ୟ ବାଧ୍ୟକତାରେ ସହକାରୀ କୃଷି ଅଧିକାରୀଙ୍କର କାର୍ଯ୍ୟାଳୟ ଚାଲିଥିବା ଜଣାପଡିଛି। ପ୍ରକାଶ ଯେ, ୨୦୧୦ ମସିହାରେ ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଦ୍ୱିତଳ ପ୍ରାସାଦ ନିର୍ମାଣ ଆରମ୍ଭ କରିଥିଲା କୃଷି ବିଭାଗ। ଏହି ବିଭାଗ ଅଧୀନସ୍ଥ ନିର୍ମାଣ ବିଭାଗ ଦ୍ୱାରା ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସମ୍ପୃକ୍ତ ଠିକାଦାର ଏହି ଗୃହକୁ ସେହି ବର୍ଷ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ଅଦ୍ୟାବଧି ଶେଷ କରିପାରି ନାହାନ୍ତି। ଅପରପକ୍ଷରେ ପୁରୁଣା ଗୃହର ଅବସ୍ଥା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ତାହା କୌଣସି ମୂହୁର୍ତ୍ତରେ ବି ଭୁଶୁଡି ପଡିବାର ଭୟ ରହିଛି। ଏହି କାରଣରୁ କୃଷି ଅଧିକାରୀ ଚୌଧୁରୀ ଜେନା ବାଧ୍ୟ ହୋଇ ଗତ ୨ମାସ ଧରି ନୂତନ ଅସମ୍ପୂର୍ଣ୍ଣ ଗୃହକୁ ବିନା ଉଦ୍‌ଘାଟନରେ ବ୍ୟବହାର କରୁଥିବା କହିଛନ୍ତି। ତେବେ ସେ ଏହି ନୂତନ ଗୃହର ଅସମ୍ପୂର୍ଣ୍ଣତା ତଥା ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଥିବା ମଧ୍ୟ କହିଛନ୍ତି। ଏପରିକି ଗତ ମେ ୧୭ରେ ଏକ କାଯର୍‌ୟକ୍ରମରେ ଯୋଗ ଦେବାକୁ ଆସି କୃଷି ନିର୍ଦ୍ଦେଶକ ଉକ୍ତ ଗୃହକୁ ଦେଖି ବିରକ୍ତି ପ୍ରକାଶ କରିଥିଲେ। ଗୃହ କାର୍ଯ୍ୟ କାହିଁକି କାଯର୍‌ୟ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏହାପରେ ଠିକାଦାର ପୁନର୍ବାର କାଯର୍‌ୟାରମ୍ଭ କରିଥିଲେ ମଧ୍ୟ ତାହା ଏଯାଏ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଆହୁରି ମଧ୍ୟ ଉକ୍ତ ଗୃହର ଛାତରୁ କେତେକ ସ୍ଥାନରୁ ଫଲ୍ସ ସିମେଣ୍ଟ ଏବଂ ମାଟି ଛାଡି ନ ଥିବା ବେଳେ ତାହା ଉପରେ ହିଁ ପୁନଃ ପ୍ଲାଷ୍ଟର କରାଯାଉଥିବା ଦେଖିବାକୁ ମିଳିଛି। ଯାହା କି କୌଣସି ମୁହୂର୍ତ୍ତରେ ବି ଖସି ପଡ଼ି ଧନ ଜୀବନ ହାନୀ ଘଟାଇବାର ସମ୍ଭାବନା ଦେଖାଦେଇଛି। ଅନ୍ୟପକ୍ଷରେ ପୁରୁଣା ଗୃହକୁ ଭଙ୍ଗା ଯାଇ ନ ଥିବା ବେଳେ ନୂତନ ଗୃହ ନିର୍ମାଣରେ ଲାଗିଥିବା ପଥର, ବାଲି ଏବଂ ଅନ୍ୟାନ୍ୟ ସାମଗ୍ରୀର ଅବଶେଷଗୁଡିକ ପଡ଼ିରହି କାଯର୍‌ୟାଳୟର ରାସ୍ତାକୁ ଅବରୋଧ କରିଛି। ଏପରିସ୍ଥଳେ କୃଷି ବିଭାଗକୁ ଗୃହଟି ହସ୍ତାନ୍ତର କରାଯାଇ ନ ଥିବା ସହକାରୀ କୃଷି ଅଧିକାରୀ କହୁଥିବା ବେଳେ ସହକାରୀ ଯନ୍ତ୍ରୀ ଗୃହ ହସ୍ତାନ୍ତର ହୋଇସାରିଛି ବୋଲି କହିଛନ୍ତି। ତେବେ ସହକାରୀ ଯନ୍ତ୍ରୀଙ୍କର କଥା ବିଶ୍ୱାସକୁ ନିଆ ଗଲେ ଏପରି ଏକ ଅସମ୍ପୂର୍ଣ୍ଣ ଗୃହକୁ କିପରି ଠିକାଦାରଙ୍କଠାରୁ ଗ୍ରହଣ କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସହକାରୀ କୃଷି ଅଧିକାରୀଙ୍କ କଥା ଉପରେ ବିଚାର କରାଗଲେ ଏକ ଅସମ୍ପୂର୍ଣ୍ଣ ତଥା ବିପଦପୂର୍ଣ୍ଣ ଏବଂ ହସ୍ତାନ୍ତର ହୋଇ ନ ଥିବା ଗୃହରେ କିଭଳି କାର୍ଯ୍ୟାଳୟ ଚାଲୁ ରହିଛି ବୋଲି ପ୍ରଶ୍ନ ଉଠୁଛି। କୃଷି କାଯର୍‌ୟାଳୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଶହ ଶହ ସଂଖ୍ୟାରେ ଚାଷୀ ଓ ସାଧାରଣ ଜନତାଙ୍କର ଯିବା ଆସିବା ରହିଥିବା ବେଳେ ଯଥାଶୀଘ୍ର ଏହାର ସୁବନ୍ଦୋବସ୍ତ କରା ନ ଗଲେ କିଛି ବି ଅଘଟଣ ଘଟିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।

All Right Reserved By

ଉପକୂଳ ଓଡିଶା

ଅନ୍ତର୍ଜାତୀୟ ଯୋଗ ଦିବସ

ଡେରାବିଶ,(ସ୍ବ.ପ୍ର.)/ରାଜନଗର(ଡି.ଏEଡ଼୍‌ଐ,,.0୦ ଡେରାବିଶ ବ୍ଲକ ଦାନପୁର ପଞ୍ଚାୟତ ଦୋହଳୀସ୍ଥିତ ବନମାଳୀ ବ୍ରହ୍ମଚାରୀ ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।

ଆଶାକର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଡେରାବିଶ, ୨୧।୬ (ସ୍ବ.ପ୍ର.) ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ହରିଅଙ୍କ ସେକ୍ଟରର ଆଶାକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୫ ଦିନିଆ ଶିବିର ଚାନ୍ଦୋଳ ପ୍ରାଥମି ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ବୁଧବାରଠାରୁ ଆରମ୍ଭ ହୋଇଛି।

ଋଚିକବାସିନୀ ରଜ ମହୋତ୍ସବ ଉଦ୍‌ଯାପିତ

ଋଚିକବାସିନୀ ରଜ ମହୋତ୍ସବ ଉଦ୍‌ଯାପିତ

ବାଙ୍କୀ, ୨୧ା୬ (ବି.ପ୍ର)-ଓଡିଆ ସଂସ୍କୃତି ଓ ଜାଗରଣ ମଞ୍ଚ ଆନୁକୂଲ୍ୟରେ ଚାଲିଥିବା ଋଚିକ ବାସିନୀ ରଜ ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ା

ସୁସ୍ଥ ରାଷ୍ଟ୍ର ଗଠନରେ ଯୋଗ ଶିକ୍ଷାର ଗୁରୁ ଦାୟିତ୍ୱ ରହିଛି

ସୁସ୍ଥ ରାଷ୍ଟ୍ର ଗଠନରେ ଯୋଗ ଶିକ୍ଷାର ଗୁରୁ ଦାୟିତ୍ୱ ରହିଛି

ବାଙ୍କୀ, ୨୧ା୬ (ସ୍ବ.ପ୍ର.)- ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ବାଙ୍କୀର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଙ୍କୀ କଲେଜ ପରିସରରେ ଆୟୋଜିତ କାଯର୍ର୍‌ୟକ୍ରମରେ ବାଙ୍କୀ କଲେଜ, ବ୍ରହ୍ମପୁରା ରଘୁନାଥ ଦେବତା ବିଦ୍ୟାପୀଠ, ଡମପଡା ପ୍ରିତମ କୁମାରୀ ବିଦ୍ୟାମନ୍ଦିର, ବିକେ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲର ୧୮୨ଜଣ କ୍ୟାଡେଟ୍‌ ଅଂଶ ଗ୍ରହଣ କରିଥିଲେ ।

ରାମେଶ୍ୱର ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ

ରାମେଶ୍ୱର ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ

ବାଙ୍କୀ,୨୧ା୬ (ସ୍ବ.ପ୍ର.) ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତସ୍ଥିତ ପତନୀ ଗ୍ରାମର ପ୍ରସିଦ୍ଧ ଶୈବପୀଠ ରାମେଶ୍ୱର ମନ୍ଦିର ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ଶିଶୁ ମନ୍ଦିରରେ ଯୋଗ ଶିବିର

ଶିଶୁ ମନ୍ଦିରରେ ଯୋଗ ଶିବିର

ମହାକାଳପଡ଼ା, ୨୧।୬ (ଡି.ଏନ୍‌.ଏ.)- ବିଶ୍ୱ ଯୋଗ ଦିବସ ଅବସରରେ ମହାକାଳପଡ଼ା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି।

ସାମାନ୍ୟ ବର୍ଷାରେ ତାତିରୁ ତ୍ରାହି

କେନ୍ଦ୍ରାପଡା ଅଫିସ,୨୧।୬-ଗତ କିଛି ଦିନ ହେବ ପ୍ରଚଣ୍ଡ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଗୁରୁବାର ମଧ୍ୟାହ୍ନରେ କେନ୍ଦ୍ରାପଡା ସହରରେ ପ୍ରାୟ ଘଣ୍ଟାଏ ଧରି ବର୍ଷା ହୋଇଯାଇଛି ।

ଡାଙ୍ଗମାଳ -ଡାଳଖାଇ ତଟବନ୍ଧ ରାସ୍ତା ଶୋଚନୀୟ

କେନ୍ଦ୍ରାପଡା ଅଫିସ,୨୧।୬-କେନ୍ଦ୍ରାପଡା ଜଳସମ୍ପଦ ବିଭାଗ (ତଟବନ୍ଧ) ଅଧୀନ ରାଜନଗର ବ୍ଲକ ଡାଙ୍ଗମାଳ ଡାଳଖାଇ ଜଙ୍ଗଲ ପାଖ ରାସ୍ତା ନିର୍ମାଣର ୩ ମାସ ନ ପୂରୁଣୁ ୩ ଶହରୁ ଊର୍ଦ୍ଧ୍ୱ ଖାଲ ସୃଷ୍ଟି ହୋଇଛି ।

ଗରଦପୁର ଅଞ୍ଚଳରେ ବର୍ଷା, ଲୋକେ ଆଶ୍ୱସ୍ତ

ଗରଦପୁର ଅଞ୍ଚଳରେ ବର୍ଷା, ଲୋକେ ଆଶ୍ୱସ୍ତ

ପାଟକୁରା, ୨୧।୬(ଡି.ଏନ.ଏ.)-ଗରଦପୁର ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି ।

ସାପ କାମୁଡାରେ ଯୁବକ ମୃତ

ରାଜକନିକା,୨୧।୬(ଡିଏନ୍‌ଏ)-ରାଜକନିକା ଥାନା ଅନ୍ତର୍ଗତ କାଟଣା ବଣଅଁା ପଞ୍ଚାୟତ ଧାମରା ଗଁାର ଚୈତନ୍ୟ ସେଠୀଙ୍କ ୧୮ ବର୍ଷର ପୁଅ ବିଶ୍ୱରଞ୍ଜନଙ୍କ ବୁଧବାର ରାତିରେ ସର୍ପ ଦଂଶନରେ ମୃତ୍ୟୁ ଘଟିଛି ।

ଅଗ୍ନିକାଣ୍ଡ ବିପନ୍ନଙ୍କୁ ଭେଟିଲା କଂଗ୍ରେସ

ରାଜକନିକା,୨୧।୬(ଡିଏନ୍‌ଏ)-ରାଜକନିକା ବ୍ଲକ ଅନ୍ତର୍ଗତ ନଳପୋଖରୀ ଗ୍ରାମରେ ମଙ୍ଗଳବାର ବିଲମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୭ ବଖରା ଘର ଜଳି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ରାଜକନିକା ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଗୁରୁବାର ଭେଟିଥିବା ଜଣାପଡିଛି ।

ରାସ୍ତା ପାର୍ଶ୍ୱରେ ପଡିଥିବା ମୁହଁବନ୍ଦ ଅଖାକୁ ନେଇ ସନ୍ଦେହ

ଯାଜପୁରରୋଡ,୨୧।୬(ନି.ପ୍ର.)-ଗୁରୁବାର ଯାଜପୁରରୋଡ ଥାନା ଅଧୀନ ରାଛିପୁର ଗ୍ରାମର ଦଳିତ ସାହି ନିକଟ ରାସ୍ତା କଡରେ ମୁହଁ ବନ୍ଧା ଯାଇଥିବା ଏକ ଅଖା ପଡିଛି ।

Model This Week

ପ୍ରଭାତ