ଉପକୂଳ ଓଡିଶା

ଅସୁବିଧା କରିପାରେ ଜଙ୍ଗଲ ଜମିରେ ଆୟୋଜନ

ଅସୁବିଧା କରିପାରେ ଜଙ୍ଗଲ ଜମିରେ ଆୟୋଜନ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.) ୮।୧୨ ଐତିହ୍ୟ ଓ ଇତିହାସକୁ ନେଇ ଗର୍ବ କରେ ମାନବ ସଭ୍ୟତା। ଏହି କ୍ରମରେ ଯାଜପୁର ଜିଲାର ଅବିସ୍ମରଣୀୟ ସଂସ୍କୃତି, ଐତିହ୍ୟମଣ୍ଡିତ କୀର୍ତ୍ତି ଓ ପର୍ଯ୍ୟଟନସ୍ଥଳୀଗୁଡିକ ସର୍ବଜନବିଦିତ। ଇସ୍ପାତ ଶିଳ୍ପର ରାଜଧାନୀ ଭାବେ ପୃଥିବୀ ମାନଚିତ୍ରରେ କଳିଙ୍ଗନଗରର ରହିଛି ଏକ ସ୍ବତନ୍ତ୍ର ପରିଚୟ। ମେଳା ଓ ମହୋସତ୍ବର ଜିଲାଭାବେ ପରିଚିତ ଯାଜପୁର ଜିଲାରେ ନୂଆକରି କଳିଙ୍ଗନଗର ମହୋସତ୍ବର ପରିକଳ୍ପନା କରାଯାଇଛି। ଏହି ମହୋସତ୍ବକୁ ଦାନଗଦୀ ତହସିଲ ଅଧିନସ୍ଥ ତେଲିବାହାଲି ନିକଟସ୍ଥ ଶାଳ ଜଙ୍ଗଲ ଜମିରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଯାହାକି ଭବିଷ୍ୟତରେ ଆୟୋଜକଙ୍କୁ ଅଡ଼ୁଆରେ ପକାଇପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି । ଲୁକ୍କାୟିତ ଓ ଲୁପ୍ତପ୍ରାୟ ଲୋକକଳାକୁ ପୁନର୍ଜିବୀତ କରିବା ତଥା ସଂସ୍କୃତି ଓ ସାମାଜିକ ଚଳଣୀକୁ ରୁଦ୍ଧିମନ୍ତ କରିବା ମହୋସତ୍ବର ଲକ୍ଷ୍ୟ । କଳିଙ୍ଗନଗର ବିସ୍ଥାପିତ ପରିବାର ଓ ଜିଲାବାସୀଙ୍କ ପାଇର୍ଁ ଏହା ମନୋରଞ୍ଜନର ଖୁରାକ ଯୋଗାଇବ ନିଶ୍ଚିତ । ଏହାବାଦ ଅତୀତର କଳା ଓ ସଂସ୍କୃତି ବର୍ତ୍ତମାନ ରଙ୍ଗୀନ ଦୁନିଆରେ ପୋଡି ପାଉଁଶ ହୋଇଯାଇଛି। କେବଳ ରହିଯାଇଛି ସେହି ପାଉଁଶ ଟିକକ। ତେବେ ଆୟୋଜକ ମଣ୍ଡଳି ଏହି ସବୁକୁ ବଞ୍ଚାଇବାର ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାକୁ ଅଧିକାଂଶ କଳିଙ୍ଗନଗରବାସୀ ସ୍ବାଗତ କରିଛନ୍ତି। ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ପିଲାମାନେ ନୃତ୍ୟଗୀତ କରି ଦର୍ଶକଙ୍କୁ ବିମୋହିତ କରିବେ। ଏପରିକି ସେହି ପ୍ରାଚୀନ ସଂସ୍କୃତି ଓ ଲୋକଗୀତ ନୃତ୍ୟରେ କଳିଙ୍ଗନଗରବାସୀ ବିଭୋର ହେବେ। ଲୋକମୁଖରୁ ନିଃସୃତ ଗୀତ ଏବଂ ଲୋକଙ୍କ ହୃଦୟ ଓ ମନରୁ ପ୍ରଚଳିତ କଳାକୁ ଲୋକକଳା ବୋଲି ବୁଝାଯାଏ। ଶରୀର ପାଇଁ ଖାଦ୍ୟ ଯେମିତି ଅପରିହାର୍ଯ୍ୟ ସେହିପରି ମନର ସ୍ପୁର୍ତ୍ତି ପାଇଁ ସଂଗୀତର ଆବଶ୍ୟକତା ରହିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶ୍ରମିକ ଓ କର୍ମଚାରୀଙ୍କ କର୍ମକ୍ଲାନ୍ତ ଜୀବନରେ ମାନସିକ ଶାନ୍ତି ଓ ବେଦନାକୁ ପରାହତ କରି ହୃଦୟରେ ଟିକିଏ ଆନନ୍ଦର ଅମୃତ ଦେବ ଏହି ମହୋସତ୍ବ । କଳିଙ୍ଗନଗରର ଶ୍ରୋତା ନିଜ ଭିତରେ ଉପଲବ୍ଧି କରିବେ ଗୀତ ଓ ସଂଗୀତର ଭାବ। କେତେକ ଐତିହାସିକ କାର୍ଯ୍ୟକ୍ରମ ତଥା ଫଟୋ ପ୍ରଦର୍ଶନୀ ମଧ୍ୟ କଳିଙ୍ଗନଗର ମହୋସତ୍ବରେ ସ୍ଥାନିତ କରାଯାଇଛି। ଏଥିରେ ନଗଡ଼ାର ବିଭିନ୍ନ ଚିତ୍ର ମଧ୍ୟ ଉପଲବ୍ଧ ହୋଇ ପାରିବ। ଏହାସହିତ ମହୋସତ୍ବରେ ଢୋଲ, ନିସାନ, ତାସା, ମହୁରୀ, ଟିମକି, ମାଦଲ ପ୍ରଭୃତି ଲୋକବାଦ୍ୟ ଦଳକୁ ଆମନ୍ତ୍ରିତ କରିବାକୁ ଯୋଜନା ହୋଇଛି। ଜିଲାରେ ଜିଲା ମହୋତ୍ସବ, ବ୍ୟାସ ମହୋସତ୍ବ, ଉଦୟଗିରି ବୁଦ୍ଧ ମହୋସତ୍ବ, ବରୁଣେଶ୍ୱର ମହୋସତ୍ବ, ସୁକିନ୍ଦାରେ ସୌରିକ ମହୋସତ୍ବ, ଧର୍ମଶାଳା ମହୋସତ୍ବ ଆଦି ଆୟୋଜନ କରାଯାଉଛି । ମାତ୍ର ୨୦ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରତିଷ୍ଠା ହୋଇଥିଲେ ହେଁ କଳିଙ୍ଗନଗର ମହୋସତ୍ବ ସ୍ବପ୍ନ ହେଉଥିଲା। ତେଣୁ ଆସନ୍ତା ଡିସେମ୍ବର ୨୨ରୁ ୨୪ତାରିଖ ପର୍ଯ୍ୟନ୍ତ କଳିଙ୍ଗନଗର ମହୋସତ୍ବର ପରିକଳ୍ପନା କରାଯାଇଛି। ଗତ ପ୍ରସ୍ତୁତି ବୈଠକରେ ତେଲିବାହାଲି ପେଟ୍ରୋଲ ପମ୍ପ ସମ୍ମୁଖ ପଡିଆରେ ଏହାର ଆୟୋଜନ କରିବାକୁ ଚୂଡାନ୍ତ ହୋଇ ସାରିଛି। ଯାହାର କି ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି । ତେବେ ଯେଉଁ ପଡିଆରେ ମହୋସତ୍ବର ପରିକଳ୍ପନା କରାଯାଇଛି ତାହା ସମ୍ପୂର୍ଣ୍ଣ ଶାଳ ଜଙ୍ଗଲ ଜମି । ଦାନଗଦୀ ତହସିଲ ଅନ୍ତର୍ଗତ ଖାତା ନମ୍ବର ୯୭, ପ୍ଲଟ ନମ୍ବର ୩୩୬ରେ ୬୮.୪୦ ଏକର ଶାଳ ଜଙ୍ଗଲ ଜମି ରହିଛି। କୌଣସି ଜଙ୍ଗଲ ଜମିରେ ମେଳା ମହୋସତ୍ବର ଆୟୋଜନ ପରିବେଶଗତ ଆଇନକୁ ଉଲ୍ଲଂଘନ କରୁଛି। ତେଣୁ ଏହି ଜମିରେ ମେଳାର ଆୟୋଜନ କଲେ କେତେକ ପରିବେଶପ୍ରେମୀ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ଅଗାମୀ ଦିନରେ ଏହା ଆୟୋଜକଙ୍କ ୁ ଏହା ଅସୁବିଧାରେ ପକାଇପାରେ ବୋଲି ଆଲୋଚନା ହେଉଛି। ତେଣୁ ପରିକଳ୍ପିତ ଏହି ମହାନ ମହୋସତ୍ବକୁ ସବୁଦିନ ପାଇଁ ବଞ୍ଚାଇ ରଖିବାକୁ ଆୟୋଜକଙ୍କୁ ଏହି ମତ ଉପରେ ବିଚାରବିମର୍ଶ କରି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଲେ କଳିଙ୍ଗନଗରବାସୀ ଉପକୃତ ହୋଇ ପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଦାନଗଦୀ ତହସିଲଦାର ବୁଲବୁଲ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଆୟୋଜକଙ୍କ ପକ୍ଷରୁ କୌଣସି ଅନୁମତି ଏଯାଏ ମିଳିନାହିଁ । ତେବେ ଜଙ୍ଗଲ ଜମିରେ ତାଙ୍କର କୌଣସି କର୍ତ୍ତୃତ୍ୱ ରହୁନଥିବାରୁ ସେ କିଛି କହି ପାରିବେ ନାହିଁ। ଯାଜପୁରରୋଡ ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରେ ତେଲିବାହାଲି ଜଙ୍ଗଲ ଜମି ରାଜସ୍ବ ବିଭାଗ ଅଧିନରେ ରହିଛି। ତେଣୁ ତହସିଲଦାର କିମ୍ବା ଜିଲାପାଳ ସେ ନେଇ ଅନୁମତି ଦେଇ ପାରିବେ।
All Right Reserved By

ଉପକୂଳ ଓଡିଶା

ପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ଚଣ୍ଡୀଖୋଲ, ୧୮।୧୦(ଡି.ଏନ.ଏ.)-ବାଲିକନ୍ଦରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ସୁରେନ୍ଦ୍ର ସେନାପତିଙ୍କ ପୁଅ ସୂର୍ଯ୍ୟକାନ୍ତ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ

ମାର୍ଶାଘାଇ, ୧୮।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶଘାଇ ସ୍କୁଲ ପରିସରରେ ଗୁରୁବାର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ନବମୀ ତଥିରେ ନିରଞ୍ଜନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ନବମୀରେ ମା’ଙ୍କ  ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି

ନବମୀରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ଗରଦପୁର ହାଟ ପଡିଆରେ ମା’ ଦୁର୍ଗାଙ୍କ ନବମୀ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୁର୍ତ୍ତିଗୁଡକ ସୁ ସର୍ଜିତ ଆଲୋକ ମାଳାରେ ଆକର୍ଷଣୀୟ ହୋଇଉଠିଛି।

ପୂଜା ମଣ୍ଡପ ବୁଲିଲେ ବିଧାୟକ

ପୂଜା ମଣ୍ଡପ ବୁଲିଲେ ବିଧାୟକ

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲ ଦଳୀୟ କର୍ମୀଙ୍କ ସହ ଗୁରୁବାର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଛନ୍ତି।

ବିଦ୍ୟାଳୟ ବାରଣ୍ଡାରେ ଗଦା ହୋଇଛି ଲୁଣ ବସ୍ତା

ବିଦ୍ୟାଳୟ ବାରଣ୍ଡାରେ ଗଦା ହୋଇଛି ଲୁଣ ବସ୍ତା

ମହାକାଳପଡା, ୧୮ା୧୦(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡିଘେରି ବଢିବାରେ ଲାଗିଛି । ଚିଙ୍ଗୁଡିଘେରି ମାଲିକମାନେ ବେଆଇନ ଭାବେ ଖୁଲମଖୁଲା ଆଇନ ଉଲ୍ଲଂଘନ କରୁଛନ୍ତି। 

ନିଗରାଣି କମିଟି ଗଠିତ

ନିଗରାଣି କମିଟି ଗଠିତ

ପାଟକୁରା,୧୮।୧୦(ଡି.ଏନ୍‌.ଏ.)- ବେଡାରି ଗ୍ରାମ ପଞ୍ଚାୟତକୁ ବାହ୍ୟ ପରିମଳ ମୁକ୍ତ ଗଢି ତୋଳିବା ପାଇଁ ସ୍ବଛ ଭାରତ ମିଶନ ପକ୍ଷରୁ  ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଗୋକୁଳା ନନ୍ଦ ବେହେରାଙ୍କ ସଭାପତିତ୍ୱରେ ଏହି ବୈଠକରେ ନିଗରାଣି କମିଟି ଗଠିତ ହୋଇଛି। 

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ

ଆଳି,୧୮।୧୦(ଡି.ଏନ୍‌.ଏ.)- ପୂଜା ବଜାରକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ଫୁଡ୍‌ ଆଣ୍ଡ ସେଫ୍ଟି ଓ ଆଳି ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଗୁରୁବାର ବଜାରର ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି। ନୂଆ ବଜାର, ନିଆଳ ହାଟ, ରାଜବାଟୀ ରୋଡ ଓ ଆଳି ମେଡିକାଲ ରୋଡରେ ଥିବା ଫାଷ୍ଟଫୁଡ ଷ୍ଟଲ୍‌ ଓ ଜଳଖିଆ ଦୋକାନରେ ଚଢାଉ କରାଯାଇଛି।

ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

କେନ୍ଦ୍ରାପଡା ଅଫିସ, ୧୮।୧୦- ସହରର ସାରଙ୍ଗଠାରେ ଗତ ୧୦ବର୍ଷ ପୂର୍ବେ ବିଜୁ ପଟ୍ଟନାୟକ କ୍ରୀଡ଼ା ଷ୍ଟାଡିୟମ ନିର୍ମାଣ ହୋଇଥିଲା। ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

ବରୀରେ ଦୁର୍ଗା ପୂଜା

ବରୀରେ ଦୁର୍ଗା ପୂଜା

ବରୀ, ୧୮ା୧୦(ସ୍ବ.ପ୍ର.)- ମା’ଙ୍କ ଆଗମନ ନେଇ ବରୀ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।    ନବମୀରେ ପୂଜା କମିଟି ପକ୍ଷରୁ ମା’ଙ୍କ ସମସ୍ତ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଯାଇଛି। 

ନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ପଣ୍ଡପରେ ଭକ୍ତଙ୍କ ଭିଡ଼

ନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ପଣ୍ଡପରେ ଭକ୍ତଙ୍କ ଭିଡ଼

ଚଢେଇଧରା, ୧୮ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁଆ ପଞ୍ଚାୟତ ଆରୁହା ବଜାର ପୂଜା ମଣ୍ଡପରେ ମା’ ଜଗଜ୍ଜନନୀଙ୍କ ପୂଜା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି। 

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ଗଣିଆ,୧୮ା୧୦(ଡି.ଏନ.ଏ.)-ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଜିଲା ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡିଆ ଓ ବଡ଼ଶିଲିଙ୍ଗା ପଞ୍ଚାୟତରେ ବନ୍ୟପ୍ରାଣୀଙ୍କ ଦ୍ୱାରା ବ୍ୟାପକ ଭାବରେ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।