ବ୍ରହ୍ମପୁର

ଅଶାନ୍ତ ହେଉଛି ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ , ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଅଶାନ୍ତ ହେଉଛି ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ , ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର ଅଫିସ,୮।୧୨- ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଛକାପଞ୍ଛାକୁ ନେଇ ଅଶାନ୍ତ ହେଉଛି ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଲଗାତାର ଦ୍ୱିତୀୟ ଦିନରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଗୋଟିଏ ଗୋଷ୍ଠୀର ଆନ୍ଦୋଳନ ଯୋଗୁ ଗୁରୁବାର ହେବାକୁ ଥିବା ସ୍ନାତକୋତ୍ତର ବିଭାଗର ପରୀକ୍ଷା ବାତିଲ୍‌ ହୋଇଯାଇଥିଲା। ଏହାକୁ ବିରୋଧ କରି ଶୁକ୍ରବାର ଆଉ ଏକ ଗୋଷ୍ଠୀ ଆନ୍ଦୋଳନକୁ ଓହ୍ଲାଇଥିଲେ। କ୍ୟାମ୍ପସ୍‌ରେ ଅଶାନ୍ତି ସୃଷ୍ଟି କରୁଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଶାନ୍ତି ଫେରାଇ ଆଣିବା ସମେତ ଅନ୍ୟ କେତେକ ଦାବି ନେଇ ସେମାନେ ଧାରଣା ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ୨୦୧୫ରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଥିଲା। ଏପରିକି ସ୍ବୟଂଶାସିତ ମହାବିଦ୍ୟାଳୟକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ନିର୍ଦ୍ଦେଶ ପାଳନ ପାଇଁ ନାମଲେଖାଠାରୁ ପରିଚୟ ପତ୍ର ପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ବୋଲି ଲେଖାଗଲା। ୨୦୧୬ରେ ସରକାରଙ୍କ ତରଫରୁ ଆଉ ଏକ ନିର୍ଦ୍ଦେଶନାମା ଆସିଥିଲା। ସ୍ବୟଂଶାସିତ ମହାବିଦ୍ୟାଳୟ ହଟିବନି, ବରଂ ରହିବ। ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ଅଧୀନରେ ଅନ୍ୟ ୪ଟି ମହାବିଦ୍ୟାଳୟ ଭଳି ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ରହିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ଫଳରେ ସରକାରଙ୍କ ତରଫରୁ ବାରମ୍ବାର ନିର୍ଦ୍ଦେଶନାମାରେ ପରିବର୍ତ୍ତନକୁ ନେଇ ସବୁଠି ଦ୍ୱନ୍ଦ୍ୱ ଦେଖାଦେଲା। କର୍ତ୍ତୃପକ୍ଷ ଓ ଛାତ୍ରୀଛାତ୍ର ଅନ୍ଧାରରେ ରହିଲେ। କେତେକ ଛାତ୍ରୀଛାତ୍ରଙ୍କ ପରିଚୟ ପତ୍ରରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ଏବଂ ଆଉ କେତେକ ଛାତ୍ରୀଛାତ୍ରଙ୍କ ପରିଚୟ ପତ୍ରରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଲେଖାଯିବାକୁ ନେଇ ଅସନ୍ତୋଷ ତୀବ୍ର ରୂପ ନେଇଥିଲା। ଏହାକୁ ନେଇ ଗୁରୁବାର ଛାତ୍ର ସଂସଦର ସଭାପତି ପ୍ରଭାତ କାର୍ଜୀଙ୍କ ନେତୃତ୍ୱରେ ଛାତ୍ର ଆନ୍ଦୋଳନ ଦେଖାଦେଇଥିଲା। ଛାତ୍ରମାନେ ଦୀର୍ଘ ସମୟ ଧରି ଫାଟକ ବନ୍ଦ ରଖିଥିଲେ। ଏଣୁ ଗୁରୁବାର ଏବଂ ଶୁକ୍ରବାର ହେବାକୁ ଥିବା ସ୍ନାତକୋତ୍ତର ବିଭାଗର ପରୀକ୍ଷାଗୁଡ଼ିକୁ ବାତିଲ୍‌ କରାଯିବା ସହ ପୁନଃ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ଆଉ ଏକ ଛାତ୍ର ଗୋଷ୍ଠୀ ତରଫରୁ ଅସନ୍ତୋଷ ଦେଖାଦେଇଥିଲା। ରଶ୍ମିରଞ୍ଜନ ଦାସ, ବିପାଶା ଦାସ, ଚିନ୍ତାମଣି ସାହୁ ଏବଂ ଅନ୍ୟ କେତେକ ଛାତ୍ରୀଛାତ୍ର ଧାରଣା ଦେଇଥିଲେ। ହାତଗଣତି କେତେକ ଛାତ୍ର ବିଶ୍ୱବିଦ୍ୟାଳୟ ପରିସରରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ବିନା ନୋଟିସ୍‌ରେ ଆନ୍ଦୋଳନ କରୁଛନ୍ତି, ଫଳରେ ଅନେକ ଥର ପରୀକ୍ଷା ବାତିଲ୍‌ ହେଉଛି, ମେଧାବୀ ଛାତ୍ରୀଛାତ୍ରମାନେ ଏହା ଦ୍ୱାରା ପ୍ରଭାବିତ ହେବା ସହିତ ମାନସିକ ଅଶାନ୍ତିର ମଧ୍ୟ ସମ୍ମୁଖୀନ ହେଉଛନ୍ତି, ସେହିଭଳି ଅଧ୍ୟାପକ ମରୁଡ଼ି ଦେଖାଦେଇଛି, କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ଅଧୀନରେ ପରୀକ୍ଷା ପରିଚାଳନା ଆରମ୍ଭ ପରଠୁ ଅସୁବିଧା ଅଧିକ ହେଉଛି। ଏଣୁ ସ୍ବୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ସ୍ବତନ୍ତ୍ର ଭାବେ ପରୀକ୍ଷା ପରିଚାଳନା ପାଇଁ ଆନ୍ଦୋଳନରତ ଛାତ୍ରୀଛାତ୍ର ଦାବି କରିଥିଲେ।
ଅନ୍ୟପଟେ ଏହି ଘଟଣାକୁ ନେଇ ଗୁରୁବାର ଆନ୍ଦୋଳନ କରିଥିବା ଏବଂ ଶୁକ୍ରବାର ଆନ୍ଦୋଳନ କରିଥିବା ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କୁଳସଚିବଙ୍କ ପ୍ରକୋଷ୍ଠରେ ଆଲୋଚନା ଚାଲିଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେମାନେ ପରସ୍ପରକୁ ଗାଳି ଗୁଲଜ କରିବା ଫଳରେ କିଛି ସମୟ ପାଇଁ କୁଳସଚିବଙ୍କ ପ୍ରକୋଷ୍ଠରେ ଉତ୍ତେଜନାମଳୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କୁଳସଚିବ ଡ.ରାଧାନାଥ ରଥ ଏବଂ ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାଶ ଉଭୟ ଗୋଷ୍ଠୀ ସହ ଆଲୋଚନା କରିଥିଲେ। କ୍ୟାମ୍ପସ୍‌ରେ ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

All Right Reserved By

ବ୍ରହ୍ମପୁର

ବୁଗୁଡ଼ା ବନ ବିଭାଗ ଯୋଗାଇବ ୧ ଲକ୍ଷ ୩୦ ହଜାର ଚାରା

ବୁଗୁଡ଼ା ବନ ବିଭାଗ ଯୋଗାଇବ ୧ ଲକ୍ଷ ୩୦ ହଜାର ଚାରା

ବୁଗୁଡ଼ା,୨୦।୭(ଡି.ଏନ.ଏ.)-ବୁଗୁଡ଼ା ବନ ବିଭାଗ ଚଳିତବର୍ଷ ୧ ଲକ୍ଷ ୩୦ ହଜାର ବିଭିନ୍ନ ପ୍ରକାର ଚାରା ଯୋଗାଇବାକୁ ସ୍ଥିର କରିଛି। ଏଥିପାଇଁ ବୁଦ୍ଧଖୋଲ ନର୍ସରୀରେ ୪୦ ହଜାର, ମା’ ସାଙ୍କୁଳେଇ ନର୍ସରୀରେ ୨୦ ହଜାର, ମାଣିତରା ନର୍ସରୀରେ ୩୦ ହଜାର, କରଚୁଲିରେ ୨୦ ହଜାର ଓ କୁମୁଣ୍ଡା ନର୍ସରୀରେ ୨୦ ହଜାର ସୃଷ୍ଟି କରାଯାଇଛି।

ବନ୍ୟଜନ୍ତୁ ଶିକାର ଉଦ୍ୟମ ବେଳେ ଜଣେ ଗିରଫ

ବନ୍ୟଜନ୍ତୁ ଶିକାର ଉଦ୍ୟମ ବେଳେ ଜଣେ ଗିରଫ

ବୁଗୁଡ଼ା,୨୦।୭(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ସୋଲଣ୍ଡି ଜଙ୍ଗଲରେ ଶୁକ୍ରବାର ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମବେଳେ ବନ ବିଭାଗ କର୍ମଚାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି।

ପୋଲ ପଡ଼ି ଯୁବତୀ ମୃତ

ଫୁଲବାଣୀ ଅଫିସ, ୨୦। ୭-କନ୍ଧମାଳ ଜିଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଘର ନିକଟ ନଳକୂପରେ ଗାଧୋଇବାକୁ ଯାଇଥିବା ଜଣେ ଯୁବତୀଙ୍କ ଉପରେ ବିଦ୍ୟୁତ୍‌ ପୋଲ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି

ପାଗଳ ମାଙ୍କଡ଼ କାମୁଡ଼ାରେ ଏନଏସି କର୍ମଚାରୀ ଆହତ

ପାଗଳ ମାଙ୍କଡ଼ କାମୁଡ଼ାରେ ଏନଏସି କର୍ମଚାରୀ ଆହତ

ଗଞ୍ଜାମ,୨୦।୭(ଡି.ଏନ.ଏ.)- ଗତ କିଛିମାସ ହେବ ଗଞ୍ଜାମ ସହରରେ ମାଙ୍କଡ଼ ଉପଦ୍ରବ ବଢ଼ିବାରେ ଲାଗିଛି। ଗତ କିଛିଦିନ ହେବ ଅଞ୍ଚଳର ବହୁ ଲୋକ ଏହି ପାଗଳ ମାଙ୍କଡ ଆକ୍ରମଣରେ ଆହତ ହୋଇଛନ୍ତି। ଏନ୍‌ଏସିରେ ଜମାଦାର ଭାବେ କାର୍ଯ୍ୟରତ ଦାମୋଦରପୁର ଗ୍ରାମର ଉତ୍ତମ ବେହେରା ଶୁକ୍ରବାର ଉକ୍ତ ପାଗଳ ମାଙ୍କଡ଼ କାମୁଡାରେ ଆହତ ହୋଇଛନ୍ତି। ତାଙ୍କୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏନଏସି କାର୍ଯ୍ୟାଳୟ ପରିସରରେ ସେ ଠିଆ ହୋଇଥିବା ବେଳେ ମାଙ୍କଡ଼ ତାଙ୍କ ପିଠିକୁ କାମୁଡି ରକ୍ତାକ୍ତ କରି ପକାଇଥିଲା। ଉପସ୍ଥିତ କର୍ମଚାରୀଙ୍କ ହୋହଲ୍ଲା ପରେ ମାଙ୍କଡ଼ଟି ସେଠାରୁ ଚାଲି ଯାଇଥିଲା।

ବିପଦସଙ୍କୁଳ ଅବସ୍ଥାରେ ଭଗ୍ନ କୋଠା ଛାତ

ବିପଦସଙ୍କୁଳ ଅବସ୍ଥାରେ ଭଗ୍ନ କୋଠା ଛାତ

ଗଞ୍ଜାମ,୨୦।୭(ଡି.ଏନ.ଏ.)-ରମ୍ଭା ଏନ୍‌ଏସି ଅନ୍ତର୍ଗତ ୩ ନଂ. ୱାର୍ଡ ବ୍ରଜମୋହନପୁର ଠାରେ ଏକ କୋଠା ଭଗ୍ନ ଅବସ୍ଥାରେ ଥିବା ଜଣାପଡ଼ିଛି। ଉକ୍ତ କୋଠାର ୨ ପଟ କାନ୍ଥ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ୨ ପଟ କାନ୍ଥରେ କୋଠାର ଛାତଟି ବିପଦସଙ୍କୁଳ ଭାବେ ରହିଛି।

କୈବର୍ତ୍ତ ମହାସଂଘର ସାଧାରଣ ବୈଠକ

କୈବର୍ତ୍ତ ମହାସଂଘର ସାଧାରଣ ବୈଠକ

ଗଞ୍ଜାମ,୨୦।୭(ଡି.ଏନ.ଏ.)- ଗଞ୍ଜାମ ଓ ଖୋର୍ଦ୍ଧା ଜିଲା କୈବର୍ତ୍ତ ମହାସଂଘର ବୈଠକ ଗୁରୁବାର ସନ୍ଧ୍ୟାରେ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ ଜିଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା ଅଧ୍ୟକ୍ଷତା କରିଥିଲେ।

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏବେ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ଟଙ୍କିକିଆ ଏବଂ ଦୁଇ ଟଙ୍କିଆ କଏନକୁ ବଡ଼ ବ୍ୟବସାୟୀ ମାନେ ଗ୍ରହଣ କରୁନାହାନ୍ତି। ଫଳରେ ହିତାଧିକାରୀଙ୍କ ସମେତ ଛୋଟ ଛୋଟ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି।

ଶେରଗଡ଼ରେ ଭଜନ ସନ୍ଧ୍ୟା, ଠାକୁରଙ୍କ ବାମନ ଅବତାର ବେଶ

ଶେରଗଡ଼ରେ ଭଜନ ସନ୍ଧ୍ୟା, ଠାକୁରଙ୍କ ବାମନ ଅବତାର ବେଶ

ଶେରଗଡ଼,୨୦।୭(ଡି.ଏନ୍‌.ଏ.): ଶେରଗଡ଼ ରଥଯାତ୍ରା ଅବସରରେ ଗୁରୁବାର ବଳି ବାମନ ଅବତାର ବେଶ ସହ ରାତିରେ ଭିନ୍ନକ୍ଷମ ଭଜନ ସମାରୋହ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। କରପଡ଼ା ଭିନ୍ନକ୍ଷମ ସମିତି ପକ୍ଷରୁ ୧୫ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ।

ଅଲାରିଗଡ଼ରେ ଆଧ୍ୟାତ୍ମିକ ପ୍ରବଚନ

ଅଲାରିଗଡ଼ରେ ଆଧ୍ୟାତ୍ମିକ ପ୍ରବଚନ

ଶେରଗଡ଼,୨୦।୭(ଡି.ଏନ୍‌.ଏ.): ଅଲାରିଗଡ଼ରେ ଗୁରୁବାର ରାତିରେ ଆଧ୍ୟତ୍ମିକ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ରଥଯାତ୍ରା ଅବସରରେ ଅଲାରିଗଡ଼ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକର ସିଦ୍ଧାନ୍ତ ମହାରାଜ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା କରିଥିଲେ।

ଦେଶବ୍ୟାପୀ ଟ୍ରକ ଧର୍ମଘଟ ଆରମ୍ଭ

ଦେଶବ୍ୟାପୀ ଟ୍ରକ ଧର୍ମଘଟ ଆରମ୍ଭ

ବ୍ରହ୍ମପୁର ଅଫିସ,୨୦।୭: ୬ ଦଫା ଦାବି ନେଇ ଦେଶବ୍ୟାପୀ ଟ୍ରକ ଧର୍ମଘଟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲାରେ ଦେଖିବାକୁ ମିଳିଛି।

ସୁଧାକିରଣ କଲେଜରେ ଜାତୀୟ ସେବା ଶିବିର

ସୁଧାକିରଣ କଲେଜରେ ଜାତୀୟ ସେବା ଶିବିର

ରାଇକିଆ ୨୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସୁଧାକିରଣ କଲେଜରେ ଶୁକ୍ରବାର ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି। ଅତିଥି ଭାବେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ, ସରପଞ୍ଚ ପଞ୍ଚୁ ପ୍ରଧାନ ଯୋଗ ଦେଇ ଛାତ୍ର ଜୀବନରେ ସେବା ମନୋବୃତ୍ତି ରଖି କାମ କରିଲେ ତାହା ସମାଜ ଗଠନରେ କିପରି ପ୍ରମୁଖ ଭୂମିକା ନେଇଥାଏ ସେ ସଂପର୍କରେ କହିଥିଲେ ।

ଅବକାରୀ ଚଢ଼ାଉ: ୨୩ଶହ ଲିଟର ପୋଚ ନଷ୍ଟ  ମଦ ଜବତ, ୭ ମହିଳା ଗିରଫ

ଅବକାରୀ ଚଢ଼ାଉ: ୨୩ଶହ ଲିଟର ପୋଚ ନଷ୍ଟ ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୨୦ା୭(ଡି.ଏନ.ଏ.):ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୩ଶହ ଲିଟର ମହୁଲ ପୋଚ ନଷ୍ଟ କରିବା ସହ ୨୯୫ଲିଟର ଦେଶୀ ମଦ ଜବତ କରିଛି। ଏଥିସହ ମଦରନ୍ଧା ପାଇଁ ବ୍ୟବହୃତ କରାଯାଉଥିବା ସାମଗ୍ରୀ ସହ ପୋଚ ଭର୍ତ୍ତି ଜାର ହଣ୍ଡାହାଣ୍ଡି ଜବତ କରିଛି। ବେଆଇନ ଭାବରେ ଏହି କାରବାର ଚଳାଉଥିବା ୭ ମହିଳାଙ୍କୁ ପୋଲିସ ଗିରଫ କରିଥିବା ଆଇଆଇସି ତୁଷାରକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତ ଚୋରା କାରବାର କରିବା ସହ ମହୁଲ ପୋଚ ମାଟିତଳେ ଏବଂ ଘର ଭାଡ଼ି ଆଦିରେ ଲୁଚାଇ ରଖିଥିଲେ।

Model This Week

ରୂପେଶ