ବ୍ରହ୍ମପୁର

ଦୁର୍ଘଟଣାରେ ୩ ଛାତ୍ର ଆହତ

ଦୁର୍ଘଟଣାରେ ୩ ଛାତ୍ର ଆହତ
ଶଙ୍କରାଖୋଲ, ୮।୧୨ (ଡି.ଏନ୍‌.ଏ.)- ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଗୁଡ୍ରିଗଁାଠାରେ ଶୁକ୍ରବାର ସକାଳ ୯ଟାରେ ଅଟୋ ସହ ବାଇକ ମୁହଁାମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକରେ ଥିବା ୨ ଛାତ୍ରଙ୍କ ସମେତ ଅଟୋରେ ବସିଥିବା ଜଣେ ଛାତ୍ର ଆହତ ହୋଇଛନ୍ତି। ସେମାନେ ହେଲେ ଚନ୍ଦ୍ରକାନ୍ତ ମଳିକ, ମହାରାଜା ପ୍ରଧାନ ଓ ତାପସ ସାହୁ। ଟିକାବାଲି ଅଗ୍ନିଶମ ବାହିନୀ ପହଞ୍ଚତ୍ ଆହତମାନଙ୍କୁ ଟିକାବାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚନ୍ଦ୍ରକାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଟିକାବାଲି ପୋଲିସ ପହଞ୍ଚତ୍ ଉଭୟ ଅଟୋ ଓ ବାଇକକୁ ଜବତ କରିବା ସହ ନଂ.୭୧/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆରାବାକାରୁ ପରିବାର ସଦସ୍ୟଙ୍କୁ ଧରି ଟିଟୁ ସାହୁ ଅଟୋ ନଂ(ଓଡି୧୨-୮୯୫୪) ଯୋଗେ ଭୋଜି ଖାଇବାକୁ ବାଣିଗୋଚ୍ଛା ଯାଉଥିବାବେଳେ ଆରାବାକା ଉଚ୍ଚ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଚନ୍ଦ୍ରକାନ୍ତ ଓ ମହାରାଜା ବିପରୀତ ଦିଗ ଶଙ୍କରାଖୋଲରୁ ବାଇକ ନଂ (ଓଆର୦୨ବିଆର-୪୫୬୬) ଯୋଗେ ହଷ୍ଟେଲକୁ ଫେରୁଥିଲେ। ଗୁଡ୍ରଗଁା ଠାରେ ବାଇକ ଓ ଅଟୋ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ୨ ବାଇକ ଆରୋହୀଙ୍କ ସହ ଅଟୋରେ ବସିଥିବା ଟିଟୁଙ୍କ ପୁତୁରା ଆରାବାକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତାପସ ମଧ୍ୟ ଆହତ ହୋଇଥିଲେ। ଚନ୍ଦ୍ରକାନ୍ତ ଓ ମହାରାଜାଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷକ ଚିକେନ ଆଣିବାକୁ ଶଙ୍କରାଖୋଲ ପଠାଇଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସେମାନେ କହିଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ଆହତ ଛାତ୍ରର ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି କହିଥିଲେ।
All Right Reserved By

ବ୍ରହ୍ମପୁର

ଗୁଞ୍ଜିବାଡ଼ିରେ ମାଓବାଦୀ ପୋଷ୍ଟର, ବ୍ୟାନର

ଗୁଞ୍ଜିବାଡ଼ିରେ ମାଓବାଦୀ ପୋଷ୍ଟର, ବ୍ୟାନର

ରାଇକିଆ,୧୦।  ୧୨(ଡ଼ି.ଏନ.ଏ)-କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ହେଲା ଲଗାତର ଭାବେ ମାଓବାଦୀ ପୋଷ୍ଟର ବ୍ୟାନର ଲଗାଯାଉଥିବା ଦେଖିବାକୁ ମିଳୁଛି। ରବିବାର ସିମନବାଡ଼ି ଅଞ୍ଚଳରେ ମାଓବାଦୀ ପୋଷ୍ଟର ମରାଯାଇଥିବା ବେଳେ ସୋମବାର କ. ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ଅଞ୍ଚଳରେ ପୋଷ୍ଟର ଓ କଳା ରଙ୍ଗର ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।

ନବ ନିର୍ମାଣ କୃଷକ ସଂଗଠନର ଅନଶନ

ନବ ନିର୍ମାଣ କୃଷକ ସଂଗଠନର ଅନଶନ

ଛତ୍ରପୁର,୧୦। ୧୨(ଡି.ଏନ.ଏ.)-ଚାଷୀଙ୍କୁ ପେନସନ ପ୍ରଦାନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନ ଚଳାଇଛନ୍ତି। ଏହାକୁ ସମର୍ଥନ ଜଣାଇ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନର ଗଞ୍ଜାମ ଜିଲା ଶାଖା ପକ୍ଷରୁ ଗଣ ଉପବାସ କରାଯିବା ସହ ଧାରଣା ଦିଆଯାଇଛି।

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ


ହିଞ୍ଜିଳିକାଟୁ, ୧୦।୧୨(ଡି.ଏନ୍‌.ଏ.):  ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରେ ସୋମବାର ପୋଖରୀରେ ଗାଧୋଉଥିବା ବେଳେ  ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଏନ. ଚକ୍ରପାଣି (୩୦) ।

କେନାଲ ହୁଡ଼ାରେ ପଡ଼ି ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୧୦।୧୨- କେନାଲକୁ ଗାଧୋଇ ଯିବା ବେଳେ ହୁଡ଼ାରେ ପଡ଼ିଯାଇ ସଜ୍ଞାହୀନ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ଥାନା ଚଷା ନିମଖଣ୍ଡିପେଣ୍ଠ ଗ୍ରାମର ଗୋବିନ୍ଦ ନାୟକ (୬୦) ।

ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଆସିକା,୧୦।୧୨(ଡି.ଏନ୍‌.ଏମ.)- ଆସିକା ବ୍ରହ୍ମପୁର ୫୯ ନଂ. ଜାତୀୟ ରାଜପଥର କର୍ଣ୍ଣୋଳି ଛକରୁ କିଛି ଦୂରରେ ଏକ ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ପୋଲିସ ସୋମବାର ସକାଳ ଉଦ୍ଧାର କରିଛି।

ପୁଇଁତୋଳା ଛକରୁ ଦୋକାନ ହଟିବା ଘଟଣା: ଉଠା ଦୋକାନୀ ମାଲିକ ସଂଘ ପକ୍ଷରୁ ତହସିଲ ଅଫିସ ଘେରାଉ

ପୁଇଁତୋଳା ଛକରୁ ଦୋକାନ ହଟିବା ଘଟଣା: ଉଠା ଦୋକାନୀ ମାଲିକ ସଂଘ ପକ୍ଷରୁ ତହସିଲ ଅଫିସ ଘେରାଉ

ଗଞ୍ଜାମ,୧୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଛକ  ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବେଆଇନ ଦୋକାନଗୁଡିକୁ ଉଠାଇବା ପାଇଁ ଡିସେମ୍ବର ୫ରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତହସିଲ କାର୍ଯ୍ୟାଳୟ ପକ୍ଷରୁ  ନୋଟିସ ଜାରି ହୋଇଥିଲା। ଟ୍ରାଫିସ ସମସ୍ୟା ଓ ସଡ଼କ ନିରାପତ୍ତାର  ଆଳ ଦେଖାଇ ଏହି ନୋଟିସ  ଜାରି ହୋଇଥିଲା। 

ଜୈବିକ ପଦ୍ଧତିରେ କରାଯାଉଥିବା କ୍ଷୁଦ୍ରଦାନା ଶସ୍ୟର ପୁନରୁଦ୍ଧାର ଉଦ୍ୟମ

ଜୈବିକ ପଦ୍ଧତିରେ କରାଯାଉଥିବା କ୍ଷୁଦ୍ରଦାନା ଶସ୍ୟର ପୁନରୁଦ୍ଧାର ଉଦ୍ୟମ

ଦାରିଙ୍ଗବାଡ଼ିତ,୧୦।୧୨(ଡି.ଏନ.ଏ)- ବିଷାକ୍ତ ଖାଦ୍ୟଠାରୁ ଦୂରେଇ ରହିବା ସହ ହଜିଯାଉଥିବା ମୂଳଖାଦ୍ୟ ଏବଂ କ୍ଷୁଦ୍ରଦାନା ଶସ୍ୟକୁ ପୁନରୁଦ୍ଧାର କରିବା ଏବଂ ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନ କରିବାକୁ ପ୍ରୟାସ କରାଯାଇଛିା 

ଧାନ ଗଦାରେ  ନିଆଁ: ୨୦ ଭରଣ ଧାନ ନଷ୍ଟ

ଧାନ ଗଦାରେ ନିଆଁ: ୨୦ ଭରଣ ଧାନ ନଷ୍ଟ

ଛତ୍ରପୁର, ୧୦।୧୨(ଡି.ଏନ.ଏ.): ଛତ୍ରପୁର ବ୍ଲକ ଚି଼କଲଖଣ୍ଡି ମୋଜ଼ା ବୀରେଶ୍ବର ମନ୍ଦିର ନିକଟ ବିଲରେ ଥିବା ୪ଟି ଧାନ ଗଦାରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇବା ଫଳରେ  ୨୦ ଭରଣ ଧାନ ନଷ୍ଟ ହୋଇଯାଇଛି।

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁଶପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଦୁୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏନେଇ ସୋମବାର ଉଭୟ ପରିବରାରଙ୍କ ଏତଲା କ୍ରମେ ପୋଲିସ  କେସ୍‌ ନଂ.୨୧୮/୧୮ ଓ ୨୧୯/୧୮  ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

କବିତା ପାଠୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା

କବିତା ପାଠୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି  ବ୍ଲକ ଅଫିସ ନିକଟ ପଡ଼ିଆରେ ରବିବାରଠାରୁ ଶୀତ ଉତ୍ସବ ଓ ପୁସ୍ତକ ମେଳା ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିଲା କବିତା ପାଠୋତ୍ସବ। 

ଜି.ଉଦୟଗିରିରେ ପ୍ରବଳ ଶୀତ, ଘନ କୁହୁଡ଼ି

ଜି.ଉଦୟଗିରିରେ ପ୍ରବଳ ଶୀତ, ଘନ କୁହୁଡ଼ି

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଜି.ଉଦୟଗିରି ସହରରେ ଶନିବାର ରାତିରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୭.୭ ଡିଗ୍ରୀ ସେଲସିୟସ ଥିବା ବେଳେ ସକାଳୁ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥିଲା।