ବ୍ରହ୍ମପୁର

ଆର୍ମି ଏଡି କଲେଜର ଚେକ୍‌ଗେଟ୍‌କୁ ବିରୋଧ

ଆର୍ମି ଏଡି କଲେଜର ଚେକ୍‌ଗେଟ୍‌କୁ ବିରୋଧ

ଛତ୍ରପୁର,୮।୧୨(ଡି.ଏନ.ଏ.)-ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜର ଚେକ୍‌ଗେଟ୍‌କୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଜାରି ରହିଛି। ପୂର୍ବରୁ ଏହାଉପରେ ବାରମ୍ବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ଏଥିରୁ କିଛି ସୁଫଳ ମିଳିନି। ଏ ନେଇ ସ୍ଥାନୀୟ ଲୋକେ ପୁଣି ସ୍ମାରକପତ୍ର ପ୍ରଦାନ କରିବା ପରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ଡକାଯାଇଥିଲା। ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଉକ୍ତ ଅଞ୍ଚଳର ସରପଞ୍ଚ ଓ ଗାଁ କମିଟିର ସଦସ୍ୟଙ୍କ ସହ ଆଲୋଚନା ବୈଠକ କରିଥିଲେ। ଆର୍ମି ଏଡି କଲେଜର ଚେକ୍‌ଗେଟ୍‌ ରହିବା ଦ୍ୱାରା ଗମନାଗମନରେ ସମସ୍ୟା ହେଉଥିବା ନେଇ ଏମାନେ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଗେଟ୍‌ ଆରପଟେ ବହୁ ଗାଁ ରହିଯାଇଛି। ଫଳରେ ଗମନାଗମନରେ ଏମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଥିଲା। ଏମାନେ ଆହୁରି କହିଛନ୍ତି ଭୋର୍‌ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଗେଟ୍‌ ଦେଇ ସରପଞ୍ଚଙ୍କ ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ ଲୋକେ ଯିବା ଆସିବା କରୁଛନ୍ତି। ସନ୍ଧ୍ୟା ୭ଟା ପରେ ଲୋକଙ୍କୁ ଏହି ଗେଟ୍‌ ଦେଇ ଯିବା ଲାଗି ଆର୍ମି ଏଡି କଲେଜ କର୍ତ୍ତୃପକ୍ଷ ଅନୁମତି ଦେଉନାହାନ୍ତି। ଏପରିକି କେବଳ ବାଇକ ହିଁ ଛଡାଯାଉଛି। ବଡ ଗାଡି ଏହି ଗେଟ ଦେଇ ଯିବାକୁ କଟକଣା ଅଛି। ଫଳରେ ଲୋକେ ୧୭ କି.ମି. ଅତିକ୍ରାନ୍ତ କରି ନିଜ ଗାଁକୁ ଯିବାକୁ ବାଧ୍ୟ ହେଉଛନ୍ତି। ଅତିରିକ୍ତ ଜିଲାପାଳ, ବ୍ରହ୍ମପୁର ଉପଜିଲାପାଳ ଓ ସ୍ଥାନୀୟ ତହସିଲଦାର ଉକ୍ତ ସ୍ଥାନକୁ ଯାଇ ଆର୍ମି ଏଡି କଲେଜର ପ୍ରତିନିଧି ଓ ଲୋକଙ୍କ ପ୍ରତିନିଧିକୁ ନେଇ ଆଲୋଚନା ବୈଠକ କରିବେ ବୋଲି ଜିଲାପାଳ କହିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ବିଜୟ ଦାଶ ଓ ଡେପୁଟି କଲେକ୍ଟର (ରାଜସ୍ବ) ଅଞ୍ଜନ ଦାଶଙ୍କ ସମେତ ଲୋକଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

All Right Reserved By

Model This Week

Model This Week

ବ୍ରହ୍ମପୁର

ଆର୍‌ଡିସିଙ୍କ କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ

ଆର୍‌ଡିସିଙ୍କ କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ

ବାଲିପଡ଼ା,୨୪।୪- ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ମଙ୍ଗଳବାର କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରଥମେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା କଲ୍ୟାଣ ମଣ୍ଡପ ବୁଲି ଦେଖିବା ସହ ବ୍ଲକ ପ୍ରଶାସନ ଉପରେ ବର୍ଷିଥିଲେ ଏବଂ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ତାଗିଦ୍‌ କରିଥିଲେ। ଉକ୍ତ ପଞ୍ଚାୟତ ଗୃହ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ବେଳେ ମନରେଗାରେ ନିର୍ମାଣ ଚାଲିଥିବା ଲାଞ୍ଜିଆ ପଞ୍ଚାୟତର ନାଳ ଓ ଗାର୍ଡଓ୍ବାଲ ବୁଲି ଦେଖିଥିଲେ। ଅନ୍ୟପକ୍ଷରେ ବାଲିପଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏକ କ୍ଲଷ୍ଟର ଘର ବୁଲି ଦେଖିବା ସହ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ବାଘୁଆ ସେତୁର ଗାର୍ଡଓ୍ବାଲ୍‌ ମରାମତି ଦାବି

ବାଘୁଆ ସେତୁର ଗାର୍ଡଓ୍ବାଲ୍‌ ମରାମତି ଦାବି

ବୁଗୁଡ଼ା,୨୪।୪(ଡି.ଏନ.ଏ.)- ବୁଗୁଡ଼ା ଠାରୁ ପର୍ଯ୍ୟଟନ କେନ୍ଦ୍ର ବୁଦ୍ଧଖୋଲ ଯିବା ରାସ୍ତାରେ ଥିବା ବାଘୁଆ ସେତୁର ଭାଙ୍ଗି ଯାଇଥିବା ନିରାପତ୍ତା କାନ୍ଥ (ଗାର୍ଡୱାଲ)କୁ ମରାମତି କରିବା ପାଇଁ କତକଲା ଗ୍ରାମବାସୀ ସୋମବାର ଗ୍ରାମ୍ୟ ଉନ୍ନୟନ ଡିଭିଜନ ନଂ-୧ ବ୍ରହ୍ମପୁରର ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ବୁଗୁଡ଼ାଠାରୁ ବୁଦ୍ଧଖୋଲ ପର୍ଯ୍ୟଟନ କେନ୍ଦ୍ରସ୍ଥଳିକୁ ଗଲା ବେଳେ ବାଟରେ ପଡେ ବାଘୁଆ ସେତୁ।

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଚିକିଟି,୨୪।୪(ଡି.ଏନ.ଏ.)- ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ହିଞ୍ଜିଳି ଗଁ। ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଇଚ୍ଛାପୁର ଥାନା ଏଏସ୍‌ପେଟାର ଏସ୍‌. ଦଳେୟା (୩୯) । ଦଳେୟା ବାଇକ (ନଂ.ଏପି୩୦ପି-୬୧୨୪)ରେ ଚିକିଟିରୁ ସୋରଳ ଜଙ୍ଗସନ୍‌ ଦେଇ ନିଜ ଗ୍ରାମକୁ ଫେରୁଥିବା ବେଳେ ହିଞ୍ଜିଳିଗଁ। ନିକଟରେ ଏକ ଅଜଣା ଗାଡି ପଛ ପଟୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବାଇକ୍‌ ଜବତ କରିଥିଲା। ଏନେଇ ଗୋଳନ୍ଥରା ଥାନାରେ ନଂ.୭୯/୨୦୧୮ ମାମଲା ରୁଜୁ ହୋଇଛି।

ବଜ୍ରପାତରେ ଶ୍ରମିକ ମୃତ

ବଜ୍ରପାତରେ ଶ୍ରମିକ ମୃତ

ଭଞ୍ଜଜନଗର,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଜଳରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ଝଡ ତୋଫାନ ଓ ବର୍ଷାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଆହତ ହୋଇଥିବା ଜଣାପଡିଛି।

କ.ନୂଆଗଁ। ତହସିଲ କର୍ମଚାରୀଙ୍କ ଧାରଣା ଜାରି

କ.ନୂଆଗଁ।,୨୪।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ତହସିଲଦାରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ତହସିଲ କର୍ମଚାରୀଙ୍କ ପକ୍ଷରୁ ଧାରଣା ଜାରି ରହିଛି। ଧାରଣା ଦ୍ୱିତୀୟ ଦିନରେ ପହଞ୍ଚତ୍ଥିଲେ ସୁଦ୍ଧା କୌଣସି ଉଚ୍ଚ ପଦାଧିକାରୀ ଧାରଣାସ୍ଥଳରେ ପହଞ୍ଚତ୍ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଛାତ୍ରୀଛାତ୍ରମାନେ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବଶ୍ୟକ ଥିବା ସ୍ଥାୟୀ ବାସିନ୍ଦା ପତ୍ର, ଜାତି ପ୍ରମାଣ ପତ୍ର, ଆଦାୟ ପ୍ରମାଣପତ୍ର ପାଇଁ ଆର୍‌ଆଇମାନଙ୍କ ଅନୁପସ୍ଥିତ ଯୋଗୁ ହିତାଧିକାରୀମାନେ ଅନ୍‌ଲାଇନରେ ଆବେଦନ କରିପାରୁନାହାନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାସ୍ୟାର ସମାଧାନ କରିବାକୁ ଦାବି ହେଉଛି।

ଲକ୍ଷ୍ମୀନୃସିଂହ ଯାତ୍ରା ପ୍ରସ୍ତୁତି ବୈଠକ

ଲକ୍ଷ୍ମୀନୃସିଂହ ଯାତ୍ରା ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ,୨୪।୪(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରପରିଷଦ ସଭାଗୃହରେ କାଟୁ ଲକ୍ଷ୍ମୀନୃସିଂହ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୮ରୁ ୩୦ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ଆୟୋଜନ କରୁଥିବା ରଙ୍ଗଣୀ ବାଡ଼, କେଉଟ ବାଡ଼ ଓ ପାଟଣା ସାହି ଯାତ୍ରା କମିଟିର ସଦସ୍ୟ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ନେଇ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ପୌରାଞ୍ଚଳ ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ ।

ବନ୍ଧୁକ, ବୋମା ଜବତ, ଯୁବକ ଗିରଫ

ଆସିକା,୨୪।୪(ଡି.ଏନ୍‌.ଏ.) ଆସିକା-ବାଲିପଦର ମୁଖ୍ୟ ରାସ୍ତାରେ ଥିବା କୁଷ୍ଠ ତାଲିମ କେନ୍ଦ୍ର ନିକଟରୁ ସୋମବାର ରାତିରେ ପୋଲିସ ଜଣେ ଯୁବକଙ୍କ ନିକଟରୁ ବନ୍ଧୁକ ଓ ୩ ବୋମା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଆସିକା ଥାନା କୋଟିବାଡି ଗ୍ରାମର ସୂର୍ଯ୍ୟମଣି ପାତ୍ର । ସେ କୌଣସି ଏକ ଅପରାଧ ଘଟାଇବାକୁ ଯୋଜନା କରୁଥିବା ସୂଚନା ମିଳିଥିଲା ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି। ଏ ନେଇ ଥାନାରେ ନଂ.୧୩୪/୧୮ରେ ଏକ ମାମଲା ରୁଜୁ କରାଯାଇ ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

 ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ

ବୁଗୁଡ଼ା,୨୪।୪(ଡି.ଏନ.ଏ.)-ବୁଗୁଡ଼ା ଥାନା ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଏସଡିପିଓ ଉକତ୍ଳ କେଶରୀ ଦାଶ ସଭାପତିତ୍ୱ କରିଥିଲେ। ବୁଗୁଡ଼ା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ, ଏସଆଇ ବିନାୟକ ମନ୍ତ୍ରୀ, ଏସଆଇ କିଶୋର ଚନ୍ଦ୍ର ଚୌଧୁରୀ, ଇଣ୍ଡିଆନ ବ୍ୟାଙ୍କ ବୁଗୁଡ଼ା ଶାଖାର ପରିଚାଳକ ଏସ.କେ ବେହେରା, ଷ୍ଟେଟବ୍ୟାଙ୍କ ବୁଗୁଡ଼ା ଶାଖା ପରିଚାଳକ ଅନିଲ କୁମାର ସୁନାଥର, ପ୍ରଧାନ ଶିକ୍ଷକ ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

ସୁମାଣ୍ଡି ଛକରେ ପୃଥକ ଦୁର୍ଘଟଣା, ୨ ମୃତ

ସୁମାଣ୍ଡି ଛକରେ ପୃଥକ ଦୁର୍ଘଟଣା, ୨ ମୃତ

ଚିକିଟି,୨୪।୪(ଡି.ଏନ.ଏ)-ଚିକିଟି ବ୍ଲକ ସୁମାଣ୍ଡି ପଞ୍ଚାୟତ ଆର ସୁମାଣ୍ଡି ଛକ ଡେଥ ଜୋନ ପାଲଟିଥିବା ଆଲୋଚନା ହେଉଛି ା ଏହି ଛକରେ ସୋମବାର ରାତିରେ ଟ୍ରକ ମାଡିଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାର ୧୧ ଘଣ୍ଟା ପରେ ଅର୍ଥାତ ମଙ୍ଗଳବାର ସକାଳ ୮ଟାରେ ଟ୍ରକ ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସୁମାଣ୍ଡି ଗ୍ରାମର ବି. ସାରଥି (୫୫)ଙ୍କୁ ସୋମବାର ରାତିରେ ଟ୍ରକ ମାଡିଯାଇଥିବା ବେଳେ ମଙ୍ଗଳବାର କତୁରୁ ନୂଆଗାଁର ବ୍ୟବସାୟୀ ହିନ ବେହେରା (୪୫)ଙ୍କର ମୃତ୍ୟୁ ଘଟିଛି। ୧୧ ଘଣ୍ଟା ବ୍ୟବଧାନରେ ଦୁଇଟି ଦୁର୍ଘଟଣା ନେଇ ଅଞ୍ଚଳବାସୀ ଯାତାୟାତ ବେଳେ ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି।

ଖେମୁଣ୍ଡି ଓକିଲ ସଂଘର ଆଲୋଚନା ସଭା

ଦିଗପହଣ୍ଡି,୨୪।୪(ଡି.ଏନ.ଏ)-ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏହି ସଭାରେ ସଭାପତି ରସାନନ୍ଦ ରାଉତ ଅଧ୍ୟକ୍ଷତା କରିଥିଲେ। ଏଥିରେ ଆସନ୍ତା ଶନିବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ଦିନ ବ୍ଲକ ସମ୍ମିଳନୀ କକ୍ଷରେ ଆଇନସେବା ଓ ମଧୁବାବୁ ଶୀର୍ଷକ ଆଲୋଚନାଚକ୍ର କରାଯିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।

ବାଲିଘାଟରୁ ବଟି ଆଦାୟ ମାମଲା: ରମେଶ ଜେନାଙ୍କ ସମେତ ୭ ନିର୍ଦ୍ଦୋଷ

ପୁରୁଷୋତ୍ତମପୁର,୨୪।୪(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ଥାନା ଆଛୁଲି ଗ୍ରାମ ନିକଟ ଋଷିକୁଲ୍ୟା ନଦୀ ଘାଟରୁ ବଟି ଆଦାୟ ମାମଲାରେ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା, କୃପାସିନ୍ଧୁ ମୁଦୁଲିଙ୍କ ସମେତ ୭ ଜଣ ମଙ୍ଗଳବାର ନିର୍ଦ୍ଦୋଷ ସାବସ୍ତ୍ୟ ହୋଇଛନ୍ତି। ପୁରୁଷୋତ୍ତମପୁର କୋର୍ଟର ପ୍ରଥମଶ୍ରେଣୀ ବିଚାରପତି ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିିକରି ଏହି ରାୟ ଶୁଣାଇଛନ୍ତି।

ଅଘୋଷିତ ବିଦ୍ୟୁତ୍‌କାଟ୍‌: ବଢୁଛି ଅସନ୍ତୋଷ

ଅଘୋଷିତ ବିଦ୍ୟୁତ୍‌କାଟ୍‌: ବଢୁଛି ଅସନ୍ତୋଷ

ଚନ୍ଦ୍ରଗିରି,୨୪।୪(ଡି.ଏନ୍‌.ଏ.)- ବିଭିନ୍ନ ସହରର ପାରଦ ୪୦ ଛୁଇଁଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି। ଏଭଳି ସମୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ଅଞ୍ଚଳରେ। ସାଉଥ୍‌କୋ ପକ୍ଷରୁ ଏଠାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ୍‌ ଯୋଗୁ ଅସନ୍ତୋଷ ଦେଖା ଦେଇଛି। ୨୪ ଘଣ୍ଟାରୁ ୪ ଘଣ୍ଟାବି ବିଦ୍ୟୁତ୍‌ ଠିକ୍‌ରେ ଆସୁନାହିଁ।