ବ୍ରହ୍ମପୁର

ଜଳିଗଲା ଧାନଗଦା

ଜଳିଗଲା ଧାନଗଦା

ବେଗୁନିଆପଡ଼ା,୮।୧୨-ବେଗୁନିଆପଡ଼ା ବ୍ଲକ କୁମ୍ଭାରଗାଁ ପଞ୍ଚାୟତ ତାଳଗାଁ ରାସ୍ତା କଡ଼ରେ ଥିବା ଧାନ ଗଦାରେ ଶୁକ୍ରବାର ସକାଳେ ନିଆଁ ଲାଗିଯାଇଥିଲା। ଏଥିରେ ଗ୍ରାମର କେ. ପ୍ରଶାନ୍ତ କୁମାର ପାତ୍ରଙ୍କର ୧୮ ଭରଣ ବିଲର ସମସ୍ତ ଧାନ କଳେଇ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ କୋଦଳା ଦମକଳ ବାହିନୀ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଧାନ କଳେଇ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିଲା। ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମର୍ଦ୍ଦକୋଟ, ବଡ଼ଖଇରଖମାରେ ମଧ୍ୟ ଧାନ ଗଦାରେ ନିଆଁ ଲାଗିଥିଲା।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ନାବାଳିକା ଚାଲାଣ ଅଭିଯୋଗ: ଜଣେ ଗିରଫ

ନାବାଳିକା ଚାଲାଣ ଅଭିଯୋଗ: ଜଣେ ଗିରଫ

ଦାରିଙ୍ଗବାଡ଼ି,୨୨।୪(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ମାଲ୍‌ଦା ଅଞ୍ଚଳର ନୌସାଦ୍‌ ଅଲ୍ଲି ବୋଲି ଆଇଆଇସି ତୁଷାରକାନ୍ତ ମହାପାତ୍ର କହିଛନ୍ତି।

ପାଇପ ଫାଟି ପାଣି ରାସ୍ତାରେ

ପାଇପ ଫାଟି ପାଣି ରାସ୍ତାରେ

ଗଞ୍ଜାମ,୨୨।୪(ଡି.ଏନ.ଏ)- ଗଞ୍ଜାମ ବଡ଼ ବଜାରରେ ଜନସ୍ବାସ୍ଥ୍ୟ ବିଭାଗର ପାଣି ଯୋଗାଣ ପାଇଁ ଯାଇଥିବା ପାଇପ ଫାଟିଯିବା ଫଳରେ ସେଥିରୁ ପାଣି ବାହାରି ରାସ୍ତା ସାରା ଭାସିଥିଲା। ଲୋକମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାରୁ କର୍ମଚାରୀମାନେ ଆସି ମରାମତି କରିଥିଲେ। ସୂଚନାଯୋଗ୍ୟ, ବିଏସ୍‌ଏନ୍‌ଏଲର କୌଣସି କାର୍ଯ୍ୟ ପାଇଁ ଶ୍ରମିକମାନେ ରାସ୍ତା କଡରେ ଖୋଳୁଥିଲେ। ସେଠାରେ ଉପସ୍ଥିତ ଲୋକେ ବାରଣ କରିବା ସତ୍ତ୍ବେ ସେମାନେ ନମାନି ଅତ୍ୟଧିକ ଗଭିରକୁ ଖୋଳିବାରୁ ପାଇପ ଲାଇନ ଫାଟି ଯାଇଥିଲା।

ଜଙ୍ଗଲ ଭିତରେ ମଦରନ୍ଧା କ୍ୟାମ୍ପ: ବିପୁଳ ପରିମାଣର ପୋଚ ନଷ୍ଟ, ୩ ଗିରଫ

ଜଙ୍ଗଲ ଭିତରେ ମଦରନ୍ଧା କ୍ୟାମ୍ପ: ବିପୁଳ ପରିମାଣର ପୋଚ ନଷ୍ଟ, ୩ ଗିରଫ

ଜଗନ୍ନାଥପ୍ରସାଦ,୨୨।୪- ଜଗନ୍ନାଥପ୍ରସାଦ ଥାନା ଗଣ୍ଡାଧର ପଞ୍ଚାୟତର ରାମପୁର, ଜଗନ୍ନାଥପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ତାଳପଙ୍କା ପାହାଡ଼ ତଳ ଜଙ୍ଗଲରେ ପ୍ରଚୁର ପରିମାଣର ମଦ ରନ୍ଧା ଯାଉଥିଲା। ଗଣ୍ଡାଧର ମୁଖ୍ୟରାସ୍ତା ଛକରେ ମାଫିଆଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ପୋଲିସର ଗତିବିଧି ଉପରେ ତଥ୍ୟ ଦେଉଥିବାରୁ ସେମାନଙ୍କ ନିକଟରେ ପୋଲିସ ପହଞ୍ଚତ୍ ପାରୁ ନ ଥିଲା।

ଘୁମୁସର ଗବେଷଣା ପ୍ରତିଷ୍ଠାନର ବୈଠକ

ଭଞ୍ଜନଗର,୨୨।୪(ଡି.ଏନ.ଏ)-ଘୁମୁସର ଗବେଷଣା ପ୍ରତିଷ୍ଠାନର ମାସିକ ବୈଠକ ରବିବାର ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଡ.ନୀଳାଞ୍ଚଳ ମୁନି ସଭାପତିତ୍ୱ କରିଥିଲେ। ଅଧ୍ୟାପକ ଡ.ତପନ ମିଶ୍ର ଆଦିବାସୀଙ୍କ ଉପରେ ଲିଖିତ ଏକ ସନ୍ଦର୍ଭ ପାଠ କରିଥିଲେ। ଜଗତୀକରଣ ଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ପରିବତ୍ତର୍ର୍ନ ଆସିଛି । ହେଲେ ଏହାର ବିଶେଷ ପ୍ରଭାବ ଆଦିବାସୀଙ୍କ ଉପରେ ପଡ଼ି ପାରିନାହିଁ ।

୧୧୦୫ ମାମଲା ଫଇସଲା

ଭଞ୍ଜନଗର,୨୨।୪(ଡି.ଏନ.ଏ)-ଭଞ୍ଜନଗର ତାଲୁକା ଆଇନ ସହାୟତା ସଂସ୍ଥା ପକ୍ଷରୁ ରବିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୬ ମୋଟର ଦୁର୍ଘଟଣାଜନିତ ମାମଲା ଫଇସଲା କରାଯାଇ କ୍ଷତିଗ୍ରସ୍ତ ପରିବାରଗୁଡିକୁ କ୍ଷତିପୂରଣ ବାବଦକୁ ୫୭ ଲକ୍ଷ ୨୫ ହଜାର ଟଙ୍କା ଦେବାପାଇଁ ବୀମା କମ୍ପାନୀକୁ ଏଡିଜେ ବିଧାନ କୁମାର ଚାନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବ୍ୟାଙ୍କ ମାମଲା ୫ଟିର ଫଇସଲା ହୋଇଥିତ୍ବା ବେଳେ ଏ ବାବଦରେ ୧୦ ଲକ୍ଷ ୬୬ ହଜାର ୩୬୭ ଟଙ୍କା ବକେୟା ଆଦାୟ ହୋଇଛି।

ଜମି ବିବାଦକୁ ନେଇ ଛୁରାମାଡ଼, ୨ ଭାଇ ଗୁରୁତର

ଆର.ଉଦୟଗିରି,୨୨।୪(ଡି.ଏନ.ଏ)-ଗଜପତି ଜିଲା ରାମଗିରି ଥାନା ସୁବଲଡ଼ା ଗ୍ରାମରେ ଶନିବାର ସନ୍ଧ୍ୟାରେ ଜମି ବିବାଦକୁ କେନ୍ଦ୍ରକରି ଛୁରାମାଡ଼ ହେବାରୁ ୨ ଭାଇ ଗୁରୁତର ଆହତ ହେଇଛନ୍ତି। ସେମାନେ ହେଲେ ଅଭିମନ୍ୟୁ ବଡ଼ମୁଣ୍ଡି ଏବଂ ତାଙ୍କ ଭାଇ ରାଜେନ୍ଦ୍ର। ଉଭୟଙ୍କୁ ପ୍ରଥମେ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜମିକୁ କେନ୍ଦ୍ର କରି ଜଣେ ସମ୍ପର୍କୀୟ ଓ ତାଙ୍କ ପୁଅ ମିଶି ଛୁରିରେ ଆକ୍ରମଣ କରିଥିବା ଅଭିମନ୍ୟୁଙ୍କ ସ୍ତ୍ରୀଙ୍କ ରାମଗିରି ଥାନାରେ ଏତଲା ଦେଇଛନ୍ତି। ଏ ନେଇ ପୋଲିସ ନଂ.୧୧/୧୮ରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ପୁଅଙ୍କୁ ଅଟକ ରଖି ପଚରାଉଚୁରା ଚାଲିଥିବା ଆର.ଉଦୟଗିରି ଏସଡିପିଓ ଅନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ବିଧାୟକଙ୍କ ଦ୍ୱାରା କୋଠଘର ଉଦ୍‌ଘାଟିତ

ବିଧାୟକଙ୍କ ଦ୍ୱାରା କୋଠଘର ଉଦ୍‌ଘାଟିତ

ପୋଲସରା,୨୨।୪(ଡି.ଏନ.ଏ.)- ପୋଲସରା ବ୍ଲକ ରୁମାଗଡ଼ ପଞ୍ଚାୟତସ୍ଥିତ ରୁମାଗଡ଼ ଗ୍ରାମର ହରିଜନ ସାହି କୋଠଘର ରବିବାର ଉଦ୍‌ଘାଟିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ନବନିର୍ମିତ କୋଠଘରକୁ ଲୋକାର୍ପିତ କରିଥିଲେ। ଉକ୍ତ କୋଠଘର ନିର୍ମାଣ ଲାଗି ବିଧାୟକ ସାହୁଙ୍କ ନିକଟରେ ବହୁବାର ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ।

ଗୋଲିଆରେ ହନୁମାନ ବିଗ୍ରହ ପ୍ରତିଷ୍ଠା

ଗୋଲିଆରେ ହନୁମାନ ବିଗ୍ରହ ପ୍ରତିଷ୍ଠା

ବୁଗୁଡ଼ା,୨୨।୪(ଡି.ଏନ.ଏ)-ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ହନୁମାନ ବିଗ୍ରହ ପ୍ରତିଷ୍ଠା ହୋଇଛି । ବାବୁଲି ହୋତା, କୁନି ହୋତା ଓ ଉମାତନୟ ହୋତା ପ୍ରମୁଖ ବ୍ରାହ୍ମଣମାନଙ୍କ ଦ୍ୱାରା ହନୁମାନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପ୍

ଗାଡ଼ିରୁ ଖସି ଜଣେ ମୃତ

ଗାଡ଼ିରୁ ଖସି ଜଣେ ମୃତ

କୋଟଗଡ଼,୨୨।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କୋଟଗଡ଼ରୁ ବାଲିଗୁଡ଼ା ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନରୁ ଖସିପଡ଼ି ଜଣେ ଯୁବକଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ କୋଟଗଡ଼ ପଞ୍ଚାୟତ କୃଷ୍ଣନଗରର ବନରାଜ ଦିଗାଳ। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଦୁର୍ଘଟଣା ପରେ ଚାଳକ ଗାଡ଼ି ଧରି ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ବାଲିଗୁଡ଼ା ଅଭିମୁଖେ ଯାଇଥିବା ପିକ୍‌ଅପଟିରେ ଗଦି ବୋଝେଇ ହୋଇଥିଲା। ବନରାଜ ଉକ୍ତ ଗଦିରେ ବସି ଯାଉଥିବା ବେଳେ ପ୍ରେମ ନଗର ଛକରେ କୌଣସି କାରଣରୁ ଗାଡିରୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପ୍ରବଳ ଖରା ସମୟରେ ଶିବିର ଚାଲୁଥିବାରୁ ଶିକ୍ଷକଙ୍କ  ଅସନ୍ତୋଷ, ସକାଳୁଆ ତାଲିମ ପାଇଁ  ଦାବି

ପ୍ରବଳ ଖରା ସମୟରେ ଶିବିର ଚାଲୁଥିବାରୁ ଶିକ୍ଷକଙ୍କ ଅସନ୍ତୋଷ, ସକାଳୁଆ ତାଲିମ ପାଇଁ ଦାବି

ଫୁଲବାଣୀ ଅଫିସ, ୨୨।୪- କନ୍ଧମାଳ ଜିଲା ଫୁଲବାଣୀ ସହରରେ ଶିକ୍ଷକମାନଙ୍କୁ ଉଜ୍ଜଳା ଓ ଉତ୍‌ଥାନ ତାଲିମ ଦିଆଯାଇଛି। ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟରେ ଉତ୍‌ଥାନ ତାଲିମ ଶିବିର ଚାଲିଥିବା ବେଳେ ସ୍ଥାନୀୟ ବିଆରସି ହଲରେ ଉଜ୍ଜଳା ତାଲିମ କାର୍ଯ୍ୟକ୍ରମ ଚାଲିଛି। ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏହି ତାଲିମ ଦିଆଯାଉଛି । ତେବେ ପ୍ରବଳ ଖରା ସମୟରେ ଶିବିର ଚାଲୁଥିବାରୁ ଶିକ୍ଷମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଶେରଗଡରେଆଇନ ସଚେତନତା ଶିବିର

ଶେରଗଡ,୨୨।୪(ଡି.ଏନ୍‌.ଏ.)- ଶେରଗଡସ୍ଥିତ ଆଦର୍ଶ ବିଦ୍ୟାଳୟରେ ରବିବାର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବିଦ୍ୟାଳୟ ଅଧ୍ୟକ୍ଷ ଭକ୍ତି ରଞ୍ଜନ ବେହେରା ଶୁଭାରମ୍ଭ କରିଥିଲେ।

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ପୁରୁଷୋତ୍ତମପୁର,୨୨।୪(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନ ସେବା ପ୍ରାଧୀକରଣ ପକ୍ଷରୁ କେ. ଏନ୍‌. ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।