ବ୍ରହ୍ମପୁର

ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ
ଆର.ଉଦୟଗିରି,୭।୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା କିରାମା ଆଟିଲିମା ଅଞ୍ଚଳ ଏବଂ ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୮୫ ଏକର ପରିମିତ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ୭୦ ହଜାର ଗଞ୍ଜେଇ ଗଛ ଗୁରୁବାର କାଟି ପୋଡ଼ି ଦିଆଯାଇଛି। ଗଜପତି ଜିଲାପାଳ ସୁଧାଂଶୁ ମୋହନ ସାମଲ ଓ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ସୋମନାଥ ମାଝୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ଏହି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଆର.ଉଦୟଗିରି ଏସଡିପିଓ ଅନୀଲ କୁମାର ପ୍ରଧାନ, ଆଇଆଇସି ପ୍ରଭାକର ପଣ୍ଡା, ଅବକାରୀ ବିଭାଗ ଏଏସଆଇ ରମେଶ ଚନ୍ଦ୍ର ଶତପଥୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ଗମାଙ୍ଗ ଓ ଦୁଇ ପ୍ଲାଟୁନ ଫୋର୍ସ ସଦଳବଳେ ଉକ୍ତ ଅଞ୍ଚଳରେ ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ମେସିନ ସାହାର୍ଯ୍ୟରେ ଗଞ୍ଜେଇ ଗଛ କାଟି ପୋଡ଼ା ଯାଇଥିଲା।
All Right Reserved By

ବ୍ରହ୍ମପୁର

ପିଠା ବାସି ହେବାକୁ ନେଇ ପାଟିତୁଣ୍ଡ

ପିଠା ବାସି ହେବାକୁ ନେଇ ପାଟିତୁଣ୍ଡ

ପାତ୍ରପୁର,୧୯।୧(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଘୁଞ୍ଚିଘୁଞ୍ଚି ଯାଉଛି। ଶାସକ ଦଳର ୨ଗୋଷ୍ଠୀଙ୍କ ମଧ୍ୟରେ ବାଦବିବାଦରୁ ଏଭଳି ହେଉଥିବା ଜଣାପଡିଛି। ବାରମ୍ବାର କାର୍ଯ୍ୟକ୍ରମ ତାରିଖ ବଦଳୁ ଥିବାରୁ ମହିଳାମାନେ ଖର୍ଚ୍ଚାନ୍ତ ହୋଇ ପିଠା କରୁଥିବାବେଳେ ଏହା ବାସି ହେବାକୁ ନେଇ ଜିଲୁଣ୍ଡାରେ ମହିଳାମାନେ ପାଟିତୁଣ୍ଡ କରିଥିଲେ।

ଘୋଷିତ ହେଲା ଆଖୁ ଦର, ଚାଷୀ ଖୁସ୍‌

ଘୋଷିତ ହେଲା ଆଖୁ ଦର, ଚାଷୀ ଖୁସ୍‌

ଆସିକା,୧୯।୧(ଡି.ଏନ୍‌.ଏ.)- ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଚଳିତ ବର୍ଷ ଲାଗୁ ଆଖୁଦର ଘୋଷଣାକୁ କେନ୍ଦ୍ରକରି ଆଖୁଚାଷୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଦୂର ହୋଇଛି। ଶନିବାର ଦିନ ବ୍ରହ୍ମପୁର ମୁନିସପାଲିଟି କର୍ପୋରେସନ ହଲରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଚଳିତ ବର୍ଷ କାରଖାନା ପକ୍ଷରୁ ଆଖୁ ଟନ୍‌ ପ୍ରତି ୨ହଜାର ୯୫୦ଟଙ୍କା ଦେବା ଲାଗି ନିଷ୍ପତ୍ତି ହୋଇଛି।

ଆସିକା ବନାଞ୍ଚଳରେ ପହଚିଂଲେ ହାତୀପଲ

ଆସିକା,୧୯।୧(ଡି.ଏନ୍‌.ଏ.)- ଆସିକା ବନାଞ୍ଚଳର ପାକିଡି ପାହାଡରେ ଶନିବାର ଭୋର ପ୍ରାୟ ୪ଟା ସମୟରେ ଏକ ବଣୁଆ ହାତୀଦଳ ପହଞ୍ଚତ୍ଛନ୍ତି। ଶେରଗଡ ସେକ୍ସନ ଅନ୍ତର୍ଗତ ଟାକିଡି ସଂଲଗ୍ନ ନରେନ୍ଦ୍ରପୁର-ପଥରପୁଞ୍ଜି ରାସ୍ତାର ଏକ ପାଣି ଖାଲୁଆ ନିକଟରେ ଏହି ହାତୀଦଳ ରହିଥିବା ଜଣାପଡିଛି।

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା

ପାରଳାଖେମୁଣ୍ଡି, ୧୯।୧(ସ୍ବ.ପ୍ର.)- ଗଜପତି ଜିଲାରେ ଗତ ଦୁଇଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଏଥିସହ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡି ଆଚ୍ଛାଦିତ ହୋଇରହୁଛି। ଫଳରେ ଗାଡ଼ି ଚଳାଚଳ ନେଇ ସମସ୍ୟା ଉପୁଜୁଥିବାବେଳେ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହେଉଛି।

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଆସିକା,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସେ ହେଲେ ରବୀନ୍ଦ୍ର ନାହାକ। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁରେ ବୋଲି ଜଣାପଡ଼ିଛି। 

ଦୁର୍ଗମ ପାରିଗଡ଼ରେ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ

ଦୁର୍ଗମ ପାରିଗଡ଼ରେ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୯।୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପଡ଼ୋଶୀ କୋଟଗଡ଼ ବ୍ଲକ ଦୁର୍ଗମ ପଞ୍ଚାୟତ ପାରିଗଡ଼ଠାରେ ଶୁକ୍ରବାର ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଆସିକା ଚିନିଶିଳ୍ପରେ ସଙ୍କଟ:  କର୍ମଚାରୀଙ୍କ କାର୍ଯ୍ୟବନ୍ଦ, ଆଖୁଚାଷୀଙ୍କ ସମାବେଶ

ଆସିକା ଚିନିଶିଳ୍ପରେ ସଙ୍କଟ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ, ଆଖୁଚାଷୀଙ୍କ ସମାବେଶ

ଆସିକା,୧୯ା୧(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପରେ ଆଖୁପେଡା ପାଇଁ ଶୁକ୍ରବାର କାରଖାନା ବଏଲରରେ ଅଗ୍ନି ସଂଯୋଗ ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା। ଅଗ୍ନି ସଂଯୋଗର ଏକ ସପ୍ତାହ ପରେ ଆଖୁପେଡା ଆରମ୍ଭ ହୋଇଥାନ୍ତା। 

ମିନିବସ୍‌ ଓଲଟି ୧୭ ଆହତ

ମିନିବସ୍‌ ଓଲଟି ୧୭ ଆହତ

କବିସୂର୍ଯ୍ୟନଗର,୧୯ା୧-ସ୍ଥାନୀୟ ବ୍ଲକ ସମ୍ମୁଖ ଡିଭାଇଡରରେ ଏକ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣ ଆହତ ହୋଇଛନ୍ତି। ଆସିକାରୁ ବୁଢ଼ାମ୍ବ ଯାଉଥିବା ଏକ ମିନିବସ ଶୁକ୍ରବାର ଅପରାହ୍ନରେ ବାଲୁଙ୍କେଶ୍ୱରୀ କବିସୂର୍ଯ୍ୟନଗର ବ୍ଲକ ସମ୍ମୁଖ ଡିଭାଇଡର ଚଢ଼ି ଓଲଟି ପଡ଼ିଥିଲା। ଏଥିରେ ବସିଥିବା ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମଧ୍ୟରୁ ୧୭ ଜଣ ଆହତ ହୋଇଥିଲେ।

ରୋଗୀ ମୃତ୍ୟୁକୁ ନେଇ ରାସ୍ତାରୋକୋ

ରୋଗୀ ମୃତ୍ୟୁକୁ ନେଇ ରାସ୍ତାରୋକୋ

ପାତ୍ରପୁର,୧୯ା୧(ଡି.ଏନ୍‌.ଏ.)-ଖାରିଆଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥିବାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର  ଖାରିଆଗୁଡ଼ାରେ ରାସ୍ତାରୋକୋ କରାଯାଇଥିଲା। ଖବର ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପହଞ୍ଚତ୍ ଡାକ୍ତର ପଦବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।

କିଶୋର ନ୍ୟାୟ ଅଧିନିୟମ କର୍ମଶାଳା

କିଶୋର ନ୍ୟାୟ ଅଧିନିୟମ କର୍ମଶାଳା

ବ୍ରହ୍ମପୁର ଅଫିସ୍‌,୧୯ା୧-ଗଞ୍ଜାମ ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ବ୍ରହ୍ମପୁରସ୍ଥିତ ରାଜସ୍ବ ଡାକବଙ୍ଗଳା ସମ୍ମିଳନୀ କକ୍ଷରେ ଜିଲାର ସ୍ବତନ୍ତ୍ର ବିଦ୍ୟାଳୟ କର୍ମକର୍ତ୍ତାଙ୍କୁ ନେଇ କିଶୋର ନ୍ୟାୟ(ଯତ୍ନ ଓ ସୁରକ୍ଷା) ଅଧିନିୟମ-୨୦୧୫ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମଧୁମେହ ପଞ୍ଚାୟତ କାର୍ଯ୍ୟକ୍ରମ

ମଧୁମେହ ପଞ୍ଚାୟତ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ୍‌,୧୯ା୧-ଭାରତକୁ ବର୍ତ୍ତମାନ ବିଶ୍ୱର ମଧୁମେହ ରାଜଧାନୀ ରୂପେ ପରିଗଣିତ କରାଯାଉଛି। ଦେଶର ପ୍ରାୟ ୧୧ପ୍ରତିଶତ ଲୋକ ଏହି ଜୀବନଶୈଳୀ ଅବ୍ୟବସ୍ଥାଜନିତ ସମସ୍ୟାରେ ଆକ୍ରାନ୍ତ। ପ୍ରତ୍ୟେକସ୍ତରରେ ମଧୁମେହର ମୁକାବିଲା ପାଇଁ ଆଲୋଚନା ହେଉଛି। 

ଗଞ୍ଜାମ ଜିଲା ଭାଜପାର ଅଭିଯୋଗ: କମିଶନରେଟ୍‌ ପୋଲିସ ଗଠନ ପ୍ରସ୍ତାବରେ ସୀମିତ

ଗଞ୍ଜାମ ଜିଲା ଭାଜପାର ଅଭିଯୋଗ: କମିଶନରେଟ୍‌ ପୋଲିସ ଗଠନ ପ୍ରସ୍ତାବରେ ସୀମିତ

ବ୍ରହ୍ମପୁର ଅଫିସ,୧୯ା୧-ବ୍ରହ୍ମପୁରରେ ଆଇନଶୃଙ୍ଖଳା ହୁଗୁଳା ହୋଇଯାଇଛି । ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଛି। ନାରୀ ନିର୍ଯ୍ୟାତନା ଓ ଶିଶୁ ହତ୍ୟା ଭଳି ଲୋମଟାଙ୍କୁରା ଘଟଣା ବଢ଼ିଚାଲିଛି । ତେଣୁ ରେଶମ ନଗରୀ ବ୍ରହ୍ମପୁରକୁ କମିଶନରେଟ ପୋଲିସ କରିବା ପାଇଁ ଗଞ୍ଜାମ ଜିଲା ଭାଜପା ଦାବି କରିଛି ।