ସମ୍ବଲପୁର

ଖତଖାଉଛେ ଗୁଦାମ ଘର: ପାନିରେ ପଡଲା କୋଟି କୋଟି ଟଁକା

ଖତଖାଉଛେ ଗୁଦାମ ଘର: ପାନିରେ ପଡଲା କୋଟି କୋଟି ଟଁକା
ମାନେଶ୍ୱର, ୮।୧୨ (ଡି.ଏନ.ଏ.): ଚାଷୀକର ବାରବାର ଦାବି ଆର ଆଂଦୋଲନ ଲାଗି ରାଏଜ ସରକାର ଧାନ ଘିନାର ଲାଗି ଗୁଦାମ ଘର ଆର ଆଧୁନିକ ସ୍ଥାୟୀ ବଜାର ତିଆର କରବାକେ ନିଷପତି ନେଇଥିଲେ। ହରିୟାଣା ଆର ପଞ୍ଜାବ ମଡେଲରେ ଧାନ ଘିନା ହେବା। ସେଥିରଲାଗି ସେ ରାଏଜର ଢ଼ଂଗେ ଆଧୁନିକ ମାର୍କେଟ ତିଆର ହେବା। ଇଥିରଲାଗି ଡ୍ରଇଂ ଆର ଅଟକଲ କରାଯାଇଥିଲା। ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଆର ସମବାୟ ବିଭାଗ ଗୁଦାମ ଘର ତିଆର କରବାର କାମ ହାତକେ ନେଇଥିଲେ। ସରକାରକଁର ମଂଜୁରୀ ଉତରୁ ଜିଲାର ଭିନେ ଭିନେ ଜାଗାରେ ଗୁଦାମ ଆର ସ୍ଥାୟୀ ମାର୍କେଟ ତିଆର କାମ ସରିଛେ। କୋଟି କୋଟି ଟଁକା ଖରଚରେ ତିଆର ହେଇଥିଲେ ଭିଲ ଧାନ ଘିନାବେଲକେ କାମକେ ନାଇଁ ଆଏବାର। ଗୁଦାମ ମାନକେ ତାଲା ପଡି ରହୁଛେ। କେନନେ ଗଛତଲେ ତ କେନନେ ଖୁଲା ଆକାଶ ତଲେ ଧାନ ଘିନାବିକା ଚାଲୁଛେ। ସରକାରକଁର ଲକ୍ଷ୍ୟ ଆର ଚାଷୀକଁର ଦାବି ପୂରନ ହେଇ ନାଇଁପାରଲା ବଲି ଅଭିଯୋଗ ହେଉଛେ। ଗୁଦାମ ଘର ଖଇକିନା ହେଇ ପଡିରହିଛେ। ସେଥିରଲାଗି ସମ୍ବଲପୁର ଜିଲାରେ ଚାଷୀ ବେପାରୀ ଆର ମିଲର୍ସ ଶୋଷନର ଶିକାର ହେଉଛନ। କଟନି ଛଟନିରେ ଚାଷୀକର କୁଇଣ୍ଟାଲ କୁଇଣ୍ଟାଲ ଧାନ ମିଲର କାଟି ଦେଉଛନ ବଲି ବାରବାର ଅଭିଯୋଗ ହେଇଆସୁଛେ। ଚାଷୀ ହଜାର ହଜାର ଟଁକା କ୍ଷତି ସହୁଛେ। ମାର୍କେଟ ମାନକେ ବାହାର ଜିଲାରୁ ଧାନ ଆସୁଛେ। ବେପାରୀ, ମିଲର ମିଶି ଆରଏମ୍‌ସି କରମଚାରୀ ଆର ସମବାୟ କରମଚାରୀକୁଁ ନିଜର ହାତ ମୁଠାରେ ରଖିଛନ ଆର ମାର୍କେଟ ନିଜେ ଚଲଉଛନ। ସୂଚନା ହିସାବେ, ସମ୍ବଲପୁର ଜିଲାରେ ନିୟନ୍ତ୍ରିତ ବଜାର କମିଟି ସମ୍ବଲପୁର ସର୍କଲ ଅଧିନରେ ବରେଇପାଲି, ପଡିଆବାହାଲ, ଜୟନ୍ତପୁର, ଯୁଯୁମୁରା, ଠେମରା, ନୁଅଁାମୁରା, ସାହାସପୁର, ଚାଉଁରପୁର, ଚାରପାଲି, ଗୋଶାଳାରେ କୋଟି କୋଟି ଟଁକା ଖରଚରେ ସ୍ଥାୟୀ ମାର୍କେଟ କାମ ପୁରା ହେଇଛେ। ଇଥିରଲାଗି ପାଖାପାଖି ୨୦ କୋଟି ଟଁକାରୁ ଅଧ୍‌କା ଖରଚ ହେଇଛେ। ମାନେଶ୍ୱର, ତବଲା, ଧମାନେ ତିଆରି କାମ ଚାଲିଛେ। ସେନତା ସମବାୟ ବିଭାଗ ତରଫୁ ମୋଟ ୪୪ଟା ଗୁଦାମ ଘର ତିଆର କାମ ଶେଷ ହେଇଥିଲାବେଲକେ ବହୁତଟେ କାମ ଚାଲୁରହିଛେ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ତାଲବ, ଶାସନ, ସଂର୍କମା, ଚାଉଁରପୁର, ନୂଅଁାମୁରା, ବତେମୁରା, ଧମା, ବାହାମ, ଘେନୁପାଲି, ନାକଟିଦେଉଳ, କିସିଣ୍ଡା, ବାଟଗଁା, ଡଇଁଚା, ସାଲେଭଟା, ରାମପୁର, ବଂଶାଜାଲ ଆର କଦଲୀଗଡରେ ୩୦୦ ମେଟ୍ରିକଟନ ଧାନ ରଖବାର ସୁବିଧା ଥିବାର ୧୬ଟା ଗୁଦାମ ତିଆର ହେଇଛେ। ସେନତା ଆରଆଇଡିଏଫ ଯୋଜନାରେ ୫୫ ଲକ୍ଷ ଟଁକା ଲେଖେନ ବଡ ଗୁଦାମ ଆର ୨୬ ଲକ୍ଷ ଲେଖେନ ମଝଲି ପରକାରର ଗୁଦାମ କାମ ଶେଷ ହେଇଛେ। ମାନେଶ୍ୱର ବ୍ଲକର ନୂଅଁାମୁରାରେ ନିୟନ୍ତ୍ରିତ ବଜାର କମିଟି ତରଫୁ ପାଖାପାଖି ୨ କୋଟି ଟଁକା ଖରଚରେ ଗୁଦାମ ଘର ତିଆର ହେଇଥିଲେ ଭିଲ କାମକେ ନାଇଁ ଆଏବାର। ବହୁତ ଜାଗାରେ ଗୁଦାମ କାମ ଶେଷ ହେଇଥିଲାବେଲକେ ଆର କେତେ ଜାଗାରେ ବାକି ଅଛେ। ଇଥିରଲାଗି ଭିଲ କୋଟି ଟଁକାର ଅଟକଲ ରହିଛେ। ଜିଲା ପରଶାସନ ଆର ଧାନ ଘିନାରେ ସାମିଲ ଥିବାର ସବୁ ବିଭାଗ ମାର୍କେଟ ବେବସତାକେ ଲାଗୁ କଲେ ଚାଷୀମାନେ ଅଧ୍‌କା ଲାଭ ପାଏତେ ବଲି ଦାବି ହେଉଛେ। ଇ ବାବଦେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ଆବାହକ ଅଶୋକ ପ୍ରଧାନ କହିଛନ ଯେ, ସରକାର ଚାଷୀକଁର ଦାବିକେ ନେଇ ସ୍ଥାୟୀ ମାର୍କେଟ ନିର୍ମାନ କରୁଛନ। ହେଲେ ମାର୍କେଟମାନକେ ଯେତକି ସୁବିଧା ସୁଯୋଗ ଯୁଗେଇଦେବାର କଥା ସେଟା ହେଇ ନାଇଁପାରବାର। ସେଥିରଲାଗି ଚାଷୀ ସମସ୍ୟା କେଭେ ଦୂର ହେଇ ନାଇଁପାରବାର ବଲି କହିଥିଲେ।
All Right Reserved By

ସମ୍ବଲପୁର

ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ସିଡିଏମଓଙ୍କୁ ଦାବିପତ୍ର

ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ସିଡିଏମଓଙ୍କୁ ଦାବିପତ୍ର

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଏନ୍‌ଏଚ୍‌ଏମ୍‌ ଅଧୀନରେ ଅସ୍ଥାୟୀ ଭାବେ କାମ କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ଥାୟୀ ଚାକିରି, ପେନସନ, ସମସ୍ତ ସରକାରୀ ସୁବିଧା ଦାବିରେ କଳାହାଣ୍ଡି ଜିଲା ଏନଏଚଏମ ମହିଳା ସ୍ବାସ୍ଥ୍ୟ କର୍ମୀ ସଂଘ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଡିଏମଓ ଡାକ୍ତର ସରୋଜ ତିହାଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ମହିଳା ସ୍ବାସ୍ଥ୍ୟକର୍ମୀମାନେ ଚାକିରିରେ ଯୋଗଦେବାର ୧୩ ବର୍ଷ ପରେ ମଧ୍ୟ କୌଣସି ସୁବିଧା ପାଇପାରି ନାହାନ୍ତି । ଏମାନେ ଅସ୍ଥାୟୀ ଭାବେ କାମ କରୁଛନ୍ତି । କମ୍‌ ଦରମା ପାଉ ଥିବାରୁ ପରିବାର 

ପୁରୀରୁ ଫେରୁଥିବା ଭାଜପା ମହିଳା ମୋର୍ଚ୍ଚା ଭ୍ୟାନ ଦୁର୍ଘଟଣା: ୨୫ ଗୁରୁତର

ପୁରୀରୁ ଫେରୁଥିବା ଭାଜପା ମହିଳା ମୋର୍ଚ୍ଚା ଭ୍ୟାନ ଦୁର୍ଘଟଣା: ୨୫ ଗୁରୁତର

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କଳାହାଣ୍ଡି ଜିଲା ସଦର ବ୍ଲକ ଛେଲିଆମାଲ ଗ୍ରାମର ୨୫ ଜଣ ଗୁରୁତର ଆହତ ହୋଇଛନ୍ତ। ପ୍ରଥମେ ସେମାନଙ୍କୁ ଭବାନୀପାଟଣା ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ଓ କଟକ ପଠାଯାଇଛି। ସୋମବାର ପୁରୀରେ ଅନୁଷ୍ଠିତ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ କଳାହାଣ୍ଡି ଭାଜପା ମହିଳା ମୋର୍ଚ୍ଚା ସଦସ୍ୟାମାନେ 

ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ, ୫ ହଜାର ଟଙ୍କା ଜରିମାନା

ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ, ୫ ହଜାର ଟଙ୍କା ଜରିମାନା

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଜଣେ ନାବାଳିକାଙ୍କୁ ୫ ବର୍ଷ ପୂର୍ବେ ବଳାତ୍କାର କରିବା ଘଟଣାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। କଳାହାଣ୍ଡି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ରଶ୍ମିତା ଦଳେଇ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାର ପ୍ରକାଶ ଯେ, କେସିଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ଶୌଚ ହେବା ପାଇଁ ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ନାଳକୁ ଯାଇଥିଲାବେଳେ କଶୃପଡା ଗ୍ରାମର ଅରୁଣ ମାଝି (୩୫) ଜୋର କରି ସାଇକେଲରେ ବସାଇ ଏକ ପଥର କ୍ରଶର ନିକଟକୁ ଉଠାଇ ନେଇ ବଳାତ୍କାର କରିଥିଲେ। ଏ

ସ୍ବଚ୍ଛତା ଦ୍ୱାରା ହିଁ ସୁସ୍ଥ ପରିବେଶ ସମ୍ଭବ

ସ୍ବଚ୍ଛତା ଦ୍ୱାରା ହିଁ ସୁସ୍ଥ ପରିବେଶ ସମ୍ଭବ

ଖଡିଆଳ,୨୫।୯(ଡି.ଏନ.ଏ.): ସ୍ଥାନେ ସ୍ଥାନେ ଅଳିଆ ଆବର୍ଜନା ପଡି ରହିବା ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଏହାର ପ୍ରଭାବ ଜଳବାୟୁ ଉପରେ ପଡୁଛି । ଫଳରେ ଝାଡାବାନ୍ତି, ମ୍ୟାଲେରିଆ ଜ୍ୱର, ଡେଙ୍ଗୁ ଆଦି ମାରତ୍ମକ ଜ୍ୱର ହୋଇ ଲୋକେ ମୃତ୍ୟୁ ବରଣ କରୁଛନ୍ତି । 

ଜୈବିକ କୃଷିପ୍ରଶିକ୍ଷଣ, କ୍ଷେତ ପ୍ରଦର୍ଶନ କାର୍ଯ୍ୟକ୍ରମ

ଜୈବିକ କୃଷିପ୍ରଶିକ୍ଷଣ, କ୍ଷେତ ପ୍ରଦର୍ଶନ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୨୫।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ସଦରସ୍ଥିତ ଇସକନ୍‌ ମନ୍ଦିର ନିକଟରେ ଏକ ଦିବସୀୟ ଜୈବିକ କୃଷି ପ୍ରଶିକ୍ଷଣ ଓ କ୍ଷେତ ପ୍ରଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଆଞ୍ଚଳିକ ଜୈବିକ କୃଷି ପରିଚାଳନା କେନ୍ଦ୍ର ଭୁବନେଶ୍ୱରଙ୍କ ଆୟୋଜନ କ୍ରମେ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ୫୦ ଜଣ ଚାଷୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 

ଝାରବନ୍ଦରେ ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ

ଝାରବନ୍ଦରେ ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ

ଜୁନାଗଡ,୨୫।୯(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଙ୍ଗୁଡିସର ପଞ୍ଚାୟତର ଝାରବନ୍ଧ ଠାରେ ମଙ୍ଗଳବାର ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଏହି ବଜାର ଦ୍ୱାରା ଅଞ୍ଚଳର ଅନେକ ବ୍ୟବସାୟୀ ଓ  ଗ୍ରାହକ  ଉପକୃତ ହୋଇ ପାଇପାରିବେ ବୋଲି ବିଧାୟକ ମିଶ୍ର କହିଥିଲେ। ପରେ ବିଧାୟକ ମିଶ୍ର ବଜାରରେ ବସିଥିବା ସାମଗ୍ରୀ ଗୁଡିକୁ ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜୁନାଗଡ ଏନଏସି ଅଧ୍ୟକ୍ଷ ମହେଶ

ଟ୍ରକ୍‌-ବାଇକ ଧକ୍କା: ୧ମୃତ, ଜଣେ ଆହତ

ଟ୍ରକ୍‌-ବାଇକ ଧକ୍କା: ୧ମୃତ, ଜଣେ ଆହତ

ଅତାବିରା/ବୁର୍ଲା, ୨୫।୯(ଡି.ଏନ.ଏ.)- ବରଗଡ- ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ଗୋଶାଳା ଫାଣ୍ଡି ଗୋଶାଳା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।  ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ କାଦୋବାହାଲ ଗ୍ରାମର ରଘୁବୀର ସିଂ ଓରଫ ବୁଛି ଓ କର୍ଣ୍ଣା ମେହେର ଏକ ବାଇକରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ରଘୁବୀରଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ 

ଦଧିବାମନ ଡ଼ିଗ୍ରୀ ମହାବିଦ୍ୟାଳୟରେ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ

ଦଧିବାମନ ଡ଼ିଗ୍ରୀ ମହାବିଦ୍ୟାଳୟରେ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ

ଭଟଲି, ୨୫।୯(ଡି.ଏନ.ଏ.)-ବରଗଡ଼ ଜିଲା ଭଟଲି ଦଧିବାମନ ଡ଼ିଗ୍ରୀ ମହାବିଦ୍ୟାଳୟରେ ଭୋଟର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଟଲି ବିଡ଼ିଓ ଧୀରେନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିପିଇଓ ରଞ୍ଜିତ କୁମାର ଜେନା, ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟସେନ ଭୋଇ, ଅଧ୍ୟାପକ ରାଜୀବ ସାହୁ ଅତିଥି ଭାବେ ମଞ୍ଚାସୀନ ଥିଲେ। ୧୮ବର୍ଷ ପୂରଣ କରିଥିବା ଛାତ୍ରୀଛାତ୍ରଙ୍କୁ ଦେଶର ନାଗରିକ ହେବା ପାଇଁ ସଚେତନ କରାଯିବା ସହିତ ନାମ ପଞ୍ଜିକରଣ କରାଯାଇଥିଲା।

 ଦିବ୍ୟାଙ୍ଗ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଦିବ୍ୟାଙ୍ଗ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼ ଅଫିସ୍‌,୨୫।୯-ବରଗଡ଼ ବ୍ଲକ କଲୋନୀ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ କେ. ଶାରଦା ପାତ୍ର(୪୮)ଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ରହୁଥିବା ସରକାରୀ କ୍ବାର୍ଟର ଛାତରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ । ସ୍ବର୍ଗତା ପାତ୍ରଙ୍କ ସ୍ବାମୀ ଲଡ଼ୁ କିଶୋର ବେହେରା ସ୍ଥାନୀୟ ଭିନ୍ନକ୍ଷମ ସ୍କୁଲରେ ଶିକ୍ଷକତା କରୁଛନ୍ତି। ଉଭୟେ ଦୃଷ୍ଟିହୀନ ଏବଂ ଏହି ଦିବ୍ୟାଙ୍ଗ ଦମ୍ପତି ଦୀର୍ଘବର୍ଷ ହେଲା ଏଠାରେ ରହି ଶିକ୍ଷକତା କରୁଥିଲେ। ଗତ ୨୦୧୩ ଜାନୁୟାରୀ 

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

ବରଗଡ଼ ଅଫିସ୍‌,୨୫।୯-
ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି  ଜୋର ଧରି ବସିଛି।  ଏହି କ୍ରମରେ ଗତ ୧୮ତାରିଖରୁ ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖି ଥିବାବେଳେ ମଙ୍ଗଳବାରରୁ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି। ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଏବଂ ଏହି ଧାରଣା ଜାରି ରହିବ। ସେହିପରି ଗତ ୨୦ତାରିଖ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ ନୀରବ ଶୋଭାଯାତ୍ରାରେ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।  ଜିଲା ଓକିଲ ସଂଘର ସଭାପତି 

ସ୍ଥାୟୀ ଡାକ୍ତର, ନର୍ସ  ନିଯୁକ୍ତି ଦାବିରେ ଜହ୍ନାପଙ୍କରେ ରାସ୍ତାରୋକୋ

ସ୍ଥାୟୀ ଡାକ୍ତର, ନର୍ସ ନିଯୁକ୍ତି ଦାବିରେ ଜହ୍ନାପଙ୍କରେ ରାସ୍ତାରୋକୋ

ବୌଦ୍ଧ, ୨୫।୯(ଡି.ଏନ.ଏ.)-ବୌଦ୍ଧ ଜିଲା ସଦରବ୍ଲକ ଜହ୍ନାପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର, ନର୍ସ ଓ ସୁଇପର ନିଯୁକ୍ତି ଦାବିରେ  ମଙ୍ଗଳବାର ଅଞ୍ଚଳର ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସକାଳ ୮ଟାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଜହ୍ନାପଙ୍କଠାରେ  ରାସ୍ତାରୋକୋ କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା। ଜିଲାମୁଖ୍ୟ ଚିକିତ୍ସାଧୀକାରୀ (ସିଡ଼ିଏମଓ), ଅତିରିକ୍ତ ଜିଲାମୁଖ୍ୟ ଚିକିତ୍ସାଧୀକାରୀ (ଏଡ଼ିଏମଓ) ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ତୁରନ୍ତ ସମସ୍ୟାର ସମାଧାନ କରିବାକୁ

ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା

ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା

ଲୋଇସିଂହା, ୨୫।୯(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ସାକ୍ଷାତ କରିବାକୁ ଡ଼ାକି ବ୍ଲେଡ଼ରେ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଯୁବକ ଜଣଙ୍କ  ଗୁରୁତର ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କନ୍ଦାଜୁରୀ ଗ୍ରାମର ପାଇକଲାଲ ଶିକ୍କାଙ୍କ ପୁଅ ରଶ୍ମିରଞ୍ଜନ ବସ୍ତିର ଜଣେ ସମ୍ପର୍କୀୟ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପରିବାର ଏକଥା ଜାଣିଥିଲେ।