ସମ୍ବଲପୁର

ଦୀର୍ଘ ଦିନର ଦାବି ପୂରଣ: ଷ୍ଟେଶନରେ ଖୋଲିଲା ଦ୍ୱିତୀୟ ଟିକେଟ ଘର

ଦୀର୍ଘ ଦିନର ଦାବି ପୂରଣ: ଷ୍ଟେଶନରେ ଖୋଲିଲା ଦ୍ୱିତୀୟ ଟିକେଟ ଘର
ଝାରସୁଗୁଡା ଅଫିସ,୮।୧୨- ଝାରସୁଗୁଡ଼ା ଲୋକଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି। ବାରମ୍ବାର ଦାବି, ଆଲୋଚନା ଏବଂ ସ୍ମାରକପତ୍ର ପ୍ରଦାନ ପରେ ବୁଧବାର ଝାରସୁଗୁଡ଼ା ଷ୍ଟେଶନରେ ଦ୍ୱିତୀୟ ଟିକଟ୍‌ କାଉଣ୍ଟର ଆରମ୍ଭ କରାଯାଇଛି। ଷ୍ଟେଶନ ମ୍ୟାନେଜର ଟି. ନାଏକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଟିକଟ୍‌ କାଉଣ୍ଟର ରେଲୱେ କଲୋନୀ ପାର୍ଶ୍ୱରେ ରହିଛି। ପ୍ରାଥମିକ ଅବସ୍ଥାରେ ପର୍ଯ୍ୟାପ୍ତ କର୍ମଚାରୀ ଅଭାବରୁ ଏହି କାଉଣ୍ଟର କେବଳ ଗୋଟିଏ ସିଫ୍ଟ ଅର୍ଥାତ୍‌ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲୁଛି। ପରିବର୍ତ୍ତୀ ସମୟରେ ଏହାକୁ ପରିବର୍ଦ୍ଧିତ କରାଯିବ। ସେହିପରି ଦ୍ୱିତୀୟ ଟିକଟ୍‌ କାଉଣ୍ଟର ପାଇଁ ନୂତନ ଗୃହ, ଅତିରିକ୍ତ କର୍ମଚାରୀ ଏବଂ ଆନୁଷଙ୍ଗିକ ଉପକରଣ ବ୍ୟବସ୍ଥା କରାଯିବାର ବନ୍ଦୋବସ୍ତ କରାଯାଉଥିବା ଷ୍ଟେଶନ୍‌ ମ୍ୟାନେଜର ନାଏକ କହିଛନ୍ତି। ସୂଚନାଯୋଗ୍ୟ, ଦୀର୍ଘବର୍ଷ ଧରି ଝାରସୁଗୁଡ଼ା ରାଜନେତା, ସାଧାରଣ ଜନତା, ସାମାଜିକ ସଙ୍ଗଠନ ପକ୍ଷରୁ ଦ୍ୱିତୀୟ ଟିକଟ୍‌ କାଉଣ୍ଟର ପାଇଁ ଦାବି କରାଯାଉଥିଲା। ଏନେଇ ଡିଭିଜନାଲ ମ୍ୟାନେଜର ଏବଂ ଜେନେରାଲ ମ୍ୟାନେଜରଙ୍କ ନିକଟରେ ଦାବି ହୋଇଥିଲା। ଝାରସୁଗୁଡ଼ା ସହରର ଭୌଗଳିକ ସ୍ଥିତି ଓ ବର୍ଦ୍ଧିତ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଟିକେଟ୍‌ ଘର ଅନୁମୋଦିତ ହୋଇଛି। ଦ୍ୱିତୀୟ ଟିକଟ୍‌ କାଉଣ୍ଟର ଉଦ୍‌ଘାଟନୀ ଅବସରରେ ବରିଷ୍ଠ ନାଗରିକ ସଂଘ, ଝାରସୁଗୁଡ଼ା ବିକାଶ ପରିଷଦ, ଚାମ୍ବର ଅଫ୍‌ କର୍ମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌, ବ୍ୟବସାୟୀ ସଂଘ ତରଫରୁ ରେଳ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
All Right Reserved By

ସମ୍ବଲପୁର

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବୀରମହାରାଜପୁର, ୧୫।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କୁମୁରସିଂଘା ଖେଳ ପଡିଆଠାରେ ଆୟୋଜିତ ୮ମ ମା’ ବାଉତୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ନୂଆଗାଁ,୧୫।୧୦(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମଜିଏସୱାଇ) ଗ୍ରାମାଞ୍ଚଳରେ ରାସ୍ତା ଘାଟର ବିକାଶରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଆସୁଛି । ଗାଁକୁ ଗାଁ, ଗାଁକୁ ସଦର ମହକୁମା ତଥା ଗାଁକୁ ସହର ସହିତ ସଂଯୋଗୀକରଣରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଭୁମିକା ଗୁରୁତ୍ୱପୂର୍ଣ୍ଣ । 

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ରିଷିଡ଼ା,୧୫।୧୦(ଡ଼ି.ଏନ.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିକଟସ୍ଥ ବଡଡୁଙ୍ଗୁରୀଗୁଡ଼ାଠାରେ ରବିବାର ଡଙ୍ଗର ଯାତ୍ରା ଅବସରରେ ଗୋଟିଏ ମେଣ୍ଢା ବଳି ଦିଆଯାଇଛି । 

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ଗୁଡ଼ଭେଲା,୧୫।୧୦(ଡ଼ି.ଏନ.ଏ.): ଗତ ସପ୍ତାହରେ ଆସିଥିବା ବାତ୍ୟା ତିତ୍‌ଲିରେ ଗୁଡ଼ଭେଲା ବ୍ଳକରେ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ଅତାବିରା,୧୫।୧୦(ଡି.ଏନ.ଏ.): ଦଶହରା ପର୍ବ ପର୍ବାଣୀ ପାଇଁ ରାସ୍ତା, ଘାଟ, ବସ, ଟ୍ରେକର ଗୁଡିକରେ ଯାତ୍ରୀଙ୍କ ନାହିଁ ନ ଥିବାର ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ବସଷ୍ଟାଣ୍ଡ, ଛକ ଗୁଡିକରେ ବସ, ଟ୍ରେକର ଡ୍ରାଇଭର, କଣ୍ଟ୍ରାକ୍ଟରମାନେ ଓଭର ଲୋଡରେ ଯାତ୍ରୀମାନଙ୍କୁ ବସାଇ ନେଉଛନ୍ତି । 

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୧୫।୧୦(ଡି.ଏନ.ଏ): କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମ ସ୍ଥିତ କାଶିଡଙ୍ଗରରେ ଜବାହାର ରୋଜଗାର ଯୋଜନାରୁ ୧୯୯୦ରେ ବୃକ୍ଷ ରୋପଣ କରାଯାଇଥିଲା ।

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର ଅଫିସ,୧୫।୧୦: ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ରବିବାର ସନ୍ଧ୍ୟାରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗୀର ମାଳପଡାର କଳିଙ୍ଗ ମେଣ୍ଡଲି(୩୦) ବୋଲି ଜଣାପଡିଛି ।

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ସମ୍ବଲପୁର,୧୫।୧୦(ବ୍ୟୁରୋ) : ସମ୍ବଲପୁରରେ ଦୁର୍ଗାପୂଜାର ନିଆରା ପରମ୍ପରା ରହିଛି। ଦେବୀଙ୍କ ପୂଜାର୍ଚ୍ଚନା ସହ ଆଖଡା ଖେଳ ବହୁ ପୁରୁଣା ପରମ୍ପରା ଅଟେ । ସମ୍ବଲପୁର ହାଟପଡ଼ା ଦୁର୍ଗାପୂଜା କମିଟି ଦଶହରା ମାସର ଶୁକ୍ଲପକ୍ଷ ସପ୍ତମୀ ତିଥିରୁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥାଏ ।

ଉଜୁଡିବ ଧଳାସୁନା ଚାଷ

ଉଜୁଡିବ ଧଳାସୁନା ଚାଷ

ପଦ୍ମପୁର, ୧୫।୧୦ (ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ପଦ୍ମପୁର, ଗାଇସିଲେଟ ଓ ପାଇକମାଳ ବ୍ଲକ ଅଞ୍ଚଳରେ ଧଳାସୁନା ଭାବେ ପରିଚିତ କପା ଚାଷ କରାଯାଉଛି। 

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତଳଗାଁ,୧୫।୧୦(ଡି.ଏନ୍‌.ଏ): ତିତ୍‌ଲି ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତରେ ଅନେକ ଘର ଭାଙ୍ଗି ଯାଇଛି । ତଳଗାଁ ପଞ୍ଚାୟତ ହରିଜନ ସାହିରେ ରୁହନ୍ତି ଚକ୍ରଧର ବେହେରା (୬୮) । 

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ବରଗଡ଼ ଅଫିସ୍‌,୧୫।୧୦: ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ବଜାର ପ୍ରାଙ୍ଗଣରେ ରବିବାର ଜୟ କିଶାନ ଆନ୍ଦୋଳନର ଏକ ଆଞ୍ଚଳିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଧାନଚାଷ ନଷ୍ଟ ଆଶଙ୍କା

ଧାନଚାଷ ନଷ୍ଟ ଆଶଙ୍କା

ଜୁନାଗଡ,୧୫।୧୦ (ଡି.ଏନ.ଏ.): ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ବାମ ମୁଖ୍ୟ କେନାଲର ତଳ ଅଞ୍ଚଳରେ ଥିବା ଜୁନାଗଡ ବ୍ଲକ ଆଟିଗଁ । ଓ ତଳମଲା ପଞ୍ଚାୟତକୁ ଠିକ ଭାବେ କେନାଳ ପାଣି ପହଞ୍ଚତ୍ ପାରୁ ନାହିଁ ।