ସମ୍ବଲପୁର

ସମ୍ବଲପୁର ମହୋତ୍ସବ: ୧୨ଶହ କଳାକାରଙ୍କ ସମାଗମ

ସମ୍ବଲପୁର ମହୋତ୍ସବ: ୧୨ଶହ କଳାକାରଙ୍କ ସମାଗମ
ସମ୍ବଲପୁର, ୮।୧୨(ବ୍ୟୁରୋ)- ସମ୍ବଲପୁର ମହୋତ୍ସବ- ୨୦୧୭ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଇଁଠାପାଲି ବିର୍ସା ମଇଦାନ ସ୍ଥିତ ମଞ୍ଚ ସଜ୍ଜିତ ହୋଇ କଳାକାରଙ୍କ ଅପେକ୍ଷାରେ ମଞ୍ଚ ସୁସଜ୍ଜିତ ହୋଇଛି। ଏଥିରେ ୧୨ଶହ କଳାକାରଙ୍କ ସମାଗମ ହେବ। ତେଣୁ ୩୦ ଲକ୍ଷ ବ୍ୟୟଅଟକଳ ସ୍ଥିର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଅଇଁଠାପାଲି ବିର୍ସା ମଇଦାନ (ପିଏଚଡି) ପଡିଆଠାରେ ସମ୍ବଲପୁର ସାଂସ୍କୃତିକ ପରିଷଦ କର୍ମକର୍ତ୍ତା ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି। ସେମାନେ ଆହୁରି କହିଥିଲେ ଯେ, ୮ ଦିନ ବ୍ୟାପି ଉତ୍ସବ ହେବ। ଏଥିରେ ଜାତୀୟ ଦଳ ଆସାମର ବିହୁ, ହରିୟାଣର ଝୁମର, ପଞ୍ଜାବର ଭାଙ୍ଗଡା, ପଶ୍ଚିମବଙ୍ଗର ଛଉ, ଗୁଜୁରାଟର ସିଦ୍ଧିଧମାଳ ଦର୍ଶକଙ୍କୁ ବିମୋହିତ କରିବେ। ସେହିପରି ଲୋକନୃତ୍ୟ କାର୍ଯ୍ୟକ୍ରମରେ ଗୌରବାଡି, ଧୁନକେଲ, ଘୁବୁକୁଡୁ, ଭାଲୁ ବଏଂଶି, ଡଁଡା, ଦୁଲାବିହା, କଲଙ୍ଗି, ଶଦ୍ଦନୃତ୍ୟ, ଡାଳଖାଇ, କର୍ମା, ଆଦିବାସୀ ନୃତ୍ୟ, ରସରକେଲି, ମାଇଲାଜଡ, ଢ଼ାପ, ସିଂହାରି, ବଜନିଆଁ, ଝରିରେ ଝରା, ମାଲେଶିରୀ, ସଂପ୍ରଦା, ପାଲା, ଦାଶକାଠିଆ, କୃଷ୍ଣଗୁରୁ, ଶିବଗୁରୁ, ସଂଚାର, ଅଲେଖ ଭଜନ, ସଂକୀର୍ତ୍ତନ, ରଙ୍ଗୀନ କୀର୍ତ୍ତନ ପରିବେଶିତ ହେବ। ଲୋକ ନାଟକ ବିଭାଗରେ ଲାଲ ପାଏନ୍‌, ନୃତ୍ୟ ଯୁଗଳବନ୍ଦି, ଚାଙ୍ଗୁବାଦନ, ଅଧୁନୀକ ସମ୍ବଲପୁରୀ ଗୀତ, ନୃତ୍ୟ ଚିତ୍ର ଯୁଗଳ ବନ୍ଦି, ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ, ସମ୍ବଲପୁରୀ ଫେସନ୍‌ ସୋ, ଘଣ୍ଟବାଦ୍ୟ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗୁରୁବାର ସନ୍ଧ୍ୟା ସୁଦ୍ଧା କିଛି କଳାକାର ପହଞ୍ଚିଥିଲେ। ଅପରପକ୍ଷେ ଲୋକଗୀତ, ଲୋକନୃତ୍ୟ, ଲୋକ ନାଟକ ବ୍ୟତୀତ କର୍ମଶାଳା, ଆଲୋଚନାଚକ୍ର ହେବ। ସେହିପରି ଲୋକ ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ କାର୍ଯ୍ୟକରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ। ମହୋତ୍ସବ ପରିସରରେ କଳାଗ୍ରାମ, କଳାକୃତୀ, ସୌରାଆର୍ଟ, ମନହରୀ ହାଟ, ମୀନାବଜାର, ସ୍ବାଦ ସମ୍ବଲପୁର ଦର୍ଶକଙ୍କୁ ଆକୃଷ୍ଟ କରିବ। ସମ୍ବଲପୁରୀ ଭାଷାର କର୍ଣ୍ଣଧାର ସତ୍ୟନାରାୟଣ ବହିଦାରଙ୍କ ନାମରେ ମୁଖ୍ୟତୋରଣ ଏବଂ ଡ. ଦିଲୀପ ପାଢ଼ୀଙ୍କ ସ୍ମୃତିରେ ପ୍ରଦର୍ଶନୀ ଗୃହର ନାମକରଣ କରାଯାଇଥିବା ଆୟୋଜନ କମିଟି ପକ୍ଷରୁ ସୂଚୀତ କରିଛନ୍ତି। ଖବରଦାତା ସମ୍ମିଳନୀରେ ମହୋତ୍ସବ ଅଧ୍ୟକ୍ଷ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଷ୍ଟଲ ଆବାହକ ପରଭେଜ୍‌ ଅଲ୍ଲିଖାନ୍‌, ଦଳ ଆବାହକ ଦୁର୍ଗା ଦାସ, ଉପଦେଷ୍ଟା ତ୍ରିନାଥ ପୁରୋହିତ, ଭକ୍ତ ପ୍ରସାଦ ନନ୍ଦ ଓ ଗୋଲକ ବିହାରୀ ମିଶ୍ର, ପ୍ରଦର୍ଶନୀ ଆବାହକ ଜୟଶ୍ରୀ ପୁରୋହିତ, ଜୟରାମ ମୁଣ୍ଡା, ଆଦିବାସୀ ନେତା ବିଦ୍ୟାଧର ଧନୱାର ଉପସ୍ଥିତ ଥିଲେ।
All Right Reserved By

ସମ୍ବଲପୁର

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

 ଦେଓଗାଁ,୨୦ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହାରେ ବିଜୟା ଦଶମୀ ତିଥିରେ ଗୁରୁବାର ଆରମ୍ଭ ହୋଇଛି ପଞ୍ଚଦନ ବ୍ୟାପୀ ଐତିହ୍ୟପୂର୍ଣ୍ଣ ମା’ ପାଟଖଣ୍ଡା ଯାତ୍ରା । ଶନିବାର ଯାତ୍ରାର ତୃତୀୟ ଦିନରେ ନିଶିପୂଜା, ଲିଙ୍ଗାବରଣ ପୂଜା ଓ ମଧ୍ୟ୍ୟରାତ୍ରରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଛି। 

ପରିତ୍ୟକ୍ତ କୂଅରୁ ୬ ବାର୍‌ହା ଉଦ୍ଧାର

ପରିତ୍ୟକ୍ତ କୂଅରୁ ୬ ବାର୍‌ହା ଉଦ୍ଧାର

 ସୋନପୁର,୨୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ଖଲିଆପାଲି ଗାଁ ଚାଷ ଜମି ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଶୁକ୍ରବାର ସକାଳେ ୬ଟି ବାରହାକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ସିନାପାଲିରେ ମା’ ମହୁଲଗୋଛିଏନ୍‌ଙ୍କ ଛତର ଯାତ୍ରା

ସିନାପାଲିରେ ମା’ ମହୁଲଗୋଛିଏନ୍‌ଙ୍କ ଛତର ଯାତ୍ରା

ସିନାପାଲି,୨୦।୧୦(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ଗ୍ରାମର ଗ୍ରାମଦେବୀ ମା’ମହୁଲଗୋଛିଏନ୍‌ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୁକ୍ରବାର ପବିତ୍ର ବିଜୟାଦଶମୀ ଅବସରରେ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । 

ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ,୨୦ । ୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଆଶ୍ରୟ ଗୃହ ମଧ୍ୟରୁ ଶନିବାର ସକାଳେ ପୋଲିସ ଏକ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । 

କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା

କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା

ପଲମ,୨୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ଅଧୀନସ୍ଥ ଭୀମକେଲା ପଞ୍ଚାୟତସ୍ଥିତ ଭୀମକେଲା ଗ୍ରାମରେ ଶୁକ୍ରବାର କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା ପାଳିତ ହୋଇଯାଇଛି।

ମା’ ସମଲେଇ ଯାତ୍ରା ସମ୍ପନ୍ନ

ମା’ ସମଲେଇ ଯାତ୍ରା ସମ୍ପନ୍ନ

ଗୁଡଭେଲା,୨୦।୧୦(ଡି.ଏନ.ଏ.): ତୁଷରା ସହରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀ ପୀଠରେ ଚାରି ଦିନ ଧରି ଚାଲିଥିବା ସମଲେଇ ଯାତ୍ରା ବୁଧବାର ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଯାଇଛି।

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ଭଦ୍ରକଠାରେ ଶେଷ ହୋଇଥିବା ୩୩ତମ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ଏବଂ ୫ମ କେଡଟ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୂର ଜିଲାକୁ ୫ଟି ପଦକ ମିଳିଛି। ପ୍ରତିଯୋଗିତାରେ ଜିଲାରୁ ମୋଟ ୨୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ବିଭିନ୍ନ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ଅନୁଷ୍କା ଦାଶ ଏବଂ ଦୁର୍ଲଭ କୁମାର ନାୟକଙ୍କୁ ରୋପ୍ୟ ପଦକ ମିଳିଥିବାବେଳେ ସୁରଜ ପଟ୍ଟନାୟକ, କ୍ରୀସ କୁଦେଇ ଏବଂ ମୋର୍ଯ୍ୟ ବଲ୍ଲଭ ଥନାପତିଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ବରଗଡ଼ ଅଫିସ୍‌,୧୯।୧୦- ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଗୋବିନ୍ଦପାଲିସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ କ୍ଲବ ପ୍ରାଙ୍ଗଣରେ କ୍ଲବର ସଭାପତି ରାକେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଜସଜ୍ଜା ସହ ପୂଜା କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା। 

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଶୁକ୍ରବାର କଳାହାଣ୍ଡି ଜିଲାପାଳଙ୍କ ଏନ୍‌ଏସିସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷା ବିଜୟା ଲକ୍ଷ୍ମୀ କନ୍ଦପାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲାପାଳ ଗାଭାଲି ପରାଗ ହର୍ଷଦ ଯୋଗଦେଇ ୨୮ଟି ଆବେଦନର ଶୁଣାଣି କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜୁନାଗଡ଼ ଏନ୍‌ଏସିର କାଉନସିଲରମାନେ ୱାର୍ଡ ଅନୁଯାୟୀ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଜିଲାପାଳଙ୍କୁ ଦାବି ଜଣାଇଥିଲେ। 

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ବଲାଙ୍ଗୀର ଅଫିସ,୧୯।୧୦-ବଲାଙ୍ଗୀର-ଟିଟିଲାଗଡ଼ ରୋଡ ମଠଖାଇ ମନ୍ଦିରରେ ଶୁକ୍ରବାର ଦଶହରା ପୂଜା ଅବସରରେ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଗତ ୩ବର୍ଷ ହେଲା ମନ୍ଦିରରେ ଏଭଳି ଉତ୍ତେଜନା ଲାଗି ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲ,୧୯।୧୦(ଡି.ଏନ୍‌.ଏ.)- ଖପ୍ରାଖୋଲ ପୂଜା ମଣ୍ଡପଠାରେ ମା’ଦୁର୍ଗାଙ୍କ ୪୫ତମ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲ୍ବବରଣ, କଳସ ଶୋଭାଯାତ୍ରା, ନବପତ୍ରିକା ପୂଜା ଆଦି ଷଷ୍ଠୀ ଦିନରୁ ଆରମ୍ଭ ହୋଇଥିବା ବେଳେ ମହାସପ୍ତମୀରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଜୀବନ୍ୟାସ, ଚଣ୍ଡୀପାଠ ଆଦି ଅନୁଷ୍ଠିତ ହୋଇଥିଲା।