ଅପରାଧ |

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ସନ୍ଦେହରେ ମା ଝିଅ ଗିରଫ

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ସନ୍ଦେହରେ ମା ଝିଅ ଗିରଫ

କୁଜଙ୍ଗ,୮।୧୨(ସ୍ବ.ପ୍ର.)-ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିଆ ଠାରେ ଶୁକ୍ରବାର ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ମୃତା ମହିଳା ହେଲେ ପାଟକୁରାଥାନା ଅନ୍ତର୍ଗତ ଶାସନପୁରା ଗ୍ରାମର ରଶ୍ମିତା ନାୟକ(୪୦)। ଏହି ଘଟଣାରେ ପୋଲିସ ବାଲିଆ ଗ୍ରାମର ଜଣେ ମହିଳା ଓ ୧୦ମ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅକୁ ଗିରଫ କରିଛି।
ପ୍ରକାଶ ଯେ, ବାଲିଆ ଗ୍ରାମର ସମ୍ପୃକ୍ତ ୧୦ମ ଶ୍ରେଣୀ ଛାତ୍ରୀଙ୍କ ଦେହରେ ମା ମଙ୍ଗଳା ଆର୍ବିଭାବ ହୁଅନ୍ତି ବୋଲି ସେ କୁହନ୍ତି। ତେଣୁ ତାଙ୍କୁ ଅଧିକାଂଶ ଲୋକ ପୂଜାର୍ଚ୍ଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଜଣାନ୍ତି। ସେ ସମସ୍ୟା ଦୂର କରିଦେବେ ବୋଲି କହି ଝଡାଫୁଙ୍କା କରନ୍ତି। ଏଥିରେ ତାଙ୍କ ମା ଛାତ୍ରୀଙ୍କୁ ସହଯୋଗ କରିଥାନ୍ତି। ମା ମଙ୍ଗଳା ଆର୍ବିଭାବ ଖବର ପାଇ ପାଟକୁରା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ଭଉଣୀ ରଶ୍ମିତାଙ୍କୁ ନେଇ ଏଠାକୁ ଆସିଥିଲେ। ରଶ୍ମିତା ଜଣେ ମାନସିକ ବିକାରଗ୍ରସ୍ତ ବିବାହିତା ମହିଳା। ତେଣୁ ତାଙ୍କୁ ମା ମଙ୍ଗଳା ଭଲ କରିଦେବା ଆଶାରେ ତାଙ୍କ ଭାଇ ଗତ ୩ଦିନ ତଳେ ଏଠାକୁ ଆଣିଥିଲେ। ସମ୍ପୃକ୍ତ ଛାତ୍ରୀ ତାଙ୍କୁ ଭଲକରି ଦେବାକୁ କହି କୁଆଡେ ମାରପିଟ୍‌ କରିଥିଲେ। ରଶ୍ମିତାଙ୍କ ଦେହରେ ପ୍ରଭୁ ଶିବ ପ୍ରବେଶ କରିଥିବା ସେ କହିବାରୁ ତାଙ୍କୁ ସମ୍ପୃକ୍ତା ଛାତ୍ରୀ, ତାଙ୍କ ମା ଓ ସେହିଗ୍ରାମର ପପିନା ନାମକ ଜଣେ ଯୁବକ ମିଶି ଖୁବ୍‌ ମାଡ ମାରିଥିଲେ। ଫଳରେ ସେ ଗୁରୁବାର ରାତିରୁ ନିସ୍ତେଜ ହୋଇ ପଡି ଯାଇଥିଲେ ଓ ଶୁକ୍ରବାର ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଲେ ବୋଲି ତାଙ୍କ ଭାଇ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ମାଙ୍କୁ ଗିରଫ କରିଛି। ତେବେ ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି। ଏ ନେଇ ଥାନାରେ ଏତଲା ରୁଜୁ ହୋଇଛି।

All Right Reserved By

Model This Week

ନିକିତା

ଅପରାଧ |

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ମାର୍ଶାଘାଇ,୨୨।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ତିଖିରୀ ଗ୍ରାମରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ସେହି ଗ୍ରାମର ଜଣେ ନାବାଳକ ବଳାତ୍କାର କରିଥିବା ନେଇ ରବିବାର ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ଖୁଡୀ ଏନେଇ ଅଭିଯୋଗ କରିବା ପରେ ମାର୍ଶାଘାଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୁରୀ ଅଫିସ, ୨୧।୪ : ଜିଲାର ବିଭିନ୍ନ ଆପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କ ତାଗିଦ୍‌ କରିବାର ୧୨ଘଣ୍ଟା ନ ପୂରୁଣୁ ବାସେଳିସାହି ଥାନା ଅଧୀନ ଗୋଖା ସାହିରେ ଘଟିଛି ଗୁଳିକାଣ୍ଡ। ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କୁ ଲକ୍ଷ୍ୟକରି ୮ରାଉଣ୍ଡ ଗୁଳିମାଡ଼ ହୋଇଛି। ତାଙ୍କ ବାମପାର୍ଶ୍ୱ ତଳିପେଟରେ ଦୁଇଟି ଏବଂ ଜଙ୍ଘରେ ଗୋଟିଏ ଗୁଳି ବାଜିଛି।

ଓକିଲଙ୍କ ଘରୁ ଚୋରି

ଓକିଲଙ୍କ ଘରୁ ଚୋରି

ସୋହେଲା,୨୧।୪(ଡି.ଏନ.ଏ.)- ସୋହେଲା-ପଦ୍ମପୁର ରୋଡସ୍ଥିତ ଓକିଲ ହାରାଧନ ବାଞ୍ଜିଙ୍କ ଘରୁ ୩୦ହଜାର ଟଙ୍କା ଓ ସୁନା ଗହଣା ଚୋରି ହୋଇଥିବା ନେଇ ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି।

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବରଗଡ଼ ଅଫିସ,୨୧।୪- ବରଗଡ଼ ଟାଉନ ଥାନା ଅଧୀନ ଘୁଲିପାଲିରେ ୨୦୧୪ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ବରଗଡ଼ ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ) ପ୍ରଣବ କୁମାର ପାତ୍ର ମାମଲାର ବିଚାର କରି ଅଭିଯୁକ୍ତ ଘୁଲିପାଲି ଗ୍ରାମର ପରଦେଶୀ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଥାନା ଭଙ୍ଗାରୁଜା ଘଟଣାରେ ୯ କୋର୍ଟଚାଲାଣ

ଠାକୁରମୁଣ୍ଡା,୨୧।୪(ଡି.ଏନ.ଏ.)-ନାବାଳିକା ବଳାତ୍କାର ମାମଲାକୁ କେନ୍ଦ୍ର କରି ଗତ ୧୯ ତାରିଖରେ ଠାକୁରମୁଣ୍ଡା ଅଶାନ୍ତ ହୋଇ ଉଠିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ଢେଲାପଥର ମାଡ କରିଥିଲେ। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

୨ ମାସ ପରେ ଆତ୍ମସର୍ମପଣ କଲେ ନାବାଳିକା ପ୍ରେମିକା

୨ ମାସ ପରେ ଆତ୍ମସର୍ମପଣ କଲେ ନାବାଳିକା ପ୍ରେମିକା

ସଜନାଗଡ, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳରୁ ୨ ମାସ ତଳେ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କ ମଧ୍ୟରୁ ଶନିବାର ନାବାଳିକା ପ୍ରେମିକା ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏସ୍‌ପି ଉକ୍ତ ନାବାଳିକାଙ୍କୁ ନୀଳଗିରି ପୋଲିସ ଦାୟିତ୍ୱରେ ଛାଡିବା ପରେ ଥାନା ଆଇଆଇସି ତାଙ୍କର ବୟାନ ରେକର୍ଡ କରିଥିଲେ। ଏହାପରେ ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇ ନୀଳଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ବୟାନ ରେକର୍ଡ କରାଯିବା ପରେ ସେ ମା’ ବାପାଙ୍କ ପାଖରେ ରହିବାକୁ ମନା କରିଥିଲେ।

ଥଣ୍ଡା ପିଇବାକୁ କହି ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଥଣ୍ଡା ପିଇବାକୁ କହି ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବିରଜାକ୍ଷେତ୍ର,୨୧।୪(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ମାଳଆନନ୍ଦପୁର ଗ୍ରାମର ଜଣେ ୧୦ ବର୍ଷୀୟା ବାଳିକାଙ୍କୁ ଶୁକ୍ରବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଯାଜପୁର ସଦର ଥାନାରେ ମାମଲା (ନଂ.୭୮/୧୮) ରୁଜୁ କରାଯିବା ସହ ଅଭିଯୁକ୍ତ ଉକ୍ତ ଗ୍ରାମର ସାଙ୍ଖର ଦଳେଇ(୩୫)ଙ୍କୁ ଗିରଫ କରାଯାଇଛି।

୪ ଜଣଙ୍କୁ ଅପହରଣ କଲେ ମାଓବାଦୀ

ରାୟଗଡ଼ା ଅଫିସ୍‌,୨୦।୪: ରାୟଗଡ଼ା ଜିଲା ସୀମାନ୍ତ ଅଞ୍ଚଳରୁ ୪ ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ। ଶୁକ୍ରବାର ଅପରାହ୍ନରେ ଏହି ଅପହରଣ ଖବର ସାମ୍ନାକୁ ଆସିଛି। ରାୟଗଡ଼ାର ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ଲାଖପଦର ଗାଁରୁ ଏହି ୪ ଜଣଙ୍କୁ ଉଠାଇ ନେଇଛନ୍ତି।

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। କେତେଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ କାମାରାଜୁ ଗୌଡଙ୍କ ଘରେ ପଶିଥିଲେ।

ଏତଲା ପ୍ରତ୍ୟାହାର କରିବାକୁ ଧମକ

ଏତଲା ପ୍ରତ୍ୟାହାର କରିବାକୁ ଧମକ

ଅତାବିରା, ୨୦।୪: ଦୀର୍ଘ ୧୦ ଦିନ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଜଣେ ଯୁବତୀ ଘରକୁ ଫେରିଛନ୍ତି। ସେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କୁ ଧମକ ଦିଆଯାଉଥିବା ପରିବାର ପକ୍ଷରୁ ଶୁକ୍ରବାର ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି।

ଚୋରା କୋଇଲା ଜବତ ଘଟଣା: ଜଣେ ଗିରଫ

ବାସୁଦେବପୁର,୧୯।୪(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗତ ୩ ଦିନ ତଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ କରାଯାଇ ପ୍ରାୟ ୬ ହଜାର କୁଇଣ୍ଟାଲ ଚୋରା କୋଇଲା ଜବତ ହୋଇଥିଲା।

ବଳାତ୍କାରଙ୍କୁ ୭ ବର୍ଷ ଜେଲ୍‌

ବଳାତ୍କାରଙ୍କୁ ୭ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା କିଶୋରନଗର ଥାନା ଅଙ୍ଗପଡା ପଞ୍ଚାୟତ ହରିଡାନାଳୀ ଗ୍ରାମର ବସନ୍ତ ଦେହୁରୀଙ୍କୁ ଗୁରୁବାର ଅନୁଗୋଳ ସ୍ପେସିଆଲ ଜଜ୍‌ ସୌଭାଗିନୀ ମଲ୍ଲିକ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।