ଅପରାଧ |

ପୋଲିସ ଏନ୍‌କାଉଣ୍ଟର: ୨ ଅପରାଧୀ ଗିରଫ

ପୋଲିସ ଏନ୍‌କାଉଣ୍ଟର: ୨ ଅପରାଧୀ ଗିରଫ

ଭଞ୍ଜନଗର, ୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ଅପରାହ୍ନରେ ନିଧିଆପୋଲି ଗାଲେରି ରାସ୍ତାରେ ଏନ୍‌କାଉଣ୍ଟର କରି ୨ ଜଣେ ଅପରରାଧୀଙ୍କୁ କାବୁ କରିଛି। ସେ ହେଲେ ଝାଡ଼ଖଣ୍ଡ ରାଜ୍ୟର ସିମିଦିଗା ଅଞ୍ଚଳର ବାବୁଲା ପାଶଓ୍ବାନ(୪୦) ଓ  ଜିତେନ୍ଦ୍ର ନାୟକ। ବାବୁଲ କିଛି ଦିନ ହେବ ଝାଡଖଣ୍ଡରୁ ଆସି ଭଞ୍ଜନଗରର ଏକ ଲଜ୍‌ରେ ଭଡ଼ାରେ ରହୁଥିଲେ। ତାଙ୍କର ଚାଲିଚଳଣ ଉପରେ ପୋଲିସର ସନ୍ଦେହ ବଢିଥିଲା। ଭଞ୍ଜନଗର ଜେଲରେ ଥିବା ଜଣେ ଅପରାଧୀଙ୍କୁ ବାବୁଲା ଓ ଜିତେନ୍ଦ୍ର ହତ୍ୟା ପାଇଁ ଯୋଜନା କରୁଥିବା ଜାଣିପାରି ପୋଲିସ ତାଙ୍କୁ ଏନ୍‌କାଉଣ୍ଟର କରି କାବୁ କରିଛି। ଭଞ୍ଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଘଟଣାସ୍ଥଳରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଆହତ ବାବୁଲାଙ୍କୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

All Right Reserved By

ଅପରାଧ |

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

ବଲାଣୀରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବଡ଼ବିଲ, ୧୮।୭(ସ୍ବ.ପ୍ର.): ବଲାଣୀରେ ବଡ଼ବିଲ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି।

ତାଲା କାଟି ନେଇଗଲେ ଏସି, କୁଲର

ତାଲା କାଟି ନେଇଗଲେ ଏସି, କୁଲର

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନାଠାରୁ ପ୍ରାୟ ୫ଶହ ମିଟର ଦୂରରେ ଥିବା ଏକ ଇଲେକ୍ଟ୍ରି ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବତ୍ତ ଦୋକାନର ତାଲା ଭାଙ୍ଗି ଏସି, କୁଲର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି।

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

କଟକ ଅଫିସ, ୧୮।୭: ସିଏମ୍‌ସି ସ୍ବାସ୍ଥ୍ୟକର୍ମୀ ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଥିବା ସୁନୀଲଙ୍କ ଘର ଓ ସିଏମ୍‌ସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)- ଜୟଦେବ ବିହାର ପାଲହାଇଟ ଛକରେ ରବିବାର ସକାଳେ ବିବାହ କାର୍ଯ୍ୟରେ ଯୋଗଦେବାକୁ କାରରେ ଯାଉଥିବା ଲୋକନାଥ ପଟ୍ଟନାୟକ ଓ ତାଙ୍କ ପରିବାର ଲୋକଙ୍କୁ ଟ୍ରାଫିକ୍‌ ପୋଲିସ ମାଡ଼ ମାରିଥିଲା। ୫ଜଣ ପୋଲିସ କର୍ମଚାରୀ ସେମାନଙ୍କୁ ତଳେ ପକାଇ ଗୋଇଠା ବିଧା ମାରିଥିଲେ। ଏ ନେଇ ଲୋକନାଥ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧୮ା୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋ କେନ୍ଦ୍ରାପଡା ବାରିମୂଳ ଜେଲରେ ରହି ସହଯୋଗୀଙ୍କ ଦ୍ୱାରା ବାହାରେ ଆପରାଧିକ ନେଟଓ୍ବର୍କ ଚଳାଇପାରନ୍ତି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଟିଟୋଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି।

ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଖବରଦାତା ଗିରଫ

ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଖବରଦାତା ଗିରଫ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ଟ୍ରେନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜିଆରପି ଥାନା ପୋଲିସ ଜଣେ ଖବରଦାତାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲା ଶିଳ୍ପାଞ୍ଚଳର ସୁନୀଲ କୁମାର ମିଶ୍ର(୬୦)। ସେ ଜାତୀୟ ସ୍ତରର ଏକ ଦୈନିକ ଇଂଲିଶରେ ଖବରଦାତା ଭାବେ କାର୍ଯ୍ୟକରନ୍ତି।

ବାଉନ୍‌ସରଙ୍କୁ ପିଟି ହତ୍ୟା ଘଟଣା: ବାହାଦଲପୁରରେ ପୋଲିସର ଚଢ଼ାଉ, ଅଟକ ୨ ଅଭିଯୁକ୍ତଙ୍କୁ ଜେଲ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ଡୁମୁଡୁମା ଅଞ୍ଚଳର ବାଉନ୍‌ସର ଜ୍ୟୋତିରଞ୍ଜନ ବଳିୟାରସିଂଙ୍କୁ ହତ୍ୟା ଘଟଣାରେ ଏୟାରଫିଲ୍ଡ ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ବାହାଦଲପୁର ଗ୍ରାମରେ ଘନ ଘନ ଚଢ଼ାଉ ଜାରି ରଖିଛି। କିନ୍ତୁ ଗଁାର ଅଧିକାଂଶ ବ୍ୟକ୍ତି ଫେରାର ଥିବାରୁ ପୋଲିସ କାହାକୁ ଗିରଫ କରିପାରି ନାହିଁ। କେବଳ ଅଟକ ଥିବା ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

କଟକରୁ ୩୦ ଲକ୍ଷର ବ୍ରାଉନସୁଗାର ଜବତ: ବ୍ୟବହୃତ ଆଇନଜୀବୀଙ୍କ କାର୍‌ ଜବତ, ୪ ଗିରଫ

କଟକରୁ ୩୦ ଲକ୍ଷର ବ୍ରାଉନସୁଗାର ଜବତ: ବ୍ୟବହୃତ ଆଇନଜୀବୀଙ୍କ କାର୍‌ ଜବତ, ୪ ଗିରଫ

କଟକ ଅଫିସ୍‌,୧୮ା୭- କଲିକତାରୁ ଭାୟା ଜଳେଶ୍ୱର ଦେଇ କଟକ-ଭୁବନେଶ୍ୱରକୁ ଚାଲାଣ ହେଉଛି ବ୍ରାଉନସୁଗାର। ପୁଣି ଏଥିରେ ବ୍ୟବହୃତ ହେଉଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ କାର୍‌ ଓ ନାମୀଦାମୀ ଗାଡ଼ି। ପୋଲିସ ଆଖିରେ ଧୂଳିଦେଇ ଏହି ବେଆଇନ ନିଶା କାରବାର ବେଧଡ଼କ ଚାଲୁଥିବାବେଳେ ଅବକାରୀ ଗୋଇନ୍ଦା ବିଭାଗ ମଙ୍ଗଳବାର ଏକ ର଼୍ୟାକେଟକୁ ଧରିଛି।

ଯୁଧିଷ୍ଠିର ସାମନ୍ତରାୟଙ୍କୁ ହାଇକୋର୍ଟରୁ ଜାମିନ

ଯୁଧିଷ୍ଠିର ସାମନ୍ତରାୟଙ୍କୁ ହାଇକୋର୍ଟରୁ ଜାମିନ

କଟକ ଅଫିସ, ୧୮ା୭- ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ପୁଅ ପ୍ରିୟବ୍ରତ ସାମନ୍ତରାୟଙ୍କୁ ହାଇକୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ୨୫ହଜାର ଟଙ୍କାର ଜମାନତ ଓ ୨ ଜଣ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି। ଯୁଧିଷ୍ଠିର ଓ ତାଙ୍କ ପୁଅଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ଗତ ୧୧ ତାରିଖରେ ହାଇକୋର୍ଟରେ ହୋଇଥିଲା।

ଜୁଆ ଆଡ୍ଡା ଉପରେ ଚଢ଼ାଉ: ବାଇକ୍‌ ଜବତ, ଜଣେ ଅଟକ

ପରଜଙ୍ଗ, ୧୮।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଡ୍ଡା ଖୋଲି ଲକ୍ଷାଧିକ ଟଙ୍କାର ଖେଳ ହେଉଛି।

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୧୮ା୭- ଅନୁଗୋଳସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଲୁଟ୍‌ ଘଟଣାରେ ବିହାରର ଗୟାରୁ ଗିରଫ ହୋଇଥିବା ଦୁଇ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି ଅନୁଗୋଳ ପୋଲିସ। ଏ ନେଇ କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା।

Model This Week

ରୂପେଶ