ସମ୍ପାଦକୀୟ |

ଆଜିର ଅର୍ଥନୀତି/ ଆଗକୁ ସ୍ଥିତାବସ୍ଥା

ଆଜିର ଅର୍ଥନୀତି/ ଆଗକୁ ସ୍ଥିତାବସ୍ଥା
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୁଧବାର ତାଙ୍କର ପଞ୍ଚମ ଦ୍ୱିମାସିକ ଆର୍ଥିକ ନୀତି ସମୀକ୍ଷା ଅବସରରେ ପଲିସି ରେଟ୍‌ର ସ୍ଥିତାବସ୍ଥା ବଜାୟ ରଖିଛି। ଏପରି ହେବ ବୋଲି ବି ଆଗରୁ ଆଶା କରାଯାଉଥିଲା। ଦେଶରେ ଦରଦାମ୍‌ର ସାମଗ୍ରିକ ବିକଟ ସ୍ଥିତି ପରିପ୍ରେକ୍ଷୀରେ ଆର୍‌ବିଆଇ ରେପୋ ହାର ହ୍ରାସ କରିବ ବୋଲି କେହି ବି ଆଶା କରି ନ ଥିଲେ। ଆଗକୁ ମୁଦ୍ରାସ୍ଫୀତିର ଚାପ ଅଧିକ ହେବାର ଆଶଙ୍କା ବି ବ୍ୟାଙ୍କ ପ୍ରକଟ କରିଛି। ଗତ ସପ୍ତାହରେ ଆମେ ଏହି ସ୍ତମ୍ଭରେ ଅନୁରୂପ ପୂର୍ବାନୁମାନ କରିଥିଲୁ। ଆର୍ଥିକ ନୀତି କମିଟି (ଏମ୍‌ପିସି)ର କହିବା ଅନୁସାରେ, ନିକଟ ଭବିଷ୍ୟତରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ଅଛି: ଖାଦ୍ୟ ଓ ଇନ୍ଧନ ଦର ବୃଦ୍ଧି, କୃଷି ଓ ଶିଳ୍ପରେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଓ କେତେକ ରାଜ୍ୟରେ କୃଷିଋଣ ଛାଡ଼ ଘୋଷଣାକୁ କାର୍ଯ୍ୟକାରୀ କରିବା। ଏହା ମଧ୍ୟ ଆଉ କେତେକ କାରକ ବିଷୟରେ ଆଲୋକପାତ କରିଛି। ଯଥା- କେନ୍ଦ୍ର ସରକାର ପେଟ୍ରୋଲିୟମ୍‌ ଉତ୍ପାଦ ଉପରୁ ଆଂଶିକ ଆମଦାନୀ ଶୁଳ୍କ ହ୍ରାସ କରିବା ଓ କେତେକ ରାଜ୍ୟ ଭାଟ୍‌ ହ୍ରାସ କରିବା ସହ କେନ୍ଦ୍ର ସରକାର ଅନେକ ଦ୍ରବ୍ୟ ଉପରୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ହ୍ରାସ କରିବା ଯୋଗୁ ରାଜସ୍ବ ଆଦାୟ କମିବା। ଏହା ବିତ୍ତୀୟ ନିଅଣ୍ଟ ନିର୍ଦ୍ଦିଷ୍ଟ ସୀମା ଭିତରେ ରଖିବାର ଲକ୍ଷ୍ୟକୁ ବିପନ୍ନ କରିବ ଯାହା ମୁଦ୍ରାସ୍ଫୀତି ବୃଦ୍ଧିରେ ସହାୟକ ହେବ। କେନ୍ଦ୍ର ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ ଦରମା ପାଇବା ଓ ତା’ ପରେ ଘରଭଡ଼ା ଭତ୍ତା ୩୫ ବେସିସ୍‌ ପଏଣ୍ଟ ଭିତରେ ରଖାଯିବା ଘଟଣାକୁ ଆର୍‌ବିଆଇ ମଧ୍ୟ ଅନ୍ୟତମ କାରକ ଭାବେ ଦର୍ଶାଇଛି। ନିକଟରେ ମିଳିଥିବା ତଥ୍ୟ ଅନୁସାରେ, ଅକ୍ଟୋବର ଶେଷ ସୁଦ୍ଧା ଦେଶର ବିତ୍ତୀୟ ନିଅଣ୍ଟ ୯୬ ପଏଣ୍ଟ ଛୁଇଁଛି। ଏହାର ଅର୍ଥ ଆଗାମୀ ତ୍ରିମାସୀରେ ବ୍ୟୟ ବୃଦ୍ଧି କରିବା ଲାଗି ସରକାର ଆବଶ୍ୟକ ପରିମାଣର ଅର୍ଥ ଖର୍ଚ୍ଚ କରି ନ ପାରନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟକୁ କମାଇ ଜିଡିପିର ୩.୨ ପ୍ରତିଶତ ଭିତରେ ସୀମିତ ରଖିବା ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଗତବର୍ଷ ଏହା ୩.୫ ପ୍ରତିଶତ ରହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିଥିଲା। କିନ୍ତୁ ଏବର୍ଷ ଏହା ଧାର୍ଯ୍ୟ ଲକ୍ଷ୍ୟ ଭିତରେ ସୀମିତ ରଖିବା କଷ୍ଟକର ହେବ। ତେଣୁ ଜନମଙ୍ଗଳ କାର୍ଯ୍ୟରେ ବ୍ୟୟ ବୃଦ୍ଧି କରିବା ପାଇଁ ସରକାରଙ୍କ ପାଖରେ କୌଣସି ସୁଯୋଗ ଏବେ ନାହିଁ। ପରିଣାମତଃ ସରକାର ଚାହୁଁଛନ୍ତି ଆର୍‌ବିଆଇ କିଛି ସୁଧହାର ହ୍ରାସ କରୁ, ଯାହା ଫଳରେ ଉଭୟ ଜନସାଧାରଣ ତଥା କର୍ପୋରେଟ୍‌ଗୁଡ଼ିକ ଅଧିକ ଖର୍ଚ୍ଚ କରିବାର ଅବକାଶ ପାଇବେ। ଆର୍‌ବିଆଇର ସଦ୍ୟତମ ପଲିସି ବିବୃତିରୁ ଜଣାପଡ଼ୁଛି ଯେ, ୨୦୧୮ ମସିହାରେ ଅଧିକାଂଶ ସମୟ ଏହା ପଲିସି ରେଟ୍‌ ଅପରିବର୍ତ୍ତିତ ରଖିପାରେ। କାରଣ କେନ୍ଦ୍ରୀୟ ବ୍ୟାଙ୍କ ଆଶା କରୁଛି ଯେ ଏହାଦ୍ୱାରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭିତରେ ରହିବ। ଆସନ୍ତା ଦିନଗୁଡ଼ିକରେ ହେବାକୁ ଥିବା ପଲିସି ସମୀକ୍ଷା ଅବସରରେ ସର୍ବୋଚ୍ଚ ବ୍ୟାଙ୍କ ଏହି ଆଭିମୁଖ୍ୟ ଗ୍ରହଣ କରିବା ଆଶା କରାଯାଏ। ଭାରତୀୟ ରିଜର୍ଭ ବ୍ୟାଙ୍କର ମୂଳ କାର୍ଯ୍ୟ ହେଲା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ଭିତରେ ରଖିବା ଏବଂ ଏହା ସେହି ଦାୟିତ୍ୱ ଭଲ ଭାବରେ ତୁଲାଇ ଚାଲିଛି। ବିଗତ ମାସଗୁଡ଼ିକରେ ଏହା ମୁଦ୍ରାସ୍ଫୀତିର ନିୟନ୍ତ୍ରଣ ଉପରେ ହିଁ ଗୁରୁତ୍ୱ ଦେଇଆସିଛି। ତା’ର ଫଳ ସ୍ବରୂପ ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ଏବଂ ୨୦୧୭-୧୮ର ପ୍ରଥମାର୍ଦ୍ଧରେ ଯେତେବେଳେ ମୁଦ୍ରାସ୍ଫୀତି ୨୦୦ ବେସିସ୍‌ ପଏଣ୍ଟ୍‌ କମିଗଲା, ସେତେବେଳେ ଏହା ପଲିସି ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିଥିଲା। କିନ୍ତୁ ଯେତେବେଳେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାକୁ ଆରମ୍ଭ କଲା, ସେତେବେଳେ ଏହା ପଲିସି ରେଟ୍‌ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଲା। ତେବେ ଆମେ କହିବାକୁ ଚାହୁଁନାହୁଁ ଯେ, ଅଭିବୃଦ୍ଧି ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ ସମ୍ପୂର୍ଣ୍ଣ ଉଦାସୀନ। ପଲିସି ବିବୃତିରେ ସର୍ବୋଚ୍ଚ ବ୍ୟାଙ୍କ ଅର୍ଥନୀତିର ଅନୁକୂଳ କେତେକ କାରକ ସମ୍ପର୍କରେ ଉଲ୍ଲେଖ କରିଛି, ଯାହା ଆଗାମୀ ତ୍ରିମାସୀଗୁଡ଼ିକରେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ସେଗୁଡ଼ିକ ମଧ୍ୟରେ ଅଛି: ପୁଞ୍ଜିବଜାରରୁ ସଂଗୃହୀତ ପାଣ୍ଠି, ସ୍ବଚ୍ଛନ୍ଦ ବ୍ୟବସାୟିକ କାରବାରରେ ଉନ୍ନତି, ବ୍ୟାଙ୍କରୁ ଋଣ ନେଇ ଶୁଝୁ ନ ଥିବା ଓ ବ୍ୟାଙ୍କଗୁଡ଼ିକୁ ଦେବାଳିଆ କରୁଥିବା ଠକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସରକାର ବଡ଼ ଆକାରର ପାଣ୍ଠି ଯୋଗାଇବା ବା ପୁନଃପୁଞ୍ଜୀକରଣ କାର୍ଯ୍ୟକ୍ରମ ଇତ୍ୟାଦି। ଆର୍ଥିକ ଅଭିବୃଦ୍ଧି ଲାଗି ଏଗୁଡ଼ିକ ଉତ୍ତମ ପଦକ୍ଷେପ ଓ ଶୁଭ ସୂଚନା, ମାତ୍ର କେବଳ ଏତିକି ପଦକ୍ଷେପ ଦ୍ୱାରା ତିନିମାସ ଭିତରେ ଆଶାନୁରୂପ ଭାବେ ୭.୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିବା ଅସମ୍ଭବ। ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା: ମୁଦ୍ରାସ୍ଫୀତି ବୃଦ୍ଧିର ଆଶଙ୍କା ରହିଥିବା ବେଳେ ଅଭିବୃଦ୍ଧି ହାରରେ ଉନ୍ନତି ଏବଂ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଯଥେଷ୍ଟ ପୁଞ୍ଜି ମହଜୁଦ ଥାଇ ସ୍ବଚ୍ଛନ୍ଦ ସ୍ଥିତିରେ ଥିବା ବେଳେ ୨୦୧୮ ବର୍ଷର ଅଧିକାଂଶ ସମୟ କେନ୍ଦ୍ରୀୟ ବ୍ୟାଙ୍କ ବିରତି ସ୍ଥିତିରେ ରହିପାରେ, ଅର୍ଥାତ୍‌ ସୁଧହାର ହ୍ରାସ କରି ନ ପାରେ।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...