ସମ୍ପାଦକୀୟ |

ରସାତଳଗାମୀ ରେଳସେବା

ରସାତଳଗାମୀ ରେଳସେବା

ଡ. ନାରାୟଣ ମହାନ୍ତି
ଆମେ ସମସ୍ତେ ଜାଣୁ ଯେ, ଆମର ରେଳମନ୍ତ୍ରୀ ପ୍ରାୟତଃ ରେଳଗାଡିରେ ଯିବାଆସିବା କରନ୍ତି ନାହିଁ। ସେ ଉଡାଜାହାଜରେ ଯାତ୍ରା କରନ୍ତି ଏବଂ ତହିଁରୁ ଓହ୍ଲାଇ ମୋଟରଗାଡିରେ ଗନ୍ତବ୍ୟସ୍ଥଳକୁ ଯାଆନ୍ତି। ସୁତରାଂ ରେଳଯାତ୍ରୀଙ୍କର ଦୁର୍ଦ୍ଦଶା ପ୍ରତ୍ୟକ୍ଷ କରିବାର ଦୁର୍ଭାଗ୍ୟ ତାଙ୍କର ଜୁଟେନାହିଁ। ଗତ ୪ ଦଶନ୍ଧି ଧରି ରେଳଗାଡିରେ ଏଇ ଲେଖକ ଯାତ୍ରା କରିଆସୁଛି। କିନ୍ତୁ ଆଗ ସମୟକୁ ଆଜିର ସମୟ ସହ ତୁଳନା କଲେ ଜଣାଯାଏ ଯେ, ଆଜିର ଦୁର୍ଦ୍ଦଶା ଆଗର ଦୁର୍ଦ୍ଦଶାକୁ ବଳିଗଲାଣି। ରେଳଗାଡି ବିଳମ୍ବରେ ଚାଲିବା କିଛି ନୂଆକଥା ନୁହେଁ। କିନ୍ତୁ ଆଜି ତାହା ସୀମା ଟପିବାକୁ ବସିଲାଣି। ଆଗେ ବିଳମ୍ବକୁ ‘ଘଣ୍ଟା’ରେ ପ୍ରକାଶ କରାଯାଉଥିଲା, ଏବେ କିନ୍ତୁ ତାହା ‘ଓଳି’ରେ ବ୍ୟକ୍ତ ହେଉଛି। ସେଦିନ ମୋର ଜଣେ ସହଯାତ୍ରୀଙ୍କୁ ତାଙ୍କ ପୁଅ ଫୋନ୍‌ରେ ପଚାରିଥିଲେ, ”ବାପା! ଗାଡି କେତେ ବିଳମ୍ବରେ ଚାଲିଛି?“ ସେ ଉତ୍ତର ଦେଇଥିଲେ, ”ଓଳିଏ ଲେଟ୍‌ ହେଲାଣି!“ ଆଜି ବି ଆମ ରାଜଧାନୀରୁ ଦେଶର ଅନେକ ସ୍ଥାନକୁ ସିଧାସଳଖ ରେଳଯାତ୍ରାର ସୁଯୋଗ ନାହିଁ। ରେଳ ସଂଯୋଗ ନ ଥିବା ସେସବୁ ସ୍ଥାନକୁ ଯିବାକୁ ହେଲେ ହାଓଡା, ମାଡ୍ରାସ ବା ଅନ୍ୟ କୌଣସି ଷ୍ଟେଶନରେ ଓହ୍ଲାଇ ସେଠାରୁ ଦୋସରା ଟ୍ରେନ୍‌ ଧରିବାକୁ ପଡିଥାଏ। ଏହି ପରବର୍ତ୍ତୀ ଯାତ୍ରା ପାଇଁ ଆଗେ ମଝି ଷ୍ଟେଶନରେ ଓହ୍ଲାଇବା ପରେ ୩/୪ ଘଣ୍ଟା ସମୟ ହାତରେ ରଖିବାକୁ ପଡୁଥିଲା। ମାତ୍ର ଏବେ ଗାଡି ଚଳାଚଳରେ ଅସ୍ବାଭାବିକ ବିଳମ୍ବ ଯୋଗୁ ଓଳିଏ ସମୟ ହାତରେ ରଖିଲେ ବି ଯଥେଷ୍ଟ ହେଉନାହିଁ। ମଝି ଷ୍ଟେଶନରେ ପହଞ୍ଚିଲାବେଳକୁ ନିର୍ଦ୍ଧାରିତ ଟ୍ରେନ୍‌ ଛାଡି ଦେଇଥିବା ଦେଖାଯାଉଛି। ସେ କ୍ଷେତ୍ରରେ ଯାତ୍ରୀଙ୍କ ଅବସ୍ଥା ଯାହା ହୁଏ, ତାହା ନ ଦେଖିବା ଲୋକ ବିଶ୍ୱାସ କରିବେ ନାହିଁ। ଟ୍ରେନ୍‌ ବିଳମ୍ବରେ ଚାଲୁଥିବାର ପ୍ରକୃତ କାରଣ ମଧ୍ୟ ସବୁବେଳେ ଜାଣି ହୁଏନାହିଁ। ଷ୍ଟେଶନ ନ ଥାଇ ମଧ୍ୟ ଗାଡି ଅଟକେ ଓ କିଛି ବୁଲାବିକାଳି ତହିଁରୁ ଓହ୍ଲାଇଯାଉଥିବା ଦେଖାଯାଏ। ପୁଣି କୌଣସି ଷ୍ଟେଶନରେ ଗାଡି ଦୀର୍ଘ ସମୟ ରହୁଥିବା ଏବଂ ଖିଆପିଆ ଧୁମ୍‌ଧାମ୍‌ରେ ଚାଲିଥିବା ଦୃଷ୍ଟିରେ ପଡେ। ପାର୍ଶଲ ଭ୍ୟାନ୍‌ରୁ ଜିନିଷପତ୍ର କାଢିବାକୁ କେଉଁ ଷ୍ଟେଶନରେ କେତେ ସମୟ ଲାଗେ, ତା’ର କିଛି ଠିକ୍‌ଠିକଣା ନ ଥାଏ। ତାହା ପାର୍ଶଲ କ୍ଲର୍କ ଓ କୁଲିମାନଙ୍କ ମର୍ଜି ଉପରେ ନିର୍ଭର କରୁଥିବା ପରି ମନେହୁଏ। ଆମେ ଜଳକା ପରି ଚାହିଁ ରହିଥାଉ। ଟ୍ରେନ୍‌ ଠିକ୍‌ ସମୟରେ ଚଳାଚଳ କରିବାର ଦାୟିତ୍ୱ ବିଭାଗର କୌଣସି କର୍ମଚାରୀଙ୍କର ଥିବା ପରି ଜଣାପଡେନାହିଁ। ରେଳଗାଡିରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ କଥା କହିଲେ ନ ସରେ। ଖୋଦ୍‌ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର୍‌ ଜେନେରାଲ୍‌ (ସିଏଜି) ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଏହି ଖାଦ୍ୟ ମଣିଷ ଖାଇବାଯୋଗ୍ୟ ନୁହେଁ। ପାନୀୟ ବିଷୟରେ ରିପୋର୍ଟରେ ଦର୍ଶାଯାଇଛି ଯେ, ଟ୍ୟାପ୍‌ରୁ ଅଶୋଧିତ ପାଣିକୁ ସିଧାସଳଖ ବୋତଲରେ ଭର୍ତ୍ତି କରାଯାଇ ଯାତ୍ରୀମାନଙ୍କୁ ପିଇବାକୁ ଦିଆଯାଉଛି। ଖାଦ୍ୟର ମୂଲ୍ୟ ପୁଣି ଆକାଶଛୁଆଁ। କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ନିରାମିଷ ମିଲ୍‌ର ଦାମ୍‌ ପଚାଶ ଟଙ୍କା। ମାତ୍ର ଯାତ୍ରୀମାନଙ୍କୁ ଏହା ଜଣପିଛା ଶହେ ଟଙ୍କା ଦେଇ କିଣିବାକୁ ପଡିଥାଏ। କଦବା କେହି ମିଲର ଦରକୁ ନେଇ ପ୍ରଶ୍ନ ଉଠାଇଲେ ତାହା ନିରର୍ଥକ ହୋଇଥାଏ। ଦିନ ଦ୍ୱିପହରରେ ସମସ୍ତଙ୍କ ଆଖି ସାମ୍ନାରେ ଏହି ହରିଲୁଟ୍‌ ଚାଲିଥାଏ। ଖାଦ୍ୟର ମାନ ଓ ମୂଲ୍ୟ ବ୍ୟତୀତ ଏହାର ପରିମାଣ ମଧ୍ୟ ବିବେକସମ୍ମତ ନୁହେଁ। ଏକ ନିରାମିଷ ମିଲ୍‌ରେ ୧୫୦ ଗ୍ରାମ୍‌ର ରାଇସ୍‌ ପଲାଉ ବା ଜିରା ରାଇସ୍‌ ବା ଉତ୍କୃଷ୍ଟ ମାନର ପ୍ଲେନ୍‌ ରାଇସ୍‌ ରହିବ ବୋଲି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ରହିଛି। ତା’ ସହ ୧୦୦ ଗ୍ରାମ୍‌ର ୨ଟି ପରଟା ବା ୪ଟି ଚପାତି ବା ୫ଟି ପୁରି ରହିବ ବୋଲି ନିୟମ ଅଛି। ସେହିପରି ଡାଲି ବା ସମ୍ବର, ତରକାରି, ଦହି ବା ମିଠା, ଆଚାର ଓ ପିଇବାପାଣିର ପରିମାଣ ବି ନିର୍ଦ୍ଧାରିତ ହୋଇଛି। ମାତ୍ର ଖାଇଲାବେଳେ ଖାଦ୍ୟର ନିର୍ଦ୍ଧାରିତ ପରିମାଣ କଥା ଭାବିଲେ ମନ ତାତିଉଠେ। ଯାତ୍ରୀମାନେ ସମୟ ବିତାଇବା ପାଇଁ ଆବଶ୍ୟକ ଥାଉ ବା ନ ଥାଉ ଚା ପାନ କରିଥାନ୍ତି। କର୍ତ୍ତୃପକ୍ଷ ୧୫୦ ଏମ୍‌ଏଲ୍‌ ସାଧାରଣ ମାନ ବିଶିଷ୍ଟ ଚା’ର ମୂଲ୍ୟ ପାଞ୍ଚ ଟଙ୍କା ଓ ସେହି ପରିମାଣର ଚା ଥଳି ସହ ଚା’ର ଦର ସାତଟଙ୍କା ଧାର୍ଯ୍ୟ କରିଛନ୍ତି। ଆଗେ ‘ଟି ବ୍ୟାଗ୍‌’ ସହ ଚା ଓ ତା’ ସଙ୍ଗେ ଏକ ପ୍ୟାକେଟ୍‌ ବିସ୍କୁଟ୍‌ ଦେଇ ଚା ବିକାଳି ଆମଠାରୁ ଦଶଟଙ୍କା ନେଉଥିଲା। ଏବେ ଆଉ ବିସ୍କୁଟ୍‌ ଦିଆଯାଉ ନାହିଁ; ମାତ୍ର ମୂଲ୍ୟ ସେହି ଦଶ ଟଙ୍କା ରହିଛି। ଆପତ୍ତି ଉଠାଇଲେ ତାହା ଫଳପ୍ରସୂ ହେଉନାହିଁ। ଏଇ ଲେଖକ ଥରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଯାତ୍ରା କରୁଥାଏ। ମଧ୍ୟାହ୍ନଭୋଜନ କରିସାରି ମୂଲ୍ୟ ପଇଠ କଲା ପରେ ଓ୍ବେଟରକୁ ବିଲ୍‌ ମାଗିବାରୁ ସେ ଦେବ ବୋଲି କହି ଚାଲିଗଲା। ପୁଣି ରାତ୍ରିଭୋଜନର ମୂଲ୍ୟ ପ୍ରଦାନ କଲାବେଳେ ବିଲ୍‌ ଦେବାକୁ କହିବାରୁ ଏଥର ସେ ରାଗିଯାଇ କହିଲା, ”ଭୁବନେଶ୍ୱର ପର୍ଯ୍ୟନ୍ତ ତ ଯିବେ, ବିଲ୍‌ ପାଇଁ ଏତେ ବ୍ୟସ୍ତ କାହିଁକି?“ ତା’ ପର ଦିନ ମଧ୍ୟାହ୍ନଭୋଜନ ପରେ ବିଲ୍‌ ମାଗିବା ପୂର୍ବରୁ ଓ୍ବେଟର୍‌ କହିଲା- ”ଆପଣ ଓହ୍ଲାଇବା ଆଗରୁ ବିଲ୍‌ ଦେଇଦେବି।“ ତା’ କଥାରେ ତାଚ୍ଛଲ୍ୟ ଭରିରହିଥିଲା। ବିଲ୍‌ ନ ଦେଲେ ରେଳମନ୍ତ୍ରୀଙ୍କୁ ଲେଖିକରି ଜଣାଇଦେବି ବୋଲି କହିବାରୁ କିଛି ନ କହି ସେ ଚାଲିଗଲା। ମୁଁ ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇବା କ୍ଷଣି ଓ୍ବେଟର ମୋ ଆଡକୁ ଆସୁଥିବାର ଦେଖିଲି। ଭାବିଲି, ସେ ବିଲ୍‌ ଦେବାକୁ ଆସୁଛି। ମାତ୍ର ସେ ବିଲ୍‌ ତ ଦେଲାନାହିଁ, ବରଂ ଛିଗୁଲାଇ କରି କହିଲା, ”ଆଜ୍ଞା ! ମୁଁ ବିଲ୍‌ ଦେଲିନାହିଁ ବୋଲି ଲେଖିକରି ରେଳମନ୍ତ୍ରୀଙ୍କୁ ଜଣାଇଦେବାକୁ ଭୁଲିବେ ନାହିଁ।“ ଆଖି ପିଛୁଳାକେ ସେ ଅନ୍ତର୍ଦ୍ଧାନ ହୋଇଗଲା। ତା’ର ବିଦ୍ରୂପ ମୋତେ ଯେତେ ବାଧି ନ ଥିଲା ରେଳମନ୍ତ୍ରୀଙ୍କ ଉପରେ ତା’ର ରହିଥିବା ଭରସା ମୋତେ ତତୋଽଧିକ ଆଶ୍ଚର୍ଯ୍ୟ କରିଥିଲା। ସେ ଜାଣିଥଲା ଯେ, ମନ୍ତ୍ରୀଙ୍କ ପାଖକୁ ଲେଖିଲେ ବି ତା’ର ସାମାନ୍ୟ କ୍ଷତି ହେବନାହିଁ। ରେଳଗାଡିରେ ଶାନ୍ତି ଓ ସୁରକ୍ଷା ଦୃଷ୍ଟିରୁ ଲୋକେ ସ୍ଲିପର କ୍ଲାସ୍‌ (ସଂରକ୍ଷିତ)ରେ ଯାତାୟାତ କରିଥାନ୍ତି। ଏବେ କିନ୍ତୁ ସେହି ଯାତ୍ରା ମଧ୍ୟ ନରକଯନ୍ତ୍ରଣା ତୁଲ୍ୟ ହୋଇଛି। ଓ୍ବେଟିଂ ଲିଷ୍ଟରେ ଥିବା ଯାତ୍ରୀମାନେ ଅବାଧରେ ଏହି ସଂରକ୍ଷିତ ବଗିରେ ପ୍ରବେଶ କରୁଛନ୍ତି। ମାସିକ ମିଆଦୀ ଟିକେଟ୍‌ଧାରୀଙ୍କ ପାଇଁ ତ ରେଳବଗି ସାହାଣମେଲା ହୋଇଛି। ଏମାନେ ସମସ୍ତେ ବେଆଇନ ଭାବେ ସଂରକ୍ଷିତ ବଗିରେ ପ୍ରବେଶ କରି ଜୋରଜବରଦସ୍ତ ସଂରକ୍ଷିତ ସ୍ଥାନରେ ବସିପଡୁଛନ୍ତି। ଏଣେ କିନ୍ନରମାନଙ୍କ ଜୁଲମ ତ କହିଲେ ନ ସରେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ୱରେ ଥିବା କର୍ମଚାରୀମାନେ ଏସବୁ ଦେଖି ନ ଦେଖିବା ପରି। ଯାତ୍ରୀମାନେ ଟ୍ରେନ୍‌ରେ ଚଢିବା ବେଳଠୁ ନିର୍ଦ୍ଧାରିତ ଷ୍ଟେଶନରେ ଓହ୍ଲାଇବା ପର୍ଯ୍ୟନ୍ତ ତାଙ୍କ ପରିବାରବର୍ଗ ଗଭୀର ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରନ୍ତି। କେବେ ଓ କେଉଁଠି ରେଳ ଦୁର୍ଘଟଣା ହେଉଛି, ତାହା ଜାଣିବା ପାଇଁ ସେମାନେ ଟିଭି ଖବର ଉଣ୍ଡୁଥାନ୍ତି। କେନ୍ଦ୍ରରେ ସରକାରର ନବକଳେବର ହେବା ପରେ ରେଳଯାତ୍ରା ସୁଗମ ହେବ ବୋଲି ଯାତ୍ରୀମାନଙ୍କର ଆଶା ଥିଲା। ମାତ୍ର ଏବେ ମହରଗରୁ କାନ୍ତାରରେ ପଡିବା ସାର ହୋଇଛି। ରେଳମନ୍ତ୍ରୀ ଯଦି ସୁରୁଖୁରୁ ଓ ସ୍ବଚ୍ଛନ୍ଦ ରେଳଯାତ୍ରା ପାଇଁ ଧ୍ୟାନ ଦିଅନ୍ତେ ତେବେ ତାହା ସ୍ବାଗତଯୋଗ୍ୟ ହୁଅନ୍ତା।
ଇମେଲ୍‌: drnarayanmohanty@gmail.com

All Right Reserved By

ସମ୍ପାଦକୀୟ |

ଅସହଯୋଗର ଦୁଃଖ

ଅସହଯୋଗର ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦେଶର ସର୍ବୋଚ୍ଚ ଖାଉଟି ସମବାୟ ସଂସ୍ଥା ବୋର୍ଡ ଅଫ୍‌ ନ୍ୟାଶ୍‌ନାଲ କୋଅପରେଟିଭ୍ସ କଞ୍ଜ୍ୟୁମର୍ସ ଫେଡ଼େରେଶନ୍‌ (ଏନ୍‌ସିସିଏଫ୍‌ ବୋର୍ଡ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ନିଯୁକ୍ତି ଦେବା କାହାର ଅଧିକାରଭୁକ୍ତ ଏ ନେଇ ଉକ୍ତ ସଂସ୍ଥା ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ମନ୍ତ୍ରଣାଳୟ ଜଣେ ଯୁଗ୍ମ ସଚିବ ଅନିଲ ବହୁଗୁଣାଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ଦେବାବେଳେ ଏହି ମତଭେଦ ପଦାକୁ ଆସିଛି। ବିଶିଷ୍ଟ ସମବାୟ ନେତା ତଥା ପୂର୍ବତନ ବିଧାୟକ ବିଜେନ୍ଦର ...

ଗୁଜବର ବ୍ୟାପକତା

ଗୁଜବର ବ୍ୟାପକତା

ଶିବରାମ ଶତପଥୀ ପ୍ରାୟ ଷାଠିଏ ବର୍ଷ ପୂର୍ବର କଥା। ଲୋକେ ପଦବ୍ରଜରେ ଯିବା ଆସିବା କରୁଥିଲେ। ଦିନେ ମୁଁ ପଦିଆ ମାମୁଙ୍କୁ ପଚାରିଲି- ତୁମେ ପରା ଆଜି ଅମୁକ ଗାଁକୁ ଯିବାର ଥିଲା, ଯାଉନ। ସେ କହିଲେ ଖଙ୍ଗାର ମାତିଛି ପରା, ଏକୁଟିଆ କେମିତି ଯିବି? ପିଲାଙ୍କୁ ତାଗିଦ କରାଯାଉଥିଲା, ଏକା ଏକା ଦେଖିଲେ ପିଲାଙ୍କୁ ଖଙ୍ଗାର ବସ୍ତାରେ ପୂରାଇ ନେଇଯିବ। ଅମୁକଠାରେ ପୋଲ ତିଆରି ହେଉଛି ତ, ତା ନିଅଁରେ ପକାଇବା ପାଇଁ ପିଲାଙ୍କୁ ଧରି ନିଆଯାଉଛି। ପୋଲର ସ୍ଥାୟିତ୍ୱ ପାଇଁ ନରବଳି ଆବଶ୍ୟକ। ଏହା ଅବଶ୍ୟ ଏକ ଅନ୍ଧବିଶ୍ୱାସ।...

ଭକ୍ତ ଓ ଭଗବାନଙ୍କ ମହାମିଳନ

ଭକ୍ତ ଓ ଭଗବାନଙ୍କ ମହାମିଳନ

ବିମଳ ପ୍ରସନ୍ନ ଦାସ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ଅନୁପମ ଓ ଅଲୌକିକ। ସେଥିପାଇଁ ଦାସିଆ ବାଉରିଙ୍କ ଅଧିକାର ଓ ଅଭିମାନ ଯୁଗ ଯୁଗକୁ ଅତୁଟ ରହିଛି ଓ ରହିଥିବ। କାରଣ ଲୀଳାମୟ, କାଳିଆ ସାଆନ୍ତ, ମହାବାହୁ ରାଜାଧିରାଜ ମଣିଷର ଠାକୁର। ଭକ୍ତର ଭାବରେ ବନ୍ଧା। ତା’ର ଜୀବନ ଧନ-ଅନ୍ଧ ଲଉଡି। କେତେ ବିଶ୍ୱାସ ଓ ନିର୍ଭରତା ଭକ୍ତର। ସାମାନ୍ୟ ଭରତିଆ ପକ୍ଷୀଟିର ଉଦାହରଣ ଯଥେଷ୍ଟ। କୁରୁକ୍ଷେତ୍ର ଯୁଦ୍ଧ ପ୍ରାରମ୍ଭରେ ପକ୍ଷୀଟି ବ୍ୟାକୁଳ ପ୍ରାର୍ଥନା କରିଛି ତା’ର ଅଣ୍ଡା ଦୁଇଟିକୁ ରକ୍ଷା କରିବାକୁ। ଭକ୍ତ ବଳରାମଙ୍କ କାଳଜ...

ଏଇ ଭାରତରେ

ଏଇ ଭାରତରେ

ନୀଚକୁଳରେ ଜନ୍ମ ହୋଇଥିବାରୁ ଜଣେ ମହିଳାଙ୍କ ହାତରନ୍ଧା ଖାଇବାକୁ କେତେକେ ନାକ ଟେକିଛନ୍ତି। ପରିଣାମ ସ୍ବରୂପ ଉକ୍ତ ମହିଳାଙ୍କୁ ସ୍କୁଲ୍‌ରୁ ହଟାଇ ଦେବାପାଇଁ ଉଚ୍ଚଜାତିର ଲୋକମାନେ ଦାବି ଉଠାଇଥିଲେ। ତାମିଲନାଡୁର ଏକ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ କରିବାରୁ ଉକ୍ତ ଦଳିତ ମହିଳାଙ୍କୁ ବଞ୍ଚତ୍ତ କରାଯାଇଛି। ତିରୁପୁର ଜିଲାର ଓକାମ୍‌ପଲାୟମ୍‌ ଗାଅଁାରେ ପି. ପାପଲ୍‌ ନାମ୍ନୀ ଏହି ମହିଳା ଗତ ୨ବର୍ଷ ହେଲା ମଧ୍ୟାହ୍ନଭୋଜନ ପାଚିକା ଭାବରେ ନିଯୁକ୍ତି ପାଇଥିଲେ। ସପ୍ତାହକ ତଳେ ନିଜ ଅନୁରୋଧ କ୍ରମେ ...

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

୧. ଜଗନ୍ନାଥଙ୍କ ରଥର ଚକ ସଂଖ୍ୟା କେତେ?

Model This Week

ରୂପେଶ