ବାଣିଜ୍ୟ |

ମିଲ୍କି ମୁ ସୁପର ବଜାରରେ

ମିଲ୍କି ମୁ ସୁପର ବଜାରରେ

ଭୁବନେଶ୍ୱର,୮-୧୨(ବ୍ୟୁରୋ)- ରାଜ୍ୟର ପ୍ରମୁଖ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମିଲ୍କ୍‌ ମନ୍ତ୍ରା ଏବେ ଦୈନିକ ୩ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରୁଛି। ବର୍ତ୍ତମାନ ଏହାର ସମ୍ବଲପୁର ଓ ଗୋପରେ ଦୁଇଟି ପ୍ଲାଣ୍ଟ ରହିଥିବା ବେଳେ ପ୍ରାୟ ୫୦ ହଜାର ଦୁଗ୍ଧ ଚାଷୀ ମିଲ୍‌କ ମନ୍ତ୍ରା ଦ୍ୱାରା ଉପକୃତ ହେଉଛନ୍ତି। ଶୁକ୍ରବାର କମ୍ପାନୀ ଏହାର ନୂତନ ଉତ୍ପାଦ ‘ମିଲ୍କି ମୁ ସୁପର’ର ବଜାର ପ୍ରବେଶ କରାଇବା ଅବସରରେ ଏହାର ପ୍ରତିଷ୍ଠାତା ତଥା ଏମ୍‌ଡି ଶ୍ରୀକୁମାର ମିଶ୍ର ଏହା କହିଛନ୍ତି। ମିଲ୍କ୍‌ ମନ୍ତ୍ରାର ବ୍ରାଣ୍ଡ୍‌ ଆମ୍ବାସାଡର ଅଭିନେତା ଅନୁଭବ ମହାନ୍ତି ଅତିଥି ଭାବେ ଯୋଗ ଦେଇ ମିଲ୍କି ମୁ ସୁପରକୁ ବଜାର ପ୍ରବେଶ କରାଇଥିଲେ। ଏହି ନୂତନ କ୍ଷୀରରେ ଭିଟାମିନ୍‌ ଏ ଏବଂ ଡି ରହିଥିବା ବେଳେ ଏହା ଶିଶୁଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉପାଦେୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ମିଲ୍କ୍‌ ମନ୍ତ୍ରା ଉତ୍ପାଦ ଉପଲବ୍ଧ ହେଉଥିବା ବେଳ ଓଡିଶା ବାହାରେ ରାଞ୍ଚି, ଜାମ୍‌ସେଦ୍‌ପୁର, କଲିକତା ଓ ରାୟପୁରରେ ମଧ୍ୟ ଉପଲବ୍ଧ ହେଉଛି ବୋଲି ମିଶ୍ର କହିଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ୍ପାନୀ ପ୍ରାୟ ୬୦% ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି ବୋଲି ସେ କହିଛନ୍ତି।

All Right Reserved By

ବାଣିଜ୍ୟ |

ପାଣି, ବିଜୁଳି, ଚିକିତ୍ସା ସୁବିଧା ଦିଅ : ବୁଲେଟ୍‌ ଟ୍ରେନ୍‌ ପାଇଁ ଜମି ଦବୁ

ପାଣି, ବିଜୁଳି, ଚିକିତ୍ସା ସୁବିଧା ଦିଅ : ବୁଲେଟ୍‌ ଟ୍ରେନ୍‌ ପାଇଁ ଜମି ଦବୁ

ବମ୍ବେ,୧୮-୬ ସହଜ ସୁବିଧାରେ ଜୀବନ ନିର୍ବାହ କରିବା ପାଇଁ ଆମକୁ ପ୍ରଥମେ ପାଣି, ବିଜୁଳି ଆଲୁଅ ଏବଂ ଡାକ୍ତରୀ ସେବା ପ୍ରଦାନ କର। ଏହା ପରେ ଯାଇ ଆମେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ରାଜି ହେବୁ। ମହାରାଷ୍ଟ୍ରର ପଲଘର ଜିଲାବାସୀ ସରକାରଙ୍କ ପାଖରେ ଏଭଳି ଦାବି କରିଛନ୍ତି।

ତେଲରୁ ଉତ୍ପାଦ ଶୁଳ୍କ ହ୍ରାସ

ତେଲରୁ ଉତ୍ପାଦ ଶୁଳ୍କ ହ୍ରାସ

ନୂଆଦିଲ୍ଲୀ, ୧୭-୬(ପି.ଟି.) ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉଚ୍ଚ ସ୍ତରରେ ଥିବାରୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଯେକୌଣସି ଉପାୟ ଅବଲମ୍ବନ କରି ତୈଳ ଦର ହ୍ରାସ କରାଯାଉ ବୋଲି ଉପଭୋକ୍ତା ଦାବି କରୁଛନ୍ତି।

ଏଲ୍‌ଆଇସିକୁ ସେବା ଟିକସ ନୋଟିସ୍‌

ଏଲ୍‌ଆଇସିକୁ ସେବା ଟିକସ ନୋଟିସ୍‌

ନୂଆଦିଲ୍ଲୀ,୧୮-୬ (ପି.ଟି) ସାମଗ୍ରୀ ଓ ସେବା ଟିକସ ଗୋଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ପକ୍ଷରୁ ରାଷ୍ଟ୍ରାୟତ୍ତ ଜୀବନ ବୀମା ନିଗମ(ଏଲ୍‌ଆଇସି) ବିରୋଧରେ ୨,୦୫୦ କୋଟି ଟଙ୍କାର ସେବା ଟିକସ ନୋଟିସ ଜାରି ହୋଇଛି। କଲିକତା ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ନୋଟିସ ଜାରି କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଟ୍ରେନରେ ରହିବ ଭାକ୍ୟୁମ୍‌ ବାୟୋ ଟଏଲେଟ୍‌

ନୂଆଦିଲ୍ଲୀ,୧୮-୬ (ପି.ଟି) ବର୍ତ୍ତମାନ ସୁଦ୍ଧା ପ୍ରାୟ ଟ୍ରେନରେ ବାୟୋଟଏଲେଟ ସ୍ଥାପନ କରିବା ପରେ ଏହାକୁ ଅପ୍‌ଗ୍ରେଡ କରିବାକୁ ରଲଓ୍ବେ ନୂଆ ଯୋଜନା ହାତକୁ ନେବ। ବାୟୋଟଏଲେଟ ବଦଳରେ ଅଧିକ ଉନ୍ନତ ଭାକ୍ୟୁମ୍‌ ବାୟୋ ଟଏଲେଟ୍‌ ବ୍ୟବହାର ନେଇ ରେଲଓ୍ବେ ବିଚାର କରୁଥିବା ଜଣା ଯାଇଛି।

ଏକାଧିକ ଭାରତୀୟ ପାସପୋର୍ଟ ବ୍ୟବହାର: ନୀରବଙ୍କ ବିରୋଧରେ ଏତଲା

ଏକାଧିକ ଭାରତୀୟ ପାସପୋର୍ଟ ବ୍ୟବହାର: ନୀରବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧୮-୬ (ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୨ ବିଲିୟନ ଡଲାର ଠକେଇର ମୁଖ୍ୟ ଅଭିଯୁକ୍ତ ହିରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପୁଣି ଥରେ ଏକ ଏତଲା ଦାଏର ହୋଇଛି। ନୀରବଙ୍କ ବିରୋଧରେ ଏକାଧିକ ଭାରତୀୟ ପାସପୋର୍ଟ ବ୍ୟବହାର କରୁଥିବା ଅଭିଯୋଗ ଆସିଛି।

ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟରେ ହ୍ରାସ

ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟରେ ହ୍ରାସ

ବମ୍ବେ,୧୮-୬ (ପି.ଟି) ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶର ବିଭିନ୍ନ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟରେ ହ୍ରାସ ଘଟିଛି। ଦେଶର ୧୩ ରାଜ୍ୟ ସେମାନଙ୍କ ବିତ୍ତୀୟ ନିଅଣ୍ଟରେ ୨୫% ହ୍ରାସ ଘଟିଥିବା କହିଛନ୍ତି।

ମାଲ୍ୟାଙ୍କ ବିରୋଧରେ ସାନି ଚାର୍ଜଶିଟ୍‌

ମାଲ୍ୟାଙ୍କ ବିରୋଧରେ ସାନି ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୮-୬ (ପି.ଟି) ବିଭିନ୍ନ ବ୍ୟାଙ୍କରୁ ଋଣ ଖିଲାପକରି ବର୍ତ୍ତମାନ ଲଣ୍ଡନରେ ରହୁଥିବା ଦେବାଳିଆ କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କ ଅଡୁଆ ଆହୁରୀ ବଢିଯାଇଛି। କଳାଟଙ୍କା କାରବାର ମାମଲାରେ ମାଲ୍ୟା ଏବଂ ତାଙ୍କ କମ୍ପାନୀ ବିରୋଧରେ (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଶୀଘ୍ର ଏକ ସାନି ନୋଟିସ ଜାରି କରିବ ବୋଲି ଜଣାଯାଇଛି।

ଇଚ୍ଛାକୃତ ଖୀଲାପକାରୀଙ୍କ ଉପରେ ପିଏନ୍‌ବିର ୧୫,୪୯୦ କୋଟି

ଇଚ୍ଛାକୃତ ଖୀଲାପକାରୀଙ୍କ ଉପରେ ପିଏନ୍‌ବିର ୧୫,୪୯୦ କୋଟି

ନୂଆଦିଲ୍ଲୀ,୧୮-୬(ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ଇଚ୍ଛାକୃତ ଖିଲାପକାରୀଙ୍କ ସଂଖ୍ୟା ବଢୁଛି। ମେ ଶେଷ ସୁଦ୍ଧା ଇଚ୍ଛାକୃତ ଖିଲାପକାରୀଙ୍କ ଉପରେ ପିଏନ୍‌ବିର ୧୫,୪୫୦ କୋଟି ଋଣ ରହିଛି। ଏହି ଖିଲାପକାରୀମାନେ ୨୫ ଲକ୍ଷ କିମ୍ବା ତାଠାରୁ ଅଧିକ ପରିମାଣର ଋଣ ନେଇ ନେଇଥିବା ବ୍ୟାଙ୍କ ସୂଚନା ଦେଇଛି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଡି ପଦବୀ ପୂରଣ ଲାଗି ବିବିବିର ପ୍ରସ୍ତାବ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଡି ପଦବୀ ପୂରଣ ଲାଗି ବିବିବିର ପ୍ରସ୍ତାବ

ନୂଆଦିଲ୍ଲୀ,୧୭-୬ (ପି.ଟି) ସରକାରଙ୍କ ଦ୍ୱାରା ଗଠିତ ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି) ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଖାଲି ପଡିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ପଦବୀ ପୂରଣ ଲାଗି ପ୍ରସ୍ତାବ ଦେଇଛି। ଉକ୍ତ ପଦବୀ ଲାଗି ୨୨ ଜଣଙ୍କ ନାମ ପ୍ରସ୍ତାବରେ ରହିଛି। ୨୨ ମହାପ୍ରବନ୍ଧକଙ୍କ ନାମ ବିଭିନ୍ନ ବ୍ୟାଙ୍କର ଇଡି ପଦବୀରେ ନିଯୁକ୍ତି ଲାଗି ପ୍ରସ୍ତାବ ରହିଥିବା ଜଣାଯାଇଛି। କାର୍ମିକ ତଥା ତାଲିମ ବିଭାଗର ପୂର୍ବତନ ସଚିବ ବି.ପି ଶର୍ମା ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ଏହା ବିବିବିର ପ୍ରଥମ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ବୋଲି ଜଣା ଯାଇଛି।

ଭୋଡାଫୋନ-ଆଇଡିଆ ମିଶ୍ରଣକୁ ଆଜି ମିଳିପାରେ ମଞ୍ଜୁରୀ

ଭୋଡାଫୋନ-ଆଇଡିଆ ମିଶ୍ରଣକୁ ଆଜି ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ,୧୭-୬ (ପି.ଟି) ଭୋଡାଫୋନ ଇଣ୍ଡିଆ ଏବଂ ଆଇଡିଆ ସେଲ୍ୟୁଲାର ମିଶ୍ରଣକୁ ଟେଲିକମ୍‌ ବିଭାଗ(ଡଟ୍‌) ସୋମବାର ମଞ୍ଜୁରୀ ପ୍ରଦାନ ମିଳିପାରେ। ଏଥି ସଂକ୍ରାନ୍ତ ପ୍ରମାଣପତ୍ର ସୋମବାର ମିଳିବାର ଆଶା କରାଯାଉଛି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ମିଶ୍ରଣ ପରେ ନୂଆ କମ୍ପାନୀର ନାମ ଭୋଡାଫୋନ ଆଇଡିଆ ଲିମିଟେଡ ହେବ ବୋଲି ପ୍ରସ୍ତାବ ରଖାଯାଇଛି। ଦୁଇ କମ୍ପାନୀ ମିଶ୍ରଣ ପରେ ଦେଶର ସର୍ବବୃହତ୍ତ ଟେଲିକମ୍‌ କମ୍ପାନୀ ସୃଷ୍ଟି ହେବ। କମ୍ପାନୀ ନିକଟରେ ୩୫% ବଜାର ଅଂଶ ରହିବ। ଏଥିରେ ୪୩୦ ନିୟୁତ ଗ୍ରାହକ ରହିବେ।

୩୦ ଆମେରିକୀୟ ଉତ୍ପାଦ ଉପରେ ସୀମା ଶୁଳ୍କ ବଢ଼ାଇବ ଭାରତ

୩୦ ଆମେରିକୀୟ ଉତ୍ପାଦ ଉପରେ ସୀମା ଶୁଳ୍କ ବଢ଼ାଇବ ଭାରତ

ନୂଆଦିଲ୍ଲୀ,୧୭-୬ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆହୁରି ଘନେଇବାକୁ ଯାଉଛି। ଭାରତ ସରକାର ଏବେ ୩୦ଟି ଆମେରିକୀୟ ଉତ୍ପାଦ ଉପରେ ସୀମା ଶୁଳ୍କ ବଢ଼ାଇବାକୁ ଯାଉଛନ୍ତି। ଏସବୁ ଉତ୍ପାଦ ମଧ୍ୟରେ ମୋଟର୍‌ସାଇକେଲ୍‌, ନିର୍ଦ୍ଧିଷ୍ଟ ଲୌହ ଏବଂ ଇସ୍ପାତ ସାମଗ୍ରୀ, ବୋରିକ୍‌ ଏସିଡ୍‌ ଏବଂ ଲେଣ୍ଟିଲ୍ସ ଇତ୍ୟାଦି ରହିଛି । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଭାରତ ବିଶ୍ୱ ବାଣିଜ୍ୟ ସଂଘ(ଡବ୍ଲ୍ୟୁଟିଓ) ନିକଟରେ ଦାଖଲ କରିଛିି।

ପ୍ରଭୁ ଜଗନ୍ନାଥଙ୍କ ଗହଣା ମରାମତି କରିବ ଖିମ୍‌ଜୀ ଜୁଏଲର୍ସ

ପ୍ରଭୁ ଜଗନ୍ନାଥଙ୍କ ଗହଣା ମରାମତି କରିବ ଖିମ୍‌ଜୀ ଜୁଏଲର୍ସ

ଭୁବନେଶ୍ୱର,୧୭-୬ ଚଳିତବର୍ଷର ସୁନାବେଶ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ସୁନା ଗହଣାର ମରାମତି ତଥା ସଫେଇ କାର୍ଯ୍ୟ ଖିମ୍‌ଜୀ ଜୁଏଲର୍ସକୁ ପ୍ରଦାନ କରାଯାଇଛି। ଗତ ନବକଳେବରରେ ଖିମ୍‌ଜୀ ପ୍ରଭୁଙ୍କ ରତ୍ନ ଚିତା ଏବଂ ଅନ୍ୟାନ୍ୟ ଆଣ୍ଟିକ୍‌ ଗହଣାଗୁଡିକର ମରାମତି କରିଥିଲା।

Model This Week

ପ୍ରଭାତ