ବାଣିଜ୍ୟ |

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ଏଟିଏମ୍‌

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ଏଟିଏମ୍‌
ଭୁବନେଶ୍ୱର,୮-୧୨ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ନୂତନ ଏଟିଏମ୍‌ ଭୁବନେଶ୍ୱରର ବୁଦ୍ଧ ପାର୍କ ନିକଟସ୍ଥ ଲୁମ୍ବିନୀବିହାରଠାରେ ଉଦ୍‌ଘାଟିତ ହୋଇଯାଇଛି। ବ୍ୟାଙ୍କର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ (ଭୁବନେଶ୍ୱର କ୍ଷେତ୍ର) ଏସ୍‌. କେ. ଭଟ୍ଟାଚାର୍ଯ୍ୟ ଏହାକୁ ଉଦ୍‌ଘାଟନ କରିଥିଲେ। ଏହା ରାଜ୍ୟରେ ବ୍ୟାଙ୍କର ୧୧୪ ତମ ଏବଂ ଦେଶରେ ୫୨୦୧ ତମ ଏଟିଏମ୍‌। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ୟାଙ୍କର କର୍ମକର୍ତ୍ତା ଓ ଗ୍ରାହକମାନେ ଉପସ୍ଥିତ ଥିଲେ। ଭଟ୍ଟାଚାର୍ଯ୍ୟ ଏଟିଏମ୍‌ର ବିଭିନ୍ନ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଏଟିଏମ୍‌ ନୀଳାଦ୍ରି ବିହାର ଏବଂ ଲୁମ୍ବିନୀ ବିହାରରେ ବାସ କରୁଥିବା ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବ ବୋଲି ସେ କହିଛନ୍ତି।
All Right Reserved By

ବାଣିଜ୍ୟ |

ଇ-କମର୍ସ କମ୍ପାନୀଙ୍କୁ ଟକ୍କର ଦେବ ରିଲାଏନ୍ସ

ଇ-କମର୍ସ କମ୍ପାନୀଙ୍କୁ ଟକ୍କର ଦେବ ରିଲାଏନ୍ସ

ଗୁଜରାଟ,୧୯-୧: ଜିଓ ଏବଂ ରିଲାଏନ୍ସ ରିଟେଲ ମିଳିତ ହୋଇ ଏକ ସ୍ବତନ୍ତ୍ର ନିୟୁ କମର୍ସ ପ୍ଲାଟଫର୍ମ ଆଣିବେ। ଏହା ଦ୍ୱାରା ଦେଶର ୩ କୋଟି ପରିବାରଙ୍କୁ ସଶକ୍ତ କରିବା ନେଇ ଯୋଜନା ରହିଛି। ଉକ୍ତ ପଦକ୍ଷେପ ଅନ୍ତର୍ଗତ ଗୁଜରାଟର ୧୨ ଲକ୍ଷ ଖୁଚୁରା ବ୍ୟବସାୟୀ ଏବଂ ଦୋକାନୀ ଲାଭବାନ ହୋଇପାରିବେ ବୋଲି ଗୁଜରାଟରେ ଚାଲିଥିବା ୯ମ ‘ଭାଇବ୍ରାଣ୍ଟ ଗୁଜରାଟ’ ସମିଟ କାର୍ଯ୍ୟକ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।

କେନ୍ଦୁଝରରେ ‘କାଫ୍‌’ର ନୂଆ ଶୋ’ରୁମ

କେନ୍ଦୁଝରରେ ‘କାଫ୍‌’ର ନୂଆ ଶୋ’ରୁମ

ଭୁବନେଶ୍ୱର,୧୯-୧: ରୋଷେଇ ସାମଗ୍ରୀ ବ୍ରାଣ୍ଡ ‘କାଫ୍‌’ ଆପ୍ଲାଏନ୍ସ ପକ୍ଷରୁ ଶୁକ୍ରବାର କେନ୍ଦୁଝରଠାରେ ଏହାର ନୂଆ ମଡ୍ୟୁଲାର ଶୋ’ରୁମ ଶୁଭାରମ୍ଭ ହୋଇଛି। କେନ୍ଦୁଝରର ବି.କେ. ଇଣ୍ଟରନ୍ୟାଶନାଲ ମାର୍କେଟ କମ୍ପ୍ଲେକ୍ସଠାରେ ଥିବା ଏହି ଶୋ’ରୁମକୁ ରାଇରଙ୍ଗପୁର ଡିଏଫ୍‌ଓ ଗୋରେଖ କଲୁଙ୍ଗେ ଏବଂ କମ୍ପାନୀର ଓଡ଼ିଶା ଶାଖା ମୁଖ୍ୟ ଭାଗିରଥି ସାହୁ ଉଦ୍‌ଘାଟନ କରିଥିଲେ। 

୩ ବ୍ୟାଙ୍କ ମିଶ୍ରଣକୁ ଏଆଇବିଓସିର ବିରୋଧ

୩ ବ୍ୟାଙ୍କ ମିଶ୍ରଣକୁ ଏଆଇବିଓସିର ବିରୋଧ

ଭୁବନେଶ୍ୱର,୧୯-୧: ବ୍ୟାଙ୍କ ଅଫ୍‌ ବରୋଦା ସହ ବିଜୟା ଏବଂ ଦେନା ବ୍ୟାଙ୍କର ମିଶ୍ରଣ ନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏହାକୁ ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ(ଏଆଇବିଓସି) ବିରୋଧ କରିଛି।

ନୂଆ ସରକାର ମୁଣ୍ଡାଇବେ ଲକ୍ଷେ କୋଟି

ନୂଆ ସରକାର ମୁଣ୍ଡାଇବେ ଲକ୍ଷେ କୋଟି

ନୂଆଦିଲ୍ଲୀ,୧୯-୧: ଆଉ କେଇ ମାସ ମଧ୍ୟରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଚାଷୀ ଋଣଛାଡ଼ ସହ ଅଧିକ ନିଯୁକ୍ତି ସୃଷ୍ଟି ତଥା ମଧ୍ୟବିତ୍ତଙ୍କ ଲାଗି ବିଭିନ୍ନ ଯୋଜନାମାନ ଘୋଷଣା କରି ବର୍ତ୍ତମାନର କେନ୍ଦ୍ର ସରକାର ଭୋଟ୍‌ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି। 

ଭାରତୀୟମାନେ ନିଜ ଡାଟାର ମାଲିକ ହୁଅନ୍ତୁ:ମୁକେଶ

ଭାରତୀୟମାନେ ନିଜ ଡାଟାର ମାଲିକ ହୁଅନ୍ତୁ:ମୁକେଶ

ଗୁଜରାଟ,୧୯-୧: ଭାରତୀୟମାନେ ନିଜ ଡାଟାର ମାଲିକ ନିଜେ ହେବା ସହ ଏହାର ନିୟନ୍ତ୍ରଣ କରନ୍ତୁ ବୋଲି ମୁକେଶ ଅମ୍ବାନୀ କହିଛନ୍ତି। ଦେଶର ଡାଟା ଦେଶ ମଧ୍ୟରେ ରଖିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। 

ସିଇଓଙ୍କ ସୁରକ୍ଷା ପାଇଁ କମ ଖର୍ଚ୍ଚ କରନ୍ତି ଭାରତୀୟ କମ୍ପାନୀ

ସିଇଓଙ୍କ ସୁରକ୍ଷା ପାଇଁ କମ ଖର୍ଚ୍ଚ କରନ୍ତି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୧୯-୧: ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର(ସିଇଓ)ଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଭାରତୀୟ କମ୍ପାନୀମାନେ ବିଦେଶୀ କମ୍ପାନୀଙ୍କଠାରୁ କମ୍‌ ଅର୍ଥ ଖର୍ଚ୍ଚ କରନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏସିଆର ସର୍ବବୃହତ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସିଏମ୍‌ଡି ମୁକେଶ ଅମ୍ବାନୀ ବାର୍ଷିକ ଯେତିକି ଦରମା ପାଆନ୍ତି, ତା’ର ତିନିଗୁଣ ଅଧିକ ଟଙ୍କା ଫେସବୁକ୍‌ ତା’ର ସହ ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗଙ୍କ ପିଛା ଖର୍ଚ୍ଚ କରିଥାଏ। 

ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ ପୂରଣ ହେବନି; କମିବ ୨୦ ହଜାର କୋଟି

ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ ପୂରଣ ହେବନି; କମିବ ୨୦ ହଜାର କୋଟି

ନୂଆଦିଲ୍ଲୀ,୧୯-୧: କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ଲାଗି ୮୦ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ତେବେ ଏହା ପୂରଣ ହେବା ଆଉ ସମ୍ଭବ ହେବ ନାହିଁ। 

ଅନ୍ତରୀଣ ବଜେଟ୍‌ରେ ଅଧିକ ଘୋଷଣା କରାଯିବ: ଜେଟ୍‌ଲୀ

ଅନ୍ତରୀଣ ବଜେଟ୍‌ରେ ଅଧିକ ଘୋଷଣା କରାଯିବ: ଜେଟ୍‌ଲୀ

ନୂଆଦିଲ୍ଲୀ,୧୯-୧: ଆସନ୍ତା ଫେବୃୟାରୀ ପହିଲାରେ ଲେଖାନୁଦାନ ବଦଳରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ପଷ୍ଟ କରିଛନ୍ତି। ଅର୍ଥନୀତି ସମ୍ମୁଖୀନ ହେଉଥିବା ଆହ୍ବାନର ସାମ୍ନା କରିବା ଲାଗି ନିର୍ବାଚନୀ ବର୍ଷରେ ଆବଶ୍ୟକସ୍ଥଳେ ଏଭଳି ପଦକ୍ଷେପ ନେବାକୁ ସରକାର ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି। 

ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌;ଭାରତକୁ ଟପ୍‌ ୫୦ରେ ପହଞ୍ଚାଇବା ଲକ୍ଷ୍ୟ: ମୋଦି

ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌;ଭାରତକୁ ଟପ୍‌ ୫୦ରେ ପହଞ୍ଚାଇବା ଲକ୍ଷ୍ୟ: ମୋଦି

ନୂଆଦିଲ୍ଲୀ,୧୯-୧: ଆସନ୍ତା ବର୍ଷ ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ରେ ଭାରତକୁ ଟପ୍‌ ୫୦ରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି। 

ଆୟୁଷ୍ମାନ ଭାରତ ଯୋଜନାକୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

ଆୟୁଷ୍ମାନ ଭାରତ ଯୋଜନାକୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୮-୧: ବିଶ୍ୱର ଶୀର୍ଷ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟ୍‌ସ ଫାଉଣ୍ଡେଶନର ସହ ଅଧ୍ୟକ୍ଷ ବିଲ୍‌ ଗେଟ୍‌ସ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରଶଂସା କରିଛନ୍ତି। ଯୋଜନା ଆରମ୍ଭର ମାତ୍ର ୧୦୦ ଦିନ ଭିତରେ ୬ ଲକ୍ଷରୁ ଅଧିକ ରୋଗୀ ଏହାର ଫାଇଦା ଉଠାଇ ଥିବାରୁ ସେ ଏହାକୁ ନେଇ ଚକିତ ବୋଲି ବ୍ୟକ୍ତ କରିଛନ୍ତି।

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ବିନିଯୋଗ ହୋଇଛି ଭବିଷ୍ୟନିଧି, ପେନ୍‌ସନ ପାଣ୍ଠି: ବୁଡ଼ିଯିବାକୁ ବସିଛି ୨୦ହଜାର କୋଟି

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ବିନିଯୋଗ ହୋଇଛି ଭବିଷ୍ୟନିଧି, ପେନ୍‌ସନ ପାଣ୍ଠି: ବୁଡ଼ିଯିବାକୁ ବସିଛି ୨୦ହଜାର କୋଟି

ନୂଆଦିଲ୍ଲୀ,୧୮-୧: ମଧ୍ୟବିତ୍ତ ବେତନଭୋଗୀଙ୍କ ଭବିଷ୍ୟନିଧି ଓ ପେନ୍‌ସନ ପାଣ୍ଠିର କୋଟି କୋଟି ଟଙ୍କା  ଏବେ ବୁଡ଼ିଯିବାକୁ ବସିଛି। ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌) ଏବଂ ଏହାର ଗ୍ରୁପ୍‌ କମ୍ପାନୀରେ ନିବେଶ ହୋଇଥିବା ପ୍ରାୟ ୧୫ରୁ ୨୦ ହଜାର କୋଟିର ଭବିଷ୍ୟନିଧି ଓ ପେନ୍‌ସନ ପାଣ୍ଠି ଟଙ୍କା ଫସିଯାଇଛି।