ବାଣିଜ୍ୟ |

୨୦୧୮ରୁ ମହଙ୍ଗା ହେବ କାର୍‌

୨୦୧୮ରୁ ମହଙ୍ଗା ହେବ କାର୍‌
ନୂଆଦିଲ୍ଲୀ/ବମ୍ବେ,(୮-୧୨) ଉତ୍ପାଦନ ଖର୍ଚ୍ଚ ମହଙ୍ଗା ହେଉଥିବାରୁ ଅଧିକାଂଶ କାର ନିର୍ମାତା ଜାନୁୟାରୀରୁ ସେମାନଙ୍କ ବିଭିନ୍ନ ମଡେଲ ଦରରେ ବୃଦ୍ଧି କରିବା ପାଇଁ ଯୋଜନା କରୁଛନ୍ତି। ତେବେ ମାରୁତି ସୁଜୁକି ଏବଂ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ବ୍ୟତୀତ ଅନ୍ୟ କମ୍ପାନୀ ଦରବୃଦ୍ଧି ଯୋଜନା ନେଇ ଘୋଷଣା କରିସାରିଲେଣି। ବର୍ତ୍ତମାନ ପାଇଁ ମାରୁତି ସୁଜୁକି ଏବଂ ହ୍ୟୁଣ୍ଡାଇ ମୋଟର୍‌ର କୌଣସି ଯୋଜନା ନ ଥିବା ଉଭୟ କମ୍ପାନୀ ପକ୍ଷରୁ ପ୍ରକାଶ ପାଇଛି। ତେବେ ଟୟୋଟା କିର୍ଲୋସ୍କାର ମୋଟର ଏହାର ବିଭିନ୍ନ ମଡେଲ୍‌ ମୂଲ୍ୟରେ ୩% ବୃଦ୍ଧି କରିପାରେ। ଏହା ହେଲେ କମ୍ପାନୀର ମଡେଲ୍‌ଗୁଡିକ ଦରରେ ୫ ହଜାରରୁ ୧.୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ସେହିଭଳି ହୋଣ୍ଡା କାର୍‌ସ ଇଣ୍ଡିଆ ଏହାର ମଡେଲ୍‌ଗୁଡିକ ଦରରେ ୧ରୁ ୨% ବୃଦ୍ଧି କରିବ ବୋଲି ପ୍ରକାଶ କରିଛି। ଏହା ଦ୍ୱାରା କମ୍ପାନୀର ବିଭିନ୍ନ ମଡେଲ୍‌ ଦରରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏହାର ମଡେଲଗୁଡିକ ଦରରେ ୭,୦୦୦ରୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ । ସ୍କୋଡା ଅଟୋ ଏହାର ବିଭିନ୍ନ ମଡେଲ ଦରରେ ୨ରୁ ୩% ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଏହା ହେଲେ କମ୍ପାନୀର ମଡେଲ୍‌ଗୁଡିକ ଦରରେ ୧୪,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। ଇସୁଜୁ ମୋଟର୍ସ ଏହାର ମଡେଲଗୁଡିକ ଦରରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସମାନ ପଦାଙ୍କ ଅନୁକରଣ କରିପାରନ୍ତି। ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଗୋଟିଏ ସୀମା ପର୍ଯ୍ୟନ୍ତ ସହ୍ୟ କରିହେବ। ଏହାଠାରୁ ଅଧିକ ହେଲେ ଦରବୃଦ୍ଧି କରିବାକୁ ଆମେ ବାଧ୍ୟ ହେବୁ ବୋଲି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ସଭାପତି(ଅଟୋମୋଟିଭ୍‌) ରାଜନ୍‌ ଓ୍ବାଧେରା କହିଛନ୍ତି। ଟୟୋଟା କିର୍ଲୋସ୍କାରର ଜଣେ ମୁଖପାତ୍ର କହିଛନ୍ତି, ଉତ୍ପାଦନ ଏବଂ ମାଲ୍‌ ପରିବହନ ଖର୍ଚ୍ଚ ମହଙ୍ଗା ହେବା କାରଣରୁ ଦରବୃଦ୍ଧି ଯୋଜନା କରାଯାଇଛି। ହୋଣ୍ଡା କାର୍‌ସ ଇଣ୍ଡିଆର ଜଣେ ମୁଖପାତ୍ରଙ୍କ କହିବାନୁଯାୟୀ, କମ୍ପାନୀ ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରୁଛି। କେତେ ପରିମାଣର ବୃଦ୍ଧି କରାଯିବ ତାହା ବିଚାର କରୁଛି। ତଥାପି ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ ବୋଲି ସେ ସୂଚନା ଦେଇଛନ୍ତି।
All Right Reserved By

ବାଣିଜ୍ୟ |

ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କଲା ଆମ୍ରି ହସ୍ପିଟାଲ୍ସ

ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କଲା ଆମ୍ରି ହସ୍ପିଟାଲ୍ସ

ଭୁବନେଶ୍ୱର,୧୬-୧୦: ଆମ୍ରି ହସ୍ପିଟାଲ୍ସ ପକ୍ଷରୁ କଟକ ଏବଂ ଭୁବନେଶ୍ୱରର ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏକ୍ସ ବକ୍ସ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ଉପସ୍ଥିତିରେ ହସ୍ପିଟାଲର କର୍ମକର୍ତ୍ତା ଏହି ବକ୍ସକୁ ବଣ୍ଟନ କରିଥିଲେ। 

ପାର୍ବଣରେ ଜିଓର ଡିଜିଟାଲ ଉପସ୍ଥାପନା

ପାର୍ବଣରେ ଜିଓର ଡିଜିଟାଲ ଉପସ୍ଥାପନା

ଭୁବନେଶ୍ୱର,୧୬-୧୦: ପାର୍ବଣ ଅବସରରେ ରିଲାଏନ୍ସ ଜିଓ ପକ୍ଷରୁ ଭୁବନେଶ୍ୱର ଏବଂ କଟକର ୫ ଲେଖାଏ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ ମାଇଁ ଜିଓ ଆପ୍‌ରେ ଆକର୍ଷଣୀୟ ଫଟୋ ଏବଂ ଭିଡିଓ ଜରିଆରେ ଉପସ୍ଥାପିତ କରାଯାଇଛି। 

ଜିପିଏଫ୍‌ ସୁଧ ହାର ୮%କୁ ବୃଦ୍ଧି

ଜିପିଏଫ୍‌ ସୁଧ ହାର ୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୧୦: କେନ୍ଦ୍ର ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସ ଲାଗି ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଏବଂ ଏଭଳି ଅନ୍ୟ ଯୋଜନାର ସୁଧ ହାର ୮%କୁ ବୃଦ୍ଧି କରିଛନ୍ତି। 

ଅଟୋମେଟିକ୍‌ ହୋମ୍‌ ଫ୍ରାଗରାନ୍ସ ସେଗ୍‌ମେଣ୍ଟରେ ଗୋଦ୍‌ରେଜ୍‌

ଅଟୋମେଟିକ୍‌ ହୋମ୍‌ ଫ୍ରାଗରାନ୍ସ ସେଗ୍‌ମେଣ୍ଟରେ ଗୋଦ୍‌ରେଜ୍‌

ଭୁବନେଶ୍ୱର,୧୬-୧୦: ଗୋଦ୍‌ରେଜ୍‌ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ ଗୋଦ୍‌ରେଜ ଇୟର ମେଟିକ ସହ ଅଟୋମେଟିକ ହୋମ ଫ୍ରାଗରାନ୍ସ ସେଗମେଣ୍ଟରେ ପ୍ରବେଶ କରିଛି। 

ଉନ୍ନତ ଓନରଶିପ୍‌ ଅଭିଜ୍ଞତା ଦେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା

ଉନ୍ନତ ଓନରଶିପ୍‌ ଅଭିଜ୍ଞତା ଦେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା

ଭୁବନେଶ୍ୱର,୧୬-୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ଲିଜିଂ ଫର୍‌ ରିଟେଲ ବାୟର୍‌ ସମ୍ପର୍କରେ ଘୋଷଣା କରିଛି। ଏହା ଦ୍ୱାରା ଗ୍ରାହକଙ୍କୁ ଏକ ଉନ୍ନତ କ୍ରୟ  ଅଭିଜ୍ଞତା ପ୍ରଦାନ ଦିଗରେ କମ୍ପାନୀ କାର୍ଯ୍ୟକରୁଥିବା ପ୍ରକାଶ କରିଛି। 

 କାନାରା ବ୍ୟାଙ୍କ ପକ୍ଷରୁ କ୍ରେଡିଟ୍‌ ଏକ୍ସପୋ

କାନାରା ବ୍ୟାଙ୍କ ପକ୍ଷରୁ କ୍ରେଡିଟ୍‌ ଏକ୍ସପୋ

ଭୁବନେଶ୍ୱର,୧୫-୧୦: କାନାରା ବ୍ୟାଙ୍କ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ କ୍ରେଡିଟ୍‌ ଏକ୍ସପୋ ସ୍ଥାନୀୟ ରେଡ୍‌କ୍ରସ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। 

ତନିଷ୍କ ପକ୍ଷରୁ ‘ଉତ୍ସବ’ ଉନ୍ମୋଚିତ

ତନିଷ୍କ ପକ୍ଷରୁ ‘ଉତ୍ସବ’ ଉନ୍ମୋଚିତ

ଭୁବନେଶ୍ୱର,୧୬-୧୦: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ‘ଉତ୍ସବ ’ ଗହଣା ସମ୍ଭାର ଉନ୍ମୋଚିତ ହୋଇ ଯାଇଛି। ଦୀପାବଳୀକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯାଇଛି। 

ଡ୍ୟୁକ୍‌ର ନୂଆ କଲେକ୍ସନ

ଡ୍ୟୁକ୍‌ର ନୂଆ କଲେକ୍ସନ

ଭୁବନେଶ୍ୱର,୧୬-୧୦: ପ୍ରମୁଖ ଫ୍ୟାଶନ ବ୍ରାଣ୍ଡ ଡ୍ୟୁକ୍‌ ପକ୍ଷରୁ ନୂଆ ଶରତ-ଶୀତ କଲେକ୍ସନ ବଜାରକୁ ଆସିଛି। ଯୁବବର୍ଗଙ୍କୁ ଧ୍ୟାନରେ ରଖି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। 

ଅଢ଼େଇ ଟଙ୍କା ହ୍ରାସ ବେକାର;ଡିଜେଲ ଦର ପୁଣି ବଢ଼ିଲା

ଅଢ଼େଇ ଟଙ୍କା ହ୍ରାସ ବେକାର;ଡିଜେଲ ଦର ପୁଣି ବଢ଼ିଲା

ନୂଆଦିଲ୍ଲୀ,୧୬-୧୦: ନିକଟରେ କେନ୍ଦ୍ର ସରକାର ଡିଜେଲ ମୂଲ୍ୟ ୨.୫୦ ଟଙ୍କା କମାଇଥିଲେ। ଏହାପର ଠାରୁ କ୍ରମାଗତ ୧୦ ଦିନ ଧରି ଡିଜେଲ ଦର ବଢ଼ିଚାଲିଛି। ସରକାର ହ୍ରାସ କରିଥିବା ଦର ସୋମବାର ଦିଲ୍ଲୀରେ ଟପିଯାଇଛି। 

୧୦୦ କୋଟି ଆଧାର ରେକର୍ଡ ସହ ସାଲିସ୍‌ କରାଯାଇଛି:ଗିମାଲ୍ଟୋ

୧୦୦ କୋଟି ଆଧାର ରେକର୍ଡ ସହ ସାଲିସ୍‌ କରାଯାଇଛି:ଗିମାଲ୍ଟୋ

ନୂଆଦିଲ୍ଲୀ,୧୬-୧୦: ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ପ୍ରାୟ ୧୦୦ କୋଟି ଆଧାର ରେକର୍ଡ ସହ ସାଲିସ କରାଯାଇଛି। ଆଧାର ଧାରକଙ୍କ ନାମ, ଠିକଣା ଏବଂ ଅନ୍ୟ ବ୍ୟକ୍ତିଗତ ପରିଚୟ ସମ୍ବଳିତ ସୂଚନା ପ୍ରକାଶ ପାଇଛି ବୋଲି ଅନ୍ତର୍ଜାତୀୟ ଡିଜିଟାଲ ସିକ୍ୟୁରିଟି କମ୍ପାନୀ ଗିମାଲ୍ଟୋ ଦାବି କରିଛି। 

ପିଏନ୍‌ବି ୮୬୦୦ କୋଟିର ସମ୍ପତ୍ତି ବିକିବ

ପିଏନ୍‌ବି ୮୬୦୦ କୋଟିର ସମ୍ପତ୍ତି ବିକିବ

ନୂଆଦିଲ୍ଲୀ,୧୬-୧୦: ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଚଳିତ ଆର୍ଥିକ ବଷର୍ର୍ରେ ଅଣ ମହତ୍ତ୍ୱପୂର୍ଣ୍ଣ ସମ୍ପତ୍ତିକୁ ବିକ୍ରି କରି ୮୬୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି। 

ବାଣିଜ୍ୟ ନିଅଣ୍ଟ ୫ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୬-୧୦: ପାଞ୍ଚ ମାସ ପରେ ସେପ୍ଟେମ୍ବରରେ ଭାରତର ରପ୍ତାନି ହ୍ରାସ ପାଇଛି। ତେବେ ଦେଶର ବାଣିଜ୍ୟ ନିଅଣ୍ଟ ଏହି ସମୟରେ ୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ ୧୩.୯୮ ବିଲିୟନ ଡଲାର ଛୁଇଁଛି। ସେପ୍ଟେମ୍ବରରେ ଦେଶର ରପ୍ତାନି ୨.୧୫% ରହିଥିବା ବେଳେ ଆମଦାନୀ ୧୦.୪୫% ଅର୍ଥାତ୍‌ ୪୧.୯ ବିଲିୟନ ଡଲାର ରହିଛି।