ବାଣିଜ୍ୟ |

୨୦୧୮ରେ ଅଭିବୃଦ୍ଧି ୭.୫% ରହିବ

୨୦୧୮ରେ ଅଭିବୃଦ୍ଧି ୭.୫% ରହିବ
ନୂଆଦିଲ୍ଲୀ,୮-୧୨(ପି.ଟି.) ଦେଶର ଅର୍ଥନୈତିକ ସୁଧାର ପ୍ରକ୍ରିୟା ଜାରି ରହିବ। ଏଥିସହ ୨୦୧୮ କ୍ୟାଲେଣ୍ଡର ବର୍ଷରେ ଭାରତରେ ଜିଡିପି ଅଭିବୃଦ୍ଧି ୭.୫%କୁ ବୃଦ୍ଧି ଘଟିବ। ୨୦୧୯ରେ ଏହା ପୁଣି ୭.୭%କୁ ବଢ଼ିବ ବୋଲି ଆର୍ଥିକ ସେବା ପ୍ରଦାନକାରୀ ମୋର୍ଗାନ୍‌ ଷ୍ଟାନ୍‌ଲି ଏହାର ରିପୋର୍ଟରେ ପ୍ରକାଶ କରିଛି। କର୍ପୋରେଟ୍‌ ଆୟ ବଢ଼ୁଛି। ତା’ସହିତ ବାଲାନ୍ସ ସିଟ୍‌ରେ ଉନ୍ନତି ପରିଲକ୍ଷିତ ହେଉଛି। ଦେଶର ଆର୍ଥିକ ବ୍ୟବସ୍ଥା ସୁଦୃଢ଼ ହେଉଛି। ଫଳସ୍ବରୂପ ନିବେଶ ବାତାବରଣ ଭଲ ରହିଛି। ତେଣୁ ୨୦୧୮ରେ ୭.୫% ଅଭିବୃଦ୍ଧି ହାସଲ ସମ୍ଭବ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
All Right Reserved By

ବାଣିଜ୍ୟ |

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା, ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା, ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗଭର୍ନର ଭାବେ ନିଯୁକ୍ତ ହୋଇଛନ୍ତି। ଶକ୍ତିକାନ୍ତ ଓଡ଼ିଆ ହୋଇଥିବାରୁ ରାଜ୍ୟର ବହୁବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶକ୍ତିକାନ୍ତଙ୍କ ଯାତ୍ରା; ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟ୍‌

ଶକ୍ତିକାନ୍ତଙ୍କ ଯାତ୍ରା; ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟ୍‌

ନୂଆଦିଲ୍ଲୀ,୧୨-୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ରୀୟ ବ୍ୟାଙ୍କର ମଙ୍ଗ ଧରିଛନ୍ତି ଅବସରପ୍ରାପ୍ତ ଓଡିଆ ଆଇଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସ। ଦ୍ୱନ୍ଦ୍ୱଠାରୁ ଦୂରରେ ରହି ସମାଧାନ ଲାଗି ସହମତି ଉପରେ ଜୋର ଦେଉଥିବା ଶକ୍ତିକାନ୍ତ ଜଣେ ବ୍ୟୁରୋକ୍ରାଟ୍‌ ଭାବେ ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟରେ ପଦାର୍ପଣ କରିଛନ୍ତି। 

ଶକ୍ତିକାନ୍ତଙ୍କ ହାତରେ ଆର୍‌ବିଆଇ ମଙ୍ଗ

ଶକ୍ତିକାନ୍ତଙ୍କ ହାତରେ ଆର୍‌ବିଆଇ ମଙ୍ଗ

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ରୀୟ ବ୍ୟାଙ୍କର ମଙ୍ଗ ଧରିଛନ୍ତି ଅବସର ପ୍ରାପ୍ତ ଓଡିଆ ଆଇଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସ। କ୍ୟାବିନେଟର ନିଯୁକ୍ତି କମିଟି ମଙ୍ଗଳବାର ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। 

ଆର୍‌ବିଆଇ ପ୍ରତି ଭରସା ସୃଷ୍ଟି ଶକ୍ତିକାନ୍ତଙ୍କ ଲାଗି ଚ୍ୟାଲେଞ୍ଜ

ଆର୍‌ବିଆଇ ପ୍ରତି ଭରସା ସୃଷ୍ଟି ଶକ୍ତିକାନ୍ତଙ୍କ ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨-୧୨:  ତାମିଲନାଡୁ କ୍ୟାଡରର ଓଡ଼ିଆ ଆଏଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ନୂଆ ଗଭର୍ନର ରୂପେ ନିଯୁକ୍ତି ମିଳିଛି। ନୂଆ ଦାୟିତ୍ୱ ସହ ତାଙ୍କୁ ଆଗାମୀ ଦିନରେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ।

ସିଏଜି ରାଜୀବ ମେହରିସି ୟୁଏନ୍‌ ଅଡିଟର କମିଟିର ଭାଇସ ଚେୟାର

ସିଏଜି ରାଜୀବ ମେହରିସି ୟୁଏନ୍‌ ଅଡିଟର କମିଟିର ଭାଇସ ଚେୟାର

ନୂଆଦିଲ୍ଲୀ,୧୨-୧୨:  କମ୍ପଟ୍ରୋଲର  ଆଣ୍ଡ ଅଡିଟର ଜେନେରାଲ  ଅଫ୍‌ ଇଣ୍ଡିଆ(ସିଏଜି) ରାଜୀବ ମେହରିସି ୟୁଏନ ଅଡିଟର କମିଟିର ଭାଇସ ଚେୟାର ଭାବେ ନିଯୁକ୍ତ ହୋଇଛନ୍ତି। ଜାତିସଂଘ ଅଡିଟର କମିିଟିରେ ସଦସ୍ୟ ଦେଶ ତଥା ଜାତିସଂଘର ଅଡିଟର ମାନଙ୍କୁ ନିଯୁକ୍ତ କରାଯାଏ।

ଭାରତୀୟ କମ୍ପାନୀଙ୍କ ବିଦେଶୀ ନିବେଶ ୩୫% ହ୍ରାସ

ଭାରତୀୟ କମ୍ପାନୀଙ୍କ ବିଦେଶୀ ନିବେଶ ୩୫% ହ୍ରାସ

ନୂଆଦିଲ୍ଲୀ,୧୨-୧୨:  ନଭେମ୍ବରରେ ଭାରତୀୟ କମ୍ପାନୀଙ୍କ ବିଦେଶୀ ନିବେଶ ୩୫% ହ୍ରାସ ପାଇ ୧.୦୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇଛି। 

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ନୂଆଦିଲ୍ଲୀ,୧୨-୧୨:  କେନ୍ଦ୍ର ସରକାର ପୂର୍ବତନ ବ୍ୟୁରୋକ୍ରାଟ୍‌ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ରିଜର୍ଭ ବ୍ୟାଙ୍କର ୨୫ ତମ ଗଭର୍ନର ଭାବେ ନିଯୁକ୍ତ କରିଛନ୍ତି। ସେ ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ। ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏହି ପଦଟି ଖାଲି ପଡିଥିଲା।

ମାଲ୍ୟାଙ୍କ ପ୍ରତ୍ୟର୍ପଣ ଋଣ ଫେରସ୍ତକୁ ଦ୍ରୁତତର କରିବ:ଏସ୍‌ବିଆଇ ଅଧ୍ୟକ୍ଷ

ମାଲ୍ୟାଙ୍କ ପ୍ରତ୍ୟର୍ପଣ ଋଣ ଫେରସ୍ତକୁ ଦ୍ରୁତତର କରିବ:ଏସ୍‌ବିଆଇ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୨-୧୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଯୋଗୁ ଋଣ ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ବିତ ହେବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପକ୍ଷରୁ ମଙ୍ଗଳବାର କୁହାଯାଇଛି। 

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ସୁରଜିତ ଭଲ୍ଲାଙ୍କ ଇସ୍ତଫା

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ସୁରଜିତ ଭଲ୍ଲାଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୨-୧୨:  ବିଖ୍ୟାତ ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି। ସେ ପରିଷଦରେ ପାର୍ଟ ଟାଇମ ସଦସ୍ୟ ଥିଲେ।  ସେ ଡିସେମ୍ବର ପହିଲାରୁ ଇସ୍ତଫା ଦେଇଛନ୍ତି ବୋଲି ମଙ୍ଗଳବାର ପ୍ରକାଶ କରିଛନ୍ତି।

ଉର୍ଜିତଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ କଟାକ୍ଷ;ରିଜର୍ଭ ବ୍ୟାଙ୍କ କାହା ଉପରେ ନିର୍ଭରଶୀଳ ନୁହେଁ

ଉର୍ଜିତଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ କଟାକ୍ଷ;ରିଜର୍ଭ ବ୍ୟାଙ୍କ କାହା ଉପରେ ନିର୍ଭରଶୀଳ ନୁହେଁ

ନୂଆଦିଲ୍ଲୀ,୧୨-୧୨:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ପଦରୁ ଉର୍ଜିତ ପଟେଲ ସୋମବାର ଇସ୍ତଫା ଦେଇଛନ୍ତି। ଏହା ଉପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଆର୍‌ବିଆଇ ଏକ ପେସାଦାର ସଂସ୍ଥା। ଜଣେ ବ୍ୟକ୍ତି ଉପରେ ନିର୍ଭରଶୀଳ ନୁହେଁ। 

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ନୂଆଦିଲ୍ଲୀ,୧୧-୧୨: ସମସ୍ତ କଳ୍ପନାର ଅନ୍ତ ଘଟାଇ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ନୂଆ ଗଭର୍ନରଙ୍କୁ ନିଯୁକ୍ତ କରିଛନ୍ତି। ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଶକ୍ତିକାନ୍ତ ଦାସଙ୍କୁ ନୂଆ ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। 

ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦୁର୍ଭାଗ୍ୟଜନକ: ମାଲ୍ୟା

ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦୁର୍ଭାଗ୍ୟଜନକ: ମାଲ୍ୟା

ଲଣ୍ଡନ,୧୧-୧୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ସୋମବାର ରାୟ ପ୍ରକାଶ କରିଛନ୍ତି। ଏହା ଉପରେ ମାଲ୍ୟା ପ୍ରତିକ୍ରିୟା ପ୍ରକାଶ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।