ଖେଳ |

ବର୍ଷା ସତ୍ତ୍ବେ କମ୍ପିଲା କଳିଙ୍ଗ

ବର୍ଷା ସତ୍ତ୍ବେ କମ୍ପିଲା କଳିଙ୍ଗ

ଭୁବନେଶ୍ୱର, ୮।୧୨(କ୍ରୀଡ଼ା ପ୍ରତିନିଧି)

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ଶୁକ୍ରବାର ବର୍ଷା ଆଣିଥିଲା ଭିନ୍ନ ପରିବେଶ। ଲଘୁଚାପଜନିତ ଝିପିଝିପି ବର୍ଷା ଦିନସାରା ଲାଗି ରହିଥିଲେ ହେଁ ଓଡ଼ିଶା ଦର୍ଶକ ହକି ପ୍ରତି ସେମାନଙ୍କ ଭଲପାଇବା ଦେଖାଇବା ଭୁଲି ନ ଥିଲେ। ବିଶେଷକରି ଭାରତ ସେମିଫାଇନାଲ ଖେଳିବାକୁ ଥିବାରୁ ଦିନ ୩ଟା ପର୍ଯ୍ୟନ୍ତ ଦର୍ଶକମାନେ ଲାଇନ୍‌ରେ ରହି ଟିକେଟ କିଣୁଥିବା ଦେଖାଯାଇଥିଲା। ଫଳସ୍ବରୂପ ସନ୍ଧ୍ୟାରେ ବର୍ଷା ବଢ଼ିଥିଲେ ହେଁ ଇଂଲଣ୍ଡ-ନେଦରଲାଣ୍ଡ ପ୍ଲେସିଂ(୭-୮)ମ୍ୟାଚ ବେଳକୁ ଗ୍ୟାଲେରି ଫାଙ୍କା ପଡ଼ି ନ ଥିଲା। ଦର୍ଶକମାନେ ରେନ୍‌କୋଟ ଏବଂ ଛତା ଧରି ମ୍ୟାଚ ଉପଭୋଗ କରିଥିଲେ। ମ୍ୟାଚ ଆଗେଇବା ସହ ଦର୍ଶକ ସଂଖ୍ୟା ମଧ୍ୟ ବଢ଼ିଥିଲା। ବର୍ଷା ଲାଗି ରହିବା ସତ୍ତ୍ବେ ମହିଳା ଓ ଛୋଟପିଲାମାନେ ମଧ୍ୟ ଗ୍ୟାଲେରିରେ ଉପସ୍ଥିତ ଥିଲେ।
ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ବେଳକୁ ଗ୍ୟାଲେରି ଫୁଲ୍‌ ହୋଇଯାଇଥିଲା। ବର୍ଷା ଏବଂ ପ୍ରବଳ ଥଣ୍ଡାଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଓଡ଼ିଶା ଦର୍ଶକମାନେ ସେମାନଙ୍କ ପ୍ରିୟ ଜାତୀୟ ଦଳକୁ ଭରପୂର ସମର୍ଥନ ଦେବାକୁ ଷ୍ଟାଡିୟମରେ ଉପସ୍ଥିତ ହୋଇଯାଇଥିଲେ। ଦେହ ଥରିଗଲା ଭଳି ପବନ ଓ ଥଣ୍ଡା ହେଉଥିଲେ ମଧ୍ୟ ଆବଶ୍ୟକ ସମୟରେ ଦର୍ଶକଙ୍କ କୋଳାହଳରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ୍‌। କେହି ଦର୍ଶକ ରେନ୍‌କୋଟ୍‌ ପିନ୍ଧିଥିଲେ ତ ଆଉ କାହା ହାତରେ ଛତା ରହିଥିଲା। ବର୍ଷା ଧୀର ବଢ଼ିଥିବାରୁ ରଙ୍ଗ ବେରଙ୍ଗର ଛତା ଧରି ଦର୍ଶକମାନେ ପୂରା ମ୍ୟାଚକୁ ଛିଡ଼ା ହୋଇ ଉପଭୋଗ କରିଥିଲେ। କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଏପରି ଦୃଶ୍ୟ ସମ୍ପୂର୍ଣ୍ଣ ନୂଆ ଥିଲା ଏବଂ ଏହା ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା।

All Right Reserved By

ଖେଳ |

ଧାଓ୍ବନଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଧାଓ୍ବନଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଦୁବାଇ, ୧୯ା୬ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଦ୍ୱାରା ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ ତଲିକାରେ ଭାରତୀୟ ଓପନର ଶିଖର ଧାଓ୍ବନ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୪ତମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ୧୦ଟି ସ୍ଥାନ ପଦୋନ୍ନତି ଘଟିଛି। ତାଲିକାରେ ସାଥୀ ଖେଳାଳି ମୁରଲୀ ବିଜୟ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଉପରକୁ ଉଠିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଐତିହାସିକ ଟେଷ୍ଟରେ ଧାଓ୍ବନ ଶତକ(୧୦୭ ରନ) ହାସଲ କରିଥିଲେ। କୌଣସି ଏକ ଟେଷ୍ଟ ମ୍ୟାଚର ପ୍ରଥମ ଦିବସ ଖେଳରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଶତକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ଖେଳାଳି ହୋଇ ପାରିଛନ୍ତି। ସେହିପରି ବିଜୟ ୧୦୫ ରନର ଇନିଂସ ଖେଳି ୬ ସ୍ଥାନ ଉନ୍ନୀତ ହୋଇ ୨୩ତମ ସ୍ଥାନ ଅଧିକାର କରିଛନ୍ତି। ବାଙ୍ଗାଲୋର ଟେଷ୍ଟରେ ୬ଟି ଉଇକେଟ ଅକ୍ତିଆର କରିଥିବା ଭାରତ ସ୍ପିନର ଜାଡେଜା ଗେଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଫାଷ୍ଟ ବେଲର ଇଶାନ୍ତ ଶର୍ମା ( ଦୁଇ ସ୍ଥାନ ପଦୋନ୍ନତି ସହ ୨୫ତମ ସ୍ଥାନ) ଏବଂ ଉମେଶ ଯାଦବ (ଦୁଇ ସ୍ଥାନ ଉନ୍ନୀତ ହୋଇ ୨୬ତମ) ମଧ୍ୟ ତାଲିକାରେ ଉପରକୁ ଉଠିଛନ୍ତି।

ଫିଫା ବିଶ୍ୱକପ୍‌ରେ ଭାରତୀୟ ବାଳକ ରିଷି

ଫିଫା ବିଶ୍ୱକପ୍‌ରେ ଭାରତୀୟ ବାଳକ ରିଷି

ନୂଆଦିଲ୍ଲୀ, ୧୯।୬- ପ୍ରଥମ ଭାରତୀୟ ଭାବେ ରିଷି ତେଜ ଫୁଟ୍‌ବଲର ମହାକୁମ୍ଭ ଫିଫା ବିଶ୍ୱକପ୍‌ର କୌଣସି ମ୍ୟାଚ୍‌ରେ ବଲ୍‌-ବଏ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସୋମବାର ସୋଚିରେ ବେଲଜିୟମ ଓ ପାନାମା ମଧ୍ୟରେ ଖେଳାଯାଇଥିବା ମୁକାବିଲା ପୂର୍ବରୁ ୧୦ ବର୍ଷୀୟ ରିଷି ସେହି ମ୍ୟାଚ୍‌ରେ ଖେଳାଯିବାକୁ ଥିବା ବଲ୍‌କୁ ସାଙ୍ଗରେ ନେଇ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ।

ମୋ ଲାଗି ଅର୍ଜୁନ ଅନ୍ୟ ଖେଳାଳିଙ୍କ ପରି ସମାନ: ସନଥ୍‌

ମୋ ଲାଗି ଅର୍ଜୁନ ଅନ୍ୟ ଖେଳାଳିଙ୍କ ପରି ସମାନ: ସନଥ୍‌

ନୂଆଦିଲ୍ଲୀ, ୧୯।୬(ପି.ଟି.)- ୧୯ ବର୍ଷରୁ କମ୍‌ ଶ୍ରୀଲଙ୍କା ଦଳ ବିପକ୍ଷରେ ସିରିଜ ଖେଳିବା ଲାଗି ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଭାରତୀୟ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛି। ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ଏବେ ଭାରତୀୟ ଦଳରେ ସ୍ଥାନ ପାଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କ ଉପରେ ରହିଛି।

ଆହତ ମୁସ୍ତାଫିଜୁର ଓ୍ବେଷ୍ଟଇଣ୍ଡିଜ ଟୁର୍‌ରୁ ବାଦ୍‌

ଆହତ ମୁସ୍ତାଫିଜୁର ଓ୍ବେଷ୍ଟଇଣ୍ଡିଜ ଟୁର୍‌ରୁ ବାଦ୍‌

ଢାକା, ୧୯।୬(ଏଏଫ୍‌ପି)- ଆସନ୍ତା ମାସରେ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ମଙ୍ଗଳବାର ୧୫ ଜଣିଆ ବାଂଲାଦେଶ ଦଳ ଘୋଷଣା କରାଯାଇଛି। ଶାକିବ ଅଲ୍‌-ହାସାନଙ୍କ ନେତୃତ୍ୱରେ ଘୋଷିତ ଏହି ଦଳରୁ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବାଦ୍‌ ଦିଆଯାଇଛି।

ଇକଲେ ଚ୍ୟାଲେଞ୍ଜର ଟ୍ରଫିରୁ ରାମକୁମାର ବିଦା

ଇକଲେ ଚ୍ୟାଲେଞ୍ଜର ଟ୍ରଫିରୁ ରାମକୁମାର ବିଦା

ନୂଆଦିଲ୍ଲୀ, ୧୯।୬ (ପି.ଟି.)- ଭାରତୀୟ ଡେଭିସ କପ୍‌ ଖେଳାଳି ରାମକୁମାର ରାମନାଥନ ୟୁନାଇଟେଡ୍‌ କିଙ୍ଗଡମରେ ଚାଲିଥିବା ଇକଲେ ଚ୍ୟାଲେଞ୍ଜର ଟ୍ରଫି ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ରାଉଣ୍ଡ-୩୨’ର ଏକ ମ୍ୟାଚ୍‌ରେ ରାମକୁମାର ୫-୭, ୩-୬ ସିଧାସଳଖ ସେଟ୍‌ରେ ଅଷ୍ଟ୍ରିୟାର ସେବାଷ୍ଟିଆନ ଓଫନରଙ୍କଠାରୁ ପରାସ୍ତ ହୋଇଛନ୍ତି।

ଓ୍ବେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ୨ୟ ଟେଷ୍ଟ ଡ୍ର

ଓ୍ବେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ୨ୟ ଟେଷ୍ଟ ଡ୍ର

ଗ୍ରସ-ଆଇସଲେଟ୍‌ (ସେଣ୍ଟ ଲୁସିଆ), ୧୯।୬ (ଏଏଫ୍‌ପି)- ଘରୋଇ ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ମଧ୍ୟରେ ସ୍ଥାନୀୟ ଡାରେନ ସାମି ଷ୍ଟାଡିୟମରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଅନ୍ତିମ ଦିବସରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ୨୯୬ ରନର ଏକ ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍‌ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ରଖିଥିଲା। ଜବାବରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ପ୍ରାରମ୍ଭରୁ ୬୪ ରନରେ ୪ଟି ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲେ ମଧ୍ୟ ଓପନର କ୍ରେଗ ବାର୍ଥଓ୍ବେଟ୍‌ଙ୍କ(ଅପରାଜିତ ୫୯) ଧୌର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଓ ଖରାପ ପାଗ ଓ୍ବେଷ୍ଟଇଣ୍ଡିଜକୁ ପରାଜୟ ମୁହଁରୁ ରକ୍ଷା କରିଥିଲା।

ରଣଜୀ ପଦାର୍ପଣ କରିବ ଉତ୍ତରାଖଣ୍ଡ

ରଣଜୀ ପଦାର୍ପଣ କରିବ ଉତ୍ତରାଖଣ୍ଡ

ନୂଆଦିଲ୍ଲୀ, ୧୯।୬ (ପି.ଟି.)- ୧୮ ବର୍ଷ ପ୍ରତୀକ୍ଷା ପରେ ଉତ୍ତରାଖଣ୍ଡ ଶେଷରେ ରଣ୍‌ଜୀ ଟ୍ରଫି ଖେଳିବାକୁ ଯାଉଛି। ଆସନ୍ତା ସିଜନରେ ଦଳର ପ୍ରଦର୍ଶନ ଉପରେ ନିଜର ରଖିବା ଲାଗି ୯ ଜଣିଆ ସଦସ୍ୟ ବିଶଷ୍ଟ ଏକ କମିଟି ଗଠନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଛି।

ଶୁଆ କରୁଛି ବିଶ୍ୱକପ୍‌ ଭବିଷ୍ୟବାଣୀ

ଶୁଆ କରୁଛି ବିଶ୍ୱକପ୍‌ ଭବିଷ୍ୟବାଣୀ

ଟୋକିଓ, ୧୯।୬(ଏଏଫ୍‌ପି)-ଚଳିତ ଫିଫା ବିଶ୍ୱକପ୍‌ରେ ଜାପାନ ମଙ୍ଗଳବାର ଏହାର ଓପନିଂ ମ୍ୟାଚ କଲମ୍ବିଆ ବିପକ୍ଷରେ ଖେଳିବ। ଏଥିରେ ବିଜୟ ସହ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛି ଜାପାନ। କିନ୍ତୁ ଏକ ଶୁଆର ଭବିଷ୍ୟବାଣୀ ଅନୁସାରେ ଜାପାନ ଏହି ମ୍ୟାଚରେ ପରାଜିତ ହେବ। ଶୁଆଟିର ନାମ ହେଉଛି ‘ଓଲିଭିଆ’। ଧୂସର ରଙ୍ଗର ଏହି ଶୁଆଟିର ବାସସ୍ଥଳ ହେଉଛି ଟୋକିଓ ସହରର ଉତ୍ତରାଞ୍ଚଳ ଅନ୍ତର୍ଗତ ତୋଚିଗିସ୍ଥିତ ନାସୁ ଆନିମଲ କିଙ୍ଗଡମ୍‌ରେ। ବିଗତ କିଛିବର୍ଷ ହେଲା ବହୁ ପଶୁପକ୍ଷୀ ବିଭିନ୍ନ ପ୍ରସଙ୍ଗରେ ଭବିଷ୍ୟବାଣୀ କରିଆସୁଛନ୍ତି।

ଇଂଲଣ୍ଡକୁ ଜିତାଇଲେ ହ୍ୟାରି କେନ୍‌

ଇଂଲଣ୍ଡକୁ ଜିତାଇଲେ ହ୍ୟାରି କେନ୍‌

ଭୋଲଗୋଗ୍ରାଡ୍‌,୧୯ା୬- ଅଧିନାୟକ ହ୍ୟାରି କେନ୍‌ଙ୍କ ଡବଲ ଗୋଲ ବଳରେ ଇଂଲଣ୍ଡ ଫିଫା ବିଶ୍ୱକପର ସୋମବାର ଅନୁଷ୍ଠିିତ ତୃତୀୟ ମ୍ୟାଚରେ ଟ୍ୟୁନିସିଆକୁ ୨-୧ ଗୋଲରେ ହରାଇ ଦେଇଛି। ଫଳରେ ଏହି ଦଳ ଗ୍ରୁପ ‘ଜି’ରେ ୩ ପଏଣ୍ଟ ସହିତ ଏହାର ଅଭିଯାନ ଆରମ୍ଭ କରିଛି।

ଲୁକାକୁଙ୍କ ଡବଲ ଗୋଲ: ବେଲଜିୟମର ସହଜ ବିଜୟ

ଲୁକାକୁଙ୍କ ଡବଲ ଗୋଲ: ବେଲଜିୟମର ସହଜ ବିଜୟ

ସୋଚି, ୧୯ା୬ ରୋମେଲୁ ଲୁକାକୁଙ୍କ ଡବଲ ଗୋଲ ବଳରେ ଡାର୍କହର୍ସ ବେଲଜିୟମ ଚଳିତ ଫିଫା ବିଶ୍ୱକପରେ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ଗ୍ରୁପ ‘ଜି’ ମ୍ୟାଚରେ ଏହି ଦଳ ପ୍ରଥମ ପଦାର୍ପଣକାରୀ ପାନାମାକୁ ୩-୦ ଗୋଲରେ ପରାସ୍ତ କରିଛି।

ଗ୍ରାଙ୍କଭିଷ୍ଟଙ୍କ ପେନାଲ୍ଟିରେ ସ୍ବିଡେନ ବିଜୟୀ

ଗ୍ରାଙ୍କଭିଷ୍ଟଙ୍କ ପେନାଲ୍ଟିରେ ସ୍ବିଡେନ ବିଜୟୀ

ନିଝନୀ ନୋଭଗୋରୋଡ, ୧୯ା୬ ଅଧିନାୟକ ଆନ୍ଦ୍ରିଆସ ଗ୍ରାଙ୍କଭିଷ୍ଟଙ୍କ ପେନାଲ୍ଟି ଗୋଲ ବଳରେ ସ୍ବିଡେନ ଚଳିତ ଫିଫା ବିଶ୍ୱକପରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ଗ୍ରୁପ ‘ଏଫ’ ମ୍ୟାଚରେ ସ୍ବିଡେନ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି।

ଓପନ ର଼୍ୟାପିଡ୍‌ ଚେସ୍‌: ମାନସ ଚାମ୍ପିୟନ

ଓପନ ର଼୍ୟାପିଡ୍‌ ଚେସ୍‌: ମାନସ ଚାମ୍ପିୟନ

ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)- ବାଣପୁରସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ସୋମବାର ଏନ.ସି.ମିଶ୍ର ମେମୋରିଆଲ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଭୁବନେଶ୍ୱରର ମାନସ ପରିଡ଼ା ଓ ଦାଣ୍ଡମୁକୁନ୍ଦପୁରର ପ୍ରକାଶ ଚନ୍ଦ୍ର ସାହୁ ୬.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଛନ୍ତି।

Model This Week

ପ୍ରଭାତ