ଖେଳ |

ବିଜୟ ସହ ନେଦରଲାଣ୍ଡର ଅଭିଯାନ ଶେଷ

ବିଜୟ ସହ ନେଦରଲାଣ୍ଡର ଅଭିଯାନ ଶେଷ
ଭୁବନେଶ୍ୱର, ୮।୧୨(କ୍ରୀଡ଼ା ପ୍ରତିନିଧି) କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ନେଦରଲାଣ୍ଡ ବିଜୟ ସହ ଏହାର ଅଭିଯାନ ଶେଷ କରିଛି। ଶୁକ୍ରବାର ଅନୁଷ୍ଠିତ ବର୍ଷାଭିଜା ପ୍ଲେସିଂ ମ୍ୟାଚରେ ଇଂଲଣ୍ଡକୁ ୧-୦ ଗୋଲରେ ହରାଇ ନେଦରଲାଣ୍ଡ ୭ମ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ଇଂଲଣ୍ଡ ସବୁଠାରୁ ନିମ୍ନ ଅର୍ଥାତ୍‌ ୮ମ ସ୍ଥାନରେ ସନ୍ତୁଷ୍ଟ ରହିଛି। ନେଦରଲାଣ୍ଡର ଜୋଏପ ଡି ମୋଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। କ୍ରମାଗତଭାବେ ବର୍ଷା ଲାଗି ରହିବାରୁ ଇଂଲଣ୍ଡ-ନେଦରଲାଣ୍ଡ ମ୍ୟାଚ ଆରମ୍ଭରୁ ମାନ୍ଦା ରହିଥିଲା। ପ୍ରଥମ କ୍ବାର୍ଟରରେ କୌଣସି ଦଳ ଜୋରଦାର ଆକ୍ରମଣାତ୍ମକ ଖେଳିବା ଦେଖାଯାଇ ନ ଥିଲା। ଦ୍ୱିତୀୟ କ୍ବାର୍ଟରରେ ଖେଳ ସାମାନ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୩୨ତମ ମିନିଟରେ ଇଂଲଣ୍ଡକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଦଳର ଖେଳାଳିମାନେ ତାହାର ସଦୁପଯୋଗ କରିପାରି ନ ଥିଲେ। ଏହି କ୍ବାର୍ଟରର ଶେଷ ଭାଗରେ ଇଂଲଣ୍ଡ ଗୋଲପୋଷ୍ଟର ଡି ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ନେଦରଲାଣ୍ଡର ୧୬ ନଂ. ଜର୍ସି ଖେଳାଳି ମିର୍କୋ ପ୍ରୁଇଜସେର ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚରେ ଉଷ୍ମତା ଭରିଥିଲେ। ଏହି ଗୋଲଟି ଶେଷରେ ନିର୍ଣ୍ଣାୟକ ଭୂମିକା ନେଇଥିଲା। ୫୪ତମ ମିନିଟରେ ଗୋଲଟି ପରିଶୋଧ ପାଇଁ ଇଂଲଣ୍ଡ ନିକଟରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ମାତ୍ର ଖେଳାଳିମାନେ ତାହାର ସଦୁପଯୋଗ କରିପାରି ନ ଥିଲେ। ବର୍ଷା ଯୋଗୁ ବଲ୍‌ ବହୁତ ସ୍ଲୋ ରହୁଥିଲା। ଏପରି କି ପେନାଲ୍ଟ କର୍ନର ବେଳେ ପୁଶ୍‌ ଶଟ୍‌ ପୂରା ସ୍ପିଡ୍‌ରେ ଷ୍ଟପର ନିକଟକୁ ଆସିପାରୁ ନ ଥିବା ପରିଲକ୍ଷିତ ହୋଇଥିଲା।
All Right Reserved By

ଖେଳ |

ଦ୍ୱିତୀୟ ଟେଷ୍ଟ:  ଭାରତର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ଦ୍ୱିତୀୟ ଟେଷ୍ଟ: ଭାରତର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ, ୧୪।୧୨ (ପି.ଟି.)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଉଭୟ ଦଳ ମିଶ୍ର ସଫଳତା ପାଇଛନ୍ତି। ଦ୍ରୁତ ବୋଲିଂକୁ ସୁହାଉଥିବା ଏହି ପିଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବେଶ୍‌ ଭଲ ଆରମ୍ଭ କରିଥିଲା। ତେବେ ପରେ ଭାରତୀୟ ବୋଲରମାନେ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଶେଷ ଦୁଇଟି ସେସନରେ ୩ଟି ଲେଖାଏ ଉଇକେଟ ଅକ୍ତିଆର କରି ଘରୋଇ ଦଳକୁ ଝଟ୍‌କା ଦେଇଥିଲେ। ତେବେ ଏହା ସତ୍ତ୍ୱେ ସ୍ଥିତି ସମ୍ଭାଳିବା ସହ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ରହିଛି। ଲଞ୍ଚ୍‌ ପରେ ବୋଲରମାନଙ୍କୁ ସହାୟତା ମିଳିଥିଲା। ଭାରତୀୟ ବୋଲରମାନେ ଲାଇନ୍‌ ଓ ଲେନ୍ଥରେ ସୁଧାର ଆଣି ଅଷ୍ଟ୍ରେଲୀୟ ବ୍ୟାଟିଂ ଲାଇନ୍‌କୁ ଭାଙ୍ଗିବାରେ ସଫଳ ହୋଇଥିଲେ।
    ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୬ ଉଇକେଟ ହରାଇ ୨୭୭ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ତଥା ଉଇକେଟ କିପର ଟିମ୍‌ ପେନ୍‌ ୧୬ ଓ ପ୍ୟାଟ କୁମିନ୍ସ ୧୧ ରନ କରି ଅପରାଜିତ ରହିଛନ୍ତି।

 ହକି ବିଶ୍ୱକପ: ପ୍ରତିଶୋଧ ଅପେକ୍ଷାରେ ନେଦରଲାଣ୍ଡ୍ସ

ହକି ବିଶ୍ୱକପ: ପ୍ରତିଶୋଧ ଅପେକ୍ଷାରେ ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି)-
ଚଳିତ ହକି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଗତ ସଂସ୍କରଣରେ ଏହି ଦୁଇ ଦଳ ମଧ୍ୟରେ ଟାଇଟଲ ମୁକାବିଲା ହୋଇଥିଲା। ୨୦୧୪ ଫାଇନାଲରେ ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫଳରେ ନେଦରଲାଣ୍ଡ୍ସକୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେଣୁ ଏଥରର ମୁକାବିଲା ଗତ ସଂସ୍କରଣର ରି ମ୍ୟାଚ ସଦୃଶ ହେବାକୁ ଯାଉଛି। ଏଥର କିନ୍ତୁ ଅଷ୍ଟ୍ରେଲିଆ ସହିତ ଲଢ଼ିବାକୁ ନେଦରଲାଣ୍ଡ୍ସ ପ୍ରସ୍ତୁତ। କାରଣ ୧୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ କ୍ବାର୍ଟର ଫାଇନାଲରେ ଭାରତକୁ ହରାଇବାପରେ ଦଳର ଆତ୍ମବିଶ୍ୱାସ ବଢ଼ି ଯାଇଛି। ଗତ ସଂସ୍କରଣର ପରାଜୟ ଗ୍ଳାନି ମଧ୍ୟ ମନରୁ ଯାଇନି। ତେଣୁ ଏଥର ଅଷ୍ଟ୍ରେଲିଆଠାରୁ ମଧୁର ପ୍ରତିଶୋଧ ନେବାକୁ ନେଦରଲାଣ୍ଡ୍ସ ପ୍ରସ୍ତୁତ।

 ହକି ବିଶ୍ୱକପ: ବେଲଜିୟମକୁ ଟକ୍କର ଦେବ ଇଂଲଣ୍ଡ

ହକି ବିଶ୍ୱକପ: ବେଲଜିୟମକୁ ଟକ୍କର ଦେବ ଇଂଲଣ୍ଡ

ଭୁୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ପ୍ରଥମ ସେମିଫାଇନାଲ ଶନିବାର ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେବ। ର଼୍ୟାଙ୍କିଙ୍ଗ୍‌ ଏବଂ ସାମ୍ପ୍ରତିକ ପ୍ରଦର୍ଶନ ଦୃଷ୍ଟିରୁ ବେଲଜିୟମର ପଲା ଭାରି ରହୁଲେ ହେଁ କଡ଼ା ଟକ୍କର ଦେବ ଇଂଲଣ୍ଡ। କାରଣ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ଇଂଲଣ୍ଡ (୭ମ ର଼୍ୟାଙ୍କ୍‌) ପଛରେ ଥିଲେ ହେଁ ଚଳିତ ଟୁର୍ନାମେଣ୍ଟରେ ଏପଯର୍‌ୟନ୍ତ ଚମତ୍କାର ପ୍ରଦର୍ଶନ କରି ଆସିଛି। ଦଳ ଚାଇନା ସହିତ ୨-୨ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୦-୩ ଗୋଲରେ ପରାଜିତ ହୋଇଥିଲା। ମାତ୍ର ଏହାପରେ ଏହି ଦଳ ଆଉ ପଛକୁ ଫେରି ଚାହିଁନି। କ୍ରମାଗତ ୩ ବିଜୟ ସହ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଅୟର୍ଲାଣ୍ଡ ବିପକ୍ଷରେ ୪-୨ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ ଗୋଲରେ ବିଜୟ ଦଳକୁ ଯେତେ ଆତ୍ମବିଶ୍ୱାସ ଯୋଗାଇ ନ ଥିଲା ଅଲିମ୍ପିକ୍ସ ଚାମ୍ପିୟନ ତଥା ବିଶ୍ୱର ୨ ନମ୍ବର ଦଳ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇବାପରେ ଦଳର ମନୋବଳ ବହୁ ପରିମାଣରେ ବଢ଼ି ଯାଇଛି। ବିଶ୍ୱର ୩ ନମ୍ବର ଦଳ ବେଲଜିୟମକୁ ଟକ୍କର ଦେବାକୁ ଏବେ ଇଂଲଣ୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ପୋଲିସ ସୁରକ୍ଷା ମାଗିଲା ରିୟଲ କଶ୍ମୀର

ପୋଲିସ ସୁରକ୍ଷା ମାଗିଲା ରିୟଲ କଶ୍ମୀର

ନୂଆଦିଲ୍ଲୀ,୧୪।୧୨(ପି.ଟି.)- ଦେଶର ଘରୋଇ ଫୁଟ୍‌ବଲ ଟୁର୍ନାମେଣ୍ଟ ଆଇ ଲିଗ୍‌ କ୍ଲବ ରିୟଲ କଶ୍ମୀର ଏଫ୍‌ସିକୁ ଆଗାମୀ ମ୍ୟାଚ୍‌ ଲାଗି ଅଭ୍ୟାସରୁ ବଞ୍ଚତ୍ତ ରଖିବାକୁ ଉଦ୍ୟମ କରାଯାଇଛି। 

ଭାରତୀୟ ମହିଳା ଦଳର କୋଚ୍‌ ଦୌଡ଼ରେ ୧୩ ଆବେଦକ

ଭାରତୀୟ ମହିଳା ଦଳର କୋଚ୍‌ ଦୌଡ଼ରେ ୧୩ ଆବେଦକ

ନୂଆଦିଲ୍ଲୀ,୧୪।୧୨- ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଚୟନ ପ୍ରକ୍ରିୟା ଦିନକୁ ଦିନ କୌତୁହଳର ବିଷୟ ପାଲଟୁଛି। 

ସେମିରେ ସିନ୍ଧୁ, ସମୀର

ସେମିରେ ସିନ୍ଧୁ, ସମୀର

ନୂଆଦିଲ୍ଲୀ,୧୪।୧୨- ରିଓ ଅଲିମ୍ପିକ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ଓ ସମୀର ବର୍ମ ଚାଇନାର ଗୁଆଙ୍ଗଝୋଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଟୁର୍ନାମେଣ୍ଟର  ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ଗୋଟେ ହାତରେ ଦର୍ଶନୀୟ କ୍ୟାଚ୍‌ ଧରିଲେ କୋହଲି

ଗୋଟେ ହାତରେ ଦର୍ଶନୀୟ କ୍ୟାଚ୍‌ ଧରିଲେ କୋହଲି

ପର୍ଥ,୧୪।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦର୍ଶନୀୟ କ୍ୟାଚ୍‌ ଧରିଛନ୍ତି। 

ମାରାଡୋନାଙ୍କ ସ୍ବତନ୍ତ୍ର ଜର୍ସିର ମୂଲ୍ୟ ପ୍ରାୟ ୧୦ ଲକ୍ଷ

ମାରାଡୋନାଙ୍କ ସ୍ବତନ୍ତ୍ର ଜର୍ସିର ମୂଲ୍ୟ ପ୍ରାୟ ୧୦ ଲକ୍ଷ

ନାପ୍ଲେସ(ରୋମ),୧୪।୧୨- କିମ୍ବଦନ୍ତୀ ଫୁଟ୍‌ବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ସ୍ବତନ୍ତ୍ର ନାପୋଲି କ୍ଲବ ଜର୍ସିକୁ ଗୁରୁବାର ତୁରିନଠାରେ ନିଲାମ କରାଯାଇଛି। ଏହି ଜର୍ସିକୁ ୧୨ ହଜାର ୟୁରୋର ମୂଲ୍ୟ ମିଳିଛି। 

୨୦୨୦ ଏସିଆ କପ୍‌ ଆୟୋଜନ କରିବ ପିସିବି

୨୦୨୦ ଏସିଆ କପ୍‌ ଆୟୋଜନ କରିବ ପିସିବି

କରାଚୀ,୧୪।୧୨- ଏସିଆ କପ୍‌ର ପରବର୍ତ୍ତୀ ସଂସ୍କରଣ  ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆୟୋଜନ କରିବ।

ବସନ୍ତଙ୍କ ଘାତକ ବୋଲିଂ; ରାଜସ୍ଥାନ ୧୩୫ରେ ଅଲଆଉଟ୍‌

ବସନ୍ତଙ୍କ ଘାତକ ବୋଲିଂ; ରାଜସ୍ଥାନ ୧୩୫ରେ ଅଲଆଉଟ୍‌

ଭୁବନେଶ୍ୱର,୧୪।୧୨- ସ୍ଥାନୀୟ କିଟ୍‌ ଷ୍ଟାଡିୟମ୍‌ରେ ଚଳିତ ରଣଜୀ ସିଜନର ୬ଷ୍ଠ ପର୍ଯ୍ୟାୟ ମ୍ୟାଚ୍‌ ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଆରମ୍ଭ ହୋଇଯାଇଛି। 

ବାପା ହେବେ ଯୁବରାଜ

ବାପା ହେବେ ଯୁବରାଜ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। 

ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

କଟକ ଅଫିସ,୧୪।୧୨- ଅରୁଣାଚଳପ୍ରଦେଶଠାରେ ଚାଲିଥିବା ସବ୍‌ଜୁନିୟର ବାଳକ ଜାତୀୟ ଫୁଟବଲ ଚାମ୍ପିୟନଶିପ୍‌ରେ ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଓଡ଼ିଶା ୬-୨ ଗୋଲରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି।