ଖେଳ |

ବ୍ରୋଞ୍ଜ ପାଇଁ ରବିବାର ଲଢ଼ିବ ଭାରତ

ବ୍ରୋଞ୍ଜ ପାଇଁ ରବିବାର ଲଢ଼ିବ ଭାରତ

ଭୁବନେଶ୍ୱର, ୮।୧୨(କ୍ରୀଡ଼ା ପ୍ରତିନିଧି)

ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ଭାରତର ଟାଇଟଲ ଅଭିଯାନ ସେମିଫାଇନାଲରୁ ଶେଷ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ବର୍ଷାଭିଜା ପ୍ରଥମ ସେମିଫାଇନାଲରେ ଭାରତ ୦-୧ ଗୋଲରେ ଆର୍ଜେଣ୍ଟିନାଠାରୁ ହାରିଯାଇଛି। ଫଳରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି। କ୍ରମାଗତ ବର୍ଷା ଏବଂ ଥଣ୍ଡା ଜନିତ ପ୍ରତିକୂଳ ପରିବେଶ ସତ୍ତ୍ବେ ଆର୍ଜେଣ୍ଟିନାକୁ କଡ଼ା ଟକ୍କର ଦେଇଥିବା ଭାରତ ଶେଷରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାର ବିଫଳତା ଯୋଗୁ ହାର ମାନିଥିଲା। ଭାରତ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ଶନିବାର ହେବାକୁଥିବା ଜର୍ମାନୀ-ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ପରାଜିତ ଦଳ ସହ ଭାରତ ରବିବାର ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ରେ ଖେଳିବ। ରାୟପୁରରେ ଗତ ସଂସ୍କରଣରେ ମଧ୍ୟ ଭାରତ ସେମିଫାଇନାଲରେ ହାରି ପ୍ଲେ-ଅଫ୍‌ ଖେଳିଥିଲା। ସେଥିରେ ପେନାଲ୍ଟି ଶୁଟ୍‌ଆଉଟ୍‌ ୮-୭ (୫-୫) ଗୋଲରେ ନେଦରଲାଣ୍ଡକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଏଠାରେ ଭାରତକୁ ହରାଇ ଆର୍ଜେଣ୍ଟିନା ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ୨ଟି ସଂସ୍କରଣରେ ଦଳ ୨୦୧୪-୧୫ରେ ସର୍ବାଧିକ ୫ମ ସ୍ଥାନ ଅଧିକାର କରିଥିଲା। ୨୦୧୨-୧୩ରେ ଏହି ଦଳ ସର୍ବନିମ୍ନ ୮ମ ସ୍ଥାନରେ ରହିଥିଲା। ଭାରତର ହରମନପ୍ରୀତ ସିଂ ଜୁନିୟର ପ୍ଲେୟର ଅଫ ଦି ମ୍ୟାଚ ଓ ଆର୍ଜେଣ୍ଟିନାର ମାଟିଆସ ରେ’ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

All Right Reserved By

ଖେଳ |

ନେମାରଙ୍କ ୫-ଏ-ସାଇଡ୍‌ ଟୁର୍ନାମେଣ୍ଟ ଖେଳିବ ଭାରତୀୟ ଟିମ୍‌

ନେମାରଙ୍କ ୫-ଏ-ସାଇଡ୍‌ ଟୁର୍ନାମେଣ୍ଟ ଖେଳିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ, ୧୬।୭(ପି.ଟି.)- ବ୍ରାଜିଲ ତାରକା ନେମାର ଜୁନିୟରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫-ଏ-ସାଇଡ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୩ୟ ସଂସ୍କରଣରେ ମୁମ୍ବାଇର ଜୋଗା ବୋନିଟୋ ଟିମ୍‌ ଭାରତ ପକ୍ଷରୁ ଅଂଶଗ୍ରହଣ କରିବ।

ଚାଣ୍ଡିମଲ୍‌, ହାତୁରସିଂଘେ ୪ଟି ଦିନିକିଆ, ୨ଟି ଟେଷ୍ଟରୁ ବାସନ୍ଦ

ଚାଣ୍ଡିମଲ୍‌, ହାତୁରସିଂଘେ ୪ଟି ଦିନିକିଆ, ୨ଟି ଟେଷ୍ଟରୁ ବାସନ୍ଦ

ଦୁବାଇ, ୧୬।୭(ପି.ଟି.)- ଶ୍ରୀଲଙ୍କା କ୍ରିକେଟ ଦଳର ଅଧିନାୟକ ଦୀନେଶ ଚାଣ୍ଡିମଲ, କୋଚ୍‌ ଚନ୍ଦ୍ରିକା ହାତୁରସିଂଘେ ଓ ମ୍ୟାନେଜର ଅସଙ୍କା ଗୁରୁସିହ୍ନାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି।

ଟପ୍‌ ୧୦କୁ ଫେରିିଲେ ଜୋକୋଭିଚ୍‌

ଟପ୍‌ ୧୦କୁ ଫେରିିଲେ ଜୋକୋଭିଚ୍‌

ପ୍ୟାଙ୍ଗଚାଙ୍ଗ(ଦକ୍ଷିଣ କୋରିଆ), ୧୬।୭(ଏଏଫ୍‌ପି)- ନୋଭାକ ଜୋକୋଭିଚ୍‌ଙ୍କ ୪ର୍ଥ ଓ୍ବିମ୍ବେଲଡନ ଓପନ ଟାଇଟଲ ତାଙ୍କୁ ପୁଣି ଥରେ ଏଟିପି ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦ ମଧ୍ୟରେ ସ୍ଥାନ ଆଣି ଦେଇଛି। ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ସର୍ବିଆ ଖେଳାଳି ଏବେ ୧୦ମ ସ୍ଥାନରେ ରହିଛନ୍ତି।

କୋରିଆ ମୁଖ୍ୟ ମୁନ,କିମ୍‌ଙ୍କୁ ଏସିଆନ୍‌ ଗେମ୍ସରୁ ନିମନ୍ତ୍ରଣ

ଜାକର୍ତ୍ତା,୧୬।୭(ଏଏଫ୍‌ପି)- ଉତ୍ତର ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଆସନ୍ତା ମାସରେ ଇଣ୍ଡୋନେସିଆସ୍ଥିତ ଜାକର୍ତ୍ତାଠାରେ ହେବାକୁ ଥିବା ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି।

ବିଶ୍ୱକପ୍‌ ବେଳେ ୨୫ ନିୟୁତ ସାଇବର ଆକ୍ରମଣ ହୋଇଛି-ପୁଟିନ

ବିଶ୍ୱକପ୍‌ ବେଳେ ୨୫ ନିୟୁତ ସାଇବର ଆକ୍ରମଣ ହୋଇଛି-ପୁଟିନ

ମସ୍କୋ,୧୬।୭(ଏପି)- ଫିଫା ବିଶ୍ୱକପ୍‌ ବେଳେ ପାଖାପାଖି ୨୫ ନିୟୁତ ସାଇବର ଆକ୍ରମଣ ହୋଇଛି, ଯାହାକୁ ରୁଷିଆନ ଓ ଅନ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥା ପ୍ରତିହିତ କରିଛନ୍ତି। ଏ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଫ୍ରାନ୍ସ ବିଶ୍ୱକପ୍‌ ଜିତିବା ପରେ କହିଛନ୍ତି।

ଫ୍ରାନ୍ସରେ ପରିସ୍ଥିତି ଅସମ୍ଭାଳ

ଫ୍ରାନ୍ସରେ ପରିସ୍ଥିତି ଅସମ୍ଭାଳ

ପ୍ୟାରିସ,୧୬।୭(ଏଏଫ୍‌ପି)- ଫ୍ରାନ୍ସ ଫିଫା ବିଶ୍ୱକପ୍‌ ଚାମ୍ପିୟନ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଦୀର୍ଘ ୨୦ ବର୍ଷ ପରେ ବିଶ୍ୱକପ୍‌ ଜିତିବା ପରେ ଭାରତୀୟ ସମୟ ପ୍ରାୟ ରାତି ୧୦.୩୦ ବେଳେ ପ୍ରଶଂସକଙ୍କ ଖୁସି ମନାଇବା ପାଇଁ ରାସ୍ତାକୁ ହାତରେ ଜାତୀୟ ପତାକା ଧରି ଚାଲି ଆସିଥିଲେ।

ଆର୍ଜେଣ୍ଟିନା କୋଚ୍‌ ପଦରୁ ସାମପାଓଲି ବିଦା

ଆର୍ଜେଣ୍ଟିନା କୋଚ୍‌ ପଦରୁ ସାମପାଓଲି ବିଦା

ବୁଏନ୍ସ ଆରିଜ,୧୬।୭(ଏଏଫ୍‌ପି)- ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ଆର୍ଜେଣ୍ଟିନା ଦଳର କୋଚ୍‌ ଜର୍ଜ ସାମପାଓଲି ପଦରୁ ବିଦାୟ ନେଇଛନ୍ତି। ଏ ନେଇ ଆର୍ଜେଣ୍ଟିନା ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରବିବାର ଘୋଷଣା କରାଯାଇଛି।

ସର୍ବିୟା ଯୁବ ବକ୍ସିଂ: ଭାରତକୁ ୭ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭(ପି.ଟି.)- ସର୍ବିୟାର ସୁବୋଟିକାଠାରେ ଚାଲିଥିବା ୩୬ତମ ଗୋଲ୍ଡେନ ଗ୍ଲୋବ ଯୁବ ବକ୍ସିଂ ଟୁର୍ନାମେଣ୍ଟ ଉଦ୍‌ଯାପିତ ହେବା ସହ ରିଙ୍ଗ୍‌ରେ ଭାରତୀୟ ବକ୍ସରଙ୍କ ରାଜୁତିର ଶେଷ ହୋଇଛି। ଭାରତୀୟ ଦଳ ୭ଟି ସ୍ବର୍ଣ୍ଣ ସହ ପଦକ ତାଲିକାର ଶୀର୍ଷ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ଘାସ ଖାଇଲେ ଜୋକୋଭିଚ୍‌

ଘାସ ଖାଇଲେ ଜୋକୋଭିଚ୍‌

ଲଣ୍ଡନ,୧୬।୭- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟନିସ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ ରବିବାର କ୍ୟାରିୟରର ୪ର୍ଥ ଓ୍ବିମ୍ବେଲଡନ ଟାଇଟଲ ଜିତିଛନ୍ତି। ଆହତ ସମସ୍ୟା ଓ ଖରାପ ଫର୍ମ ଦେଇ ଗତି କରୁଥିବା ଜୋକୋଭିଚ୍‌ ପ୍ରାୟ ଦୁଇ ବର୍ଷ ପରେ କୌଣସି ଟାଇଟଲ ଜିତିଛନ୍ତି।

ସ୍ପେନ ଗ୍ରାଁ ପ୍ରି କୁସ୍ତି: ଭିନେଶଙ୍କୁ ସ୍ବର୍ଣ୍ଣ

ସ୍ପେନ ଗ୍ରାଁ ପ୍ରି କୁସ୍ତି: ଭିନେଶଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭- ଏସିଆନ୍‌ ଗେମ୍ସ ଲାଗି ପ୍ରସ୍ତୁତ ହେଉଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ସ୍ପାନିଶ ଗ୍ରାଁ ପ୍ରି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୩ ବର୍ଷୀୟ ଭିନେଶ ଫାଇନାଲରେ କାନାଡାର ନାତାଶା ଫକ୍ସଙ୍କୁ ୧୦-୦ ବ୍ୟବଧାନରେ ହରାଇ ଦେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ପାଓ୍ବାର

ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ପାଓ୍ବାର

ମୁମ୍ବାଇ,୧୬।୭(ପି.ଟି.)- ନିକଟରେ ମୁମ୍ବାଇ ରଣଜୀ ଦଳ କୋଚ୍‌ ପଦରୁ ବଞ୍ଚତ୍ତ ରହିଥିବା ପୂର୍ବତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ସୋମବାର ସମ୍ମାନଜନକ ପଦବି ମିଳିଛି। ତାଙ୍କୁ ମହିଳା କ୍ରିକେଟ ଦଳର ଆନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।

ମନୁ, ଅନମୋଲଙ୍କୁ ସ୍ବର୍ଣ୍ଣ

ମନୁ, ଅନମୋଲଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭- ଚେକ ଗଣତନ୍ତ୍ରଠାରେ ଚାଲିଥିବା ୨୮ତମ ଶୁଟିଂ ହୋପ୍‌ସ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମନୁ ଭାକର ଓ ଅନମୋଲ ଜୈନ ୧୦ ମିଟର ମିକ୍ସଡ୍‌ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

Model This Week

ରୂପେଶ